ରକ୍ତଦାନ ଶିବିରରେ ୨୪୦ ୟୁନିଟ ରକ୍ତ ସଂଗୃହୀତ

ଭୁବନେଶ୍ୱର, (ଆଇଏନ୍ଏସ୍): ଜୈନ ତେରାପନ୍ଥ ଭବନରେ ରବିବାର ମାରୱାଡି ଯୁବା ମଂଚ ଓ ତେରାପନ୍ଥ ଯୁବ ପରିଷଦ ପକ୍ଷରୁ ଏକ ରକ୍ତଦାନ ଶବିର ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶବିରର ଆୟୋଜନ କରାଯାଇଥିଲା । ପଦ୍ମଶ୍ରୀ ଦେବରପଲି ପ୍ରକାଶ ରାଓ ଉପସ୍ଥିତ ରହି ଉଦ୍ୟୋକ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ପ୍ରାୟ ୨୪୦ ଯୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ମାରୱାଡ଼ି ଯୁବା ମଂଚ ଭୁବନେଶ୍ୱର ସଭାପତି ମୁନାଲାଲ ଅଗ୍ରୱାଲ, ସମ୍ପାଦକ ଅମନ ଅଂଶୁମାନ, ଶଳିନୀ ଅଗ୍ରୱାଲ, ରାଜେଶ କେଜ୍ରିୱାଲ, ସଂଗୀତା ଅଗ୍ରୱାଲ ଓ ପୂର୍ବତନ ସଭାପତି କିଶନ ଅଗ୍ରୱାଲଙ୍କ ଉଦ୍ୟମରେ ଏହି ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *