ବରୀ ପ୍ରସିଦ୍ଧ ସନ୍ଥନ ଯଜ୍ଞ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସନ୍ଥନ ଛକ ରେ ବିଦ୍ୟମାନ ବାବା ସନ୍ଥନ ମହାପ୍ରଭୁ କଂ ପୀଠରେ  ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଣା ସଂକ୍ରାନ୍ତି ଠାରୁ ବାବାକଂ ଯଜ୍ଞ ଆରମ୍ଭ ହୋଇ ଯାଇଛି । ପ୍ରତି ବର୍ଷ ପଣା ସଂକ୍ରାନ୍ତି ଠାରୁ ପ୍ରାୟ ସାତ ଦିନ ଧରି  ଯଜ୍ଞ କରାଯିବା ସହ ହଜାର ହଜାର ଶ୍ରଧାଳୁ ପ୍ରସାଦ ସେବନ କରିବାକୁ ବରୀ ର ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି, ସଂଧ୍ୟା ସମୟରେ ହଜାର ହଜାର ଶ୍ରଧାଳୁ ସମାଗମ ହୋଇଥାଏ ।ମାନସିକ ପୁରଣ ନିମନ୍ତେ ବାବାକଂ ନିକଟରେ ଗଞ୍ଜାଇ ପ୍ରଦାନ ବହୁ ପୁରାତନ କାଳରୁ ପ୍ରଥା ଭାବେ ପ୍ରଚଳିତ ହୋଇଆସୁଅଛି ।

ସୁଚନା ମୁତାବକ ଏଠାରେ ବହୁ ବର୍ଷ ପୁର୍ବରୁ ଜଣେ ସାଧୁ ବସବାସ କରୁଥିଲେ ଓ ସେ ଜୀବିତ ସମାଧି ନେଲାପରେ ଏହା ସନ୍ଥନ ବାବା ଭାବେ କୁହାଯାଉଛି , କାହାର ଗାଈ , ଛେଳି ଏପରିକି କୌଣସି ଜିନିଷ ଯଦି ହଜିଯାଏ ତେବେ ସେ ସଂଗେ ସଂଗେ ବାବାକଂ ନାମରେ ଗଂଜେଇ ମାନସିକ କରିଦେଇ ବାବାକୁଂ ଗୁହାରି କରିବା ଭଳି ବିଶ୍ଵାସ ବହୁ ଦିନରୁ ପ୍ରଚଳିତ ହୋଇଆସୁଅଛି ।
ଏଣୁ ତାକଂ ଉଦ୍ଦେଶ୍ୟ ରେ ଏଠାରେ ଯଜ୍ଞ କରାଯିବା କଥା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Leave a Reply

Your email address will not be published.