ପ୍ରତିଶୃତିର ଶାରଦୀୟ କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

 ଭୁବନେଶ୍ୱର, (ଆଇଏନ୍ଏସ୍):‘ପ୍ରତିଶୃତି’ ନୂଆ ସକାଳର ସଂକଳ୍ପ ପତ୍ରିକା ଆନୁକୁଲ୍ୟରେ ୟୁନିଟି ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ପରସରରେ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବୟତ୍ରୀ ସଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଜକ୍ର ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ କଥାକାର ପ୍ରକାଶ ମହାପାତ୍ର, ରାଜ୍ୟ ଅଭିଲେଖାଗାରର ମୁଖ୍ୟ ସତ୍ୟନାରାୟଣ ମିଶ୍ର ଓ ବିଶିଷ୍ଟ ଶିକ୍ଷାବିତ୍, ରାଜନେତା ତଥା କବି ଶଙ୍କର୍ଶଣ ପରିଡା ପ୍ରମୁଖ ଯୋଗଦେଇ ଆଧୁନିକ କବିତାର ଭାବ ଧାର ଏହାର ସମାଜ ପ୍ରତି ପ୍ରଭବାବ ଉପରେ ଆଲୋକ ପାତ କରିଥିଲେ । ଏହି ଆସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି, କବୟତ୍ରୀ ମାନେ ଯୋଗ ଦାନ କରି କବିତା ଆବୃତ କରିଥିଲେ । ପତ୍ରିକାର ପରିଚାଳନା ସଂପାଦକ ସ୍ମୃତିରଞ୍ଜନ ତ୍ରିପାଠୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ କବି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *