ପୁଣ୍ୟ ଉତକଳ ମହିଳା ମହାସଂଘ ପକ୍ଷରୁ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ସହରର ବଡ଼ହାଟ ସ୍ଥିତ ପୁଣ୍ୟ ଉତକଳ ମହିଳା ମହାସଂଘ ପକ୍ଷରୁ ୭୩ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥି ରୂପେ ଚଳଚିତ୍ର ପ୍ରଯୋଜକ ତଥା ସହରର ବିଶିଷ୍ଠ ବ୍ୟବସାୟୀ ରବିନ୍ଦ୍ର ମୋହନ ସାହୁ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସ୍ୱାଧିନତା ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଉ୍କ୍ତ ମହାସଂଘ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଏଥିରେ ସଭାନେତ୍ରୀ ସସ୍ମିତା ସାହୁ, ସଂପାଦିକା ଅନୁପମା ସାହୁ, କୋଷାଧ୍ୟକ୍ଷା ବ୍ରଜେଶ୍ୱରୀ ସାହୁ, ମଧୁସ୍ମିତା ମର୍ଦ୍ଦରାଜ, ଲଳିତା ସାହୁ, ଜୋସ୍ନା ସାହୁ, ମମତା ସାହୁ, ରେବତୀ ସାହୁ, ଝରଣା ସାହୁ ଓ ପ୍ରମିଳା ସେଠୀ ପ୍ରମୂଖ ଶତାଧିକ ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published.