ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁଉଦ୍ୟାନର ଶୁଭ ଉଦଘାଟନ

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଏବଂ ଶିଶୁ ଉଦ୍ୟାନର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଉତର ଜୋନର ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକ, ଉତର ଜୋନର ବିଏମ୍ସି କର୍ମ·ରୀ ଏବଂ ନୀଳାଦ୍ରି ବିହାର ଅଂଚଳର ସମସ୍ତ ବୁଦ୍ଧିଜୀବିମାନେ ଯୋଗଦାନ କରିଥିଲେ । ବିଜୁ ଯୁବବାହିନୀର ସଭାପତି ଅଂଶୁମାନ ଦାସଙ୍କ ସହିତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published.