ବିଧାୟକ ନେଲେ ପାଣିଭାର

ଭୁବନେଶ୍ୱର,(ଆଇଏନ୍ଏସ୍): ଉତର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସୁଶାନ୍ତ କୁମାର ରାଉତ ଉତରବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାରେ ମାନସିକ ଅନୁସାରେ ବିଧାୟକ ଶ୍ରୀ ରାଉତ ମଂଚେଶ୍ୱର ମଂଚନାଥ ଠାରୁ ପାଣି ଉଠାଇ ଢାୱା ସୋମନାଥ ପୀଠରେ ପାଣି ଢାଳିଛନ୍ତି । ବିଧାୟକ ହେବା ପରେ ଏହା ତାଙ୍କର ମାନସିକ ଥିଲା । ପରମ୍ପରା, ଋତିନୀତି ଏବଂ ପୂର୍ବ ଧାର୍ମିକ ଚେତନା ଅନୁସାରେ ଶିବଙ୍କ ମସ୍ତକରେ ପାଣି ଢାଳିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଆମର ବିଶ୍ୱାସ ଅଛି । ଏହି ବିଶ୍ୱାସକୁ ପାଥେୟ କରି ଉତର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଶୁଭମାନାସି ଶିବଭକ୍ତମାନଙ୍କ ସହିତ ପାଦରେ ଚାଲିଚାଲି ସୋମବାର ସକାଳେ ପାଣି ଢାଳିଥିଲେ ।

Leave a Reply

Your email address will not be published. Required fields are marked *