ଦିନ ତମାମ ଜଳୁଛି ଷ୍ଟ୍ରୀଟ ଲାଇଟ

ଭୁବନେଶ୍ୱର, (ଆଇଏନ୍ଏସ୍): ବାତ୍ୟାରେ ବିଦ୍ୟୁତ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା । ଦୀର୍ଘ ୧୦/୧୨ ଦିନ ବିନା ବିଜୁଳିରେ ରହିବା ପରେ ଭୁବନେଶ୍ୱରବାସୀ ବିଦ୍ୟୁତ ସଂଯୋଗ ପାଇଥିଲେ । ଏଭିତରେ ମାସେ ବିତିଲାଣି ତଥାପି ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସି ପାରିନି । ଅଧିକାଂଶ ସ୍ଥାନରେ ଉପୁଡ଼ି ପଡ଼ିଥିବା ଖୁଂଟ ଉଠା ଯାଇପାରିନଥିବା ବେଳେ ରାସ୍ତା ସାରା ତାର ଝୁଲି ରହିଛି । ବିଦ୍ୟୁତ କାଟ ଚାଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏମସି ଏବଂ ଶକ୍ତି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସହରର ଅଧିକାଂଶ ସ୍ଥାନରେ ଦିନ ତମାମ ଷ୍ଟ୍ରୀଟ ଲାଇଟ ଜଳୁଛି । ଯେଉଁଠି ଷ୍ଟ୍ରୀଟ ଲାଇଟ ଆବଶ୍ୟକ ସେଠି ଅକାମୀ ହୋଇ ରହିଛି । ସଜଡ଼ା ଯାଇପାରୁନି । ଅଭିଯୋଗ କଲେ କେହି କର୍ଣ୍ଣପାତ ମଧ୍ୟ କରୁନାହାନ୍ତି । ଷ୍ଟ୍ରୀଟ ଲାଇଟ ୨୪ ଘଂଟା ଧରି ଜଳିବା ଫଳରେ ଏଥର ବିଏମସିକୁ ଅଧିକ ପରିମାଣର ବିଦ୍ୟୁତ ଶକ୍ତି ବ୍ୟୟ ବାବଦ ଅର୍ଥ ଦେବାକୁ ପଡ଼ିବ । ବିଭାଗର ଅଧିକାରୀ ଓ ଦାୟିତ୍ୱରେ ଥିବା କର୍ମଚାରୀ ଦିନ ତମାମ ଷ୍ଟ୍ରୀଟ ଲାଇଟ ଜଳୁଥିବା ଜାଣି ମଧ୍ୟ ପଦକ୍ଷେପ ନେଉନାହାନ୍ତି । ଶକ୍ତି ବିଭାଗ ବିଏମସି ଉପରେ ଏବଂ ବିଏମସି ଶକ୍ତି ବିଭାଗ ଉପରେ ଦୋଷ ଲଦି ଚାଲିଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.