ବୟୋଶ୍ରୀ ଓକିଲ ସଂଘର ଉଦଘାଟନ ଉତ୍ସବଭୁବନେଶ୍ୱର, (ଆଇଏନ୍ଏସ୍): ବରିଷ୍ଠ ଆଇନଜୀବୀ ତଥା ଅବସରପ୍ରାପ୍ତ ବିଚାରପତି ଏବଂ ଆଇନ ଶିକ୍ଷକମାନଙ୍କୁ ନେଇ ବୟୋଶ୍ରୀ ଓକିଲ ସଂଘ ଉଦଘାଟିତ ହୋଇଯାଇଛି । ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଏକ ଘରୋଇ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶା ହାଇକୋର୍ଟର ବିଚାରପତି ଅକ୍ଷୟ କୁମାର ମିଶ୍ର ଯୋଗଦେଇ ଓଡିଶାରେ ବରିଷ୍ଠ ଓକିଲ ଓ ନାଗରିକ ମାନଙ୍କର ଆଇନ୍ ସମନ୍ଧୀୟ ଅଧିକାର, କାର୍ଯ୍ୟଶୈଳି ଓ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥିôଭାବେ ପ୍ରଫେସର ପ୍ରଦୀପ ସରକାର, ବାର ଅସୋସିଏସନର ପୂର୍ବତନ ଅଧ୍ୟକ୍ଷ ମାନସ ମହାପାତ୍ର, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଂପାଦକ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ଆଇନଗତ ସମସ୍ୟା ଏବଂ ଦୀର୍ଘ ଦିନ ଧରି ପଡିରହିଥିବା କେସ୍ ଗୁଡିକୁ ଏହି ସଂଘ ମାଧ୍ୟମରେ ସମାଧାନ କରାଯିବ । ବରିଷ୍ଠଙ୍କ କ୍ଷେତ୍ରରେ ହେଉଥିବା ଅନ୍ୟାୟ, ଅନିତୀ ଓ ଅତ୍ୟାଚାର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ପ୍ରତେକ ଜିଲ୍ଲାରେ ଶାଖା ଖୋଲାଯାଇ ସେଠାରେ ବିଭିନ୍ନ ସମସ୍ୟା ବୁଝାଯିବା ସହିତ ଏହି କାର୍ଯ୍ୟକ୍ରମକୁ ଓଡିଶାର କୋଣ ଅନୁକୋଣରେ ପହଂଚାଯିବ ବୋଲି ମତ ପ୍ରକାଶ ପାଇଥିଲା । ବୟୋଶ୍ରୀ ସଂଘର ସଂପାଦକ ଅନନ୍ତ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଏସ୍.ଏସ୍.କେ.ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଓଡିଶାର ବିଭିନ୍ନ ସ୍ଥାନରୁ ବରିଷ୍ଠ ଆଇନଜୀବୀଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆଇନ୍ଜୀବୀ ସମରେନ୍ଦ୍ର ସାହୁ, ବିଜୟ କୁମାର ପାତ୍ର, ସମାଜସେବୀ ଇଂ ଦିଲ୍ଲିପ୍ ସାହୁ ପରିଚାଳନା କରିଥିଲେ । ଶେଷରେ ବିଜୟ କୁମାର ପାତ୍ରଙ୍କୁ ବୟୋଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published.