ବୟସର ଅପରାହ୍ନର କାହାଣୀ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ପାଶ୍ଚାତ୍ୟ ରାଷ୍ଟ୍ର ମାନଙ୍କରେ ବରିଷ୍ଠ ନାଗରିକ ବା ସିନିଅର ସିଟିଜେନ କହିଲେ ସମସ୍ତ ପ୍ରକାର ପେନସନ୍ ଭୋଗି ମାନଙ୍କୁ ବୁଝାଇଥାଏ । ବିଗତ କେତେ ବର୍ଷ ମଧ୍ୟରେ ଆମ ଦେଶରେ ଏମାନଙ୍କର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାଧିନତା ସମୟରେ ଭାରତୀୟ ମାନଙ୍କର ହାରାହାରୀ ଆୟୁ ମାତ୍ର ୩୨ ବର୍ଷ ଥିଲା । ଆମ ଜନ ସଂଖ୍ୟା ର ଏକ ଜ୍ୟାମିତିୟ ପିରାମିଡ ଆକାରରେ ପ୍ରତିଫଳିତ ହେଉଥିଲା । ଲୋକ ସଂଖ୍ୟାର ଅଧିକାଂଶ ଅଂଶ ଶିଶୁ ଓ କିଶୋର ହେବା ଯୋଗୁଁ ପିରାମିଡର ତଳ ଅଂଶ ପ୍ରସସ୍ତ ଥିଲା । ରୋଗ ଓ ପୃଷ୍ଟି ହିନତାରେ ବହୁ ଲୋକ ମରୁ ଥିବାରୁ ଜନ ସଂଖ୍ୟାର ଉପର ଅଂଶ ବା ବୟସ୍କ ମାନଙ୍କର ଭାଗ ବହୁତ କମ ଥିଲା ଓ ତାହା ପିରାମିଡ ର ଗୋଜିଆ ଶିଖରକୁ ବୁଝାଉଥିଲା । ପରବର୍ତି କାଳରେ ସଂକ୍ରାମକ ରୋଗର ନିରାକରଣ ସ୍ୱାସ୍ଥ୍ୟ ସେବାର ଉନ୍ନତି ଲୋକ ମାନଙ୍କ ଆର୍ଥୀକ ଓ ପୃଷ୍ଟିର ବୃଦ୍ଧ ଯୋଗୁଁ ଏହା ଧିରେ ଧିରେ ଏକ ସମାନ୍ତରାଳ ଖମ୍ବର ଆକୃତି ଧାରଣ କଲା । ଜନ ସଂଖ୍ୟାର ନିୟନ୍ତ୍ରଣ ଯୋଗୁଁ ଶିଶୁ ଓ କିଶୋର ମାନଙ୍କ ସଂଖ୍ୟା କମିଲା ଓ ତା ସଙ୍ଗେ ସଙ୍ଗେ ଆଗରୁ ଜନ ସଂଖ୍ୟା ର ୫ ଭାଗରୁ ୧୦ ଭାଗ ଥିବା ବୟସ୍କ ଲୋକଙ୍କ ସଂଖ୍ୟା ଶତକଡା ୩୦ ରେ ପହଂଚିଗଲା । ଓ ଏ ଉଭୟ ଗୋଷ୍ଠି ମଧ୍ୟରେ ଉପାର୍ଜନ କ୍ଷମ ଯୁବକ ବ୍ୟକ୍ତି ସଂଖ୍ୟା ମଧ୍ୟ ହ୍ରାସ ପାଇଲା । ସମାଜରେ ବୟସ୍କ ଲୋକମାନଙ୍କର ଦୃତ ସଂଖ୍ୟା ବୃଦ୍ଧି ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଲା ଓ ଏହାର ପ୍ରଭାବ ସାମାଜିକ ଆର୍ଥିକ ଓ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ପଡିଲା ।
ଆମ ସାସ୍ତ୍ର ରେ କୁହା ଯାଇଛି ‘ନଶା ସଭାଃ ଜତ୍ର ନାସ୍ତିବୃଦ୍ଧା’ । ସମାଜରେ ବୟସ୍କ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ମାନ ଥିଲା । ସେମାନଙ୍କର ଅଭିମତ ସମାଜରେ ଅନ୍ୟମାନେ ସବୁବେଳେ ଗ୍ରହଣ କରୁଥିଲେ । ଭିଷ୍ମ ଓ ଦ୍ରୋଣଙ୍କ ଭଳି ବୟସ୍କ ସଦସ୍ୟ ମାନଙ୍କ ଯୋଗୁଁ ହସ୍ତିନା ରାଜ ସଭାର ମର୍ଜ୍ୟଦା ବୃଦ୍ଧି ପାଇଥିଲା । ସେତେବେଳେ ସମାଜରେ ବୃଦ୍ଧ ବସ୍ତା ଆସିଲା ବେଳେ ଅନେକ ଲୋକ ବାନପ୍ରସ୍ଥ ବ୍ରତ ଗ୍ରହଣ କରି ନିଜେ ଶାନ୍ତି ରେ ଜୀବନ ଜାପନ ପାଇଁ ଅରଣ୍ୟ କୋଳକୁ ଚାଲି ଯାଉଥିଲେ ଓ ସେଠାରେ ସେମାନେ କାହାର ଦୟାର ପାତ୍ର ନହୋଇ ନିଜର ଜୀବନ ନିଜେ ବଂଚାଉ ଥିଲେ । ସେତେବେଳେ ବିଶ୍ୱାସ ଥିଲା ଯୁବ ପିଢି ମାନଙ୍କୁ ସେମାନଙ୍କର ଦାୟିତ୍ୱ ସ୍ୱାଧିନ ଭାବରେ କରିବାକୁ ଛାଡିଦେବା ଉଚିତ । ପରବର୍ତି କାଳରେ ସମୟ ବଦଳିଗଲା । ସମାଜରୁ ବାନ ପ୍ରସ୍ଥ ପ୍ରଥା ଉଠିଗଲା । ଯୌଥ ପରିବାର ମଧ୍ୟ ଧ୍ୱଂସ ହୋଇଗଲା । ବୟସର ଅପରାହ୍ନ ରେ ପହଂଚି ଲୋକଟିଏ ଦେଖିଲା ସେ ଏକୁଟିଆ ଓ ଅସହାୟ ହୋଇପଡିଛି । ବାପା ମା ଙ୍କ ର ସେବା କରିବାକୁ ଏ ଯୁଗରେ ଆଉ ଶବଣ୍ର କୁମାର ନାହାନ୍ତି । ବାପା ମାଁ ଙ୍କ କଥା ବୁଝିବାକୁ ପିଲାଙ୍କର ଆଉ ବେଳ ନାହିଁ । ଅଧିକଂଶ କ୍ଷେତ୍ରରେ ସେମାନେ ବାପା ମାଁ ଙ୍କୁ ଛାଡି ଦୂର ଜାଗାରେ କର୍ମ କରୁଛନ୍ତି । ବୋହୁ ମାନେ ବୃଦ୍ଧ ଶାଶୁ ଶଶୁରଙ୍କ ସେବା କରିବାକୁ ପସନ୍ଦ କରୁନାହାନ୍ତି । ବେଳେ ବେଳେ ଦୁର୍ବ୍ୟବହାର କରୁଛନ୍ତି । ପୁଅ କେତେବେଳେ ବାପା ଆଡେ ତ କେତେବେଳେ ସ୍ତ୍ରୀ ଆଡେ । ଏଭଳି ପରିସ୍ତିତିରେ ବୃଦ୍ଧ ବାପା ମାଁ ପୁଅ ବୋହୁ ଙ୍କ ପାଖରେ ନରହି ନିଜର ପୈତୃକ ସ୍ଥାନରେ ରହୁଛନ୍ତି । ବିରାଟ ଘରେ ଦୁଇ ପ୍ରାଣି । ବେଳେ ବେଳେ ସଜ୍ୟା ସାୟି ହୋଇ ପଡୁଛନ୍ତି । କବାଟରେ ଖଡ ହେଲେ ଡର ମାଡି ବସୁଛି । କିଏ ଘରେ ପସି ମାରି ଦେଇ ଟଙ୍କା ନେଇ ଜିବନି ତ? ବିଭିନ୍ନ ସଂମ୍ପର୍କିୟ ବନ୍ଧୁ ବାନ୍ଧବ ଓ ଚାକର ବାକର ମଧ୍ୟ ବେଳେ ବେଳେ ବିପଦର କାରଣ ହୁଅନ୍ତି । ଏଣେ ବୟସ ହେଲେ ନାନା ରୋଗ ମାଡି ବସେ । ଆଖିରେ ପରାଳ ପଡେ । ଆଣ୍ଠୁ ଗଣ୍ଠି ଦରଦ ହୁଏ । ପ୍ରେଷ୍ଟେଟ ଗ୍ରନ୍ଥି ପଢି ମୁତ୍ର ଜନିତ ସମସ୍ୟା ସୃଷ୍ଟି କରେ । ରକ୍ତଚାପ ବଢିଯାଏ । ହାର୍ଟ କାମ କରେନା । ବେଳେ ବେଳେ ପକ୍ଷାଘାତ ଆକ୍ଲାନ୍ତ କରେ । ଯେଉଁ ଲୋକଟି ଦିନେ ବିକୁଳି ଭଳି ଚଂଚ୍ଚଳ ଥିଲା । ସେ ସ୍ଥବିର ହୋଇପଡେ । ମୁଣ୍ଡ କାମ କରେନା । ରାତିରେ ନିଦ ହୁଏନା । ଦେହ ହାତ ଥରେ । ଏପରିକି ଖାଇବା ଜୀନିଷ ପାଟିକୁ ନେଇ ହୁଏନାହିଁ । ଆଲଜିମିଅର ନାମକ ରୋଗ ହେଲେ ସେ ସବୁ ଭୁଲିଯାଏ । ଏଭଳି ଅବସ୍ଥାରେ ତାର ଜୀବନ ପ୍ରତି ମୋହ ଆହୁରି ବଢି ଯାଏ । କେମତି କିଛି ଦିନ ଅଧିକ ବଂଚିବ ସେ ସେହି ଚିନ୍ତାରେ ଅସ୍ତିର ହୁଏ । ସବୁ ଦିନେ ମେଡିକାଲ ଦୈାଡେ । ଆମ ଦେଶରେ ସରକାରୀ ହସପିଟାଲ ରେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବାଧ୍ୟ ହୋଇ ବେସରକାରୀ ଚିକିସôାଳୟ କୁ ଯାଏ ଓ ଅଜସ୍ତ୍ର ଅର୍ଥ ବ୍ୟୟ କରେ । ଏଣେ ପିଲା ଛୁଆ ମାନେ ରୋଗା ବାପା, ମାଁ ଙ୍କୁ ସେବା କରି କରି ବ୍ୟସ୍ତ ହୋଇ ପଡନ୍ତି ଓ ସେମାନେ ଭାବନ୍ତି ଏମାନଙ୍କ ଯୋଗୁଁ ତାଙ୍କ ଜୀବନର ସୁଖ ଶାନ୍ତି ନଷ୍ଟ ହୋଇ ଯାଉଛି । ଅନେକ କ୍ଷେତ୍ରରେ ବର୍ଷ ବର୍ଷ ଧରି ବାପା ମାଁ ଖଟରେ ପଡି ରୁହନ୍ତି । ନିଜ ହାତରେ ଖାଇ ପାରନ୍ତି ନାହିଁ । ଝାଡା ପରିଶ୍ରା ପାଇଁ ଅନ୍ୟର ସାହାଯ୍ୟ ଦରକାର କରନ୍ତି । ପାଣି ପାଇଁ ଡାକିଲେ ଆର ଘରୁ ବୋଲିର କର୍କସ ଶଦ୍ଦ ଶୁଭେ । ଏଗୁଡାକ ମରୁ ନାହାନ୍ତି କାହିଁକି?
ଏହି ହେଉଛି ବୟସର ଅପରାହ୍ନର କାହାଣି । ଯେଉଁ ମାନେ ତାଙ୍କ ବୟସ ବେଳେ ସମାଜ ପାଇଁ ଅନେକ ସେବା ଦେଇଥିଲେ ନିଜେ ନଖାଇ ନପିଇ ପୁଅ ଝିଅଙ୍କୁ ମଣିଷ କରିଥିଲେ ଆଜି ସେମାନଙ୍କ ଅସହାୟ ବେଳେ ଆମେ କଣ ତାଙ୍କୁ ଭୁଲିଯିବା? ଶ୍ରବଣକୁମାର ହୋଇ ପାରିବାନି ସିନା ଜଣେ ସାଧାରଣ ଭାବରେ ସେବା ତ ଯୋଗାଇ ପାରିବା । ଏଇଥିପାଇଁ ସମାଜର ପ୍ରତି ସ୍ତରରେ ସେମାନଙ୍କର ସେବା ଓ ସୁରକ୍ଷା ପାଇଁ ଜନମତ ସୃଷ୍ଟି ହୋଇଛି ।
ସରକାରୀ ସ୍ତରରେ ବୟସ୍କ ମାନଙ୍କ ପାଇଁ ଅନେକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆ ଯାଉଛି । ରେଳ ଯାତ୍ରା ରେ ସେମାନଙ୍କ ପାଇଁ ରିହାତି ର ବ୍ୟବସ୍ତା କରା ହୋଇଛି । ଦେଶରେ ଦିନକୁ ଦିନ ଜରାଶ୍ରମର ଆଦାର ବଢିବାରେ ଲାଗିଛି । ଅନେକ ବୃଦ୍ଧ ବୃଦ୍ଧା ଅନ୍ୟ ଉପରେ ବୋଝ ନହୋଇ ଜରାଶ୍ରମ କୁ ଚାଲି ଯାଉଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗ ପାଇଁ ସରକାର ଅଣ ସଂକ୍ରାମକ ରୋଗର ସ୍ୱତନ୍ତ୍ର ଚିକିସôା ବ୍ୟବସ୍ଥା କରୁଛନ୍ତି । ସେମାନଙ୍କୁ ମାଗଣାରେ ଔଷଧ ଓ ପରିକ୍ଷା ମାନ କରା ହେଉଛି । ପ୍ରତି ହସପିଟାଲରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ କରାହୋଇଛି । ବ୍ୟାଙ୍କ ମାନଙ୍କରେ ସେମାନଙ୍କ ପାଇଁ ଜମା ଉପରେ ଅଧିକ ଲାଭଂଶ ଦିଆ ଯାଉଛି । ଚିକିସôା ପାଇଁ ଋଣ ଦିଆ ଯାଉଛି । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ମାନ କରା ହୋଇଛି ଓ ସେମାନଙ୍କ ପାଇଁ ଆୟକର ରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା ଅଛି ।
ଏତେ ସବୁ ସତ୍ୱେ ମଧ୍ୟ ବୟସ୍କ ନାଗରିକ ମାନେ ଅବହେଳିତ ଅନୁଭବ କରୁଛନ୍ତି । ସବୁଠାରୁ ଦୁଃଖ ପରିବାର କ୍ଷେତ୍ରରୁ ହିଁ ଆସୁଅଛି । ଅନେକ କ୍ଷେତ୍ରରେ ପୁଅ ଓ ବୋହୁ ମାନେ ର୍ଦୁୁ ବ୍ୟବହାର ତଥା ଶାରିରିକ ଆଘାତ ମଧ୍ୟ ଦେଉଛନ୍ତି । ସେମାନେ ଭୁଲି ଯାଉଛନ୍ତି ଦିନେ ସେମାନେ ମଧ୍ୟ ବୁଢା ହେବେ । ଅନ୍ୟ ର ଅନୁଗ୍ରହ ପ୍ରାର୍ଥୀ ହେବେ । ଏହି ଭଳି ବହୁତ ଘଟଣା ଘଟିବାରୁ ବୃଦ୍ଧ ବାପା ମାଁ ଙ୍କୁ ଅବହେଳା କରିବା ଏକ ଅପରାଧ ବୋଲି ଧରା ହୋଇଛି ।
ଯେଉଁ ଲୋକମାନେ ସମାଜ ପାଇଁ ଅନେକ ଦାନ କରିଯାଇଛନ୍ତି ସେମାନଙ୍କୁ ସମାଜ ଅବହେଳା କରିବା ଉଚିତ ନୁହେଁ । ବୟସ ର ଅପରାହ୍ନ ରେ ନିଶ୍ୱ ହୋଇ ପଡିଥିବା ବ୍ୟକ୍ତି ମାନଙ୍କୁ ପ୍ରତି ସ୍ତରରୁ ସହାନୁଭୁତି ଓ ସାହାଯ୍ୟର ହାତ ଲମ୍ବି ଆସିବା ଉଚିତ୍ । ପ୍ରତ୍ୟେକ ଲୋକ ଭାବିବା ଉଚିତ ଯେ ମୁଁ ବି ଦିନେ ବୁଢା ହେବି । ଯାହା କରିଥିବି ସେତେବେଳେ ତାହା ପାଇବି ।

Leave a Reply

Your email address will not be published. Required fields are marked *