ଅନ୍ଧାରରେ କଂଗ୍ରେସର ଭବିଷ୍ୟତ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତୀୟ ଜାତିୟ କଂଗ୍ରେସ ଦେଶର ସର୍ବ ପୁରାତନ ଓ ସର୍ବ ବୃହତ ରାଜନୈତିକ ଦଳର ମାନ୍ୟତା ଏବେ ମଧ୍ୟ ବଜାୟ ରଖିଛି । ଏହା ଦେଶର ଏକ ମାତ୍ର ଜାତିୟ ଦଳ ଯାହାର ସ୍ଥିତି ଆକୁମାରୀ ହିମାଳୟ ଭାରତର କୋଣ ଅନୁକୋଣରେ ଅନୁଭବ କରିହୁଏ ଓ ଏବେ ମଧ୍ୟ ଏହା ଜାତୀୟ ସଂହତିର ମୁଖ୍ୟ ସୁତ୍ରଧର ଅଟେ ।
୧୯୮୫ ମସିହାରେ ଜନ୍ମ ନେଇଥିବା ଏହି ଦଳ ଦଳ ପଛରେ ୧୩୪ ବର୍ଷର ଗୋ÷ରବମୟ ଇତିହାସ ରହିଅଛି । ଘଟି ଘାଇଥିବା ଅନେକ ଐତିହାସିକ ଘଟଣାର ସାକ୍ଷି ରୁପେ ସମୟ ବକ୍ଷରେ ଏହା ସ୍ଥାନ ପାଇଅଛି । ସ୍ୱାଧିନତା ପାଇଁ ହୋଇଥିବା ଦିର୍ଘ ଆନେ୍ଦାଳନରେ କଂଗ୍ରେସ ହିଁ ମୁଖ୍ୟ ଭୁମିକା ନେଇଥିଲା । ଏହି ଦିର୍ଘ ସମୟ ମଧ୍ୟରେ ଏହାର ଅନେକ ଐତିହାସିକ ଅଧିବେଶନରେ ଦେଶର ଭାଗ୍ୟ ନିୟନ୍ତ୍ରଣ ହୋଇଥିଲା । ହରିପୁରା, ତ୍ରୀପୁରି, ରାମଗଡ, ଆଭାଡି ଓ ସୁରଜକୁଣ୍ଡ ଭଳି ଅନେକ ଅଖ୍ୟାତ ସ୍ଥାନ ଏହାର ଅଧିବେଶନ ଯୋଗୁଁ ସାରା ବିଶ୍ୱରେ ପରିଚିତ ହୋଇଅଛି ।
ବିଭିନ୍ନ ସମୟରେ ଭାରତ ମାତାର ଅନେକ ଯଶସ୍ୱୀ ସନ୍ତାନ ଏହି ଦଳର ସଭାପତି ହୋଇ ଇତିହାସରେ ସ୍ଥାନ ପାଇଛନ୍ତି । କଂଗ୍ରେସର ବାର୍ଷିକ ଅଧିବେଶନ ଦେଶର ଏକ ବିଶିଷ୍ଟ ଘଟଣା ଥିଲା । ସାରା ଭାରତର ବରିଷ୍ଠ ନେତା ମାନଙ୍କୁ ଗୋଟିଏ ମଂଚରେ ଦେଖିବା ଆଶାରେ ଲକ୍ଷ ଲକ୍ଷ ଲୋକ ଅଧିବେଶନ ସ୍ଥଳରେ ରୁଣ୍ଡ ହେଉଥିଲେ । ନବ ନିର୍ବାଚିତ ସଭାପତିଙ୍କୁ ଯେଉଁ ଆଡମ୍ବରରେ ସଭା ମଂଚକୁ ନିଆ ଯାଉଥିଲା ସେଭଳି ଆଡମ୍ବର ଭାରତର ବଡଲାର୍ଟଙ୍କୁ ବି ମିଳୁନଥିଲା ।
ଏହାର ପ୍ରଥମ ଅଧିବେଶନ ୧୮୮୫ ମସିହା ଡିସେମ୍ବର ୨୮, ୨୯ ଓ ୩୦ ଏହି ତିନି ଦିନ ଧରି ବମ୍ବେର ଗୋକୁଳ ଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ହୋଇଥିଲା । କଲିକତାର ବାରିଷ୍ଟର ଉମେସ ଚନ୍ଦ୍ର ବାନାର୍ଜି ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ । ଏହା ପୁନା ମହାନଗରୀରେ ହେବାର ସ୍ଥିର ହୋଇଥିଲା । ପୁନାରେ ମହାମାରୀ ବ୍ୟାପିବାରୁ ଏହା ବମ୍ବେକୁ ସ୍ଥନାନ୍ତର ହେଲା । ବିଶିଷ୍ଟ ଜନ ନାୟକ ଗୋପାଳ କୃଷ୍ଣ ଗୋଖେଲ, ଦାଦା ଭାଇ ନାରୋଜି, ଫିରୋଜ ସାହା ମେହଟା, ଲାଲା ଲତପତ ରାୟ, ଗଙ୍ଗା ଧର ତିଳକ, ଚିତରଞ୍ଜନ ଦାସଙ୍କ ଭଳି ସର୍ବମାନ୍ୟ ବକ୍ତି ମାନେ ସଭାରେ ଉପସ୍ଥିତ ଥିଲେ । ଜଣେ ଇଂରେଜ ଆଇ.ସି.ଏସ ଅଫିସର ସାର ଅକ୍ଟୋଭିଆନ ହୁ୍ୟମ ଙ୍କ ଚେଷ୍ଟାରେ ଓ ତକ୍ରାଳିନ ଗଭର୍ଣ୍ଣର ଲର୍ଡ ଡଫରିନ୍ ଙ୍କ ଆର୍ଶିବାଦରେ ଏହି ସଭା ଆୟୋଜନ ହୋଇଥିଲା । କିଛି ଦିନ ପୁର୍ବରୁ ଇଂରେଜ ସରାକାର ଇଲବର୍ଟ ଆଇନ ଓ ଭର୍ଣ୍ଣା କୁଲାର ପ୍ରେସ ଆଇନ ଭଳି ଲୋକ ବିରୋଧି ଆଇନ ମାନ କରି ଦେଶବାସୀଙ୍କ ବିରାଗ ଭାଜନ ହୋଇଥିଲେ । କାଳେ ଆଉଥରେ ୧୮୫୭ ର ପୁନରାବୃତି ହୋଇଯିବ, ଏହି ଭୟରେ ଇଂରେଜ ମାନେ ଲୋକ ମାନଙ୍କ ସହ ଉତମ ସଂପର୍କ ରଖିବା ପାଇଁ ଏକ ସଂଗଠନର ଆବଶ୍ୟକତା କରିଥିଲେ ଓ ଅନୁରକ୍ତ କଂଗ୍ରେସ ନେତାମାନେ ଇଂରେଜ ଅଫିସର ମାନଙ୍କ ସହିତ ଅଧିବେଶନରେ ହାତ ମିଳାଇ ନିଜର ଦାବି ମାନ ସେମାନଙ୍କୁ ଦେଲେ ଓ ସେମାନଙ୍କ ଚେଷ୍ଟାରେ ୧୮୯୨ ମସିହାରେ ଇଣ୍ଡିଆନ କାଉସିଲିଂ ଆକ୍ଟ ପ୍ରଣୟନ ହୋଇ ଭାରତୀୟ ମାନଙ୍କୁ କିଛି ସାମ୍ବିଧାନିକ ଅଧିକାର ମିଳିଲା ।
ପରବର୍ତି କାଳରେ ଏହି ଅଧିବେଶନ ମାନ ପ୍ରତି ବର୍ଷ ଦେଶର ପ୍ରମୁଖ ସହର ମାନଙ୍କରେ ବସିବାକୁ ଲାଗିଲା । ନିର୍ବାଚିତ ସଭାପତି ଗୋଟିଏ ବର୍ଷ ପାଇଁ ଏହି ପଦବୀରେ ରହୁଥିଲେ । ସେମାନଙ୍କର ଏକ ବିବରଣି ନିମ୍ନ ରେ ପ୍ରଦାନ କରାଗଲା ।
କଂଗ୍ରେସର ଦ୍ୱିତୀୟ ଅଧିବେଶନ କଲିକତା ରେ ହୋଇଥିଲା ଓ ଏହି ସଭାରେ ପାର୍ସି ନେତା ଦାଦା ଭାଇ ନାାରୋଜୀ ସଭାପତି ହୋଇଥିଲେ । ତାଙ୍କ ଜୀବନରେ ସେ ସମୁଦାୟ ୩ ଥର ଏହି ଗୈାରବର ଅଧିକାରୀ ହୋଇଥିଲେ । ସେ ପରବର୍ତି କାଳରେ ବିଲାତ ପାର୍ଲାମେଂଟର ସଭ୍ୟ ରୁପେ ନିର୍ବାଚିତ ହେବାର ପ୍ରଥମ ଭାରତୀୟ ଥିଲେ । ତାଙ୍କର ପୁସ୍ତକ ଅନ୍ ବି୍ରଟିଶ ରୁଲ ଇନ ବି୍ରଟିଶ ଇଣ୍ଡିଆ ବେଶ ଚର୍ଚ୍ଚିତ ହୋଇଥିଲା । ତାଙ୍କର ଅବଦାନ ପାଇଁ ତାଙ୍କୁ ଗା୍ରଣ୍ଡ ଓଲ୍ଡମ୍ୟାନ ଅଫ୍ ଇଂଡିଆପଲଟିକ୍ସ କୁହାଯାଏ । ଜଣେ ମୁସଲମାନ ବୁଦାରଦିନ ତ୍ୟାଗଜୀ କଂଗ୍ରେସର ମାଡ୍ରାସ ଠାରେ ବସିଥିବା ତୃତୀୟ ଅଧିବେଶନର ସଭାପତି ହୋଇଥିଲେ । ବମ୍ବେର ବିଶିଷ୍ଟ ଓକିଲ ଫିରୋଜ ସାହା ମେହେଟା କଲିକତା ରେ ହୋଇଥିବା ଷଷ୍ଠ ଅଧିବେଶନରେ ସଭାପତିତ୍ୱ କରିଥିଲେ । ଆଇ.ସି.ଏସ. ଚାକିରି ଛାଡିଥିବା ସୁରେନ୍ଦ୍ର ନାଥ ବାନାର୍ଜି ଦୁଇ ଥର ପୁନା ଓ ଅହମଦାବାଦ ଅଧିବେଶନର ସଭାପତି ହୋଇଥିଲେ ।
କେତେକ ଇଂରେଜ ଅଫିସର ଯଥା-ଉଇଲିୟମ, ୱେଦରବର୍ଗ, ହେନେରି କଟନ, ଜର୍ଜ ଏଲୁ କଂଗ୍ରେସ ସଭାପତି ହେବାର ଗୌରବ ପାଇଥିଲେ । ଗୋପାଳ କୃଷ୍ଣ ଗୋଖେଲ ୧୯୦୫ ମସିହାର ବନାରସ ଅଧିବେଶନ ରାସ ବିହାରୀ ଘୋଷ ୧୯୦୭ ସୁରାଟ ଓ ୧୯୦୮ ମାଡ୍ରାସ ଅଧିବେଶନରେ ସଭାପତି ହୋଇଥିଲେ । ମଦନ ମୋହନ ମାଲବ୍ୟ ୧୯୦୯ ଲାହୋର ଓ ୧୯୧୮ ଦିଲ୍ଲୀ ଅଧିବେଶନରେ ସଭାପତି ହୋଇଥିଲେ । ଜଣେ ଆଇରିସ ମହିଳା ଆନିବେଶାନ୍ତ ୧୯୧୩ ମସିହାରେ କଲିକତା ଅଧିବେଶନ ମୋତିଲାଲ ନେହେରୁ ୧୯୧୯ ଅମୃତସର ଅଧିବେଶନ, ଲାଲା ଲାଜପତ ରାୟ, ୧୯୨୦-(ସ୍ୱତନ୍ତ୍ର)କଲିକତା ଅଧିବେଶନ ବିଜୟ ରାଘବନ, ୧୯୨୦ ନାଗପୁର ଅଧିବେଶନରେ ସଭାପତି ହୋଇଥିଲେ ।
ବଙ୍ଗଳାର ଚିତରଞ୍ଜନ ଦାସ ୧୯୨୨ ଗୟା ଅଧିବେଶନ, ମହାତ୍ମାଗାନ୍ଧି ୧୯୨୪ ବେଲଗାଁ ଅଧିବେଶନ ଓ ସରୋଜିନି ନାଇଡୁ ୧୯୨୫ କାନପୁର ଅଧିବେଶନରେ ସଭାପତି ହୋଇଥିଲେ । ମୋତିଲାଲ ନେହେରୁ ୧୯୨୮ କଲିକତା ,ଜବାହାରଲାଲ ନେହେରୁ ୧୯୨୯ ଲାହୋର ଓ ସରଦାର ପଟେଲ ୧୯୩୧ କରାଚୀ ଅଧିବେଶନରେ ସଭପତି ହୋଇଥିଲେ । ରାଜେନ୍ଦ୍ର ପସାଦ ୧୯୩୪-୩୫, ପଣ୍ଡିତ ନେହେରୁ ୧୯୩୬-୩୭ ଓ ସୁବାସ ବୋଷ-୧୯୩୮-୩୯, ମୈାଲାନା ଆଜାଦ-୧୯୪୦-୧୯୪୬ ପର୍ଯ୍ୟନ୍ତ ସଭାପତି ଥିଲେ । ଭାରତ ସ୍ୱାଧିନତା ପାଇଲା ବର୍ଷ କଂଗ୍ରେସର ସଭାପତି ଥିଲେ ଆଚାର୍ଯ୍ୟ ଜେବି କୃପାଳିନି ଓ ତାଙ୍କ ପରେ ପଟାଭି ସିତା ରାମାୟା ୧୯୪୮-୪୯ ଦୁଇ ବର୍ଷ ସଭାପତି ହୋଇଥିଲେ ଓ ରାଜଶ୍ରୀ ପୁରୁଷୋତମ ଦାସ ଟଣ୍ଡନ ୧୯୫୦ ମସିହା ନାସିକ ଅଧିବେଶନରେ ସଭାପତି ହୋଇଥିଲେ ।
ଟଣ୍ଡନଙ୍କ ଠାରୁ କଂଗ୍ରେସ ସଭାପତି ପଦର ଗୈାରବ ଜ୍ୱଳ ଅଧ୍ୟାୟ ସରିଗଲା । ପାର୍ଟି ସଭାପତି ବଡ କି ପ୍ରଧାନମନ୍ତ୍ରୀ ବଡ । ଏହି ବିବାଦ ନେଇ ଟଣ୍ଡନ ନିଜ ପଦବିରୁ ଇସ୍ତଫା ଦେଲେ ଓ ପଣ୍ଡିତ ନେହେରୁ ଉଭୟ ସଭାପତି ଓ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରି ୧୯୫୧ ରୁ ୧୯୫୮ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଲେ । ୧୯୫୯ ମସିହାରେ ତାଙ୍କର କନ୍ୟା ଇନ୍ଦିରା ଗାନ୍ଧି ଦଳ ସଭାପତି ହେଲେ ଓ ଚାପ ପ୍ରୟୋଗ କରି କେରଳର ପ୍ରଥମ ନିର୍ବାଚିତ କମୁ୍ୟନିଷ୍ଟ ସରକାରକୁ ଭାଙ୍ଗିଦେଲେ । ଏହା ପରେ ନିଲମ ସଞ୍ଜିବ ରେଡି ୧୯୬୦ ରୁ ୧୯୬୩ ପର୍ଯ୍ୟନ୍ତ ଓ କେ.କାମରାଜ ୧୯୬୪-୬୭ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଲେ । ୧୯୫୯ରେ ଏସ.ନିଜାଲିଙ୍ଗାପା ଦଳର ସଭାପତି ହେଲେ । ତାଙ୍କ ସମୟରେ କଂଗ୍ରେସ ଦଳ ଦୁଇ ଭାଗ ହୋଇଗଲା – କଂଗ୍ରେସ (ଏସ) ଓ କଂଗ୍ରେସ( ଆର) । ଇନ୍ଦିରା ଗାନ୍ଧି କଂଗ୍ରେସ (ଆର) ଗଢି ଜଗତ ଜୀବନ ରାମ କୁ ସଭାପତି କଲେ । ତାଙ୍କ ପରେ ଶଙ୍କର ଦୟାଲ ସର୍ମା, ଦେବ କାନ୍ତ ବଡୁଆ ଓ କେ ବ୍ରହ୍ମାନନ୍ଦ ରେଡି ସଭାପତି ହେଲେ । ଏହି ସମୟରେ ଦଳ ଆଉଥରେ ବିଭାଜିତ ହୋଇ କଂଗ୍ରେସ (ଆଇ) ବା ଇନ୍ଦିରା କଂଗ୍ରସେ ଗଠିତ ହେଲା ଓ ଏହି ଦଳ କଂଗ୍ରେସର ପ୍ରକୃତ ଉତରାଧିକାରୀ ବୋଲି ସୁପ୍ରିମକୋର୍ଟ ରାୟ ଦେଲେ ଓ ଦଳର ଚିହ୍ନ ଯୋଡି ବଳଦଏହାକୁ ଦେଲେ । ମାତ୍ର ଇନ୍ଦିରା ଗାନ୍ଧି ଏହା ମଧ୍ୟରେ ଲୋକଙ୍କ ଦ୍ୱାରା ଆଦୃତ ହୋଇଥବା ହାତ ଚିହ୍ନ କୁ ନିଜର ନିର୍ବାଚନ ଚିହ୍ନ ରୁପେ ଘୋଷଣା କଲେ । ଏଣିକି ଦଳ ଏକ ପାରିବାରିକ ସଂସ୍ଥାରେ ପରିଣତ ହେଲା । ଇନ୍ଦିରା ଗାନ୍ଧି ଓ ତାଙ୍କର ପୁତ୍ର ରାଜିବ ଗାନ୍ଧି ମୃତୁ୍ୟ ପର୍ଯ୍ୟନ୍ତ ଦଳର ସଭାପତି ରହିଲେ । ତାଙ୍କ ମୃତୁ୍ୟ ପରେ ପି.ଭି ନରସିଂହ ରାଓ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଉଭୟ ପ୍ରଧାନମନ୍ତ୍ରୀ ଓ ସଭାପତି ପଦ ଗ୍ରହଣ କଲେ । ତାଙ୍କ ପରେ ସୀତାରାମ କେଶରିି ଅଳ୍ପ ଦିନ ପାଇଁ ନିର୍ବାଚିତ ସଭାପତି ହୋଇଥିଲେ । ସେ ହେଉଛନ୍ତି ଦଳର ଶେଷ ନିର୍ବାଚିତ ସଭାପତି । ଯେଉଁ ମୁହୁର୍ତରେ ରାଜିବ ଗାନ୍ଧିଙ୍କ ବିଧବା ପତ୍ନି ସୋନିଆ ଗାନ୍ଧି ଦଳର ସଭାପତି ହେବାକୁ ମନ ବଳାଇଲେ ସୀତାରାମ କେଶରିିଙ୍କୁ ଅପମାନିତ କରି ଦଳରୁ ବହିଷ୍କାର କରାଗଲା ।
ବର୍ତମାନ ଦଳରେ ଗଣତନ୍ତ୍ର ବୋଲି କିଛିନାହିଁ । କଂଗ୍ରେସ ଲୋକେ ସୋନିଆ ଙ୍କୁ ମହାରାଣୀ ଓ ତାଙ୍କ ପୁଆ ରାହୁଲ ଙ୍କୁ ଯୁବରାଜ କହୁଛନ୍ତି । ନିଜତ୍ୱ ହରାଇ ବରିଷ୍ଠ ନେତାମାନେ ଖୋସାମତ କାରି ପାଲଟି ଯାଇଛନ୍ତି । କଂଗ୍ରେସ ଅଧିବେଶନ ମଧ୍ୟ ଆଉ ବସୁନାହିଁ । ସୋନିଆ ୧୯୮୯ ଠାରୁ ୨୦୧୭ ପର୍ଯ୍ୟନ୍ତ ୧୯ ବର୍ଷ ଧରି ଦଳର ସଭାପତି ରହିଲେ । ୧୦୧୭ ରେ ତାଙ୍କର ପୁତ୍ର ରାହୁଳ ଙ୍କୁ ଏହି ଦାୟିତ୍ୱ ଦେଲେ । ରାହୁଳ ଙ୍କ ସମୟରେ ବିଭିନ୍ନ ନିର୍ବାଚନରେ ଦଳର ବିପର୍ଯ୍ୟୟ ହେତୁ ସେ ପଦବିରୁ ଇସ୍ତଫା ଦେଲେ । ତା ପରେ ଦଳରେ ଅଭିନୟ ଆରମ୍ଭ ହେଲା । ସାରା ଦଳରେ ଭୃତ୍ୟ ମନୋଭାବ ଏଭଳି ଜମାଟ ବାନ୍ଧିଛି ଯେ,ଗାନ୍ଧି ପରିବାର ବ୍ୟତିତ ଅନ୍ୟନାମ ଉଚ୍ଚାରଣ କରିବାକୁ କାହାର ସାହସ ନାହିଁ । ଅନେକ ନାଟକ ପରେ ପୁଣି ସୋନିଆ ଗାନ୍ଧି ସଭାପତି ମୁକୁଟ ପିନ୍ଧିଲେ । ତାଙ୍କୁ କୁହାଗଲା ଅନ୍ତରିଣ ସଭାପତି ଓ ଏହାକୁ କଂଗ୍ରେସ କର୍ମି ମାନେ ବାଣ ଫୁଟାଇ ବିଜୟଉସôବ ନାମରେ ପାଳନ କରୁଛନ୍ତି ।
ଆଜିର ଏହି ମୃତ ପ୍ରାୟ ଦଳରେ ରହିଛି ଅନେକ ଐତିହାସିକ ଅଧିବେଶନ ର ରୋମାଂଚକର କାହାଣି । ୧୯୦୬ କଲିକତା ଅଧିବେଶନରେ ସ୍ୱରାଜ୍ୟ ଓ ସ୍ୱଦେଶି ପ୍ରସ୍ତାବ ଗୃହିତ ହୋଇଥିଲା ।
୧୯୦୭ ସୁରାଟ ଅଧିବେଶନରେ ନରମ ପନ୍ଥି ଓ ଚରମ ପନ୍ଥି ମ୍ମରେ ବିବାଦ ସୃଷ୍ଟି ହୋଇ ଦଳ ବିଭାଜିତ ହେଲା ।
୧୯୧୬ ଲକ୍ଷ୍ନୋ÷ ଅଧିବେଶନରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକ ବୁଝାମୁଣା ଚୁକ୍ତି ସ୍ୱାକ୍ଷରିତ ହେଲା ।
୧୯୨୦ ନାଗପୁର ଅଧିବେଶନରେ ଅସହଜୋଗ ଆନେ୍ଦାଳନ ପ୍ରସ୍ତାବ ଗୃହିତ ହେଲା । କଂଗ୍ରେସ ଦଳକୁ ଏକ କ୍ୟାଡର ଭିତିକ ଦଳ କରାଗଲା ଓ ମହମ୍ମଦ ଅଲ୍ଲୀ ଜିନା ଅପମାନିତ ହୋଇ ସଭାମଂଚ ଛାଡି ଚାଲିଗଲେ ।
୧୯୨୨ ଗୟା ଅଧିବେଶନରେ ଦଳ ବିଭାଜିତ ହୋଇ ସ୍ୱରାଜ୍ୟ ପାର୍ଟି ଗଠିତ ହେଲା । ୧୯୨୪ ମସିହାରେ ମହାତ୍ମା ଗାନ୍ଧି ଦଳର ସଭାପତି ହୋଇଥିଲେ ଓ ଖଦି ପ୍ରଚଳନ କରିବାକୁ ପରାମର୍ଶ ଦେଇଥିଲେ ।
୧୯୨୯ ଲାହୋର ଅଧିବେଶନରେ ପୁର୍ଣ୍ଣ ସ୍ୱାଧିନତା ଦାବି ହୋଇଥିଲା । ୧୯୩୯ ତି୍ରପୁରୀ ଅଧିବେଶନରେ ଗାନ୍ଧି ପନ୍ଥି ଓ ସୁଭାସ ପନ୍ଥି ମଧ୍ୟରେ ବିବାଦ ହୋଇ ସୁଭାସ ବୋଷ ସଭାପତି ପଦରୁ ଇସ୍ତଫା ଦେଇଥିଲୋ ।
୧୯୫୫ ମସିହାରେ ତାମିଲନାଡୁର ଆଭାଡି ଅଧିବେଶନରେ ସମାଜ ବାଦ କଂଗ୍ରେସର ଲକ୍ଷ୍ୟ ବୋଲି ଘୋଷିତ ହୋଇଥିଲା । ଦୁଇ ଜଣ ବିଶିଷ୍ଟ ଜନ ନାୟକ ଚକ୍ରବର୍ତି ରାଜ ଗୋପାଳ ଆଚାରୀ ଓ ବାଲ ଗଙ୍ଗାଧର ତିଳକ ଦଳର ସଭାପତି ହୋଇପାରିନଥିଲେ ।
ବର୍ତମାନ ଏହି ମହାନ ଦଳର ଅବସ୍ଥା ଏପରି ଶୋଚନିୟ ଯେ କେତେକ ସ୍ତରରୁ କଂଗ୍ରେସ ମୁକ୍ତ ଭାରତର ଡାକରା ଦିଆ ହେଲାଣି । ଯଦି କଂଗ୍ରେସ ଦଳ ତୋଷାମଦ ମନୋଭାବ ନଛାଡେ ଓ ନୂତନ ନେତୃତ୍ୱ ସୃଷ୍ଟିରେ ଅସମର୍ଥ ହୋଇପଡେ ତାହେଲେ ଏହାର ଭବିଷ୍ୟତ ଯେ ଅନ୍ଧକାର ଏଥିରେ ସନେ୍ଦହ ନାହିଁ ।

Leave a Reply

Your email address will not be published. Required fields are marked *