ବୁଦ୍ଧଜୟନ୍ତୀ ଉପଲକ୍ଷେ ଶାନ୍ତି ପଦଯାତ୍ରା

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ଯୁବସାମୁଖ୍ୟ ସମିତି ଆନୁକୂଲ୍ୟରେ ବୁଦ୍ଧଜୟନ୍ତୀ ଉପଲକ୍ଷେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ବୈଶାଖ ପୂର୍ଣ୍ଣିମା ପୂର୍ବାହ୍ନ ୯ ଘଟିକା ସମୟରେ ମହାତ୍ମାଗାନ୍ଧି ପାର୍କସ୍ଥିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏହି ଦିନରେ ବୁଦ୍ଧଙ୍କର ଜନ୍ମଦିନ, ନିର୍ବାଣ ପ୍ରାପ୍ତି, ଜ୍ଞାନପ୍ରାପ୍ତି ଏହି ତିନୋଟି ଜିନିଷ ବୁଦ୍ଧଙ୍କର ମହତ୍ୱ ପ୍ରତିପାଦିଦ କରେ ଯାହାକି ପୃଥିବୀର କୌଣସି ବ୍ୟକ୍ତିବିଶେଷଙ୍କ ଠାରେ ପରିଲକ୍ଷିତ ହୁଏନାହିଁ । ଏହି ଉପଲକ୍ଷେ ଶାନ୍ତି ପଦଯାତ୍ରା କରି ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ଯୁବସାମୁଖ୍ୟ ସମିତିର ସଂପାଦକ ଅଭୟ ବଡଜେନା, ଶୁଧାଂସୁ ମହାପାତ୍ର, ବାରଙ୍ଗ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସୁକାନ୍ତ ରାଉତ, ଗିରିଜା ଶଙ୍କର ମହାପାତ୍ର, ନିର୍ମଳ ମଲ୍ଲିକ, ଆନନ୍ଦ ପଟ୍ଟନାୟକ, ଅଜୟ ମଲ୍ଲିକ, କେଦାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *