ଭାରତ, ପାକିସ୍ତାନ ଓ କାଶ୍ମୀରର କାହାଣୀ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୫ ଅଗଷ୍ଟ ୨୦୧୯ ମସିହାରେ ପାର୍ଲାମେଂଟରେ ବହୁ ମତରେ ସମର୍ଥନ ପାଇ ବିଜେପି ସରକାର ଭାରତ ର ସମ୍ବିଧାନର ୨୧ ତମ ଭାଗରେ ଥିବା ଧାରା ୩୭୦ ଓ ଧାରା ୩୫ (ଏ) ର ଉଚ୍ଛେଦ ଘୋଷଣା କରିଛନ୍ତି । ଏହି ସମ୍ବାଦରେ ସାରା ଭାରତରେ ଯେଉଁ ଆନନ୍ଦ ଉଲ୍ଲାସ ଖେଳିଗଲା, ତାହା କେବଳ ୧୯୪୭ ମସିହା ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଓ ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ବାଙ୍ଗଲାଦେଶ ଯୁଦ୍ଧରେ ଭାରତର ଜୟ ଲାଭ ପରେ ଘଟିଥିଲା । ଏହି ପରିପ୍ରେକ୍ଷିରେ ଏହି ଧାରା ଗୁଡିକର ସୃଷ୍ଟି ଓ ବିଲୟ ମଧ୍ୟରେ ଥିବା ଘଟଣା ଗୁଡିକ ମୁଁ ଉପସ୍ଥାପନା କରୁଅଛି ।
ଏହି ଦୁଇଟି ଧାରା ଭାରତୀୟ ସମ୍ବିଧାନରେ ଲିପିବଦ୍ଧ ହେଲେ ମଧ୍ୟ ଏହା ସଂପୁର୍ଣ୍ଣ ଭାବେ ଜାମ୍ମୁ ଓ କାଶ୍ମିର ରାଜ୍ୟ ପାଇଁ ପ୍ରଯୁଯ୍ୟ ଥିଲା । ସ୍ୱାଧିନତା ପୁର୍ବରୁ ଜାମ୍ମୁ ଓ କାଶ୍ମିର ବି୍ରଟିଶ ମାନଙ୍କ ନାମ ମାତ୍ର ଅଧିନରେ ଥାଇ ଏକ ସ୍ୱାଧିନ ରାଜ୍ୟ ରୁପେ କାର୍ଯ୍ୟ କରୁଥିଲା । ୧୮୪୬ ମସିହାରୁ ଏହି ରାଜ୍ୟର ଶାସକ ଗୁଲାବ ସିଂ ଙ୍କ ଅଧିନରେ ଏହା ଏହି ମାନ୍ୟତା ପାଇଥିଲା । ସ୍ୱାଧିନତା ପାଇଲା ବେଳକୁ ଏହି ବଂଶର ସପ୍ତମ ରାଜା ମହାରାଜା ହରି ସିଂ ଏହାକୁ ଶାସନ କରୁଥିଲେ । ଏହି ରାଜ୍ୟର ଅଧିକାଂଶ ଅଧିବାସି ମୁସଲମାନ ହେଲେ ମଧ୍ୟ ଶାସକ ହିନ୍ଦୁ ଥିଲେ । ସ୍ୱାଧିନତା ପରେ ଭାରତ କିମ୍ବା ପାକିସ୍ଥାନରେ ନ ମିଶି ହରି ସିଂ ଏକ ସ୍ୱାଧିନ କାଶ୍ମିରର ସ୍ୱପ୍ନ ଦେଖୁଥିବା ବେଳେ ସେହି ବର୍ଷ ଅକ୍ଟୋବର(୧୯୪୭)ମାସରେ ପାକିସ୍ଥାନ ଦ୍ୱାରା ପ୍ରାୟୋଜିତ ସିମାନ୍ତ ପ୍ରଦେଶର ଦୁର୍ଦାନ୍ତ ପଠାଣ ଅନୁପ୍ରବେଶକାରୀ ମାନେ କାଶ୍ମିର ଉପରେ ଆକ୍ରମଣ କରି ମାତ୍ର ୪ ଦିନ ମଧ୍ୟରେ ବରମୂଳା ଅଧିକାର କରି, ରାଜଧାନୀ ଶ୍ରୀନଗରର ସିମାରେ ପହଂଚି ଗଲେ । ଭୟଭୀତ ମହାରାଜା ହରି ସିଂ ରାଜ୍ୟର ଧନ ଜୀବନ ରକ୍ଷା ପାଇଁ ୨୬/୧୦/୧୯୪୭ ଦିନ ଭାରତ ସହ ମିଶ୍ରଣ ଚୁକ୍ତି ବା “ଇନ୍ଷ୍ଟ୍ରୁମେଂଟ ଅଫ୍ ଆସେସନ୍”ରେ ସ୍ୱାକ୍ଷର କଲେ ଓ ଭାରତ ସରକାରଙ୍କୁ ରାଜ୍ୟ ରକ୍ଷା ପାଇଁ ନିବେଦନ କଲେ । ତାଙ୍କର ଅନୁରୋଧ ରକ୍ଷା କରି ଭାରତ ସୈନ୍ୟ ପ୍ରେରଣ କରି କାଶ୍ମିରର ଅଧିକାଂଶ ଅଂଚଳ ମୁକ୍ତ କଲେ ମଧ୍ୟ ମୁଜାଫର ବାଦ ସମେତ କିଛି ଅଂଶ ପାକିସ୍ଥାନ ଅଧିନରେ ରହିଗଲା । ଯାହା ଏବେ ଆଜାଦ କାଶ୍ମିର ନାମରେ ପାକିସ୍ଥାନରେ ଓ ପି.ଓ.କେ.ବା ପାକିସ୍ତାନ ଅଧିକୃତ କାଶ୍ମିର ନାମରେ ଭାରତରେ ନାମିତ ହୋଇଅଛି । ବର୍ତମାନ ମଧ୍ୟ ଜାମ୍ମୁ ଓ କାଶ୍ମିର ବିଧାନ ସଭାରେ ୮୩ ଟି ଆସନ ମଧ୍ୟରୁ ୨୪ ଟି ଆସନ ତାଙ୍କ ପାଇଁ ଶୁନ୍ୟ ପଡି ଅଛି ।
ମିଶ୍ରଣ ଚୁକ୍ତିକୁ ଭାରତର ସମ୍ବିଧାନ ସଭା ୧୪ ନଭେମ୍ବର ୧୯୪୯ ଦିନ ସ୍ୱିକୃତି ଦେଲା ଓ ସମ୍ବିଧାନରେ ୩୭୦ ଧାରା ସୃଷ୍ଟି କରାଯାଇ ଭାରତ କାଶ୍ମିର ସଂପର୍କରେ ବିଶଦ ଭାବରେ ବାଖ୍ୟା କରାଗଲା । ଏହି ଧାରା ସଂଶୋଧନ ପାଇଁ ପାର୍ଲିଆମେଂଟ ର ଆବଶ୍ୟକତା ପଡେନାହିଁଣ୍ଟଣ୍ଟଣ୍ଟଣ୍ଟଣ୍ଟ
ଯଥା-
୧. ଜାମ୍ମୁ ଓ କାଶ୍ମିର ରାଜ୍ୟ ପାଇଁ ସେମାନଙ୍କ ଦ୍ୱାରା ପ୍ରଣିତ ଏକ ସ୍ୱତନ୍ତ୍ର ସମ୍ବିଧାନ କାର୍ଯ୍ୟ କରିବ ଓ ସେଥିପାଇଁ କାଶ୍ମିରରେ ୩୧/୧୦/୧୯୫୧ ରୁ ୧୭/୧୧/୧୯୫୬ ପର୍ଯ୍ୟନ୍ତ ସମ୍ବିଧାନ ସଭା କାର୍ଯ୍ୟକ୍ଷମ ଥିଲା ।
୨. ଭାରତ ସମ୍ବିଧାନ ୩୭୦ ଧାରା ବ୍ୟତିତ ଅନ୍ୟ ଧାରା କାଶ୍ମିର ପାଇଁ ପ୍ରଯୁଜ୍ୟ ହେବ ନାହିଁ ।
୩. ଭାରତ ସରକାର କେବଳ ପ୍ରତିରକ୍ଷା ପରରାଷ୍ଟ୍ର ଓ ଯୋଗାଯୋଗ ସଂପର୍କରେ କାଶ୍ମିର ଉପରେ ହସ୍ତକ୍ଷେପ କରି ପାରିବେ । ଅନ୍ୟ କୌଣସି କ୍ଷେତ୍ରରେ ଭାରତ ହସ୍ତକ୍ଷେପ କରିବ ନାହିଁ ।
୪. ଭାରତର ସୃପ୍ରିମକୋର୍ଟର ପରିସର ଜାମ୍ମୁ କାଶ୍ମିରକୁ ପ୍ରସାରିତ ହେବ ନାହିଁ ।
୫. ରାଜ୍ୟରେ ଏକ ସ୍ୱତନ୍ତ୍ର ଜାତୀୟ ପତାକା ରହିବ ।
୬. ଏହାର ଶାସନ ମୁଖ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟ ପାଳ ନହୋଇ ରାଜ୍ୟ ବିଧାନସଭା ଦ୍ୱାରା ନିର୍ବାଚିତ ସଦର- ଇ- ରିଆସତ ହେବେ । ହରି ସିଂ ଙ୍କ ପୁଅ କରଣ ସିଂ ପଥମ ସଦର- ଇ -ରିଆସତ ରୁପେ ନିଯୁକ୍ତି ପାଇଥିଲେ ।
୭.କୌଣସି ଭାରତୀୟ ଆଇନ ଜାମ୍ମୁ ଓ କାଶ୍ମିରକୁ ପ୍ରସାରିତ ହେବାକୁ ହେଲେ ରାଜ୍ୟ ସମ୍ବିଧାନିକ ସଭାର ସ୍ୱିକୃତି ଆବଶ୍ୟକ ।
୮. କାଶ୍ମିରର ମୁଖ୍ୟ ମନ୍ତ୍ରୀ ଙ୍କୁ ପ୍ରଧାନ ମନ୍ତ୍ରୀ କୁହାଯିବ । ଏହି ଧାରାକୁ ୧୯୫୨ ମସିହା କାଶ୍ମିରର ପ୍ରଧାନମନ୍ତ୍ରୀ ସେକ ଅବଦୁଲା ଓ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଦ୍ୱାରା ଗୃହିତ ହେଲା ଓ କାଶ୍ମିର ସମ୍ବିଧାନିକ ସଭା ଏହାକୁ ସ୍ୱିକୃତି ଦେଲା ।
୩୭୦ ଧାରକୁ ଉଭୟ ଭାରତ ଓ ଜାମ୍ମୁ କାଶ୍ମିରର କିଛି ଅଂଚଳରେ ପ୍ରବଳ ବିରୋଧ କରାଗଲା । ଭାରତୀୟ ଜନସଂଘ ତରଫରୁ ଏହାର ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜି ଆନେ୍ଦାଳନ ପାଇଁ କାଶ୍ମିର ଯାଇଥିଲେ ଓ ସେଠାରେ ଗିରଫ ହୋଇ ବନ୍ଦିଶାଳାରେ ତାଙ୍କର ମୃତୁୁ୍ୟ ଘଟିଥିଲା । ଏଥିପାଇଁ ସାରା ଦେଶରେ ବିକ୍ଷୋଭ ଓ ହିଂସାକାଣ୍ଡ ହୋଇଥିଲା । ରାମ ମନୋହର ଲୋହିଆ ମଧ୍ୟ ଏହାକୁ ବିରୋଧ କରିଥିଲେ । ହିନ୍ଦୁ ବହୁଳ ଜାମ୍ମୁ ଓ ବୌଦ୍ଧ ଧର୍ମାବଲମ୍ବି ଲାଦାକ୍ ଅଂଚଳରେ ଗୋଟିଏ ଦେଶ ଦୁଇଟି ପତାକା ଚଳିବ ନାହିଁ ବୋଲି ଧ୍ୱନି ଦେଇ ପ୍ରତିବାଦ କରିଥିଲେ ।
ପରବର୍ତି କାଳରେ ଜାମ୍ମୁ କାଶ୍ମିର କୁ ଅଧିକ ସ୍ୱତନ୍ତ୍ରତା ଦାବି କରି ସେକ ଅବଦୁଲ୍ଲା ବିଭିନ୍ନ ବିଭ୍ରାନ୍ତିକର ବିବୃତି ଦେବାରୁ ୧୯୫୩ ମସିହାରେ ତାଙ୍କୁ ଗାଦିଚୁ୍ୟତ କରାଗଲା ଓ ଅଟକ ରଖାଗଲା । ତାଙ୍କର ଅନୁଗତ ବକ୍ସି ଗୁଲାମ ମହମ୍ମଦ ଙ୍କୁ ପ୍ରଧାନମନ୍ତ୍ରୀ ଦାୟତ୍ୱ ଦିଆଗଲା । ମହାରାଜାଙ୍କ ସମୟରୁ ରାଜ୍ୟରେ ପ୍ରଚଳିତ କିଛି ଆଇନକୁ ସ୍ୱିକୃତି ଦେବାପାଇଁ ୧୯୫୪ ମସିହାରେ ନେହେରୁ ଓ ବକ୍ସିଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା ଓ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଙ୍କ ଆଦେଶରେ ଏହା ଧାରା ୩୫ (ଏ )ରୁପେ ଭାରତ ସମ୍ବିଧାନରେ ସ୍ଥାନ ପାଇଲା । ଏହି ଧାରାରେ କାଶ୍ମିର ରାଜା ହରି ସିଂ ଙ୍କ ସମୟରୁ ପ୍ରଚଳିତ ସ୍ଥାୟି ନାଗରିକ ଆଇନ ର ବାଖ୍ୟା କରାଗଲା ଓ କାଶ୍ମିର ସାମ୍ବିଧାନିକ ସଭା ଏହାକୁ ସ୍ୱିକୃତି ଦେଲା ।
କାଶ୍ମିରର ମନୋରମ ଜଳବାୟୁ ହେତୁ ବାହାର ଲୋକଙ୍କର ଅନୁପ୍ରବେଶକୁ ରୋକିବା ପାଇଁ ସେଠାକାର ପଣ୍ଡିତ ମାନେ କାଶ୍ମିର ଅଧିବାସୀଙ୍କ ପାଇଁ କାଶ୍ମିର ଭୁମି କାଶ୍ମରି ଙ୍କ ପାଇଁ ବୋଲି ଆନେ୍ଦାଳନ ଆରମ୍ଭ କରିଥିଲେ ଓ ଏହା ଫଳରେ ସ୍ଥାୟି ନାଗରିକ ଆଇନ ମହାରାଜା(୧୯୩୨)ପ୍ରଚଳନ କରିଥିଲେ । ଏହି ଆଇନ ସମ୍ବିଧାନରେ ୩୫.(ଏ )ଧାରା ରୁପେ ସ୍ଥାନ ପାଇଲା ।
୧. ଏହି ଧାରା ଅନୁଯାୟି କାଶ୍ମିର ଅଧିବାସୀଙ୍କୁ ଭାରତୀୟ ନାଗରିକ ବୋଲି ଘୋଷଣା କରାଗଲା ।
୨. ୧୦/୧୧/୧୯୫୪ ରେ ଯେଉଁ ମାନେ କାଶି୍ମରରେ ସ୍ଥାୟି ଭାବେ ରହିଥିବେ ବା ସ୍ଥାବର ସମ୍ପତିର ମାଲିକ ହୋଇଥିବେ ସେମାନଙ୍କୁ ସ୍ଥାୟି ନାଗରିକ ବୋଲି ଧରାଯିବ ।
୩. ଅନ୍ୟ ରାଜ୍ୟ ର ଲୋକେ କାଶ୍ମିରରେ ସ୍ଥାବର ସମ୍ପତି କ୍ରୟ କରି ପାରିବେ ନାହିଁ ।
୪. ସ୍ଥାୟି ଅଧିବାସୀ ନହେଲେ ସେମାନେ ଭୋଟ ଦେଇ ପାରିବେ ନାହିଁ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ ।
୫. ବାହାର ଲୋକେ କାଶ୍ମିରରେ ଚାକିରି କରିପାରିବେ ନାହିଁ । ସରକାରଙ୍କ ଦ୍ୱାରା ଚାଳିତ ଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇ ପାରିବେ ନାହିଁ । ବୃତି ପାଇ ପାରିବେ ନାହିଁ ଓ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପାଇପାରିବେ ନାହିଁ ।
ଏହି ଆଇନ ୩୭୦ ଧାରା ଅଧିନରେ ୧୪/୦୫/୧୯୫୪ ଦିନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱିକୃତି ପାଇଲା ଓ କାଶ୍ମିର ସାମ୍ବିଧାନିକ ସଭା ମଧ୍ୟ ଏହାକୁ ଗ୍ରହଣ କଲା ।
ପରବର୍ତି କାଳରେ ଦେଖାଗଲା ଏହି ଆଇନ ଦ୍ୱାରା କାଶ୍ମିର ଭାରତର ସଂଘିୟ ବ୍ୟବସ୍ଥାରୁ ବାହାରେ ରହିଗଲା । ଜମି ଅଧିକାର ନମିଳିବାରୁ ବାହାରର କମ୍ପାନି ମାନେ ଏହି ରାଜ୍ୟକୁ ଗଲେ ନାହିଁ । ଉନ୍ନତ ମାନର ହସପିଟାଲ, ଶିକ୍ଷାନୁଷ୍ଠାନ ଓ ହୋଟେଲ ଆଦି ମୁଣ୍ଡ ଟେକିଲା ନାହିଁ । ଜମି ନମିଳିବାରୁ କୈାଣସି ଶିଳ୍ପପତି ସେ ରାଜ୍ୟକୁ ଗଲେ ନାହିଁ । ବିଭିନ୍ନ ସୁବିଧା ନପାଇବାରୁ ବାହାର ରାଜ୍ୟରୁ ଡ଼ାକ୍ତର ଇଞ୍ଜିନିୟର ମାନେ ସେଠାକୁ ଗଲେ ନାହିଁ । ଲୋକ କଲ୍ୟାଣକାରି କେନ୍ଦ୍ରିୟ ଯୋଜନା ମାନ ସେ ରାଜ୍ୟକୁ ସଂପ୍ରସାରିତ ହେଲା ନାହିଁ । ଭାରତ ସମ୍ବିଧାନରେ ଥିବା ମହିଳା ଓ ଦଳିତ ମାନଙ୍କ ସୁରକ୍ଷା ପାଇଁ ଆଇନ ମାନ ମଧ୍ୟ କାର୍ଯ୍ୟକାରି ହେଲାନାହିଁ । କାଶ୍ମିର ଉପତ୍ୟକାରୁ ଶିକ୍ଷିତ ପଣ୍ଡିତ ମାନେ ପଳାୟାନ ପରେ ମାନବ ସମ୍ବଳର ଅଭାବ ଘଟିଲା । କାଶ୍ମିରର ଉନ୍ନତି ପାଇଁ ଭାରତ ସରକାର ଯେଉଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ତାହାକୁ କେତେକ ନେତା ଓ ଅଫିସର ଆତ୍ମସାଦ କରୁଥିଲେ ଓ ଆତଙ୍କ ବାଦି ମାନଙ୍କୁ ସାହାଯ୍ୟ ଦେଉଥିଲେ ।
ଅବଶ୍ୟ ଏହା ମଧ୍ୟରେ ଭାରତ ସରକାର ବିଭିନ୍ନ ସମୟରେ ରାଷ୍ଟ୍ରପତିଙ୍କ ନିର୍ଦେଶ ନାମା ବଳରେ ଭାରତର ଅନେକ ଆଇନ ଜାମ୍ମୁ କାଶ୍ମିରରେ ଲାଗୁ କରାଇ ସାରିଥିଲେ । ସାମ୍ବିଧାନିକ ସଭା ନଥିବାରୁ କାଶ୍ମିର ସରକାରଙ୍କ ଦ୍ୱାରା ଏହା ଗୃହିତ ହୋଇଛି । ଆମ ସମ୍ବିଧାନରେ ଥିବା ୩୯୫ ଟି ଧାରା ମଧ୍ୟରୁ ୨୬୦ ଧାରାକୁ କାଶ୍ମିରରେ ପ୍ରବେଶ କରାଯାଇଛି । କେନ୍ଦ୍ର ଅଧିନରେ ଥିବା ୯୭ ଟି ବିଭାଗ ମଧ୍ୟରୁ ୯୪ ଟି ବିଭାଗକୁ ଆଇନ କରିବାକୁ କେନ୍ଦ୍ର ସରାକାର ସକ୍ଷମ ହେଲେଣି ।
୧. ସଦର- ଇ- ରିଆସତ ପଦବି କୁ ଉଚ୍ଛେଦ କରାଯାଇ କେନ୍ଦ୍ର ଦ୍ୱାରା ରାଜ୍ୟ ପାଳ ନିଯୁକ୍ତି ହେଉଛନ୍ତି ।
୨. ପ୍ରଧାନମନ୍ତ୍ରୀ ପଦବି କୁ ଉଚ୍ଛେଦ କରାଯାଇଛି । ସ୍ୱତନ୍ତ୍ର ପତାକା କୁ ନିଷେଧ କରାଯାଇଛି ।
୩. ଭାରତର ସୁପ୍ରିମକୋର୍ଟ, ନିର୍ବାଚନ କମିସନର, ସର୍ବଭାରତୀୟ ସେବାର ପରିସିମା ରାଜ୍ୟକୁ ସଂପ୍ରସାରିତ ହୋଇଛି ।
୪. କାଶ୍ମିରରୁ ଆଦାୟ ହେଉଥିବା କଷ୍ଟମ ଟ୍ୟାକ୍ସ କୁ ଉଚ୍ଛେଦ କରାଯାଇଛି ।
ଏତେ ସବୁ ସଂଶୋଧନ ପରେ ମ୍ମ ୩୫.ଏ ଅନୁଯାୟି ବାହାର ଲୋକମାନେ କାଶ୍ମିରରେ ରହିପାରୁନଥିଲେ । ରାଜ୍ୟର କୈାଣସି ମହିଳା ଅନ୍ୟ ରାଜ୍ୟରେ ବିବାହ କଲେ ତାକୁ ସମ୍ପତିରୁ ଭାଗ ମିଳୁ ନଥିଲା । ଏହି ଧାରା ଆତଙ୍କ ବାଦ ର ବିଷ ମଞ୍ଜି ବୁଢ଼ୁଥିଲା ଓ ଆମ ଦେଶର କଷ୍ଟ ଲବ୍ଧ ଅର୍ଥକୁ ଆତଙ୍କ ବାଦିଙ୍କ ହାତକୁ ଯାଉଥିଲା । ଲୋକ ମାନଙ୍କୁ ଟଙ୍କା ଦେଇ ଆମ ଜବାନ ଙ୍କ ଉପରକୁ ଟେକା ଫିଙ୍ଗା ଯାଉଥିଲା । ଗୋ ବ୍ୟାକ୍ ଇଣ୍ଡିଆନ ଡଗ ବୋଲି ସ୍ଲୋଗାନ ଦିଆଯାଉଥିଲା । ସରକାରଙ୍କ ଏହି ନୁଆ ଆଇନ ବଳରେ ତାହାର ଅନ୍ତ ଘଟିଲା । ସାରା ଭାରତ ସହ କାଶ୍ମିର ଗୋଟିଏ ସୁତାରେ ବନ୍ଧା ହେଲା । ତାହା ସହିତ କାଶ୍ମିର ପୁର୍ଣ୍ଣ ଗଠନ ବିଲ ପାସ ହୋଇ ଲାଦାକ୍ ଅଂଚଳକୁ କାଶ୍ମିର ଠାରୁ ବିଚ୍ଛିନ୍ନ କରାଗଲା ଓ ଉଭୟ କୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ବୋଲି ଘୋଷିତ କରାଗଲ । ।
ଏହି ଆଇନ ଦ୍ୱାରା କଂଗ୍ରେସ ସରକାରଙ୍କ ଦ୍ୱାରା ପ୍ରଚଳିତ ୱାଚ- ଏଣ୍ଡ -ସି ନିତି ର ଶେଷ ଘଟିଲା । ସାରା ଦେଶରେ ଆନନ୍ଦ ଉଲ୍ଲାସର ଲହରି ଖେଳି ଯାଇଛି । ଜାମ୍ମୁ ଓ ଲାଦାକ୍ ଅଂଚଳରେ ପ୍ରବଳ ସମର୍ଥନ ମିଳିଛି । ସେନା ଘେରରେ ଥିବା କାଶ୍ମିର ଉପତ୍ୟକା ନିରବ ରହିଛି ।
ଭାରତର ଏହି ଆକସ୍ମିକ ଓ ସାହାସିକ ପଦକ୍ଷେପରେ ପଡୋଶି ପାକିସ୍ଥାନ ହତବାକ୍ ହୋଇ ଯାଇଛି । ବିମୁଢ ଅବସ୍ଥାରେ ଗୁଡାଏ ଅବିବେକି ପଦକ୍ଷେପ ନେବାରେ ଲାଗିଛି । ଯୁଦ୍ଧର ଧମକ ଦେଉଛି । କୁଟ ନୈତିକ ସଂପର୍କ ଛିନ୍ନ କରିଛି । ଆକାଶ ପଥକୁ ନିଷେଧ କରିଛି । ବାଣିଜ୍ୟ କାରବାର ଛିନ୍ନ କରିଛି । ଉଭୟ ଦେଶ ମଧ୍ୟରେ ସଂପର୍କର ସେତୁ ଭଳି ଥିବା ସମଝତା ଏକ୍ସପ୍ରେସ, ଥର ଏକ୍ସପ୍ରେସ ଟ୍ରେନ ଓ ଦୋସ୍ତି ବସ କୁ ବନ୍ଦ କରିଦେଇଛି । ସାରା ଭାରତ କିନ୍ତୁ ଆଜି ଏକଯୁଟ ହୋଇ ଦେଶ ପ୍ରେମରେ ଜାଗି ଉଠିଛି ଓ ଯେ କୌଣସି ପରିସ୍ଥିତି ର ମୁକାବିଲା ପାଇଁ ସଜାଗ ହୋଇ ରହିଛି ।

Leave a Reply

Your email address will not be published. Required fields are marked *