ଗାନ୍ଧୀ ଜଣେ ବିଫଳ ପିିତାର ପରିଚୟ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ମହାତ୍ମା ଗାନ୍ଧିଙ୍କ ଅଣ ନାତୁଣୀ ତଥା ତାଙ୍କର ବଡ ପୁଅ ହରିଲାଲଙ୍କ ନାତୁଣୀ ନିର୍ମଳା ପାରିଖ ହରିଲାଲଙ୍କ ଜୀବନି ବିଷୟରେ ଏକ ବହି ଲେଖିଛନ୍ତି । ଯାହାର ନାମ ହେଉଛି, ““Harilal, The lost jewel of Gandhi’। ଏହି ପୁସ୍ତକରେ ଏକ ବୁଦ୍ଧିମାନ ଓ ଉଦ୍ୟମଶିଳ ହରିଲାଲ କିପରି ତାଙ୍କ ପିତା ଗାନ୍ଧିଜୀଙ୍କର ଚରମ ଅବହେଳାର ଶିକାର ହୋଇ ଜୀବନରେ ଚରମ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ ତାହାହିଁ ବର୍ଣ୍ଣନା ହୋଇଛି ।
ବିଂଶ ଶତାଦ୍ଦିର ଶ୍ରେଷ୍ଠ ପୁରୁଷ ରୁପେ ମହାତ୍ମା ଗାନ୍ଧି ବିଶ୍ୱ ବାସୀଙ୍କ ଦ୍ୱାରା ସ୍ୱୀକୃତି ଲାଭ କରିଛନ୍ତି । କୋଟି କୋଟି ଭାରତୀୟ ତାଙ୍କୁ ଜାତୀର ପିତା ଓ ମହାତ୍ମା ବୋଲି ସଂବୋଧନ କରି ତାଙ୍କ ପ୍ରତି ଗଭିର ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଏହି ମହାମାନବତ୍ୱର ଅନ୍ତରାଳରେ ନିଜ ସନ୍ତାନ ମାନଙ୍କ ପ୍ରତି ଚରମ ଅବହେଳା ଗାନ୍ଧିଙ୍କ ଚରିତ୍ରର ଏକ କଳା ଦାଗ ରୁପେ ରହି ଯାଇଛି । ତାଙ୍କର ବ୍ୟକ୍ତିତ୍ୱ ଓ ସମ୍ମାନର ସୁବିଧା ନେଇ ତାଙ୍କର କୈାଣସୀ ସନ୍ତାନ କାଳେ ସମାଜରେ ପ୍ରତିଷ୍ଠିତ ହୋଇଯିବେ ଏଥିପାଇଁ ସେ ଅତ୍ୟନ୍ତ ସତର୍କ ଥିଲେ । ତାଙ୍କର ସନ୍ତାନ ମାନଙ୍କୁ ସେ ସମାଜ ଠାରୁ ସବୁବେଳେ ଦୁରେଇ ରଖୁଥିଲେ । ଉଚ୍ଚ ଶିକ୍ଷା ଦେବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ଏବଂ ଏହି ଅବହେଳାର ସବୁଠାରୁ ଅଧିକ ଶିକାର ହୋଇଥିଲେ ତାଙ୍କର ବଡ ପୁଅ ହରିଲାଲ୍ ।
ହରିଲାଲ ୧୮୮୮ ମସିହାରେ ଅଗଷ୍ଟ ୨୩ ତାରିଖ ଦିନ ରାଜକୋଟ ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସମୟରେ ଗାନ୍ଧିଜୀ ଅତ୍ୟନ୍ତ କାମାଶକ୍ତ ରହୁଥିଲେ । ଏପରିକି ନିଜର ପିତା ମୃତୁ୍ୟ ସଯ୍ୟାରେ ପଡିଥିଲା ବେଳେ ସେ ପତ୍ନିଙ୍କ ଶୟନ କକ୍ଷରେ ଥିଲେ । ପରେ ସେ ଏଥିପାଇଁ ଅତ୍ୟନ୍ତ ଅନୁତପ୍ତ ହେଲେ ଓ ବଡ ପୁଅ ହରିଲାଲକୁ କାମନାର ପାପ ଫଳ ବୋଲି ଘୃଣା କରିବାକୁ ଲାଗିଲେ ।
ଘଟଣା କ୍ରମରେ ଗାନ୍ଧିଜୀ ଦକ୍ଷୀଣ ଆଫ୍ରିକାକୁ ଯାତ୍ରା କଲେ । ସେଠାରେ ପ୍ରବାସି ଭାରତୀୟ ମାନଙ୍କ ପାଇଁ ସରକାରୀ ବିରୋଧି ଆନେ୍ଦାଳନର କର୍ଣ୍ଣଧାର ସାଜିଲେ । ଏହି ଆନେ୍ଦାଳନରେ ଯୋଗ ଦେଇ ହରିଲାଲ ୬ ଥର ଜେଲ ଯାଇଥିଲେ । ଏଥିପାଇଁ ଲୋକମାନେ ତାଙ୍କୁ ଛୋଟ ଗାନ୍ଧି ବୋଲି କହୁଥିଲେ । ହରିଲାଲ ଜଣେ ବୁଦ୍ଧିମାନ ଓ ଉଚ୍ଚାଭିଳାଶି ଯୁବକ ଥିଲେ । ବିଦେଶ ଯାଇ ବାପାଙ୍କ ଭଳି ବାରିଷ୍ଟର ହେବାକୁ ସେ ଇଚ୍ଛା କରିଥିଲେ । ନିଜେ ବାରିଷ୍ଟର ହୋଇଥିଲେ ମଧ୍ୟ ଗାନ୍ଧିଜୀ ଏଥିରେ ଆପତି ଉଠାଇଲେ । ସେ କହିଲେ ବିଦେଶି ଶିକ୍ଷା ବଦଳରେ ଚରିତ୍ର ଗଠନ ଓ ଶାରୀରିକ ଶ୍ରମ ଉତମ ଅଟେ । ତାଙ୍କର ଦ୍ୱିତୀୟ ପୁତ୍ରକୁ ଗାନ୍ଧିଜୀ ଆଶ୍ରମରେ ଥିବା ଚାଷ ଜମିରେ ମାଟି ହାଣିବା କାମରେ ଲଗାଇ ଦେଲେ । ମାତ୍ର ହରିଲାଲ ଏଥିରେ ଆପତି ଉଠାଇଲେ । ଗାନ୍ଧିଜୀଙ୍କର ଜଣେ ବନ୍ଧୁ ତାଙ୍କୁ ବିଦେଶ ଯିବା ପାଇଁ ବୃତି ଦେଲେ ମଧ୍ୟ ସେ ସେହି ବୃତିକୁ ଅନ୍ୟ ମାନଙ୍କୁ ଦେଇ ଦେଲେ । ବିବାହ କରିବାକୁ ଇଚ୍ଛା ହେଲେ ମଧ୍ୟ ଗାନ୍ଧିଜୀ ସେଥିରେ ଆପତି ଉଠାଇଲେ । କହିଲେ କମ ବୟସରେ ବିବାହ କରିବା ଉଚିତ୍ ନୁହେଁ । ଏଥିରେ ଅସନ୍ତୁଷ୍ଟ ହୋଇ ହରିଲାଲ ୧୯୧୧ ମସିହାରୁ ପରିବାର ସହ ସଂପର୍କ ଛିନ୍ନ କଲେ ଓ ଭାରତକୁ ଚାଲି ଆସିଲେ ।
ଭାରତରେ ପହଂଚି ସେ ଗୋଲାବ ଗାନ୍ଧିଙ୍କୁ ବିବାହ କଲେ । ତାଙ୍କର ରାଣୀ, ମାନୁ, କାନ୍ତିଲାଲ, ରସିକଲାଲ ଓ ଶାନ୍ତିଲାଲ ନାମରେ ଦୁଇଟି ଛିଅ ଓ ତିନୋଟି ପୁଅ ହେଲେ । ସେ ନିଜେ ଧନି ହେବା ପାଇଁ ବିଭିନ୍ନ ବ୍ୟବସାୟ ଆରମ୍ଭ କଲେ । ମାତ୍ର ଗାନ୍ଧିଜୀ କାଳେ ତାଙ୍କ ନାମର ସୁଯୋଗ ନେଇ ସେ ଫାଇଦା ଉଠେଇବେ ଏଥିପାଇଁ ବିଭିନ୍ନ ଲୋକଙ୍କୁ ପତ୍ର ଦେଇ ବ୍ୟବସାୟରେ ବାଧା ସୃଷ୍ଟି କଲେ । ତାଙ୍କର ବହୁ କ୍ଷତି ହେଲା । ଅବହେଳାରେ ଦୁଇଟି ପୁଅ ମରିଗଲେ । ସ୍ତ୍ରୀ ପିଲାଙ୍କୁ ଧରି ବାପ ଘରକୁ ଚାଲିଗଲେ । ୧୯୧୮ ମସିହାରେ ତାଙ୍କର ସ୍ତ୍ରୀ ଙ୍କର ଇନଫ୍ଲ୍ୟୁଏଞ୍ଜା ରୋଗରେ ମୃତୁ୍ୟ ଘଟିଲା । ସେ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । ଗାନ୍ଧି ଏଥିରେ ପୁଣି ବାଧା ସୃଷ୍ଟି କଲେ । ସେତେ ବେଳକୁ ଗାନ୍ଧି ଭାରତକୁ ଆସି ମହା ମାନବରେ ପରିଣତ ହେଲେଣି । ସବୁଆଡେ ତାଙ୍କର ଜୟ ଜୟ କାର ଧ୍ୱନୀ । ଦ୍ୱିତୀୟ ବିବାହରେ ବିଫଳ ହୋଇ ହରିଲାଲ କୁ-ପଥରେ ପାଦ ଦେଲେ । ସବୁବେଳେ ମଦ୍ୟପାନ କରି ବେଶ୍ୟା ଶକ୍ତ ହୋଇ ପଡିଲେ । ଆଡେ ସାଡେ ଘୁରି ବୁଲିଲେ । ଶେଷକୁ ୧୯୩୬ ମସିହାରେ ସେ ଇସଲାମ ଧର୍ମରେ ଦିକ୍ଷିତ ହେଲେ ଓ ନିଜର ନାଁ ରଖିଲେ ଅବ୍ଦୁୁଲା ଗାନ୍ଧି । ଗାନ୍ଧିଙ୍କ ବିରୋଧି ଲୋକଙ୍କର ହାତ ବାରିଶି ହୋଇ ସେ ଗାନ୍ଧିଙ୍କ ବିରୁଦ୍ଧରେ ଲେଖା ମାନ ପ୍ରକାଶ କଲେ । ତାଙ୍କର ଏଭଳି ଆଚରଣ ପାଇଁ ଉଭୟ ଗାନ୍ଧି ଓ କସ୍ତୁରବା ଅତ୍ୟନ୍ତ ବିବ୍ରତ ଥିଲେ । ଗାନ୍ଧିଜୀଙ୍କ ଭାଷାରେ ଭାରତର ସ୍ୱାଧିନତା ତାଙ୍କ ପକ୍ଷରେ ଯେତିକି ସମସ୍ୟା ସୃଷ୍ଟି କରୁଛି ତା ଠାରୁ ହରିଲାଲ ସମସ୍ୟା ଆହୁରି ଗୁରୁତର । ମାଁ କସ୍ତୁରବା ମଧ୍ୟ ବିକଳରେ ଘରକୁ ଫେରିବା ପାଇଁ ପୁଅକୁ ଅନେକ ଚିଠି ଲେଖିଥିଲେ । ମାତ୍ର ସବୁ ବିଫଳ ହେଲା । ଅବଶ୍ୟ ମାଙ୍କ ଅନୁରୋଧରେ ହରିଲାଲ ଆର୍ଯ୍ୟ ସମାଜ ଦ୍ୱାରା ଆଉଥରେ ହିନ୍ଦୁ ହେଲେ ଓ ନିଜର ନାମ ହିରାଲାଲ ରଖିଲେ ।
୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଦିନ ବିରଳା ଭବନରେ ଆତତାୟି ହାତରେ ଗାନ୍ଧିଜୀଙ୍କର ମୃତୁ୍ୟ ଘଟିଲା । ଗାନ୍ଧିଜୀ ହରିଲାଲକୁ ତେଜ୍ୟ ପୁତ୍ର କରିଥିଲେ । ତାଙ୍କର ଦ୍ୱିତୀୟ ପୁତ୍ର ମଣିଲାଲ ଦକ୍ଷିଣ ଆଫି୍ରକାରେ ଥିଲେ । ତେଣୁ ତୃତୀୟ ପୁତ୍ର ରାମଦାସ ଗାନ୍ଧିଙ୍କ ମୁଖାଗ୍ନି ଦେଇଥିଲେ । ହରିଲାଲ ଛଦ୍ମ ବେଶରେ ଆସି ସମସ୍ତଙ୍କ ଅଜାଣତରେ ପିତାଙ୍କର ଶେଷ ଦର୍ଶନ କରିଯାଇଥିଲେ ।
୧୯୪୮ ମସିହା ଜୁନ ୧୮ ତାରିଖ ଦିନ ଗୋଟିଏ ଅଜଣା ଲୋକ ବମ୍ବେର ଗୋଟିଏ ହସପିଟାଲରେ ଭର୍ତି ହେଲେ । ଲୋକଟି ଭିକାରି ଭଳି ଲାଗୁଥିଲା । ମୁହଁରେ ଲମ୍ବା ଦାଢିଥିଲା, ଦେହରେ ଛିଣ୍ଡା ପୋଷାକ ଥିଲା, କାଶିଲେ ରକ୍ତ ପଡୁଥିଲା । ପରିକ୍ଷା ପରେ ଜଣା ପଡିଲା ସେ ଟି.ବି ଓ ସିଫଲିସ୍ ରୋଗରେ ଆକ୍ରାନ୍ତ ଥିଲା । ସେହି ଦିନ ତାର ମୃତୁ୍ୟ ଘଟିଲା । ପରେ ଜଣା ପଡିଲା ସେ ଅଜଣା ଲୋକଟି ଜାତୀର ପିତା ମହାତ୍ମା ଗାନ୍ଧିଙ୍କର ବଡ ପୁଅ ହରିଲାଲ ଗାନ୍ଧି ।
ହରିଲାଲଙ୍କର କର୍ମ ଜୀବନକୁ ନେଇ ଫିରୋଜ ଆବାସ ଖାଁ “ଗାନ୍ଧି ମାଇଁ ଫାଦର’’ ନାମରେ ଏକ ଚଳଚିତ୍ର ନିର୍ମାଣ କରିଛନ୍ତି । ୨୦୦୭ ମସିହାରେ ଏହା ମୁକ୍ତି ଲାଭ କରିଥିଲା ।
ଭାରତୀୟ ରାଜନିତୀରେ ପାରିବାରିକ ସଂପର୍କକୁ ନେଇ କ୍ଷମତାର ଧାରା ପୁଅ, ନାତି ଓ ଅଣ ନାତିଙ୍କ ପର୍ଯ୍ୟନ୍ତ କିପରି ପ୍ରବାହିତ ହେଉଛି ତାହା ସମସ୍ତେ ଜାଣନ୍ତୁ । ୧୯୨୯ ମସିହାରେ ମୋତିଲାଲ ନେହେରୁ ନିଜେ କଂଗ୍ରେସ ସଭାପତି ପଦ ଛଡିବା ବେଳେ ନିଜ ପୁଅ ଜବାହାର ଲାଲଙ୍କୁ ସେହି ପଦରେ ବସାଇ ଥିଲେ । ସେହି ଦିନ ଠାରୁ କଂଗ୍ରେସ ଦଳ ଓ ପରେ କଂଗ୍ରେସ ସରକାର ନେହେରୁ ପରିବାରର ବ୍ୟକ୍ତିଗତ ସଂପତିରେ ପରିଣତ ହୋଇଛି । ଏଭଳି ସ୍ଥଳରେ ଗାନ୍ଧିଜୀ ନିଜ ସନ୍ତାନ ମାନଙ୍କୁ କୌଣସି ରାଜନୈତୀକ ସୁବିଧା ଦେଲେ ତ ନାହିଁ ବରଂ ସେମାନଙ୍କର ସ୍ୱଉଦ୍ୟମରେ ବଡ ହେବାର ଚେଷ୍ଟାକୁ ବାଧା ଦେଇ ଏକ ବିଫଳ ପିତା ରୁପେ ଇତିହାସରେ ରହିଗଲେ ।

Leave a Reply

Your email address will not be published. Required fields are marked *