ସ୍ଥିତିପ୍ରଜ୍ଞା ମହାବିଦ୍ୟାଳୟର ସ୍ୱାଗତ ଉତ୍ସବ

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ଥିତିପ୍ରଜ୍ଞା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା +୨ ପିଲାମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପଥର ଗାଡିଆ ସ୍ଥିତ କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନୂତନ ଭାବେ ନାମ ଲେଖାଇଥିବା ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଛାତ୍ର ଛାତ୍ରୀ ଯେତେ ଶୃଙ୍ଖଳିତ ହେବେ ତାଙ୍କ ପାଠପଢ଼ା ଜୀବନ ସେତେ ସମୃଦ୍ଧ ହେବ ବୋଲି ଅଧ୍ୟକ୍ଷ ତାଙ୍କ ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସ୍ୱାଧୀନ ଶେଖର ଷଡଙ୍ଗୀ, ସୁକାନ୍ତ କୁମାର ବିଶ୍ୱାଳ, ବିଶ୍ୱକାନ୍ତି ସ୍ୱାଇଁ, ସନ୍ଦିପ କୁମାର ନାୟକ, ଦିଲ୍ଲିପ କୁମାର ରଥ ଓ ଅଧ୍ୟାପିକା କ୍ଷୀରୋଦିନୀ ବେହେରା, ପ୍ଲାଜା ରାଣୀ ବିଶ୍ୱାଳ ସ୍ନେହଲତା ପୃଷ୍ଟି, ପ୍ରିୟଙ୍କା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.