ପ୍ରଗତି ଏନକ୍ଲେଭ ଆବାସିକ ଉନ୍ନୟନ ପରିଷଦର ନୂତନ କର୍ମକର୍ତା ନିର୍ବାଚିତ

ଭୁବନେଶ୍ୱର, (ଆଇଏନ୍ଏସ୍): ପ୍ରଗତି ଏନକ୍ଲେଭ ଆବାସିକ ଉନ୍ନୟନ ପରିଷଦର ବାର୍ଷିକ ସାଧାରଣ ବୈଠକ ଚନ୍ଦ୍ରଶେଖରପୁର ସ୍ଥିତ ପ୍ରଗତି ଏନକ୍ଲେଭ ସଭାଗୃହରେ ପ୍ରଫେସର ଶୁଶିଲ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଶୁଶିଲ କୁମାର ମଲ୍ଲିକ, ଉପସଭାପତି ରସାନନ୍ଦ ସ୍ୱାଇଁ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର, ଯୁଗ୍ମ ସଂପାଦକ ବିଶେଶ୍ୱର ଦାସ, କୋଷାଧ୍ୟକ୍ଷ ରୁପେ ଦିଲ୍ଲିପ କୁମାର ଚୌଧୁରୀ ନିର୍ବାଚିତ ହୋଇଥିଲେ । ଏଥିସହିତ ଉପଦେଷ୍ଟା ମଣ୍ଡଳୀରେ ନିର୍ମଳ କୁମାର ଦାଶ, ମନୋରଂଜନ ମହାନ୍ତି, ବାବାଜୀ ଚରଣ ବିଶ୍ୱାଳଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟ ଭାବେ ୧୦ ଜଣ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *