ସୁଖ ଓ ଶାନ୍ତିର ଦେଶ ଭୁଟାନ

ସେଦିନ ଘଟଣା କ୍ରମେ ଭୁବନେଶ୍ୱରର ଏକ ସଂଭ୍ରାନ୍ତ ହୋଟେଲରେ ଆମେ ୧୯୭୦ ବର୍ଷ ବ୍ୟାଚର ୭ ଜଣ ବନ୍ଧୁ ତଥା ବରିଷ୍ଠ ଡ଼ାକ୍ତରଙ୍କ ଆସର ଜମି ଉଠିଥିଲା । ଉପସ୍ଥିତ ୭ ଜଣ ଯାକ ୬୫ ବର୍ଷ ବୟସ ଅତିକ୍ରମ କରି ସାରିଛନ୍ତି । ଚାକିରିରୁ ଅନେକ ଦିନ ତଳୁ ଅବସର ନେଇ ଗଲେଣି । ସମସ୍ତେ ସଂସାରରେ ବେଶ୍ ପ୍ରତିଷ୍ଠିତ ଓ ସାଂସାରିକ ବସ୍ତୁ ଯଥା ଗାଡି, ଘର ଓ ବ୍ୟାଙ୍କ ବ୍ୟାଲାନ୍ସ କେଉଁଥିରେ କାହାର କମ୍ ନାହିଁ । ସମସ୍ତଙ୍କ ପିଲାମାନେ ମଧ୍ୟ ପ୍ରତିଷ୍ଠିତ ହୋଇ ସାରିଲେଣି । ଅବସର ପରେ ମଧ୍ୟ ଆମେ ସମସ୍ତେ ଘରୋଇ ଚିକିସôା ଦ୍ୱାରା ବେଶ୍ ଉପାର୍ଜନ କରୁଛୁ । ତଥାପି ଆଲୋଚନା ବେଳେ ମନେ ହେଲା ସମସ୍ତଙ୍କ ଜୀବନରେ ଯେପରି କିଛି ଅବଶୋଷ ରହି ଯାଇଛି । ଯାହାର ଦୁଇଟି ଘର ଅଛି ସେ ତୃତୀୟ ଘର ପାଇଁ ବ୍ୟସ୍ତ ହେଉଛି । ଯେ ୧୫ଲକ୍ଷ ଟଙ୍କାର ଗାଡି ଚଢୁଛି ସେ ତା ପଡୋଶୀ ଚଢୁଥିବା ୨୫ ଲକ୍ଷ ଟଙ୍କାର ଗାଡିକୁ ଝୁରି ହେଉଛି । କାହା ପୁଅ ବିଦେଶ ଯାଇନାହିଁ ବୋଲି ତା ମନରେ ଦୁଃଖ ଅଛି । ହଠାତ୍ ଆମର କୁହାଳିଆ ସାଙ୍ଗ ଡ଼ାକ୍ତର ଦେବତା କହି ଉଠିଲେ ସଂସାରରେ ଆସକ୍ତି ଓ କାମନାର ସୀମା ନାହିଁ । ଯେତେ ପାଉଥିଲେ ଆହୁରି ପାଇବାର ଇଚ୍ଛା ହୁଏ । ସମସ୍ତେ ଚାଲ ଭୁଟାନ ବୁଲି ଆସିବା । ଯେଉଁ ଦେଶରେ ଲୋକମାନେ ଗରିବ ହେଲେ ମଧ୍ୟ ବେଶ୍ ଖୁସିରେ ରହନ୍ତି । ବୁଦ୍ଧଙ୍କର ବାଣୀ କାମନାର ବିନାଶରେ ଦୁଃଖର ବିନାଶ । ଏହି ବାଣୀ ଆମ ଦେଶରେ ସିନା ଜନ୍ମ ଲାଭ କଲା ମାତ୍ର ଭୁଟାନର ଲୋକମାନେ ତାହା ପାଳନ କରି ଏକ ସୁଖୀ ଦେଶ ବୋଲି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଦେଲେ । ସମସ୍ତେ ଆନନ୍ଦରେ ଏହି ପ୍ରସ୍ତାବ ଗ୍ରହଣ କଲେ ।
ଏକ ଟ୍ରାଭେଲ ଏଜେଂଟ ଦ୍ୱାରା ଆମର ଯିବା ପାଇଁ ସମସ୍ତ ବନେ୍ଦାବସ୍ତ କରାଗଲା । ଏହି ଭ୍ରମଣ କାରି ଦଳରେ ଆମେ ୧୩ ଜଣ ସାମିଲ ହେଲୁ । ୬ ଜଣ ଦମ୍ପତିଙ୍କ ସହ ଡ଼ାକ୍ତର ସିଦେ୍ଧଶ ଯାହାଙ୍କର ପତ୍ନି ପରଲୋକକୁ ଚାଲି ଯାଇଛନ୍ତି ସାମିଲ ହେଲେ । ୧୩ ସଂଖ୍ୟାଟି ଅଶୁଭ ବୋଲି ମନ ଛଟପଟ ହେଉଥାଏ । ଏପ୍ରିଲ ୭ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ଆମେ ୬ ଦମ୍ପତି ନିର୍ଦ୍ଧାରିତ ସମୟରେ ପହଂଚି ଗଲୁ । ଯାତ୍ରା ପାଇଁ ଆବଶ୍ୟକିୟ ବ୍ୟବସ୍ଥା ସରିଗଲା । ମାତ୍ର ଏପର୍ଯ୍ୟନ୍ତ ସିନେ୍ଧଶ ପହଂଚି ନଥାନ୍ତି । ଫୋନ କଲେ ବାଟରେ ଅଛି ବୋଲି ଉତର ଆସୁଥାଏ । ଆମେ ପ୍ରସ୍ଥାନ ଟର୍ମିନାଲରେ ପ୍ରବେଶ କଲୁ । ତା ପରେ ସିନେ୍ଧଶଙ୍କ ଫୋନ ଆସିଲା । ସିକୁ୍ୟରିଟି ଚେକ୍ କାଉଂଟର ବନ୍ଦ ହୋଇଗଲାଣି । ‘ମୋତେ ଭିତରକୁ ଛାଡୁ ନାହାନ୍ତି’ । ଶେଷକୁ ଟ୍ରାଭେଲ ଏଜେଂଟ ତାଙ୍କର ଯିବା ବ୍ୟବସ୍ଥା ଅନ୍ୟ ଏକ ବିମାନରେ କରାଇ ଦେଲେ । ଅବଶ୍ୟ ଦେୟ ବହୁ ମାତ୍ରାରେ ବଢିଗଲା । ଆମ ଅଜାଣତରେ ୧୩ ଜଣରୁ ୧୨ ଜଣ ଯାତ୍ରା ଆରମ୍ଭ କଲୁ । ଆମ ବିମାନଟି ଭୁବନେଶ୍ୱରରୁ ଯାତ୍ରା କରି କଲିକତା ବିମାନ ବନ୍ଦରରେ ଅବତରଣ କଲା । ସେଠାରୁ ଅନ୍ୟ ଏକ ବିମାନ ଦ୍ୱାରା ସିଲିଗୁଡିର ବାଗ୍ଡୋଗ୍ରା ବିମାନ ଘାଟି କୁ ଯାତ୍ରା କଲୁ । ସନ୍ଧ୍ୟା ୫ଟା ବେଳେ ସେଠାରେ ଓହ୍ଲାଇ ଦେଖିଲୁ ଡ଼ାକ୍ତର ସିନେ୍ଧଶ ଆଗରୁ ସେଠାରେ ପହଂଚଛନ୍ତି । ତାଙ୍କର ବିଳମ୍ବର କାରଣ ପଚାରିବାରୁ ସେ ଯାହା କହିଲେ ଆମେ ହସି ହସି ବେଦମ ହୋଇଗଲୁ । ବିମାନ ଘାଟିକୁ ଆସିବା ବାଟରେ ଭୁବନେଶ୍ୱରର ଏକ ନିର୍ଦ୍ଧିଷ୍ଟ ପାନ ଦୋକାନରୁ ୩୦ ଖଣ୍ଡ ପାନ ସଂଗ୍ରହ କରିବାରେ ତାଙ୍କର ଯଥେଷ୍ଟ ବିଳମ୍ବ ହୋଇଗଲା । ବିମାନ ଘାଟି ବାହାରକୁ ଆସି ଦେଖିଲୁ ଟ୍ରାଭେଲ ଏଜେଂଟ ଆମ ପାଇଁ ୩ଟି ଇନୋଭା ଗାଡି ପଠାଇ ଛନ୍ତି । ଗାଡିରେ ବସି ଆମେ ସିମାନ୍ତ ସହର ଫୁଟ ସୋଲନ ଅଭିମୁଖେ ଯାତ୍ରା କଲୁ । ଯାହାର ଦୁରତା ସେଠାରୁ ୧୫୦ କି.ମି ।
ସିଲିଗୁଡି ହେଉଛି ଭାରତର ମୂଳ ଭୁଖଣ୍ଡକୁ ଆସାମ ସମେତ ୭ଟି ଉତର ପୂର୍ବାଂଚଳ ରାଜ୍ୟକୁ ଯୋଗ କରୁଥିବା ୨୨କି.ମି ଓସାରର ଏକ ସଂକୀର୍ଣ୍ଣ କରିଡରର ଦ୍ୱାର ସଦୁ୍ରଶ । ଭାରତ ବିଭାଜନ ପରେ ପୂର୍ବ ପାକିସ୍ଥାନ ସୃଷ୍ଟି ହେବାରୁ ଏହି ସଂକିର୍ଣ୍ଣ କରିଡର ହିଁ ଯୋଗାଯୋଗର ମାଧ୍ୟମ ହୋଇଛି । ଏହି ବାଟ ଦେଇ ଉତର ପୂର୍ବାଂଚଳକୁ ସମସ୍ତ ରେଳ ଓ ସଡକ ପଥ ଯାଇଛି । ହିମାଳୟରୁ ପ୍ରବାହିତ ଅନେକ ନଦୀ ଏହି ଅଂଚଳ ଦେଇ ବହି ଯାଇ ବ୍ରହ୍ମପୁତ୍ର ନଦୀରେ ମିଶିଛନ୍ତି । ସେମାନଙ୍କ ମଧ୍ୟରେ ତିସ୍ତା ନଦୀ ପ୍ରଧାନ । ଏମାନଙ୍କର ପ୍ଲାବନ ଅଂଚଳକୁ ଡୁଆର ବୋଲୁ କୁହନ୍ତି । ଉତରାଂଚଳରେ ଥିବା ହିମାଳୟର ପାଦ ଦେଶରେ କକଂରିତ ଭାବର ଅଂଚଳ ସହିତ ଏହା ସମାନ । ବିଭାଜନ ପରେ ଏହି ଅଂଚଳରେ ଅନେକ ଅଶାନ୍ତି ଓ ବିପ୍ଲବ ଘଟି ଯଇଛି । ହଜାର ହଜାର ହିନ୍ଦୁ ଶରଣାର୍ଥି ବିଭାଜନ ୧୯୭୧ ମସିହା ବଙ୍ଗଳାଦେଶ ଯୁଦ୍ଧ ବେଳେ ଏ ଅଂଚଳରେ ଆଶ୍ରୟ ନେଇଥିଲେ । ସେମାନଙ୍କ ମ୍ମରୁ ହଜାର ହଜାର ପରିବାର ଏବେ ମ୍ମ ଏଠାରେ ଅଛନ୍ତି । ୧୯୬୭ ମସିହାରେ କ୍ରାନ୍ତିକାରି ନକ୍ସଲ ବାଦ ଆନେ୍ଦାଳନ ଏହି ଅଂଚଳରୁ ଜନ୍ମ ନେଇଥିଲା । ଶହ ଶହ ଜମି ମାଲିକଙ୍କ ବେକ କଟା ଯାଇଥିଲା । ଆଜି ଯେପରି ସବୁ ଶାନ୍ତ ପଡି ଯାଇଛି । ଲୋକ ମାନଙ୍କର ଜମିକୁ ଲିଜ ନେଇ ହଜାର ହଜାର ଏକର ଜମିରେ ଚାହା ବଗିଚା ମାନ ସୃଷ୍ଟି ହୋଇଛି । ସାମ୍ୟବାଦର ଏନ୍ତୁଡିଶାଳରେ ପୁଞ୍ଜିବାଦର ପତାକା ଉଡୁଛି ।
ଶିଲିଗୁଡିରୁ ଭୁଟାନ, ସୀକିମ ଓ ଡାର୍ଜିଲିଂକୁ ଯିବାପାଇଁ ବିମାନ ପଥ ଓ ସଡକ ରହିଛି । ବାଟରେ ଗଲା ବେଳେ ତିସ୍ତା ନଦୀର ବ୍ୟାରେଜ ଉପର ଦେଇ ଯାତ୍ରା କଲୁ । ତିସ୍ତା ନଦୀ ସୀକିମରୁ ବାହାରି ବ୍ରହ୍ମପୁତ୍ରରେ ମିଶିଅଛି । ବର୍ଷସାରା ଏଠାରେ ପ୍ରଚୁର ଜଳ ରହେ । ମାଛ ମଧ୍ୟ ମିଳନ୍ତି । ବ୍ୟାରେଜରୁ ବଡ ବଡ କେନାଲ ମାନ ବାହାରି ସବୁ ଆଡକୁ ଜଳ ସେଚନର ସୁବିଧା ହୋଇଅଛି । ଫୁଟସୋଲନ ସହରରେ ପହଂଚିଲା ବେଳକୁ ରାତ୍ର ୧୦ ବାଜିଥାଏ । ଟ୍ରାଭେଲ କମ୍ପାନୀର ପ୍ରତିନିଧି ଆମ ପାଇଁ ଅପେକ୍ଷା କରିଥାନ୍ତି । ଆମକୁ ଆଗରୁ ଠିକ ହୋଇଥିବା ହୋଟେଲକୁ ନେଇଗଲେ । ଡାଇନିଙ୍ଗ ହଲରେ ଆମପାଇଁ ଖାଦ୍ୟ ରଖା ହୋଇଥାଏ । ଯେ ଯାହା ରୁମକୁ ଯାଇ ମୁହଁ ହାତ ଧୋଇ ରାତ୍ର ଭୋଜନ ସାରି ଦେଲୁ ଓ ପରଦିନ ଦିନ ୧୦ ବେଳେ ଆମେ ଭୁଟାନ ଯାତ୍ରା କରିବୁ ବୋଲି ଏଜେଂଟ ଜଣାଇ ଦେଲେ । ଆମେ ସମସ୍ତେ ରୁମକୁ ଯାଇ କ୍ଲାନ୍ତ ଶରୀରକୁ ଗଭିର ନିଦ୍ରାରେ ହଜାଇ ଦେଲୁ । ତାହା ପରଦିନ ଏପ୍ରିଲ ୮ ତାରିଖ । ପ୍ରାତଃ କର୍ମସାରି ଡାଏନିଂ ହଲକୁ ଆସି ଜଳଖିଆ ଖାଇଦେଲୁ । ଠିକ୍ ଦିନ ୧୦ ବେଳେ ଏଜେଂଟ ଆସି ପହଂଚି ଗଲେ । ଭୁଟାନ ଯାତ୍ରା ପାଇଁ ଆମ ପାଇଁ ଏକ ୧୫ ଜଣିଆ ବସର ବ୍ୟବସ୍ତା କରାଯାଇଥିଲା । ହୋଟେଲର ବୟ ମାନେ ଲଗେଜ ନେଇ ବସରେ ରଖିଲେ । ଆମେ ସବୁ ବସରେ ଆରାମରେ ବସିଲୁ । ଟ୍ରାଭେଲ କମ୍ପାନି ତରଫରୁ ଝିଅ ଟିଏ ଆସି ଭୁଟାନ ଦେଶର ଖଣ୍ଡେ ଖଣ୍ଡେ ଟାୱାଲ ଦେଇ ଆମକୁ ଅଭ୍ୟର୍ଥନା ଜଣାଇଲା ଓ ଗାଡି ଚାଲିବାକୁ ଆରମ୍ଭ ହେଲା । ଫୁଟସୋଲନ ସହରର ଦୁଇଟି ଭାଗ ରହିଛି । ଭାରତୀୟ ଅଂଶକୁ ଜୟ ଗାଁ କୁହାଯାଏ । ଏଠାରୁ ଭୁଟାନକୁ ସବୁ ପଦାର୍ଥ ପଠା ଯାଉଥିବାରୁ ଲୋକ ଗାଡି ମାନଙ୍କର ଭିଡ ଲାଗିଥାଏ । ସେହି ସହରରୁ ଏକ ତୋରଣ ଦେଇ ଭୁଟାନ ଅଂଚଳକୁ ପ୍ରବେଶ କରିବାକୁ ହୁଏ । ସାଙ୍ଗେ ସାଙ୍ଗେ ଦୃଶ୍ୟପଟ ବଦଳି ଯାଏ । ସବୁ ଘର ଗୁଡିକ ଗୋଟିଏ ଗୋଟିଏ ବୈାଦ୍ଧ ମନ୍ଦିର ଭଳି ଲାଗନ୍ତି । ନା ନା ରଙ୍ଗରେ ଚିତ୍ର ବିଚିତ୍ର ହୋଇଥାଏ । ସବୁଆଡେ ପରିଷ୍କାର ପରିଚ୍ଛନ୍ନ । ସବୁ କୋଠାର ଛାତ ଟିଣରେ ତିଆରି । ଇମିଗ୍ରେସନ ଅଫିସରେ ଆମକୁ ଭୁଟାନ ପାଇଁ ଆଦେଶ ପତ୍ର ସଂଗ୍ରହ କରିବାକୁ ପଡିଲା । ଭୁଟାନକୁ ପ୍ରବେଶ ପାଇଁ ଭିସାର ଆବଶ୍ୟକତା ପଡେ ନାହିଁ । ପ୍ରତି କାଉଂଟରରେ ଝିଅମାନେ ବସି ଥାନ୍ତି । ନିଜ ଦେଶର ସମ୍ମାନ ରକ୍ଷା ପାଇଁ ବେଶ୍ ମଧୁର ଓ ଭଦ୍ର ବ୍ୟବହାର କରୁଥାନ୍ତି ।
ଏମିଗ୍ରେସନ କାମ ସାରି ଆମେ ଆଗେଇବାକୁ ଲାଗିଲୁ । ଫୁଟସୋଲନ ସହରଟି ହିମାଳୟର ପାଦ ଦେଶରେ ସମୁଦ୍ର ପତନରୁ ପ୍ରାୟ ୬୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏଠାରୁ ଆମକୁ ଉଠାଣିଆ ରାସ୍ତାରେ ଯାଇ ୭ରୁ ୮ ହଜାର ଫୁଟ ଉଚ୍ଚକୁ ଯିବାକୁ ହେବା । ଘାଟି ରାସ୍ତାରେ ଗାଡି ଧିରେ ଧିରେ ଉଠିବାକୁ ଲାଗିଲା । ଲୋକ ଗହଳି କମି ଆସିଲା । ସବୁଆଡେ ଜଙ୍ଗଲ । ଖଣ୍ଡେ ଖଣ୍ଡେ ମେଘ ଘୁରି ବୁଲୁଥାଏ । ପାହାଡ ତଳରେ କାଁ ଭାଁ ଛୋଟ ଛୋଟ ଗ୍ରାମ ପଡୁ ଥାଏ । ଡୁଆର ଅଂଚଳର ଅସଂଖ୍ୟ ନଦୀ ଓ ସେମାନଙ୍କର ପ୍ଲାବନ ଭୁମି ଦେଖା ଯାଇଥାନ୍ତି । ପାହାଡ ଉପରୁ ଶହ ଶହ ଝରଣା ଜଳ ପ୍ରପାତ ଆକାରରେ ତଳକୁ ପଡୁ ଥାନ୍ତି । ଫୁଟସୋଲନ ଠାରୁ ରାଜଧାନି ଥୀମ୍ପୁର ଦୁରତା ମାତ୍ର ୧୫୦ କି.ମି ହେଲେ ମଧ୍ୟ ଆମକୁ ତାହା ୬ ଘ. ସମୟ ଲାଗିବ ବୋଲି ଡ୍ରାଇଭର ଜଣାଇ ଦେଇ ଥାଏ । ରାସ୍ତା କଡରେ ସ୍ଥାନେ ସ୍ଥାନେ ଢାବା ହୋଟେଲ ମାନ ଥାଏ । ଅନେକ ଗାଡିରେ ଭ୍ରମଣ କାରି ମାନେ ଯାଉଥାନ୍ତି । ଆମେ ବାଟରେ ଗୋଟିଏ ଢାବା ହୋଟେଲରେ ଖାଇବା କାମ ସାରିଦେଲୁ ।
ହିମାଳୟ ପର୍ବତମାଳାର କୋଳରେ କ୍ଷୁଦ୍ର ରାଜ୍ୟ ଭୁଟାନ ଏକ ସ୍ୱାଧିନ ରାଜ୍ୟ ହେଲେ ମଧ୍ୟ ଭାରତର ଏକ ଆଶ୍ରୀତ ରାଜ୍ୟ ରୁପେ ୧୯୪୯ ମସିହାରେ ଚୁକ୍ତି ହୋଇଅଛି । ଏହାର କ୍ଷେତ୍ରଫଳ ପ୍ରାୟ ୩୭,୦୦୦ ବର୍ଗ କି.ମି । ଲୋକ ସଂଖ୍ୟା ମାତ୍ର ୮ଲକ୍ଷ । ଏହାକୁ ଘେରି ରହିଛନ୍ତି । ତିବତ୍ର ଚୁମ୍ବା ଉପତ୍ୟକା, ସୀକିମ, ପଶ୍ଚିିମବଙ୍ଗ, ଆସାମ ଓ ଅରୁଣାଚଳ ରାଜ୍ୟ ସମୁହ । ସପ୍ତମ ଶତାଦ୍ଦି ଠାରୁ ଏହି ଦେଶକୁ ତିବତରୁ ବୈାଦ୍ଧ ଧର୍ମ ପ୍ରସାରିତ ହୋଇଛି ଓ ଦେଶରେ ଅନେକ ବିଶାଳ ମନ୍ଦିର ଓ ମଠ ପ୍ରତିଷ୍ଠା ହୋଇଛି । ଏହି ମଠ ମାନ ଏକ ଦୁର୍ଗ ଓ ଶାସନ କେନ୍ଦ୍ର ରୁପେ କାର୍ଯ କରୁଥିଲେ ଓ ବିଭିନ୍ନ ସମୟରେ ତିବତରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରୁଥିଲେ । ୧୯୦୭ ମସିହାରେ ୱାଙ୍ଗଚୁଙ୍ଗ ରାଜବଂଶ ଏହାର ଏକତ୍ରୀ କରଣ କରିଥିଲେ ଓ ସେତେବେଳେ ପୁନାଖା ଥିଲା ଏହାର ରାଜଧାନୀ । ଏହି ଅଂଚଳ ବାରମ୍ବାର ବାର ବନ୍ୟା ପ୍ଲାବିତ ହେବାରୁ ୧୯୫୫ ମସିହାରୁ ରାଜଧାନୀ ଥୀମ୍ପୁକୁ ସ୍ଥାନାନ୍ତରିତ ହୋଇଗଲା । ଆଗରୁ କୁଚ୍ ବିହାର ଓ ଏହାର ପାଶ୍ୱର୍ବତୀ ଅଂଚଳ ଭୁଟାନର ଅଧିନରେ ଥିଲା । ମାତ୍ର ବି୍ରଟିଶ ମାନେ ବାର୍ଷିକ ୫୦ ହଜାର ଟଙ୍କା ଅନୁଦାନ ଦେଇ ଏହି ଅଂଚଳକୁ ବି୍ରଟିଶ ଭାରତରେ ମିଶାଇ ଦେଇଥିଲେ । ବ୍ରଜଜାନ ବୌଦ୍ଧଧର୍ମ ଏହି ଦେଶର ରାଜ ଧର୍ମ ରୁପେ ସ୍ୱୀକୃତି ପାଇଛି ଓ ବିଭିନ୍ନ ସମୟରେ ବର୍ଷା ଓ ଘଡ ଘଡି ହେଉଥିବାରୁ ଏହାକୁ ଡ୍ରାଗନ କିଙ୍ଗଡମ ବା କିଙ୍ଗଡମ ଅଫ ଥଣ୍ଡର ବୋଲି ମଧ୍ୟ କୁହାଯାଏ । ଭୁଟାନର ଲୋକମାନେ ନିଜର ପରିବେଶ ଓ ସ୍ୱତନ୍ତ୍ରତା ପାଇଁ ଅତ୍ୟନ୍ତ ଯତ୍ନ ଶିଳ ।୧୯୭୫ ମସିହା ପର୍ଯ୍ୟନ୍ତ ସେମାନେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉ ନଥିଲେ । ଏବେ ମଧ୍ୟ ବାହାର ଲୋକ ମାନଙ୍କ ପାଇଁ ଅନେକ କଟକଣା ରହି ଅଛି । ବାହାରେ ଶୈାଚ କରିବା ଅଳିଆ ପକାଇବା, ରାସ୍ତାରେ ଗଲା ବେଳେ ହର୍ଣ୍ଣ ମାରିବା ସେ ଦେଶରେ ଦଣ୍ଡନିୟ । ପରିବେଶ ନଷ୍ଟ ନହେବାପାଇଁ ସେ ଦେଶରେ ପ୍ରାୟ କଳ କାରଖାନା ନାହିଁ । ସବୁ ଆଡେ ଉଚ୍ଚା ଉଚ୍ଚା ପାହାଡ । ଚାଷ ଜମି ମଧ୍ୟ ନାହିଁ । ପଶୁ ପାଳନ ପର୍ଯ୍ୟଟନ ଓ ବିଦୁ୍ୟତ ଶକ୍ତି ବିକ୍ରୟ ଦ୍ୱାରା ସେମାନେ ରାଜସ୍ୱ ପାଆନ୍ତି । ଭୁଟାନ ଜାତି ସଂଘର ଜଣେ ସଭ୍ୟ । ଏଠାରେ ରାଜତନ୍ତ୍ର ଚାଲୁ ଅଛି । ମାତ୍ର ୨୦୦୭ ମସିହାରୁ ଭୁଟାନ ରାଜା ନିଜେ କ୍ଷମତାରୁ ଦୁରେଇ ଯାଇ ଲୋକ ପ୍ରତିନିଧି ମାନଙ୍କୁ କ୍ଷମତା ଦେଇ ଦେଇଛନ୍ତି । ସେ ନାମକୁ ମାତ୍ର ଶାସନ ମୁଖ୍ୟ ଅଟନ୍ତି । ମାତ୍ର ଭୁଟାନର ପ୍ରତ୍ୟେକ ନାଗରିକ ତାଙ୍କୁ ସମ୍ମାନ ଓ ଭକ୍ତି କରନ୍ତି । ପ୍ରତି ଘର ଓ ଦୋକାନରେ ତାଙ୍କର ଛବି ଦେଖିବାକୁ ମିଳେ । ତାଙ୍କର ବାକ୍ୟକୁ ଲୋକମାନେ ନିସଂକୋଚରେ ପାଳନ କରନ୍ତି ଓ ତାଙ୍କର ଆଦେଶ ଅନୁଯାୟି ଦେଶର ସମସ୍ତ କାର୍ଯ୍ୟରେ ଗଲାବେଳେ ଜାତୀୟ ପୋଷାକ ପରିଧାନ କରନ୍ତି । ବାଟରେ ଗଲା ବେଳେ ଆମେ ଦେଖିଲୁ ଧାଡି ଧାଡି ସ୍କୁଲ ପିଲାମାନେ ଜାତୀୟ ପତକା ଧରି ଠିଆ ହୋଇଛନ୍ତି । ସେଦିନ ସେହି ବାଟ ଦେଇ ରାଜା ଯିବାର ଥିବାରୁ ତାଙ୍କୁ ସମ୍ମାନ ଜଣାଇବା ପାଇଁ ତାଙ୍କର ଉଦେ୍ଦଶ୍ୟ ଥାଏ । ଆମ ଦେଶରେ କିନ୍ତୁ ମନ୍ତ୍ରୀ ମାନେ ଗଲେ କଳା ପତକା ହିଁ ତାଙ୍କ ବାଟରେ ଲୋକମାନେ ଦେଖାନ୍ତି ଓ ମୁର୍ଦାବାଦ ଧ୍ୱନି ଦିଅନ୍ତି । ପାହାଡିଆ ଘାଟି ରାସ୍ତାରେ ଦିର୍ଘ ପଥ ଯାତ୍ରା କଲାପରେ ଆମେ ଥୀମ୍ପୁରେ ପହଂଚିଲୁ ସେତେବେଳକୁ ଅନ୍ଧାର ହୋଇ ଆସିଲାଣି । ବର୍ଷା ସହ ଘଡ ଘଡି ଆରମ୍ଭ ହୋଇଯାଇଥାଏ । ଶିତୁଆ ପବନରେ ଦେହ ଥରୁଥାଏ । ଆମେ ଆମ ପାଇଁ ଉଦ୍ଦିଷ୍ଟ ହୋଟେଲ କୁବେରରେ ପହଂଚିଲୁ । ହୋଟେଲଟି ପରିଷ୍କାର ଓ ସୁନ୍ଦର । ପ୍ରବେଶ ପଥରେ ଧନପତି କୁବେରଙ୍କ ମୁର୍ତି ରହିଛି । ବୈାଦ୍ଧ ମାନେ ମଧ୍ୟ କୁବେରଙ୍କୁ ପୁଜା କରନ୍ତ । କ୍ଲାନ୍ତି ଲାଗିବାରୁ ନିଜ ନିଜର ରୁମକୁ ଯାଇ ବିଶ୍ରାମ ନେଲୁ । ପ୍ରବଳ ଥଣ୍ଡା ଯୋଗୁଁ ସବୁବେଳେ ରୁମ ହିଟର ଲାଗିଥାଏ । ରାତି ୯ ଟା ସମୟରେ ଡାଏନିଙ୍ଗ ରୁମକୁ ଆସି ରାତ୍ର ଭୋଜନ କଲୁ । ହୋଟେଲ ମାନଙ୍କରେ ବିଦେଶି ପାନିୟ ଖୋଲାରେ ମିଳେ । କୈାଣସି ପ୍ରତିବନ୍ଧକକ ନାହିଁ । ଜିଏ ଚାହୁଁ ଥାଏ ଖୋଲାଖୋଲି ପିଉ ଥାଏ । ଆମ ମ୍ମରୁ ଯେଉଁ ମାନେ ଆର୍ମିରେ ଥିଲେ ଏବ୍ୟବସ୍ଥା ଦେଖି ଖୁସି ହୋଇଗଲେ । ଏହାପରେ ରୁମକୁ ଯାଇ ବିଶ୍ରାମ କଲୁ ।
ସକାଳୁ ବର୍ଷା ଛାଡି ଯାଇ ଥାଏ । ସୂର୍ଯ୍ୟଙ୍କର କିରଣରେ ସବୁଆଡେ ଉଜ୍ୱଳ ଦେଖାଯାଉଥାଏ । ଥୀମ୍ପୁ ଭୁଟାନର ରାଜଧାନୀ ଓ ସବୁଠାରୁ ବଡ ସହର । ଏହାର ଲୋକସଂଖ୍ୟା ପ୍ରାୟ ୧ଲକ୍ଷ । ରେଡିଏଟ୍ ବା ଥୀମ୍ପୁ ନଦୀର ଉପତ୍ୟକାରେ ସହରଟି ଗଢି ଉଠିଛି । ଉପତ୍ୟକାଟି ପ୍ରାୟ ୧କିମି ଓସାର । ଉଭୟ ପାଶ୍ୱର୍ରେ ସୁନ୍ଦର ସୁନ୍ଦର ଘର ମାନ ଗଢି ଉଠିଛି । ସବୁ ଗୁଡିକ ଗୋଟିଏ ଶୈଳିରେ ତିଆରି । ଶହ ଶହ ଗାଡି ଚାଲୁଥିଲେ ମଧ୍ୟ କେହି ହର୍ଣ୍ଣ ମାରୁ ନଥାନ୍ତି । ଏହି ସହରରେ ଭୁଟାନର ନ୍ୟାସନାଲ ଆସେମ୍ବଲି ରାଜାଙ୍କର ଘର ଓ କାର୍ଯ୍ୟାଳୟ (ଡିଚେନ ଗ୍ୟାଲିଙ୍ଗ ପ୍ୟାଲେସ୍, ସାର୍କ ଭବନ) ଯେଉଁଠି ଅତିତରେ ସାର୍କ ସମ୍ମିଳନି ବସିଥିଲା, ଚଂ୍ୟାଖା ମନ୍ଦିର ଯାହା ଭିତରେ ଏକ ହଜାର ହାତ ବିଶିଷ୍ଟ ଅବଲେଶ୍ୱରଙ୍କ ମୂର୍ତି ରହିଛି, ନ୍ୟାସନାଲ ମ୍ୟୁଜିୟମ ଓ ପ୍ରଶିଦ୍ଧ ବୌଦ୍ଧ ମଠ ସିଚୋଡଙ୍ଗ ଅବସ୍ଥିତ । ସେଦିନ ରାତୀରେ ଥୀମ୍ପୁ ଠାରେ ରହି ପରଦିନ ସକାଳୁ ଭୁଟାନର ପୁରୁଣା ରାଜଧାନୀ ପୁନାଖା ଅଭିମୁଖେ ଯାତ୍ରା କଲୁ । ଥୀମ୍ପୁ ଠାରେ ଏହାର ଦୁରତା ୭୨ କି.ମି । ଓ-ଚୁ ଓ ମୋ-ଚୁ ନାମକ ଦୁଇଟି ନଦୀ ମଧ୍ୟରେ ଏହି ସହର ଅବସ୍ଥିତ । ଏହାର ଉପତ୍ୟକାଟି ବେଶ୍ ଓସାରିଆ ଓ ଏହି ଉପତ୍ୟକାରେ ନାନା ପ୍ରକାର ପନିପରିବା ସେଓ ନାସପାତି ଓ ଅଙ୍ଗୁର ‘ଳ ଚାଷ ହୋଇଥାଏ । ଭୁଟାନର ପ୍ରଶିଦ୍ଧ ରେଡ ରାଇସ ଏଠାରେ ମିଳେ । ପୁନାଖା ଡଙ୍ଗ ନାମରେ ଏକ ବିଶାଳ ବୈାଦ୍ଧ ମଠ ଏଠାରେ ରହିଛି । ଏହାର ଜଳ ବାୟୁ କିଂଚିତ ଉଷ୍ମ ଥିବାରୁ ଶିତ ଦିନେ ମୁଖ୍ୟ ବୈାଦ୍ଧଲାମା ମାନେ ଏଠାରେ ବିଶ୍ରାମ ନିଅନ୍ତି ।
ପୁନାଖାରୁ ଫେରି ଥିମ୍ପୁରେ ପୁଣି ରାତ୍ରୀ ଯାପନ କଲୁ ଓ ତା ପର ଦିନ ଅନ୍ୟଏକ ସୁନ୍ଦର ସହର ପାରୋ ଅଭିମୁଖେ ଯାତ୍ରା କଲୁ । ଥୀମ୍ପୁ ଠାରୁ ପାରୋର ଦୂରତା ପ୍ରାୟ ୫୦ କି.ମି,ଉଚ୍ଚା ପାହାଡ ଓ ନଦୀ ଉପତ୍ୟକା ଦେଇ ରାସ୍ତା ଯାଇଛି । ପାହାଡ ଗୁଡିକ ବୃକ୍ଷ ଶୂନ୍ୟ । ସହର ମଝିରେ ପାରୋ ନଦୀ ବହି ଯାଇଛି । ଏହି ସହରରେ ଭୁଟାନର ଏକ ମାତ୍ର ବିମାନ ବନ୍ଦର ଅବସ୍ଥିତ । ସେଠାରେ ପହଂଚି ହୋଟେଲ ହିଲ ଭ୍ୟୁରେ ରହିଲୁ । ଏଠାରେ ମଧ୍ୟ ପ୍ରବଳ ଥଣ୍ଡା । ସକାଳୁ ପାରୋ ସହର ଭିତର ବୁଲି ସହର ଠାରୁ ୩୦ କି.ମି ଦୂର ଚେଲାଲା ପାସ କୁ ଗଲୁ । ଘାଟି ରାସ୍ତାରେ ଆହୁରି ୩୦୦୦ ଫୁଟ ଉଚ୍ଚତାକୁ ଉଠିଲୁ । ଘନ ପାଇନ ଜଙ୍ଗଲ ଦେଇ ରାସ୍ତା ଯାଇଛି । ନାନା ପ୍ରକାର ଫୁଲ ଫୁଟିଛି । ଧିରେ ଧିରେ ପବନ ଥଣ୍ଡା ଲାଗିଲା । ରାସ୍ତା କଡରେ ସ୍ଥାନେ ସ୍ଥାନେ ବରଫ ପଡି ଥିବାର ଦେଖିଲୁ । ଧାଡି ଧଡି ଚମରି ଗାଈ ମାନ ବୋଝ ବୋହି ଚାଲିଥାନ୍ତି । ଏହାକୁ ଭୁଟାନରେ ୟାକ କୁହନ୍ତି । ଏମାନେ ଭୁଟାନର ଲୋକଙ୍କୁ ବଂଚିବାର ସମସ୍ତ ଉପାଦାନ ଯୋଗାଇ ଦିଅନ୍ତି ।
ସମୁଦ୍ର ପତନରୁ ୧୨୦୦୦ ଫୁଟ ଉପରେ ରହିଛି ଚଲାଲା ପାସ । ପ୍ରବଳ ଥଣ୍ଡା ପବନ ବହୁଥାଏ । ଚାରିଆଡେ ବରଫ ପଡିଥାଏ । ପାହାଡ ଉପରେ ହଜାର ହଜାର ରଙ୍ଗିନ ପତକା ଉଡୁଥାଏ । ଗୃହର ଶାନ୍ତି ପାଇଁ ଏଭଳି ପତକା ବାନ୍ଧିବା ଭୁଟାନର ପରମ୍ପରା । ଶହ ଶହ ଭ୍ରମଣକାରି ସେଠାରେ ପହଂଚିଥାନ୍ତି । ଛୋଟ ଅସ୍ଥାୟି ବଜାର ଟିଏ ବସି ଥାଏ । ବରଫର ସେ ବିସ୍ତୃତ ଆବରଣ ଦେଖିଲା ପରେ ଆମର ଯାତ୍ରା ସଫଳ ହେଲା ବୋଲି ଭାବିନେଲୁ । ହିମାଳୟ କୋଳରେ ବୁଲିବା ଭାଗ୍ୟରେ ଥିଲେ ସମ୍ଭବ ହୋଇଥାଏ । ଦୂରରେ ଶହ ଶହ ବରଫା ବୃତ ଶୃଙ୍ଗ ଦେଖା ଯାଉଥାଏ । ଡ୍ରାଇଭର କହିଲା ବର୍ଷର ୧୨ ମାସ ତା ଉପରେ ବରଫ ରହେ । ସେମାନଙ୍କ ମଧ୍ୟରେ ରହିଛି ଭୁଟାନର ଉଚ୍ଚତମ ଶୃଙ୍ଗ ଗାଙ୍ଗଖାର ପୁନସଙ୍ଗ ଯାହାର ଉଚ୍ଚତା ୨୩୦୦୦ ଫୁଟ ଓ ତାହା ଉପରେ ଏପର୍ଯ୍ୟନ୍ତ ଲୋକଙ୍କର ପାଦ ପଡିନି । ପାହାଡ ତଳକୁ ଆଉ ଏକ ଗ୍ରାମ ଯାହାର ନାମ ‘ହା’ । ଆର କଡରେ ତିବତ୍ର ସୀମା । ଆଗରୁ ସେହି ବାଟେ ଯିବା ଆସିବା ହେଉଥିଲା । ସୀମା ବିବାଦ ପରେ ସବୁ ବନ୍ଦ ହୋଇ ଯାଇଛି ।
ଏହା ପରେ ଫେରିବାର ସମୟ । ସାଇଁ ସାଇଁ ଥଣ୍ଡା ପବନ ବହୁଥାଏ । ପାରୋରେ ପହଂଚି ଭୁଟାନର ସବୁଠାରୁ ବଡ ବୈାଦ୍ଧ ମଠ ରିନ୍ପାଙ୍ଗଡଙ୍କ କୁ ଦେଖିବାକୁ ଗଲୁ । ପାରୋ ଠାରୁ ପ୍ରାୟ ୧୦ କି.ମି ଦୂରରେ ଆହୁରି ୩୦୦୦ ଫୁଟ ଉଚ୍ଚରେ ଟାଇଗର ନେଷ୍ଟ ନାମକ ଏକ ପବିତ୍ର ସ୍ଥଳି ରହିଅଛି । କିମ୍ବଦନ୍ତି କହେ ବହୁ ବର୍ଷ ତଳେ ବୈାଦ୍ଧ ଗୁରୁ ରିନକୋଚେ ବାଘ ଉପରେ ବସୀ ଏଠାରେ ପହଂଚିଥିଲେ ଓ ଭୁଟାନରେ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ସେଠାକି ଯିବାକୁ ହେଲେ ୩ ଘଂଟା ଚାଲି ଯିବାକୁ ହେବ । ଦୂରରୁ ଆମେ ହାତ ଯୋଡି ପ୍ରଣାମ ଜଣାଇଲୁ । ପାରୋ ସହରରୁ ବିଭିନ୍ନ ଦୋକାନରୁ ଯାଇ ଅନେକ ଭୁଟାନ ଦେଶର ସାମଗ୍ରୀ ସଂଗ୍ରହ କଲୁ ଓ ହୋଟେଲ କୁ ଫେରି ଅସି ବିଶ୍ରାମ ନେଲୁ । ଭୁଟାନରେ ଏହା ଥିଲା ଆମର ଚତୁର୍ଥ ରାତ୍ରୀ ରହଣି । ପର ଦିନ ସକାଳୁ ଆମକୁ ଫେରିବାକୁ ହେବ । ଛୋଟ ଦେଶଟିଏ ହେଲେ ମଧ୍ୟ ସବୁ ଲୋକଙ୍କ ମୁହଁରେ ହସ ଲାଗି ରହିଛି । କେହି ବିରକ୍ତି ହେବାର ନାହିଁ । ହୋଟେଲ ଓ ଦୋକାନରେ ମୁଖ୍ୟତଃ ଝିଆ ମାନେ କାମ କରନ୍ତି । ସେମାନଙ୍କର ଖୋଲା ବ୍ୟବହାର ମନ କିଣି ନିଏ । ଏହି ଦେଶଟି ଆୟତନ ଓ ସଂପଦରେ କ୍ଷୁଦ୍ର ହେଲେ ମଧ୍ୟ ଲୋକ ମାନଙ୍କୁ ସୁଖ ଓ ଶାନ୍ତି ଦେଇ ପାରୁଛି । ଯାହା ଆମ ପକ୍ଷରେ ସଂମ୍ଭବ ନୁହେ । ଏହି ମହା ଶିକ୍ଷା ନେଇ ଆମେ ଭୁଟାନରୁ ଫେରି ଆସିଲୁ ।
ତା ପର ଦିନ ପାରୋରୁ ଫେରି ବାଟରେ ଏକ ବିଦୁ୍ୟତ ପ୍ରକଳ୍ପ ଦେଖିଲୁ । ଭୁଟାନ ଦେଶରେ ଏହି ଭଳି ପକଳ୍ପ ବହୁତ ଅଛି ଓ ବିଦୁ୍ୟତ ଶକ୍ତି ରପ୍ତାନୀ ଦେଶର ଏକ ମୁଖ୍ୟ ଆୟ । ସନ୍ଧ୍ୟା ୫ଟା ସମୟରେ ଭାରତର ସୀମାନ୍ତ ସହର ଜୟଗାଁ ରେ ପହଂଚିଲୁ । ସେହି ବିରକ୍ତି କର ଦୃଶ୍ୟ । ସବୁଆଡେ କୋଳାହଳ । ଗାଡି ମଟରର ପେଁ ପାଁଁ ଶଦ୍ଦ । ପୋଲିସର ଠେଙ୍ଗା ଉଚେଇବାର ଦୃଶ୍ୟ । ସବୁଆଡେ ଅସ୍ଥିର ଓ ଅଶାନ୍ତି । ଏସବୁ ଦେଖି ମନେ ହେଲା ସତେ ଯେମିତି ଆମେ ୫ଟି ଦିନ ସ୍ୱର୍ଗ ରାଜ୍ୟରେ ଥିଲୁ । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published. Required fields are marked *