ଅସୁରକ୍ଷିତ ସାମୁଦି୍ରକ ଅଭୟାରଣ୍ୟ!

ଅସୁରକ୍ଷା ବଳୟ ଭିତରେ ଥିବା ବିଶ୍ୱବିଖ୍ୟାତ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟର ଅସ୍ତିତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗହୀରମଥା ଦୁର୍ଲଭ ଅଲିଭ୍ରିଡ୍ÿଲେ କଇଁଛଙ୍କ ପ୍ରଜନନ କେନ୍ଦ୍ର ଭାବେ ସାରା ବିଶ୍ୱରେ ପରିଚିତ । ଗହୀରମଥାକୁ ଲାଗି ରହିଛି ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟର କୋଠାଘର ହୁକିଟେଲା ଓ ବରୁଣେଇ ଜଙ୍ଗଲ । ପୃଥିବୀର ବିଭିନ୍ନ ଦେଶରୁ ବହୁ ପର୍ଯ୍ୟଟକ, ବୈଜ୍ଞାନିକ, ପ୍ରାଣୀବିଜ୍ଞାନୀ ଓ ପରିବେଶବିତ୍ ଏଠାକୁ ଆସୁଛନ୍ତି-ଜୈବ ବିବିଧତାରେ ପୂର୍ଣ୍ଣ ଜାତୀୟ ଉଦ୍ୟାନ, ହେନ୍ତାଳ ଜଙ୍ଗଲ, ବିରଳ ଅଲିଭ୍ରିଡ୍ÿଲେ ଓ ବଉଳା କୂମ୍ଭୀର ଆଦି ଦେଖୁଛନ୍ତି-ମୁଗ୍ଧ ହେଉଛନ୍ତି-ତଟସ୍ଥ ହେଉଛନ୍ତି ଓ ବିଶେଷ ଜ୍ଞାନ ଆହରଣ କରୁଛନ୍ତି । ବିଶେଷତଃ ଗହୀରମଥା ଓ ଭିତରକନିକା ଅଭୟାରଣ୍ୟ ବିଶ୍ୱର ପ୍ରାଣୀ ବିଜ୍ଞାନୀମାନଙ୍କୁ ଆକର୍ଷିତ କରୁଛି ଓ ସେମାନଙ୍କର ଲମ୍ବା ଧାଡ଼ି ଲାଗିଛି ଏଠାକୁ । ଏହା ସ୍ୱାଭାବିକ୍ । ୧୯୭୫ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ପାଇଥିବାବେଳେ ୧୯୯୭ରେ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟର ମାନ୍ୟତା ପାଇଥିଲା ଓ ଏହାର କୋର୍ ଏରିଆ ହୋଇ ଯାଇଥିଲା ବରୁଣେଇ ମୁହାଣ । ସେହିପରି ୧୯୯୮ରେ ଭିତରକନିକା ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବାବେଳେ ୨୦୦୨ରେ ଏହିସବୁ ଅଂଚଳ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମ୍ସାର ସାଇଡ଼୍ ଭାବେ ଘୋଷିତ ହୋଇଥିଲା । ଅର୍ଥାତ୍ ଭିତରକନିକା ଜାତୀୟ ଉଦ୍ୟାନ, ବନ୍ୟପ୍ରାଣୀ ଅଭୟାରଣ୍ୟ, ଗହୀରମଥା ଅଭୟାରଣ୍ୟ ଓ ହେନ୍ତାଳବଣ ମିଳିତ ହୋଇ ରହିଛନ୍ତି, ଯାହା ବିଶ୍ୱରେ ବିରଳ । ଅଭୟାରଣ୍ୟ ଗୁଡ଼ିକୁ ସୁପି୍ରମ୍କୋର୍ଟ ପରିଚାଳନା କରନ୍ତି । ଅଭୟାରଣ୍ୟର ଅଧ୍ୟକ୍ଷ ସ୍ୱଂୟ ପ୍ରଧାନମନ୍ତ୍ରୀ । ଭିତରକନିକା ଓ ହେନ୍ତାଳ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା ମଜଭୁତ ପାଇଁ ଜାତିସଂଘ ପରାମର୍ଶରେ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ବାରମ୍ବାର ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେଉଛି । ହୁଏତ ଏ ସଂପର୍କରେ ଆମ ରାଜ୍ୟ ସରକାର ସଚେତନ ନୁହଁନ୍ତି । ଯେହେତୁ ରାଜ୍ୟ ସରକାରଙ୍କ ଖାମ୍ଖିଆଲି ନୀତି ଯୋଗୁ ଏହିସବୁ ଦୁର୍ଲଭ ଜାତୀୟ ସଂପଦ ନଷ୍ଟ ହେବାରେ ଲାଗିଛି । ପ୍ରତିବର୍ଷ ଏହି ସ୍ଥାନକୁ ଆସୁଥିବା ବିରଳ ଅଲିଭ୍ରିଡ୍ÿଲେ କଇଁଛଙ୍କ ସଂଖ୍ୟା କ୍ରମେ ହ୍ରାସ ପାଉଛି । ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ମୃତ କଇଁଛ ଦେଖିବାକୁ ମିଳୁଥିବା ବେଳେ ବଙ୍ଗୋପସାଗର ମଧ୍ୟରେ ବହୁ ମୃତ କଇଁଛ ଭାସନ୍ତି । ନିକଟବର୍ତୀ ଅଗରନାସି, ଜମ୍ବୁ, ବାବୁବାଲି, ଖରିନାସି, ବରୁଣେଇ, ଗହୀରମଥା, ହାବେଳିଖଟି, ଦୋବନ୍ଧି ଆଦି ସ୍ଥାନ ବିରଳ ଅଲିଭ୍ରିଡ୍ÿଲେଙ୍କ କବରସ୍ଥାନ ପାଲଟୁଛି । ଯଦିଓ କଇଁଛ ଓ ସାମୁଦି୍ରକ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ନିଷ୍ପତି ନିଆଯାଇଛି, ତଥାପି ଏଥିରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।
ସାମୁଦି୍ରକ ଅଭୟାରଣ୍ୟର ମଜଭୁତ୍ ସୁରକ୍ଷା ସହିତ ବେଆଇନ ଟ୍ରଲର୍ ଓ ଯନ୍ତ୍ର ଚାଳିତ ଡ଼ଙ୍ଗା ଚଳାଚଳକୁ ରୋକିବା ଓ ଜବତ କରିବାରେ ଜଙ୍ଗଲ ବିଭାଗ, ପଶୁସଂପଦ ବିଭାଗ, ଜିଲ୍ଲା ପ୍ରଶାସନ, ମାରାଇନ୍, ତଟ୍ଟରକ୍ଷୀ ଓ ପୋଲିସ୍ ବାହିନୀ ବିଫଳ ହେଉଛନ୍ତି । ବିଶେଷ କରି ପ୍ରଶାସନିକ ଅବହେଳା ଓ ନିୟମିତ ପେଟ୍ରୋଲିଂ ଅଭାବରୁ ଗହୀରମଥା ଏବେ ଦେଶ ବିଦେଶର ମାଛ ମାଫିଆଙ୍କ ଅକ୍ତିଆରରେ ରହିଛି । ସୂଚନାଯୋଗ୍ୟ ଯେ, ଗହୀରମଥା କେବଳ ବିରଳ ଅଲିଭ୍ରିଡ୍ÿଲେ କଇଁଛଙ୍କ ପାଇଁ ନୁହେଁ, ବରଂ ମାଛ ପାଇଁ ମଧ୍ୟ ଏହା ବିଶ୍ୱ ବିଖ୍ୟାତ । ଏଠାରେ ବିଶ୍ୱର ଦୁର୍ଲଭ ତଥା ବିଭିନ୍ନ କିସମର ମୂଲ୍ୟବାନ୍ ମାଛ ଦେଖା ଯାଇଥାନ୍ତି । ଏଥିଯୋଗୁ ଓଡ଼ିଶାରେ ଖଣି ମହାଦୁର୍ନୀତି ଭଳି ଏଠାରେ ମାଛ ଦୁର୍ନୀତି ମଧ୍ୟ ଚରମ ସୀମା ପାର କରିଛି । ମାଛ ମାଫିଆ ମାନେ ଜବର୍ଦସ୍ତ ସାମୁଦି୍ରକ ଅଭୟାରଣ୍ୟର ନିଷିଦ୍ଧାଂଚଳରେ ପ୍ରବେଶ କରି କୋଟି କୋଟି ଟଙ୍କାର ମାଛ ମାରୁଥିବାବେଳେ ଅଭୟାରଣ୍ୟକୁ ଖିନ୍ଭିନ୍ କରୁଛନ୍ତି । ମୁଖ୍ୟତଃ ବାଂଲାଦେଶୀ ମାଛ ମାଫିଆଙ୍କ ସମେତ ଓଡ଼ିଶାର କଷାଫଳ, ବାଲେଶ୍ୱର, ପାରାଦୀପ ଓ ବଳରାମଗଡ଼ି ଆଦି ଅଂଚଳର ମାଛ ମାଫିଆ ମାନେ ଟ୍ରଲର୍ ଗୁଡ଼ିକରେ ଆସି ଏହି ନିଷିଦ୍ଧାଂଚଳରୁ ପ୍ରଚୁର ମାଛ ମାରୁଛନ୍ତି ଓ ପାରାଦୀପ, ବାଲେଶ୍ୱର ଓ କଷାଫଳ ଦେଇ ବାହାରକୁ ଚାଲାଣ କରୁଛନ୍ତି । ତେବେ ପ୍ରତିବର୍ଷ ନଭେମ୍ବର ମାସରୁ ମଇ ମାସ ମଧ୍ୟରେ ସାମୁଦି୍ରକ ଅଭୟାରଣ୍ୟକୁ ମଜଭୁତ ସୁରକ୍ଷା ବଳୟ ଭିତରେ ରଖିବାକୁ ସୁପି୍ରମ୍ କୋର୍ଟ ଉପରୋକ୍ତ ବିଭାଗ ଗୁଡ଼ିକୁ ଦାୟିତ୍ୱ ଦେଇଥିଲେ ହେଁ ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି । ସରକାରୀ ସୁରକ୍ଷା ବଳୟକୁ ଭେଦ କରିବା ଲକ୍ଷ୍ୟରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ମାଛ ମାଫିଆ ମାନେ ଯୋଜନା ବଦ୍ଧ ଭାବେ ନିଷିଦ୍ଧାଂଚଳକୁ ଅନୁପ୍ରବେଶ କରୁଛନ୍ତି ଓ ଏକାକୀ ଜଙ୍ଗଲ ବିଭାଗ ଦ୍ୱାରା ଦୁର୍ବଳ ପେଟ୍ରୋଲିଂ ବ୍ୟବସ୍ଥା ସେମାନଙ୍କୁ ମୁକାବିଲା କରିପାରୁ ନାହିଁ । ଏହି ମାଛ ମାଫିଆଙ୍କ ସହିତ ତଟ୍ଟରକ୍ଷୀ, ପୋଲିସ୍, ମେରାଇନ୍ ଓ ଜିଲ୍ଲା ପ୍ରଶାସନର ପ୍ରଚ୍ଛନ୍ନ ସଂପର୍କ ଥିବା ଅଭିଯୋଗ ହେଉଛି । ଘନ ଅନ୍ଧାର ରାତିରେ ଗଭୀର ସମୁଦ୍ରର ୪୦ କି.ମି. ଦୈର୍ଘ୍ୟ ଓ ୨୦ କି.ମି. ପ୍ରସ୍ତ ବିଶିଷ୍ଟ ନୀଳ ଜଳରାଶିରେ ପେଟ୍ରୋଲିଂ ଦଳ ମାଛ ମାଫିଆ ମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ତଥାପି ସୁଦକ୍ଷ ଜଙ୍ଗଲ ଅଧିକାରୀଙ୍କ ନେତୃତ୍ୱରେ ଏହି ପେଟ୍ରୋଲିଂ ଦଳ ନିୟମିତ ନିଜ ଜୀବନକୁ ବାଜି ଲଗେଇ ଯଥାସାଧ୍ୟ ଅଭୟାରଣ୍ୟକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ତେବେ ଏହି ନିଷିଦ୍ଧାଂଚଳ ଭିତରକୁ ଅନୁପ୍ରବେଶ ନକରିବା ପାଇଁ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରଚାର କରା ଯାଉଛି । ତଥାପି ଅନୁପ୍ରବେଶ କାହିଁକ?…
କ୍ରମେ କଇଁଛଙ୍କ ସଂଖ୍ୟା ହ୍ରାସ ଓଡ଼ିଶା ଉପକୂଳ ଅଂଚଳରେ ଚିଙ୍ଗୁଡ଼ି ଯାଅାଁଳର ବଂଶ ଲୋପ୍ର ପ୍ରାକ୍ ସୂଚନା । ଅନ୍ୟପକ୍ଷରେ ଏଠାରେ କଇଁଛ ବିଶ୍ୱ ପର୍ଯ୍ୟଟନ ଶିଳ୍ପ ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଥିବାବେଳେ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟର ପରିପ୍ରକାଶ କରୁଛି । ଏହାଛଡ଼ା ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରି ପାରୁଥବା ବେଳେ କଇଁଛର ଚଳପ୍ରଚଳ ପାଣି ପ୍ରଦୂଷଣରୁ ମୁକ୍ତ ରଖେ । ମୋଟ ଉପରେ ଏହି ସୁନ୍ଦର-ମନୋରମ ପ୍ରାକୃତିକ ବିଭବକୁ ସୁରକ୍ଷିତ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ କର୍ତବ୍ୟ । ଅନ୍ୟଥା ଗହୀରମଥା ବିଶ୍ୱ ବନ୍ୟପ୍ରାଣୀ ମାନଚିତ୍ରରୁ ଅଦୃଶ୍ୟ ହୋଇଯିବାର ଆଶଙ୍କା ପ୍ରକାଶ ପାଉଛି । ସେହିପରି ଭିତରକନିକା ସଂଲଗ୍ନ ବିଶାଳ ହେନ୍ତାଳ ବଣର ଜୈବ ବିବିଧତା ଆହୁରି ସମୃଦ୍ଧଶାଳୀ ଓ ଆକର୍ଷଣୀୟ ଥିଲା । ବଙ୍ଗୀୟ ଅନୁପ୍ରବେଶକାରୀ ଓ ଶରଣାର୍ଥୀ ମାନେ ହଜାର ହଜାର ଏକର ଘଂଚ ହେନ୍ତାଳ ଜଙ୍ଗଲକୁ କାଟି ସଫା କରିଦେଲେ । ସତୁରୀ-ଅଶୀ ଦଶକରେ ବ୍ୟାପକ ହେନ୍ତାଳ ଜଙ୍ଗଲ କାଟି ଚିଙ୍ଗୁଡ଼ି ଘେରୀ କରାଗଲା । ଏହି ଅଂଚଳରେ ଦେଶୀ-ବିଦେଶୀ ହଜାର ହଜାର ଚଢେଇଙ୍କର ସମାଗମ ହୁଏ । ଏଠାରେ ଶହ ଶହ କୂମ୍ଭୀର, ଅହିରାଜ ଓ ଅଜଗର ସମେତ ଅଗଣିତ ହରିଣ, ବାର୍ହା, ମାଙ୍କଡ଼, କୋକିଶିଆଳି, ଝିଙ୍କ ଆଦି ପ୍ରାଣୀ ଦେଖା ଯାଆନ୍ତି । ସୁନାମୀ ଓ ମହାବାତ୍ୟାରେ ଉପକୂଳ ଅଂଚଳକୁ ରକ୍ଷା କରିବାକୁ ହେନ୍ତାଳ ବଣର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ମହାନଦୀ ମୁହାଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ନିର୍ମାଣ କରାଯାଉଥିବା ଚିଙ୍ଗୁଡ଼ି ଘେରୀକୁ ସରକାର କିପରି ଅନୁମତି ଦେଉଛନ୍ତି, ତାହା ବିଭିନ୍ନ ମହଲକୁ ସ୍ତବ୍ଧ କରୁଛି! ଗହୀରମଥା ପାଶ୍ୱର୍ବର୍ତୀ ଅଂଚଳ ଭିତରେ ବ୍ୟାପକ ଚିଙ୍ଗୁଡ଼ି ଚାଷ କରାଯାଉଛି । ଚାଷର ଆବର୍ଜ୍ଜନା ଯୁକ୍ତ ବିଷାକ୍ତ ପାଣି ସମଗ୍ର ପରିବେଶକୁ ବିଷମୟ ଓ ଭୟଙ୍କର କରିଦେଉଛି । ଏହାର ପ୍ରଭାବରେ ହେନ୍ତାଳ ଜଙ୍ଗଲର ପଶୁପକ୍ଷୀମାନେ ଇତସ୍ତତଃ ହେଉଛନ୍ତି । ଗାଡ଼ି ମଟରର ବିକଟାଳ ଶବ୍ଦରେ ବିଭିନ୍ନ ପଶୁପକ୍ଷୀ ଏ ସ୍ଥାନ ଛାଡ଼ି ଦେଉଛନ୍ତି । ଏଥିନେଇ ପରିବେଶବିତ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହେଉଛି । ଗହୀରମଥା ଅଭୟାରଣ୍ୟ ପାଶ୍ୱବର୍ତୀ ଅଂଚଳରେ କୌଣସି ପ୍ରକଳ୍ପ ନହେବା ପାଇଁ ସରକାରୀ ସଶକ୍ତ ଆଇନ ଥିଲେ ମଧ୍ୟ ରାଜ୍ୟ ସରକାର ଏସବୁ ସ୍ଥାନରେ କିପରି ଚିଙ୍ଗୁଡ଼ି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ଦେଉଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିତରକନିକା କେବଳ ଓଡ଼ିଶାର ସଂପଦ ନୁହେଁ, ବରଂ ଏହା ଭାରତର ଓ ବିଶ୍ୱର ଗର୍ବ ଓ ଗୌରବ । ଏଣୁ ଏହାର ସୁରକ୍ଷା ପାଇଁ ବିଶ୍ୱବାସୀଙ୍କ ଚିନ୍ତାଧାରା ସହିତ ନିଜେ ସାମିଲ୍ ହୋଇ ରାଜ୍ୟ ସରକାର ଏହାକୁ ସୁରକ୍ଷା ଦିଅନ୍ତୁ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *