ରଣଜିତ୍ ଗୁରୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ଲବଧପ୍ରତିଷ୍ଠିତ ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ଓ ସ୍ତମ୍ଭକାର ରଣଜିତ୍ ଗୁରୁଙ୍କ ଏକାଦଶାହ ଉପଲକ୍ଷେ ଭୁବନେଶ୍ୱରର (କୈଳାଶବିହାର)ଫ୍ରଂଟହୋମ୍ ୱେଲ୍ଫେୟାର ସୋସାଇଟି ପ୍ରାଙ୍ଗଣରେ ପାଳନ କରାଯାଇଅଛି । ଏଥିରେ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକାଦଶାହ ସଭାରେ ସମସ୍ତ ବାସିନ୍ଦା ଯୋଗଦେଇଥିଲେ । ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ ଫ୍ରଂଟହୋମ୍ ୱେଲ୍ଫେୟାର ସୋସାଇଟି ତରଫରୁ ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ଓ ଏଠାରେ ଥିବା ବିଭିନ୍ନ ଦେବାଳୟରେ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ “ସମ୍ବାଦ” ପରିବାରକୁ ଏଥିରେ ସାମିଲ କରାଯିବା ସହ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁରୋଧ କରାଯିବ । ଏଥିରେ ୱେଲଫେୟାର ସୋସାଇଟିର ସମସ୍ତ ବାସିନ୍ଦା ଯୋଗଦାନ କରିଥିଲେ । ଏହି ସଭାରେ ସମାଜସେବୀ ବିଶ୍ୱଜିତ୍ ପଟ୍ଟନାୟକ ତାଙ୍କର ସ୍ମୃତିଚାରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *