ପ୍ରାକୃତିକ ଦୁର୍ବିପାକ ବେଳେ ନେତାଙ୍କର ରଡ଼ି ଶୁଭୁନାହିଁ କାହିଁକି?

ଦେଶ କିମ୍ବା ରାଜ୍ୟରେ ଘଟି ଯାଉଥିବା ଦୁର୍ବିପାକ ସମୟରେ ରାଜନୈତୀକ ଦଳଙ୍କର ଭୂମିକା କଣ ହେବା ଉଚିତ? ଏହି ପ୍ରଶ୍ନ ଆଜି ସମସ୍ତଙ୍କ ମନରେ ଉଙ୍କି ମାରିଛି । ବିଗତ ୨୦ ବର୍ଷ ମ୍ମରେ ଓଡ଼ିଶା ବାରମ୍ବାର ପ୍ରକୃତିର ଧ୍ୱଂସ ଲିଳାର ଶିକାର ହୋଇଛି । ୧୯୯୯ ମହାବାତ୍ୟା ଥିଲା ଏ ଶତାଦ୍ଦିର ପ୍ରକୃତିର ଶ୍ରେଷ୍ଠ ଧ୍ୱଂସ ତାଣ୍ଡବ । ତା ପରେ ପରେ ଫାଇଲିନ ହୁଡ ହୁଡ ଭଳି ଅନେକ ବାତ୍ୟା ଓ ଚଳିତ ବର୍ଷ ଫନି ମହାବାତ୍ୟା ଏ ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଶ୍ରୀକ୍ଷେତ୍ର ପୁରୀ ଓ ରାଜଧାନୀ ଭୁବନେଶ୍ୱର ଏହି ମହାବାତ୍ୟାରେ ସଂପୂର୍ଣ୍ଣ ରୁପେ ଛାରଖାର ହୋଇଯାଇଛି । ପ୍ରଚଣ୍ଡ ଗରମରେ ଲୋକମାନେ ପାଣି ଟୋପାକ ପାଇଁ ଚିକôାର କରୁଛନ୍ତି ଓ ଇଶ୍ୱରଙ୍କୁ ଡାକିବା ଛଡା ସେମାନଙ୍କ ଅନ୍ୟ ଗତି ନାହିଁ ।
ଆଶ୍ଚର୍ଯ୍ୟର କଥା ଯେ, ବିଗତ ଅନେକ ଦୁର୍ବିପାକ ସମୟରେ ଦେଶର ରାଜନୈତିକ ଦଳ ସ୍ୱେତ୍ସାସେବି ଅନୁଷ୍ଠାନ ମାନଙ୍କର ଭୂମିକା ଅତି ନଗଣ୍ୟ ହୋଇ ପଡିଛି । ଆମ ରାଜ୍ୟରେ ତିନୋଟି ପ୍ରମୁଖ ରାଜନୈତିକ ଦଳ ମାନଙ୍କର ଦୃଢ ସଂଗଠନ ଅଛି । ପ୍ରତି ଗାଁ ଗଣ୍ଡାରେ ସେମାନଙ୍କର କର୍ମି ରହିଛନ୍ତି । ବର୍ଷକୁ ଅନେକ ବାର ସମାବେଶ ନାମରେ କର୍ମି ମାନଙ୍କୁ କାର୍ଯ୍ୟରେ ଲଗା ଯାଉଛି । ଏହି ଦଳ ମାନେ ବିଭିନ୍ନ ସମୟରେ ମିଲ ମାଲିକ, ଖଣି ମାଲିକ ଓ ମଦ କମ୍ପାନିଙ୍କ ଠାରୁ ଚାନ୍ଦା ଆକାରରେ କୋଟି କୋଟି ଟଙ୍କା ପାଇଥାନ୍ତି । ଏମ.ଏଲ.ଏ. ଓ ଏମ.ପି ମାନଙ୍କୁ ସେମାନଙ୍କ ଇଚ୍ଛାଧିନ ଖର୍ଚ୍ଚ ପାଇଁ ହାତ ପାଣ୍ଠି ଆକାରରେ କୋଟି କୋଟି ଟଙ୍କା ଦିଆ ଯାଉଛି । ଏହି ଟଙ୍କା କିଭଳି ଖର୍ଚ୍ଚ ହୁଏ? ଫାଇଦା କିଏ ପାଏ ? ତାହା ଆଉ କାହାରିକୁ ଅଛପା ନାହିଁ । ଦେଶ ସେବା କରୁଛନ୍ତି ବୋଲି କହିଲେ ମଧ୍ୟ ସେମାନେ ନିଜ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଦରମା, ଭତା. ଡାକ୍ତରୀ ସେବା ଓ ଗ୍ରସ୍ତ ଖର୍ଚ୍ଚର ବ୍ୟବସ୍ଥା କରି ଅଛନ୍ତି । ଦ୍ୱୀପ ତେଜିଲେ ହାତ ଚିକଣ ଭଳି ଏମାନଙ୍କ ହାତରେ ଥିବା କର୍ମି ମାନେ ମଧ୍ୟ ଶାସନରୁ ବେଶ ଫାଇଦା ପାଇଥାନ୍ତି । ଏପରିକି ସମାଜ ସେବା କରିବାପାଇଁ ରାଜ୍ୟର ଅର୍ଥରେ ସରକାରୀ ଦଳ ଏକ ଯୁବ ବାହିନି ମଧ୍ୟ ଗଠନ କରିଛନ୍ତି । ମାତ୍ର ଏସବୁ ପୋଥି ବାଇଗଣ ଭଳି ବହିରେ ରହିଗଲା । ଲୋକଙ୍କର ବିପଦ ସମୟରେ ମୁଠାଏ ଚୁଡା ବା ବୋତଲେ ପାଣି ଦେବାକୁ କେହି ବାହାରିଲେ ନାହିଁ । ନେତା ମାନଙ୍କ ରଡି ଆଉ ଶୁଭୁନାହିଁ । ସମସ୍ତେ ଘର କୋଣରେ ମୁହଁ ଛୁପାଇ ବସିଛନ୍ତି । ଆନ୍ଧ୍ର, ବଙ୍ଗଳା ଓ ପଞ୍ଜାବର ଶିଖ୍ ମାନେ ଆମକୁ ସେବା ପ୍ରଦାନ କରୁଛନ୍ତି ।
ସ୍ୱାଧିନତା ପୂର୍ବରୁ ଗାନ୍ଧିଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳ ଲୋକ ସେବାକୁ ସେମାନଙ୍କର ଏକ ନଂ କର୍ତବ୍ୟ ବୋଲି ଧରି ନେଇଥିଲେ । ଜନ ମଙ୍ଗଳ ପାଇଁ ଗାନ୍ଧି କଂଗ୍ରେସର ବଜେଟ୍ ସରକାରଙ୍କ ବଜେଟ୍ ଠାରୁ ବହୁତ ଥିଲା । ଦୈବି ଦୁର୍ବିପାକ ପଡିଲେ ଚୁଡା ଚାଉଳ ଧରି ଲୋକଙ୍କ ପାଖରେ ସରକାରଙ୍କ ଅପେକ୍ଷା କଂଗ୍ରେସ କର୍ମି ଶିଘ୍ର ପହଂଚି ଯାଉଥିଲା । ଦେଶର ପ୍ରତି କୋଣରୁ ଗାନ୍ଧିଙ୍କ ପାଖକୁ ଏଥିପାଇଁ କୋଟି କୋଟି ଟଙ୍କା ଆସୁଥିଲା । ବିରଳା, ବଜାଜ୍ ଓ ସାରା ଭାଇଙ୍କ ଭଳି ଶିଳ୍ପପତି ମାନେ ଅକାତରେ ଗାନ୍ଧିଙ୍କୁ କୋଟି କୋଟି ଟଙ୍କା ଦେଉଥିଲେ । ମାତ୍ର ଗାନ୍ଧି ଏସବୁ ଟଙ୍କାର କଡାକ୍ରାନ୍ତିି ହିସାବ ଲେଖି ରଖୁଥିଲେ । ଆମ ରାଜ୍ୟର ଡଭାର ମରୁଡି ବେଳେ ଗାନ୍ଧିଙ୍କ ସାହାଯ୍ୟ ପ୍ରଥମେ ପହଂଚି ଥିଲା । ସେଥିପାଇଁ ଗୋପବନ୍ଧୁ ତାଙ୍କୁ କୋଟି କୋଟି ଭାରତୀୟଙ୍କ ହୃଦୟର ଲାଟ ସାହେବ ବୋଲି କହିଥିଲେ । ଏବେ ମଧ୍ୟ ଲୋକମାନେ ଠକର ବାପା ଓ ଇଶ୍ୱରୀ ଲାଲ ବ୍ୟାସଙ୍କ କଥା ମନେ ରଖିଛନ୍ତି ।
ସେତେବେଳେ ବଢି ମରୁଡି ଆସିଲେ ଓଡ଼ିଶାର କଂଗ୍ରେସ ନେତା ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୈାଧୁରୀ, ନବ କୃଷ୍ଣ ଚୈାଧୁରୀ, ରାମା ଦେବ. ଅନ୍ନପୂଣ୍ଣା ମହାରଣା ଓ ଆଚାର୍ଯ୍ୟ ହରିହର ଲୋକଙ୍କ ପାଖକୁ ଚୁଡା ଚାଉଳ ଧରି ପହଂଚି ଯାଉଥିଲେ । ଘରେ ରୋଗିଣା ପୂଅକୁ ଛାଡି ଗୋପବନ୍ଧୁ ନା ରେ ବସି ବଢି ଅଂଚଳକୁ ଯାଇଥିଲେ । ଫେରିଲା ବେଳକୁ ପୁଅ ମରିଯାଇଥିଲା ଓ ସେ କହିଲେ ମୋର ଗୋଟିଏ ପୁଅ ସିନା ଗଲା ମାତ୍ରା ଶହେ ପୂଅ ବର୍ତିଗଲେ । ସେମାନେ ଗାଉଥିଲେ, “ଯେଉଁ ଠାରେ ବେସି ଲୁହେ ପ୍ରଭୂ ସେହିଠାକୁ ମୋତେ ନିଅ । ମନରେ ସାହାସ ଭରିଦିଅ ମୋତେ ପୋଛିଦିଏ ତାଙ୍କ ଲୁହ ।” ସେଦିନ ଆଜି ଚାଲିଯାଇଛି । ଆଜି ନେତା ରୁପି ଶିଆଳ ଶାଗୁଣା ଙ୍କ ହାତରେ ଲୋକଙ୍କ ଭାଗ୍ୟ ପଡି ଯାଇଛି ।
୧୯୦୪ ମସିହାରେ ଗାନ୍ଧିଜୀ ଦକ୍ଷିଣ ଆ‘୍ରିକାରେ ଥାନ୍ତି । ତାଙ୍କ ଦ୍ୱାରା ପରିଚାଳିତ ଇଣ୍ଡିଆନ ଓପିନିଅନ ପତ୍ରୀକାର ସମ୍ପାଦକ ସୁନା ଖଣି ଅଂଚଳ ଯୋହେନ୍ସ ବର୍ଗ ଠାରେ ପତ୍ରୀକା ପାଇଁ ଅର୍ଥ ସଂଗ୍ରହ କରୁଥାନ୍ତି । ହଠାତ ସେ ଦେଖିଲେ ସେଠାରେ ପ୍ଲେଗ ରୋଗ ଆରମ୍ଭ ହୋଇଛି । ଭାରତୀୟ ଶ୍ରମିକ ମାନେ ସେଥିରେ ଆକ୍ରାନ୍ତ ହୋଇଛନ୍ତି । ସେତେବେଳେ ପ୍ଲେଗ ରୋଗର ଚିକିସôା ନଥିଲା । ରୋଗ ହେଲେ ରୋଗି ନିଶ୍ଚିତ ମରୁଥିଲା । ଲୋକମାନେ ଗାଁ ଗଣ୍ଡା ପୋଡି ଦେଇ ଦୁରକୁ ପଳାଉଥିଲେ । ସମ୍ପାଦକ ସାଙ୍ଗ ସାଙ୍ଗେ ଗାନ୍ଧିଙ୍କୁ ଖବର ଦେଲେ । ଗାନ୍ଧି ନିଜର ପୁଅ ଓ କର୍ମଚାରୀ ମାନଙ୍କ ସହ ସେଠାରେ ପହଂଚି ଗଲେ । ସବୁ ରୋଗି ମାନଙ୍କୁ ଏକ ଘରେ ରଖାଗଲା । ସେମାନଙ୍କ ପାଇଁ ଶଯ୍ୟା ଓ ଖାଦ୍ୟ ପେୟ ର ବ୍ୟବସ୍ଥା କରାଗଲା । ସମସ୍ତେ ତାଙ୍କୁ ଜଗି ବସିଲେ । ସରକାର ଗୋଟିଏ ନର୍ସ ମାତ୍ର ପଠାଇଲେ ଯିଏ କି ପ୍ଲେଗ ରୋଗରେ ଅଳ୍ପ ଦିନ ପରେ ମରିଗଲା । ମାତ୍ର ଗାନ୍ଧିଙ୍କ ଚେଷ୍ଟାରୁ ଅନେକ ଲୋକ ରୋଗରୁ ବଂଚିଗଲେ ।
ଗାନ୍ଧି ଭାରତକୁ ଆସିଲା ପରେ ବମ୍ବେ ଓ ରାଜକୋଟରେ ପ୍ଲେଗ ରୋଗ ହୋଇଥିଲା । ବିହାରରେ ଭୁମିକମ୍ପ ହୋଇଥିଲା । ବଙ୍ଗଳାରେ ର୍ଦୁଭିକ୍ଷ ପଡିଥିଲା । ସବୁଆଡେ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ କର୍ମି ପହଂଚି ଯାଉଥିଲେ । ମାତ୍ର ଓଡ଼ିଶା ଆଜି ଦୁଃଖରେ ସଡୁଥିବା ବେଳେ ରାଜନୈତୀକ ଦଳ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର ମୁହଁ ଲୁଚା କାରବାର ଇତିହାସରେ କଳା ଅକ୍ଷରରେ ଲେଖା ହୋଇ ରହିଯିବ । ଏମାନେ ଲୋକଙ୍କ ଅର୍ଥରେ ବହୁ ପ୍ରକାରେ ଉପକୃତ ହେଲେ ମଧ୍ୟ ଲୋକଙ୍କୁ ସହାୟତାର ହାତ ନବଢେଇବା ପାଇଁ ଇତିହାସ ସେମାନଙ୍କୁ କ୍ଷମା ଦେବ ନାହିଁ ।

ଦକ୍ଷିଣ ଆଫ୍ରିକାରେ ଗାନ୍ଧିଙ୍କର ବ୍ୟକ୍ତିଗତ ସହାୟକ ରୁପେ କାର୍ଯ୍ୟ କରୁଥିବା ସୋନିଆ ସ୍ଲେସିନ ନାମୀ ମହିଳା ୦୬/୦୬/୧୮୮୮ ରେ ରୁଷିଆ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଜାତିରେ ଇହୁଦି ଥିଲେ । ତାଙ୍କ ବାପା ଇସିଡର ଓ ମା ହେଲେନା ଡରଥୀଙ୍କ ସହ ସେମାନେ ଦକ୍ଷିଣ ଆଫ୍ରିକାକୁ ଆସିଥିଲେ । ସେଠାରେ ୧୫ ବର୍ଷ ବୟସରେ ସୋନିଆ ମାଟି୍ରକ ପାସ କରିଥିଲେ । ସେ ସମୟରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଜଣେ ପ୍ରସିଦ୍ଧ ଓକିଲ ଓ ସଂଗଠକ ରୁପେ ବିଖ୍ୟାତ ହୋଇଥାନ୍ତି । ତାଙ୍କର କାର୍ଯ୍ୟ ପାଇଁ ସେ ଜଣେ ସହାୟକର ଆବଶ୍ୟକତା ଅନୁଭବ କରୁଥାନ୍ତି । ତାଙ୍କର ବନ୍ଧୁ କେଲେନେ ବାଗଙ୍କ ସୁପାରିସରେ ଗାନ୍ଧି ୧୭ ବର୍ଷିଆ ସୋନିଆଙ୍କୁ ନିଜର ସହାୟକ ରୁପେ ନିଯୁକ୍ତ ଦେଲେ ଓ ତାଙ୍କର କାର୍ଯ୍ୟ ଦକ୍ଷତାରେ ମୁଗ୍ଧ ହୋଇ ଗାନ୍ଧିଜୀ ମାସିକ ତାଙ୍କୁ ୨୦ ପାଉଣ୍ଡ ଦେବାକୁ ରାଜି ହେଲେ ମଧ୍ୟ ସୋନିଆ ତାହା ପ୍ରତ୍ୟାଖାନ କରି ୬ ପାଉଣ୍ଡ ଗ୍ରହଣ କଲେ । ଗାନ୍ଧିଙ୍କ ଚିନ୍ତାଧାରାରେ ଆକୃଷ୍ଟ ହୋଇ କାର୍ଯ୍ୟ କରୁଛନ୍ତି ଅର୍ଥ ପାଇଁ ନୁହେଁ ।
ନିଜର କର୍ମ କୁଶଳତାରେ ସୋନିଆ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ସେଠାରେ ଭାରତୀୟ ଶ୍ରମିକ ମାନେ ଗାନ୍ଧିଙ୍କ ପାଖରେ ନିଜର ଅର୍ଥ ଜମା କରୁଥିଲେ ଓ ଗାନ୍ଧି ଠିକ ସମୟରେ ସେମାନଙ୍କୁ ଫେରାଉଥିଲେ । ଏକ ସମୟରେ ସୋନିଆଙ୍କ ପାଖରେ ୬୦ ହଜାର ପାଉଣ୍ଡ ଗଚ୍ଛିତ ଥିଲା ଓ ସେ ସେଗୁଡିକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।
ଗାନ୍ଧି ଯେତେ ବେଳେ ଜେଲ ଯାଇଥିଲେ ସେ ଏକୁଟିଆ ନିଜ ଦକ୍ଷତା ବଳରେ ସଂଗଠନକୁ ସଂମ୍ଭାଳି ନେଉଥିଲେ ଓ ତାଙ୍କର ଏହି ଦକ୍ଷତା ଗୋପାଳ କୃଷ୍ଣ ଗୋଖେଲଙ୍କୁ ମଧ୍ୟ ମୁଗ୍ଧ କରିଥିଲା । ଦକ୍ଷିଣ ଆଫ୍ରିକାରେ ଥିବା ଚିନା ଲୋକମାନେ ତାଙ୍କୁ ଗୋଟିଏ ସୁନା ଘଂଟା ଓ ଭାରତୀୟ ମାନେ ୧୦ ପାଉଣ୍ଡ ପୁରସ୍କାର ଦେଇଥିଲେ । ୧୯୧୩ ମସିହାରେ ଗାନ୍ଧିଜୀ ଡରବାନରେ ଦେଇଥିବା ତାଙ୍କର ପ୍ରସିଦ୍ଧ ଭାଷଣ ସୋନିଆ ହିଁ ଲେଖିଥିଲେ ।
ଗାନ୍ଧିଙ୍କ ପାଖରେ ରହିଲେ ମଧ୍ୟ ସେ ମଦ୍ୟପାନ କରୁଥିଲେ ଓ ସିଗାରେଟ ଟାଣୁଥିଲେ ଓ ପୁଅ ଭଳି ବାଳ କଟୁଥିଲେ । ଥରେ ଗାନ୍ଧିଙ୍କ ଆଗରେ ସିଗାରେଟ ଟାଣିବାରୁ ଗାନ୍ଧି ତାଙ୍କୁ ଚାପୁଡା ଟିଏ ମାରିଥିଲେ ।
ଗାନ୍ଧି ତାଙ୍କୁ ଓକିଲ ରୁପେ ନିଯୁକ୍ତି ଦେବାକୁ ଚାହିଁଲେ ମଧ୍ୟ ଲିଙ୍ଗଗତ କାରଣରୁ ତାହା ପ୍ରତ୍ୟାଖିତ ହୋଇଥିଲା । ସେ ଟ୍ରାନ୍ସଭାଲରେ ଥିବା ଭାରତୀୟ ମହିଳା ସଂଗଠନର ସଂପାଦିକା ଥିଲେ ଓ ୧୯୧୪ ରେ ଗାନ୍ଧି ଭାରତ ଫେରିବା ପରେ ସେ ଦକ୍ଷିଣ ଆଫ୍ରିକାରେ ରହିଥିଲେ ଓ ନିଜେ ଚେଷ୍ଟା କରି ବି.ଏ. ଓ ଏମ.ଏ. ପାସ କରିଥିଲେ ଓ ଜଣେ ଲାଟିନ ଟିଚର ଭାବରେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୫୬ ମସିହାରେ ଯୋହେନ୍ସ ବର୍ଗ ଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କର ଶେଷ ଶରିର ୱାଲ ଅଫ୍ ରେମଏମ ବ୍ରାନ୍ସ କବର ଖାନାରେ ବ୍ରାମଫୋଟମରେ ସଂରକ୍ଷିତ ହୋଇଅଛି ।
ନିଜ ଆତ୍ମ ଜୀବନରେ ଗାନ୍ଧିଜୀ ସୋନିଆଙ୍କର ଭୁରି ଭୁରି ପ୍ରସଂଶା କରିଯାଇଛନ୍ତି । ସେ ଅତ୍ୟନ୍ତ ନିର୍ଭିକା ଓ ଜିଦ ଖୋର ଥିଲେ । ଦିନ ରାତି କାମ କରିବାରେ ତାଙ୍କର ଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିଲା । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published. Required fields are marked *