ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ରାଧାରାଣୀ ଜନ୍ମୋତ୍ସବ

ନୟାହାଟ, (ଆଇଏନ୍ଏସ୍) :ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ରାଧାରାଣୀଙ୍କ ଜନ୍ମ ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଆଶ୍ରମରେ ପ୍ରାୟ ୧୫ଗୋଟି ମନ୍ଦିରରେ ମଙ୍ଗଳ ଆଳତି ପରେ ମା’ରାଧାରାଣୀଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଶେଷ ହେବା ପରେ ‘ଓଁ ରାଧେ ଶ୍ରୀ ରାଧେ ଜୟ ଜୟ ରାଧେ’ ମହାମନ୍ତ୍ରରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତତ ନାମଯଜ୍ଞ ହୋଇଥିଲା । ସନ୍ଧ୍ୟାରେ ଶ୍ରୀକୃଷ୍ଣ ନାଟ ମନ୍ଦିରରେ ଶହ ଶହ ଭକ୍ତମାନଙ୍କ ଗହଣରେ ମଧୁ ଭାଗବତର ପଂଚମ ଅଧ୍ୟାୟ ରାଧା ଜନ୍ମ ପଠନ ପରେ ଜୟ ରାଧେ ଜୟ ରାଧେ ହରିବୋଲ ହୁଳହୁଳି ଧ୍ୱନିରେ ଆଶ୍ରମ ପ୍ରକମ୍ପିତ ହୋଇଥିଲା । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ରାଧା କୃଷ୍ଣ ପ୍ରେମ ଉପାସକ ଥିବାରୁ ବୃନ୍ଦାବନ ଭଳି ଏଠାରେ ସମସ୍ତ ଲୀଳା କରାଯାଇଥାଏ । ବର୍ଷକରେ ଥରେ ଏହି ରାଧାଷ୍ଟମୀ ଦିନ ବାବା ମଧୁସୂଦନ ରାଧା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଶେଷରେ ସୁଶ୍ରୀ ଶକୁନ୍ତଳା ଦାଶ, ସେବିକା ସବିତା ଦାସ ପ୍ରମୁଖ ବାାସôଲ୍ୟ ମମତା ଗୀତ ଗାନ କରିଥିଲେ । ଚଳିତମାସ ୧୨ ତାରିଖ ଗୁରୁବାର ସନ୍ଧ୍ୟାରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ ଅନୁଷ୍ଠିତ ହଏବ ବୋଲି ସେବକ ପ୍ରୀତିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *