ଆଚାର୍ଯ୍ୟ ହରିହର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,(ଆଇଏନ୍ଏସ୍): ପବିତ୍ର ଗୁରୁଦିବସ ଅବସରରେ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପିରସରରେ ଅନୁଷ୍ଠିତ ହୋଇଯାଇଛି । ବେଦ ମନ୍ତ୍ରର ଉଚ୍ଚାରଣ ମଧ୍ୟରେ ଅତିଥିଗଣ ସତ୍ୟବାଦୀର ଅଦ୍ୱିତୀୟ ଆଚାର୍ଯ୍ୟ ଋଷି ପ୍ରତିମ ଆଚାର୍ଯ୍ୟ ହରିହର ଓ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଷ୍ଠା ଦିବସ ସମାରୋହର ଶୁଭ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୀତା ବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସେବା ଓ ତ୍ୟାଗର ମୂର୍ତିମନ୍ତ ପ୍ରତିକ ଆଚାର୍ଯ୍ୟ ମହାଶୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଶିକ୍ଷାବିତ୍ ଡ଼ ଅଦ୍ୱୈତ କୁମାର ପାତ୍ର ସତ୍ୟବାଦୀ ବନ ବିଦ୍ୟାଳୟ ଆଦର୍ଶ ଗୁରୁ ଆଚାର୍ଯ୍ୟ ହରିବରଙ୍କ ଉଦାହରଣ ମା୍ମମରେ ଛାତ୍ର ଜୀବନ ଗଠନରେ ଗୁରୁମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ୮ନଂ ୱାର୍ଡର ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମିନତି ରାଉତରାୟ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଜାତା ସାମନ୍ତରାୟ, ସାସ୍ୱତୀ ମହାନ୍ତି, ଚିନ୍ମୟୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପିକା ଅଳକା ନନ୍ଦ ଓ ମୁକ୍ତିଲତା ପାଲଙ୍କ ସଂଯୋଜନାରେ ସଂଗୀତ ପରିବେଶଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ୩୯ଟି ବଉଳ ଓ ଆମ୍ବ ଗଛ ରୋପଣ କରାଯାଇଥିଲା । ଶେଷରେ ଅଧ୍ୟାପକ ବିଜୟରାମ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *