କବିତା ସଂକଳନ ‘ସମର୍ପିତା’ ଉନ୍ମୋଚିତ

ଭୁବନେଶ୍ୱର, (ଆଇଏନ୍ଏସ୍): ନୀଳାଦ୍ରି ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବଷିଆନ୍ ଲେଖିକା ଇନ୍ଦୁମତୀ ମିଶ୍ରଙ୍କ କବିତା ସଂକଳନ ସମର୍ପିତା ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନାଟ୍ୟକାର ଡଃ ବିଜୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଡଃ ପ୍ରଫୁଲ କୁମାର ମିଶ୍ର ଯୋଗଦାନ କରିଥିଲେ । କବିତା ନାରୀର ଅବିଚ୍ଛେଦ୍ୟ ଅଙ୍ଗ । ସେ ସବୁବେଳେ କବିତାକୁ ଆଭୁଷଣ କରି ରଖିଥାଏ । ଜୀବନର ପ୍ରତ୍ୟେକ ମୁହୂର୍ତକୁ ସେ କବିତାରେ ଦେଖିଥାଏ । ଏହି ସଂକଳନରେ କବୟତ୍ରୀଙ୍କ ଦୈନଦିନ ଜୀବନର ପ୍ରତିଛବି ପ୍ରତିଫଳିତ ହୋଇଛି । ଏହା ବ୍ୟଙ୍ଗ ଛନ୍ଦରେ ରଚିତ ହୋଇଥିବାରୁ ପାଠକାଦୃତ ଲାଭ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ବକ୍ତା ମାନଙ୍କ ମଧ୍ୟରେ ଡଃ ପ୍ରତିଭା ମିଶ୍ର, ରବିନ୍ଦ୍ର କୁମାର ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ବାଲ୍ମିକ ପାତ୍ର, ଅଶୋକ କୁମାର ଦାସଙ୍କ ବକ୍ତବ୍ୟ ଅତ୍ୟନ୍ତ ସାରଗର୍ଭକ ଥିଲା । ଲେଖିକା ସମସ୍ତ ଅତିଥି ଓ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଶେଷରେ ତାଙ୍କର ସୁଯୋଗ୍ୟ ଜ୍ୟୋଷ୍ଠ ପୁତ୍ର ପ୍ରମୋଦ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *