ସ୍ୱାସ୍ଥ୍ୟ ବିଭାଗ ଚକ୍ରବୁ୍ୟହର ଭିତିରି କଥା

ଶରତ କୁମାର ରାଉତ
ଡାଇରିଆ ଓ ମେଲେରିଆ ଭଳି ମାରାତ୍ମକ ତଥା ସଂକ୍ରାମକ ରୋଗର ବ୍ୟାପକତା ହିଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତର ସଜ୍ଞା । ଓଡ଼ିଶାରେ ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ମୌଳିକ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଉପସ୍ୱାସ୍ଥ୍ୟ କେନ୍ଦ୍ରର ସୃଷ୍ଟି ହୋଇଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜ ଏଏନ୍ଏମ୍(ମହିଳା ସ୍ୱାସ୍ଥ୍ୟକର୍ମୀ) ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ । ୧୯୨୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏଏନ୍ଏମ୍ ପଦବୀ । ଓଡ଼ିଶାରେ ଏହି ପଦବୀ କାର୍ଯ୍ୟକାରୀ ହୋଇଥିଲା ୧୯୫୫ରେ । ୧୯୭୧ ମସିହାରେ କେନ୍ଦ୍ର ସରକାର ଗ୍ରାମାଂଚଳ ସ୍ୱାସ୍ଥ୍ୟ ସେବା ଓ ପରିବାର ନିୟୋଜନ କାର୍ଯ୍ୟକ୍ରମ ନିଜ ହାତକୁ ନେବା ପରେ ଏଲ୍ଏଚ୍ଭି, ବିଇଇ ଏବଂ ଏସ୍ଏ ପଦବୀ ସୃଷ୍ଟି କରାଯାଇ ଥିଲା । ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଖର୍ଚ୍ଚ ସହିତ ଏଏନ୍ଏମ୍ ଓ ଉପରୋକ୍ତ କର୍ମଚାରୀ ମାନଙ୍କର ବେତନ ଓ ବିଭିନ୍ନ ଭତା କେନ୍ଦ୍ର ସରକାର ବହନ କରି ଆସୁଛନ୍ତି । ଦେଶର ବିଭିନ୍ନ ରାଜ୍ୟ ସରକାର ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏଏନ୍ଏମ୍ଙ୍କ କ୍ୟାଡ଼ର୍ ରୁଲ୍ ନିଜ ରାଜ୍ୟରେ କାର୍ଯ୍ୟକାରୀ କରୁଥିବା ବେଳେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଶୋଧିତ କ୍ୟାଡ଼ର୍ ରୁଲ୍ ଲାଗୁ କରୁଛନ୍ତି । ଗତ ୨୦୧୨ ମସିହାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଏନ୍ଏମ୍ ଙ୍କର ଏକ ସଂଶୋଧିତ କ୍ୟାଡ଼ର୍ ରୁଲ୍ (ଚିଠି ନଂ.ଏମ୍ ୧୨୦୧୫/୮୪/୨୦୧୦-ଏମ୍ ସିଏଚ୍/ତା.୧୯.୧୨.୨୦୧୨) କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଉଲ୍ଲେଖ ରହିଛି ଯେ, ଏଏନ୍ଏମ୍ ମାନେ ୫ ବର୍ଷର ଚାକିରି ପରେ ୬ ମାସିଆ ତାଲିମ୍ ନେଇ ଏଲ୍ଏଚ୍ଭି ପଦବୀରେ ଅବସ୍ଥାପିତ ହୋଇ ପାରିବେ । ଏଲ୍ଏଚ୍ଭି ମାନେ ୪ବର୍ଷର ଚାକିରି ପରେ ବର୍ଷିକିଆ ତାଲିମ ନେଇ ବ୍ଲକ୍ ପବ୍ଲିକ୍ ହେଲ୍ଥ ନର୍ସ (ବିପିଏଚ୍ଏନ୍)ହୋଇ ପାରିବେ । ସେହିପରି ବିପିଏଚ୍ଏନ୍ ମାନେ ଡ଼ିପିଏଚ୍ଏନ୍ ହୋଇ ପାରିବେ । ଏହି ନିୟମ ଅନୁଯାୟୀ ଏଏନ୍ଏମ୍ ମାନଙ୍କୁ ୫ବର୍ଷ ପରେ ୬ ମାସିଆ ତାଲିମ୍ ଦେଇ ଏଲ୍ଏଚ୍ଭି ପଦବୀରେ ଅବସ୍ଥାପିତ କରାଯିବା କଥା । ମାତ୍ର ଓଡ଼ିଶା ସରକାର କେନ୍ଦ୍ରୀୟ କ୍ୟାଡ଼ର୍ ରୁଲ୍କୁ କାର୍ଯ୍ୟକାରୀ କରୁନାହାନ୍ତି । କେବଳ କେନ୍ଦ୍ରୀୟ କ୍ୟାଡ଼ର୍ ରୁଲ୍ ଢାଂଚାରେ ଏଏନ୍ଏମ୍ ମାନଙ୍କୁ ଏଲ୍ଏଚ୍ଭି(ସ୍ୱାସ୍ଥ୍ୟ ପରିଦର୍ଶିକା)ପଦକୁ ପଦୋନ୍ନତି ଦେଇ ଆସୁଛନ୍ତି ।
ଏଏନ୍ଏମ୍ ହେଉଛନ୍ତି ଉନ୍ନତ ଓ ସୁସ୍ଥ ସମାଜ ଗଠନର ମେରୁଦଣ୍ଡ ତଥା ମୌଳିକ ସ୍ୱାସ୍ଥ୍ୟସେବାର ଆଲୋକ ବର୍ତିକା । ସେମାନଙ୍କୁ ବାଦ୍ ଦେଇ ସୁସ୍ଥ ସମାଜ ଗଠନର ସ୍ୱପ୍ନ ଦେଖିବା ଏକ ପ୍ରହେଳିକା ମାତ୍ର । ଯଦି ମୌଳିକ ସ୍ୱାସ୍ଥ୍ୟସେବା ଉନ୍ନତ ଓ ସୁସ୍ଥ ନହୁଏ, ତେବେ ସମାଜ ଦୁର୍ବଳ ହୋଇଯିବ । ଆଜି ପର୍ଯ୍ୟନ୍ତ ଭାରତବର୍ଷରେ ମୌଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତନ ଦେଖା ଯାଇଛି, ତାହା କେବଳ ଏଏନ୍ଏମ୍ଙ୍କ ଯୋଗୁ । କଥାରେ ଅଛି, ମା’ ସୁସ୍ଥ ଓ ଶିକ୍ଷିତ ହେଲେ, ପିଲା ସୁସ୍ଥ ଓ ଶିକ୍ଷିତ ହୁଏ । ଠିକ୍ ସେହିପରି ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏଏନ୍ଏମ୍ ଙ୍କର ଆପ୍ରାଣ ଉଦ୍ୟମ ଯୋଗୁ ଆମ ସମାଜରେ ସୁସ୍ଥ ସବଳ ପିଲା ଜନ୍ମ ନେଉଛନ୍ତି । କ୍ରମେ ନିରାପଦ ମାତୃତ୍ୱର ହାର ବଢି ଚାଲିଛି । ଯକ୍ଷ୍ମା, ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗ ନିରାମୟ କ୍ଷେତ୍ରରେ ଏମାନଙ୍କର ସାଲିସ୍ ବିହିନ ଉଦ୍ୟମ ଯୋଗୁ ଏହି ରୋଗ ଏବେ ମୂଳୋତ୍ପାଟନ ଅବସ୍ଥାରେ ପହଂଚି ଯାଇଛି । କେବଳ ଏଏନ୍ଏମ୍ ଙ୍କ ପାଇଁ ଆଜି ଭାରତ ବିଶ୍ୱରେ ପୋଲିଓ ମୁକ୍ତ ଦେଶ ଭାବେ ପରିଚିତ । ସେମାନଙ୍କର କାର୍ଯ୍ୟରୁ ଜଣାଯାଏ, ମା’ ଓ ଶିଶୁ ମୃତୁ୍ୟହାର ହ୍ରାସ ସହିତ ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର କଲ୍ୟାଣ ପାଇଁ ଏଏନ୍ଏମ୍ ମାନେ ତୃଣମୂଳ ସ୍ତରରେ ପ୍ରାଣମୂର୍ଚ୍ଛା କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । କିନ୍ତୁ ଚାକିରି କ୍ଷେତ୍ରରେ ଏମାନେ ସବୁଠୁ ଅବହେଳିତ । କର୍ମ କ୍ଷେତ୍ରରେ ଅସୁରକ୍ଷା, କାମ କରିବାର ପରିବେଶ ସୃଷ୍ଟି ନହେବା ଭଳି ବହୁବିଧ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ଅପେକ୍ଷା ଏମାନଙ୍କୁ ସବୁବେଳେ ଗୌଣ ଦୃଷ୍ଟିରେ ଦେଖା ଯାଉଛି । ୬୦ ବର୍ଷ ତଳୁ ଏମାନେ ସୁସ୍ଥ ସମାଜ ଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ନା ଅଛି ଉପଯୁକ୍ତ କ୍ୟାଡ଼ର୍ ନା ପଦୋନ୍ନତି ସୁବିଧା! ୨୦୧୯ ମାର୍ଚ୍ଚରେ କାର୍ଯ୍ୟକାରୀ ନୂଆ କ୍ୟାଡ଼ର୍ ରୁଲ୍ରେ ସେମାନଙ୍କ ପାଇଁ ଗୋଟିଏ ମାତ୍ର ପଦୋନ୍ନତି ପଦବୀ ଏଲ୍ଏଚ୍ଭି(ସ୍ୱାସ୍ଥ୍ୟ ପରିଦର୍ଶିକା)ରଖାଯାଇଛି । ମାତ୍ର ଏହି ଗୋଟିଏ ପଦୋନ୍ନତି ପଦବୀରେ ନିଜର ଚାକିରି କାଳ ଭିତରେ କିପରି ସମସ୍ତେ ଅବସ୍ଥାପିତ ହୋଇ ପାରିବେ, ସେଥିପାଇଁ ସରକାର କୌଣସି ସ୍ଥାୟୀ ବ୍ୟବସ୍ଥା କରି ନାହାନ୍ତି । ଅନ୍ୟପକ୍ଷରେ ଏମାନଙ୍କୁ ତାଲିମପ୍ରାପ୍ତ ନର୍ସ ହିସାବରେ ମଧ୍ୟ ସୁବିଧା ଦିଆ ଯାଇନାହିଁ । ଯାହାଙ୍କ ପିଠି ଉପରେ ସରକାର ମୌଳିକ ସ୍ୱାସ୍ଥ୍ୟସେବାର ବୋଝ ଲଦି ଦେଇଛନ୍ତି, ସେମାନେ ନିଜେ ଯଦି ରୁଗ୍ଣ ହୋଇ ପଡ଼ନ୍ତି, ତେବେ ଏକ ସୁସ୍ଥ ସମାଜ ଗଠନ ହେବ କିପରି?
ଗ୍ରାମାଂଚଳରେ ମୌଳିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଏଏନ୍ଏମ୍ଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କ୍ୟାଡ଼ର୍ ରୁଲ୍ ଏଠାରେ ଲାଗୁ ହେବା ଉଚିତ । ସେମାନଙ୍କର ପଦୋନ୍ନତି ପଦବୀ ଭାବେ ପିଏଚ୍ଏନ୍, ବ୍ଲକ୍ ସ୍ତରରେ ଗୋଟିଏ ବ୍ଲକ୍ ନର୍ସିଂ ଅଫିସର୍, ଜିଲ୍ଲା ସ୍ତରରେ ଗୋଟିଏ ଚିଫ୍ ଡ଼ିଷ୍ଟି୍ରକ୍ଟ ନର୍ସିଂ ଅଫିସର୍ ଓ ସେବିକା ନିଦେ୍ର୍ଦଶାଳୟରେ ଯୁଗ୍ମ ନିଦେ୍ର୍ଦଶିକା କିମ୍ବା ଉପ ନିଦେ୍ର୍ଦଶିକା ପଦବୀ ସୃଷ୍ଟି କରାଯିବା ଆବଶ୍ୟକ । ଏହାଦ୍ୱାରା ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାରେ ଅଭିଜ୍ଞ ଏଏନ୍ଏମ୍ ପଦୋନ୍ନତି ପାଇ ବ୍ଲକ୍, ଜିଲ୍ଲା ଓ ସେବିକା ନିଦେ୍ର୍ଦଶାଳୟରେ ନିଜର ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାର ଅନୁଭୂତି ଓ ଅଭିଜ୍ଞତାକୁ ବ୍ୟବହାର କରି ମୌଳିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୂତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ।
ପୂର୍ବରୁ ସେବିକାମାନେ ବିଭିନ୍ନ ନିଦେ୍ର୍ଦଶାଳୟ ଅଧୀନରେ କାର୍ଯ୍ୟ କରି ଆସୁଥିଲେ । ନିଜର ଛୋଟ ଛୋଟ ସମସ୍ୟା ସମାଧାନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ୨୦୧୩ରେ ନର୍ସିଂ ନିଦେ୍ର୍ଦଶାଳୟ କାର୍ଯ୍ୟକାରୀ ହେବା ପରେ ସେମାନଙ୍କୁ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଆଶା ବାନ୍ଧିଥିଲେ । ମାତ୍ର ସେବିକା ନିଦେ୍ର୍ଦଶାଳୟ ବର୍ତମାନ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ଏବେ ବି ସେବିକା ମାନେ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ଅନ୍ୟାନ୍ୟ ନିଦେ୍ର୍ଦଶାଳୟ ଉପରେ ନିର୍ଭର କରୁଛନ୍ତି । ନର୍ସିଂର ସବୁଠୁ ବୃହତ୍ କ୍ୟାଡ଼ର୍ ଏଏନ୍ଏମ୍ ଓ ଏଲ୍ଏଚ୍ଭି ମାନଙ୍କୁ ଏଯାଏ ଏହି ନିଦେ୍ର୍ଦଶାଳୟରେ ସାମିଲ୍ କରା ଯାଇନାହିଁ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୨୦୧୨ କ୍ୟାଡ଼ର୍ ରୁଲ୍କୁ କାର୍ଯ୍ୟକାରୀ ନକରି ରାଜ୍ୟ ସରକାର ୨୦୧୫ ଜୁଲାଇରେ ନିଜସ୍ୱ ଏକ ସ୍ୱତନ୍ତ୍ର କ୍ୟାଡ଼ର୍ ରୁଲ୍ ଲାଗୁ କରିଥିଲେ । ଯାହା ଅଗଣତାନ୍ତ୍ରିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହୋଇଥିଲା । ଯଦ୍ୱାରା ସରକାର ଚଳିତ ବର୍ଷ ନୂଆ ଏକ କ୍ୟାଡ଼ର୍ ରୁଲ୍ ଲାଗୁ କରିବାକୁ ବାଧ୍ୟ ହେଲେ । ମାତ୍ର ଏହି ନୂଆ କ୍ୟାଡ଼ର୍ ରୁଲ୍ ବି ଏଏନ୍ଏମ୍ ଙ୍କୁ ସନ୍ତୁଷ୍ଟ କରି ପାରିନାହିଁ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜଣେ ସରକାରୀ କର୍ମଚାରୀ ନିଜର ଚାକିରି କାଳ ଭିତରେ ତିନୋଟି ପଦୋନ୍ନତି ସୁବିଧା ପାଇ ପାରିବେ । ମାତ୍ର ଏଏନ୍ଏମ୍ ଙ୍କ କ୍ଷେତ୍ରରେ ସରକାରୀ ନିୟମର କୌଣସି ଅର୍ଥ ରଖୁନାହିଁ । ଯେଉଁଥିପାଇଁ ଏଏନ୍ଏମ୍ ଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ବାବଦରେ ସରକାର ବ୍ୟାପକ ସମୀକ୍ଷା କରିବା ଉଚିତ ଯେ, ଏଥିପାଇଁ ଦାୟୀ କିଏ? ଏଏନ୍ଏମ୍ ନା ସରକାର? ଏହା ସଂପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ ଓ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇ ଆସୁଛି । କାରଣ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଏଏନ୍ଏମ୍ ଙ୍କର ନିର୍ଦ୍ଦିଷ୍ଟ କ୍ୟାଡ଼ର୍ ରୁଲ୍ କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶାରେ ଏହା ୬୦ ବର୍ଷ ତଳୁ କାହିଁକି ଲାଗୁ ହୋଇନାହିଁ, ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ସ୍ତରରେ କୌଣସି ପଦବୀ ସୃଷ୍ଟି ହେବା ସହିତ କ୍ୟାଡ଼ର୍ ରୁଲ୍ ଓ ଚାକିରି ସତାବଳୀ ତିଆରି ହୋଇ କାର୍ଯ୍ୟକାରୀ ହୋଇଥାଏ । ରାଜ୍ୟ ସରକାରଙ୍କର ଏଭଳି ମନମୁଖୀ କାର୍ଯ୍ୟ ଅଗଣତାନ୍ତ୍ରିକ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୌଣସି ବ୍ୟକ୍ତିର ମର୍ଜ୍ଜିରେ ଚାଲିବା ଅନୂଚିତ । ହୁଏତ ସରକାରଙ୍କର ଏହା ଅସହିଷ୍ଣୁତା ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ସ୍ୱାସ୍ଥ୍ୟ ସଚିବ ଡ଼ାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ତୁରନ୍ତ ଏ ସଂପର୍କରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *