ଉତରରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁୁଭ ଉଦଘାଟନ

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଉତର ନିର୍ବାଚନ ମଣ୍ଡଳୀରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭଉଦ୍ଘାଟନ ହୋଇଯାଇଛି । ମୈତ୍ରୀବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ଉତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର ଏବଂ ଉତରର ସମସ୍ତ ପୂର୍ବତନ କର୍ପୋରେଟର ଯୋଗ ଦେଇଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୬ ନମ୍ବର ୱାର୍ଡ ମୈତ୍ରୀ ବିହାର ଶିଶୁ ଉଦ୍ୟାନ, ୱାର୍ଡ ନଂ. ୧ ପ୍ରଶାନ୍ତି ବିହାର ୨ଟି ପାର୍କ, ୱାର୍ଡ ନଂ. ୭ ଶୈଳଶ୍ରୀ ବିହାରରେ ତିନୋଟି ପାର୍କ, ୱାର୍ଡ ନଂ. ୯ ରଙ୍ଗମାଟିଆ ଠାରେ ରଙ୍ଗଦେବନାଥ ପାର୍କ ଓ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ୱାର୍ଡ ନଂ. ୧୩ ବିଡିଏ କଲୋନୀ ଠାରେ ହୋମିଓପାତି ଡାକ୍ତରଖାନା ଗୃହ ନିର୍ମାଣର ଶୁଭଉଦ୍ଘାଟନ, ଗୋଷ୍ଠୀ କେନ୍ଦ୍ର ଓ ଇଡବଲୁଏସ୍ କଲୋନୀରେ ଅମୃତ ପାର୍କର ଶୁଭଉଦ୍ଘାଟନ, ୱାର୍ଡ ନଂ. ୧୪ ନିଳାଦ୍ରୀ ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁ ଉଦ୍ୟାନ, ୱାର୍ଡ ନଂ. ୧୫ ରେଂଟାଲ କଲୋନୀ ଠାରେ ଅମୃତ ପାର୍କ, ୱାର୍ଡ ନଂ. ୨୨ ଭରତପୁର ଠାରେ ଅମୃତ ପାର୍କ, ୱାର୍ଡ ନଂ. ୨୫ ଆଇଆର୍ସି ଭିଲେଜ ଠାରେ ଅମୃତ ପାର୍କ ଏବଂ ୱାର୍ଡ ନଂ. ୮ ପ୍ରାଚୀ ଏନ୍କ୍ଲେଭ୍ଠାରେ ନିଗମ ପାର୍କର ଶିଳାନ୍ୟାସ ଓ ଉଦଘାଟନ ହେଇଥିଲା ।

Leave a Reply

Your email address will not be published. Required fields are marked *