ଓଡ଼ିଶାରେ ଖ୍ରୀଷ୍ଟଧର୍ମର କାହାଣୀ

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଇଂରେଜମାନେ ଭାରତକୁ ଆସି ବାଣିଜ୍ୟ ବ୍ୟବସାୟ ଓ ରାଜ୍ୟସ୍ଥାପନ କରିବା ସଙ୍ଗେସଙ୍ଗେ ଅନ୍ୟ ଏକ ଗୁପ୍ତ ଯୋଜନା ରଖିଥିଲେ । ତାହା ହେଉଛିଏହି ଉପ ମହାଦେଶରେ ସେମାନଙ୍କ ନିଜସ୍ୱ ଧର୍ମ ଖୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର । ସେମାନଙ୍କ ମତରେ ଖ୍ରୀଷ୍ଟ ଧର୍ମ ହ ିଁହେଉଛି ଲୋକମାନଙ୍କ ମୁକ୍ତିର ଏକ ମାତ୍ରବାଟ । ଖ୍ରୀଷ୍ଟିୟାନ ଜଗତର ଧର୍ମଗୁରୁ ପୋପ ଓ ବିଭିନ୍ନ ଦେଶର ଶାସକମାନେ ଏହିକାର୍ଯ୍ୟ ପାଇ ଁସମର୍ଥନ ଯୋଗାଇ ଦେଉଥିଲେ । ଭାରତରେ ହଜାର ହଜାର ବର୍ଷର କୁ-ସଂସ୍କାର, ଅନ୍ଧବିଶ୍ୱାସ ଓ ଅଶିକ୍ଷା କବଳରେ ପଡ଼ି ଛଟ ପଟ ହେଉଥିବା ନିରିହ ଜନତାଙ୍କୁଏହିକାର୍ଯ୍ୟ ଦ୍ୱାରା ଆଲୋକର ପଥ ମିଳିବ ବୋଲ ିସେମାନେ ବିଶ୍ୱାସକରୁଥିଲେ ।
ଖ୍ରୀଷ୍ଟିୟ ପ୍ରଥମ ଶତାଦ୍ଦିରେ ସିରିଆର ୁକିଛି ଖୀଷ୍ଟିୟାନ ସଂପ୍ରଦାୟ ଲୋକ ରୋମାନ ଶାସକଙ୍କ ଅତ୍ୟାଚାରର ୁମୁକ୍ତି ପାଇବା ପାଇ ଁଭାରତ ପଳାଇ ଆସିଥିଲେ । ସେମାନଙ୍କ ବଂଶଧର ମାନେ ଏ ପର୍ଯ୍ୟନ୍ତ କେରଳରେ ବାସକରୁଛନ୍ତି । ପରବର୍ତି ର୍କାଳରେ ମୋଗଲ ମାନଙ୍କ ସମୟରେ ସେମାନେ ଏହି ଧର୍ମର ପ୍ରଚାର କରିବାକୁ ଚେଷ୍ଟାକରିଥିଲେ ମଧ୍ୟ ତାହା ଫଳବତି ହୋଇନଥିଲା । ଟିପୁସୁଲତାନଙ୍କ ପତନ ପରେ ୧୭୯୨ ମସିହାରେ ଇଂଲଣ୍ଡର ଏଭାନ୍ଜିକାଲ ଗୋଷ୍ଠିର ଗ୍ରାଂଟ, ହେନେରୀ, ଅର୍ଣ୍ଣଟନ ୍ଓ ମେକେଲଙ୍କ ଭଳିବ୍ୟକ୍ତି ମାନେ ପୁଣି ପ୍ରୟାସ ଆରମ୍ଭ କରିଥିଲେ । ମାତ୍ର ୧୮୦୬ ରେ ଭେଲୁର ଠାରେ ସୈ÷ନ୍ୟ ବିଦୋ୍ରହ ହେବାରୁଏହା ସଫଳ ହୋଇ ନଥିଲା ।
ବିଭିନ୍ନ ସ୍ତରରୁ ଚାପ ପଡିବାରୁ ୧୮୧୩ ମସିହାରେ ଇଂରେଜ ସରକାର ମିସନାରୀ ମାନଙ୍କୁ ଭାରତରେ ସେମାନଙ୍କ କାର୍ଯ୍ୟ ପାଇଁ ଲାଇସେନ୍ସ ପ୍ରଦାନ କଲେ । ସେମାନଙ୍କ ମଧ୍ୟରୁ ମେସାରସ, ବାମ୍ପଟନ୍, ଜେମସ୍ପେଗସ୍ ଓ ସଟର୍ଣ୍ଣ ନାମକ ପାଦ୍ରୀମାନେ ଓଡ଼ିଶା ଉପକୁଳରେ ଅବତରଣ କଲେ । ନାନା ପ୍ରତିକୁଳପରିସ୍ଥିତି ମଧ୍ୟରେସେମାନେ ତକ୍ରାଳୀନ ରାଜଧାନୀ କଟକ ସମେତ ରାଜ୍ୟରବିଭିନ୍ନ ଅଗଳକୁ ଯାଇ ଲୋକମାନଙ୍କୁ ଖ୍ରୀଷ୍ଟଧର୍ମ ବିଷୟରେ ବୁଝାଇଲେ । ହିନ୍ଦୁଧର୍ମରେ ପ୍ରଚଳିତ ଅନ୍ଧବିଶ୍ୱାସ, ଜାତିପ୍ରଥା ଓ ପିତୁଳା ପୂଜ । ବିରୁଦ୍ଧରେ ବିଷୋଦଗାର କରୁଥିଲେ । କଂପାନୀସରକାର ରାଜ୍ୟରେଜଗନ୍ନାଥଙ୍କୁ ତଥା ଅନ୍ୟ ଧାର୍ମିକ ଅନୁଷ୍ଠାନଙ୍କୁ ସୁରକ୍ଷା ଦେଉଥିବାର ୁତାଙ୍କୁ ମଧ୍ୟ ସମାଲୋଚନାକରୁଥିଲେ । ମାତ୍ର ପ୍ରଚଳିତ ଧର୍ମାନୁଷ୍ଠାନକ ୁସୁରକ୍ଷାଦେବା ପାଇଁକଂପାନୀ ସରକାର ୧୮୦୩ ମସିହାରେରାଜ୍ୟ ଅଧିକାରକଲା ବେଳେ ପ୍ରତିଶୃତିବଦ୍ଧ ଥିବାରୁସରକାର ମିସ୍ନାରୀଙ୍କ କଥାରେ କର୍ଣ୍ଣପାତ କରୁନଥିଲେ ।
୧୮୨୮ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଓଡ଼ିଶାର ଗଦାଧର ଷଡ଼ଙ୍ଗି ନାମକଜଣେ ନୈ÷ଷ୍ଠିକ ବ୍ରାହ୍ମଣ ଖ୍ରୀଷ୍ଟଧର୍ମ ଗ୍ରହଣ କଲୋଏହା ରାଜ୍ୟରେ ହଇଚଇ ସୃଷ୍ଟ ିକଲା । ତା ପର ତିନିବଷ ର୍ଭିତରେ ୨୪ ଜଣ ଏହି ଧର୍ମ ଗ୍ରହଣ କଲେ । ଏମାନଙ୍କ ୁମାସିକ ଦରମାରେ ପ୍ରଚାରକରୁପେ ନିଯୁକ୍ତି ଦିଆଗଲା । ଯେଉଁମାନେ ଏ ଧର୍ମ ଗ୍ରହଣ କରୁଥିଲେ ସେମାନେ ସର୍ବସାଧାରଣ ସ୍ଥାନରେ ତାହା ଘୋଷଣା କରୁଥିଲେ । ଘରେ ଥିବ । ହିନ୍ଦୁ ଦେବା ଦେବୀଙ୍କ ଫୋଟକୁରାସ୍ତାରେ ଫଙ୍ଗି ଦେଉଥିଲେ । ରାଜ୍ୟର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଗାଳି ଦେଉଥିଲେ ।
ଧର୍ମର ପ୍ରଚାର ସଙ୍ଗେ ସଙ୍ଗେ ମିସନାରୀ ମାନେ ଶିକ୍ଷାର ବିକାଶ ପାଇ ଁଇଂରେଜ ସ୍କୁଲମାନ ସ୍ଥାପନ କଲେ । ୧୮୨୨ ମସିହାରେ କଟକରେ ପ୍ରଥମ ସ୍କୁଲ ସ୍ଥାପନ ହେଲା ପରବର୍ତି କାଳରେଏହ ିସଂଖ୍ୟା ୧୫ କୁବୃଦ୍ଧି ପାଇଲା । ସେସମୟ ର ଖ୍ରୀଷ୍ଟିୟ କଲେଜିଏଟ ସ୍କୁଲ, କନଭେଂଟ ସ୍କୁଲ ଷ୍ଟୁଆଟ୍ସ୍ସ୍କୁଲଏବେ ମଧ୍ୟ ରହିଛି । କଟକ ଛଡ଼ା ବାଲେଶ୍ୱରରେ ମଧ୍ୟ ମିସନାରୀମାନେ ସ୍କୁଲ ସ୍ଥାପନ କରିଥିଲେ । ଆମେରିକାର ବାପ୍ଷ୍ଟି ମିସନ ତରଫରୁ ବାଲେଶ୍ୱର ର ବାରବାଟୀ ମିସନ୍ ସ୍କୁଲ ପ୍ରତିଷ୍ଠା ହୋଇଥିଲା ।
ଧର୍ମର ପ୍ରଚାର ପାଇଁ ହଜାର ହଜାର ସଂଖ୍ୟାରେ ବାଇବେଲ ପୁସ୍ତିକା ଓଡ଼ିଆରେ ଛପା ହୋଇ ଲୋକମାନଙ୍କୁ ବଂଟା ହୋଇଥିଲା ଏଥିପାଇ ଁସେମାନେ କଟକ ଓ ବାଲେଶ୍ୱରରେ ଦୁଇଟ ିପ୍ରେସ ୍ସ୍ଥାପନା କରିଥିଲେ । କାଳକ୍ରମେଏହି ଧର୍ମଲୋକଙ୍କ ମଧ୍ୟରେ ଆଦୃତ ହେଲା । ରାଜ୍ୟର ବିଭିନ୍ନ ଆଡେ ÿଚର୍ଚ୍ଚମାନ ସ୍ଥାପିତ ହେଲା । ସେଠାରେ ପ୍ରତି ରବିବାର ନିୟମିତ ପ୍ରାର୍ଥନା ଓ ବାଇବେଲ ପଠନ ହେଲା । ଏହି ଧର୍ମଗ୍ରହଣ କରୁଥିବ ।ଲୋକମାନଙ୍କର ଜୀବନ ଶୈ÷ଳି ମଧ୍ୟ ପରିବର୍ତନ ହେଲା । ସେମାନେ ସଫା ସୁତୁରା ପୋଷାକ ପିନ୍ଧିଲେ । ବ୍ୟବହାର ଓ କଥା ମାର୍ଜିତ ହେଲା । ଶିକ୍ଷା ପ୍ରତି ଆଗ୍ରହ ବଢ଼ିଲା । ଜାତିଭେଦ ଓ କୁ-ସଂସ୍କାରରୁମୁକ୍ତ ହୋଇ ସେମାନେ ଏକ ସମ୍ମାନ ଜନକ ଜୀବନ ଅତିବାହିତ କଲେ । ଚର୍ଚ୍ଚରେ ପ୍ରାର୍ଥନା ତାଙ୍କୁ ମାନସିକ ଶାନ୍ତି ଦେଲା । ସେଠାରେ ଗହଳ ଚହଳ ବା ସେବାୟତଙ୍କ ଜୁଲମ ଓ ଅର୍ଥ ଦାବି ନଥିଲା । ଏହି ପରିବର୍ତନ ଯୋଗୁଁ ଭାରତରେ ଖ୍ରୀଷ୍ଟିୟାନ ବହୁଳରାଜ୍ୟ ଯଥା-ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ କେରଳରେ ଜୀବନର ମାନଦଣ୍ଡ ଅନ୍ୟ ରାଜ୍ୟ ଅପେକ୍ଷା ଯଥେଷ୍ଟ ଉଚ୍ଚରେ ।
ଶିକ୍ଷାବ୍ୟବସ୍ଥା ବ୍ୟତିତ, ଦୁର୍ଗମ ଅଗଳରେସ୍ୱାସ୍ଥ୍ୟସେବା ପାଇ ଁମିସ୍ନାରୀମାନେ ଉଦ୍ୟମ ଆରମ୍ଭ କରିଥିଲେ । ଦେଶର ଅଗମ୍ୟ ଅଗଳରେସେମାନେ ଅଧୁନିକ ଚିକିସôାଳୟମାନ ସ୍ଥାପନ କରିଥିଲେ । ସେଠାରେ ବିଦେଶରୁ ଆସୁଥିବା ଡ଼ାକ୍ତରମାନେ ନିସ୍ୱାର୍ଥ ପର ଓ ନିରନ୍ତର ରୋଗୀସେବା ଯୋଗାଉଥିଲେ । ରୋଗୀ ସେବା ପାଇଁ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ନବରଙ୍ଗପୁର, ବିଷମକଟକ ଓ ଖରିଆର ରୋଡ଼ରେ ଥିବା ହସପିଟାଲମାନ ଏ ପର୍ଯ୍ୟନ୍ତ ଗୁଣାତ୍ମକ ରୋଗୀସେବା ଯୋଗାଇ ଦେଇ ଆସୁଛନ୍ତି । ଭେଲୋର ଠାରେ ପ୍ରତିଷ୍ଠିତଖ୍ରୀଷ୍ଟିୟାନ ମେଡ଼ିକାଲକଲେଜଭାରତରେ ଥିବାସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କ ମଧ୍ୟରୁ ସର୍ବୋକୃଷ୍ଟ ବୋଲି ସ୍ୱିକୃତୀ ପାଇଅଛି ।
୧୮୬୬-୬୭ ମସିହାରେ ଓଡ଼ିଶାକୁ ‘ନ’ ଅଙ୍କ ଦୁର୍ଭିକ୍ଷ ଗ୍ରାସ କଲା । ପ୍ରାୟ ୫ ଲକ୍ଷଲୋକ ଅନାହାରରେ ମରିଗଲେ । ହଜାରହଜାର ପିଲା ଅନାଥ ହୋଇ ବୁଲିଲେ । ଯେଉଁମାନେ ପେଟ ବିକଳରେ ସରକାରୀ ଅନ୍ନଛତ୍ରରେ ଖାଇଲେ ସେମାନଙ୍କୁ ନିଷ୍ଟୁର ସମାଜ ଛତ୍ରଖିଆ ବୋଲ ିକହି ଜାତିରୁ ବାସନ୍ଦ କଲା । ନିଆଁ, ପାଣିବାସନ୍ଦ କରାଗଲା । ଯଦି ଓ ଶାସ୍ତ୍ରରେ ପରିସ୍କାର ଭାବେ ଲେଖାଅଛି ଆତୁରେ ନିୟମ ନାସ୍ତି । ଧର୍ମର ବଡ଼ ପଣ୍ଡାମାନେ ତାହ ।ଶୁଣିଲେ ନାହିଁ । ଏହି ସୁଯୋଗରେ ମିସନାରୀ ମାନେ ସେହି ଅନାଥ ମାନଙ୍କୁ କୋଳାଇ ନେଲେ । ସେମାନଙ୍କ ପାଇଁ ଅନାଥାଶ୍ରମମାନ ଗଢ଼ିଉଠିଲା । ବଗିବା ପାଇଁରାହାପାଇଲେ । ପାଠ ପଢ଼ି ମଣିଷହେଲେ । ହିନ୍ଦୁ ଧର୍ମର ମଠମନ୍ଦିର ମହନ୍ତ ମାନେ ଲକ୍ଷଲକ୍ଷଟଙ୍କା ଖର୍ଚ୍ଚକର ିକର୍ମକାଣ୍ଡରେ ବ୍ୟସ୍ତରହିଲାବେଳେ ଭୋକିଲା ପେଟକୁ ଆହାର ଯୋଗାଇଲେ ନାହିଁ । ଏମାରମଠମହନ୍ତଙ୍କ ଭଳି ବ୍ୟକ୍ତିଙ୍କ ଭଣ୍ଡାରରେ କିପରି ମହଣ, ମହଣ ରୁପା ପୋତା ହୋଇରହିଥିଲା ଓ ମଠ କାନ୍ଥରେ ଚୂନ ଦିଆହେଉନଥିଲା । ତାହା ମଠ ସଂସ୍କୃତି ପାଇଁ ଚିରଦିନ କଳଂକିତ ଅଧ୍ୟାୟ ସୃଷ୍ଟିକଲା ।
ଆଦିବାସୀ ଅଂଚଳରେ ପ୍ରଚଳିତ ନରବଳୀ ଓ ମେରିଆ ପ୍ରଥାର ଉଛେଦ କଲାବେଳେ ବହୁସଂଖ୍ୟାରେ ନିରିହ ମେରିଆ ଉଦ୍ଧାର ପାଇଲେ । ସେମାନଙ୍କ ୁସମାଜଗ୍ରହଣ କଲା ନାହିଁ । ମିସନାରୀମାନେ ସେମାନଙ୍କୁ ଆପଣାଇ ନେଲେ, ପାଠ ପଢ଼ାଇ ମଣିଷ କଲେ ।ସେଥିପାଇ ଁକନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟିୟାନ ଧର୍ମାଲମ୍ବି ଲୋକଙ୍କ ସଂଖ୍ୟା ବେଶି । ୧୯୪୭ ମସିହାରେ ଦେଶ ସ୍ୱାଧିନ ହେଲା ଆଗରୁ ଅଭିଯୋଗ କରା ହେଉଥିଲା ଇଂରେଜମାନେ ଶାସନରେ ଥିବାରୁ ମିସନାରୀମାନେ ତାଙ୍କର କାଯ୍ୟ ର୍ସହଜରେ କରିପାରୁ ଥିଲେ । ମାତ ୍ରସ୍ୱାଧିନତା ପରେ ସେମାନଙ୍କ ପ୍ରଚାର ଓ ପ୍ରସାରବହୁଗୁଣରେବୃଦ୍ଧି ପାଇଲା । ଦେଶରେ ସୃଷ୍ଟି ହେଉଥିବା ନୂଆ ନୂଆ କୋଟିପତ ିମାନେ ଭଣ୍ଡ ବାବା, ମଂଦିର ମାନଙ୍କ ୁକୋଟିକୋଟି ଟଙ୍କା ଦାନ ଦେଲେ ସିନା, ଗରିବଙ୍କ ପାଇଁ କିଛି କଲେ ନାହିଁ । ବାବାମାନେ ସେମାନଙ୍କର ଅସତ ଅର୍ଜିତ ଧନକୁ ହାତଇ ନେଇ ରାଜା ମହାରାଜା ଭଳି ବାସକରିବାକ ୁଲାଗିଲେ । ନୂତନ ଚେତନାରେ ଉଦ୍ବୁଧହୋଇ ସମାଜର ଦଳିତ ଶ୍ରେଣିର ଲୋକମାନେ ସାତ ପୁରୁଷର ଧର୍ମତ୍ୟାଗ କର ିଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବାକ ୁଲାଗିଲେ । ଓଡ଼ିଶାର ଉପକୁଳ ଅଗଳରେଏହି ଧର୍ମର ପ୍ରଭାବ ନଥିଲା । ମାତ୍ର ୧୯୯୯ ମାହାବାତ୍ୟା ପରେଏହି ଧର୍ମ ନିଜର ସେବ ।କାର୍ଯ୍ୟ ଦ୍ୱାରା ହଜାରହଜାର ଅନାଥଙ୍କୁ ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ଉପକୁଳ ଅଗଳରେଏହି ଧର୍ମର ମୂଳଦୁଆ ପକାଇଲା ।
ଏହି ଧର୍ମର ପ୍ରଚାର ଓ ପ୍ରସାରକୁ ପ୍ରତିହତ କରିବା ପାଇ ଁବିଭିନ୍ନ ରକ୍ଷଣଶିଳ ହିନ୍ଦୁ ସଂଗଠନ ମାନେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଇତ୍ୟାଦି କଠୋର ପନ୍ଥି ଦଳମାନେ ଖୀଷ୍ଟିୟାନ ମାନଙ୍କୁ ପୁଣି ହିନ୍ଦୁ ଧର୍ମକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତିା ଏଥିପାଇଁ ଅନେକ ସଂଘର୍ଷ ଓ ରକ୍ତପାତ ହେଉଛି । ମୟୁରଭଞ୍ଜର ମନୋହରପୁରଠାରେ ପାଦ୍ରୀ ଗ୍ରାହମ ଷ୍ଟୋନଙ୍କୁ ନିର୍ମମ ଭାବରେ ପୋଡ଼ି ମାରିଦିଆ ଯାଇଥିଲା । କନ୍ଧମାଳରେ ସ୍ୱାମୀଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୁହତ୍ୟା କରାଗଲା । ସେଥିପାଇଁ ପରବର୍ତି କାଳରେ ଭୟଂଙ୍କର ଦଙ୍ଗା ହୋଇଥିଲା । ତଥାପି ଆନ୍ତର୍ଜାତିକ ସ୍ତରରୁ ଆସୁଥିବା ଅଜସ୍ର ଅନୁଦାନ, ରାଜନୈତିକ ସାହାଯ୍ୟ ଓ ଧର୍ମ ନିରପେକ୍ଷତାର ଦ୍ୱାହୀ ଦେଇ ସେମାନଙ୍କ ପ୍ରଚାର ପ୍ରସାରକାର୍ଯ୍ୟ ନିର୍ବିଘ୍ନରେ ଚାଲୁଅଛି । ସ୍ୱାଧିନତା ପରେ ଶତକଡ଼ା ୧ ଭାଗ ଜନସଂଖ୍ୟା ବିଶିଷ୍ଟ ଥିବା ଖ୍ରୀଷ୍ଟିୟାନ ସଂପ୍ରଦାୟ ୫ ଶତକଡ଼ା ବୃଦ୍ଧି ପାଇଲାଣି ।

Leave a Reply

Your email address will not be published. Required fields are marked *