ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଡି.ଏ.ଭି. ଛାତ୍ର ଛାତ୍ରୀଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ସଭା

ଭୁବନେଶ୍ୱର, (ଆଇଏନ୍ଏସ୍): ଏକ ସୁସ୍ଥ ପରିବେଶ, ସୁସ୍ଥ ସମାଜ ତଥା ସର୍ବଧର୍ମ ସମନ୍ୱୟ ଭାବ ଗଠନର ପ୍ରୟାସ ନେଇ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଡି.ଏ.ଭି କଳିଙ୍ଗ ନଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରିପାଶ୍ୱିକ ସ୍ୱଚ୍ଛତା, ବୃକ୍ଷରୋପଣ, ହାତଧୁଆ, ପରିଷ୍କାର ପରିଚ୍ଛନ୍ନତା, ପ୍ଲାଷ୍ଟିକ୍ ବର୍ଜନ ଆଦି ସଚେତନତା କାର୍ଯ୍ୟକ୍ରମ ସହ ସର୍ବଧର୍ମ ସମ୍ମାନ ଓ ସମାନତା ପାଇଁ ଏକ ସ୍ୱତନ୍ତ୍ର ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ସର୍ବ ଧର୍ମ ପ୍ରାର୍ଥନା ସଭାକୁ ପରିଚାଳନା କରିଥିଲେ । ଏଥିରେ ସ୍କାଉଟ୍ ଗାଇଡ୍-ଏନ୍ ସି ସି ଓ ଜୁନିୟର ରେଡ୍କ୍ରସ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ସାମିଲ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହିତ ଉସôାହିତ କରିଥିଲେ ।

Leave a Reply

Your email address will not be published.