ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ମଜଭୁତ ହେଉ

ସୁବାସ ଷଡଙ୍ଗୀ
ଯେତେବେଳେ ଏ ଲେଖା ପ୍ରସ୍ତୁତ ହେଲା, ସେତେବେଳେ ଦୁଇଟି ସମ୍ବାଦ ଦୃଷ୍ଟିକୁ ଆସିଲା । ପ୍ରଥମଟି ହେଲା, ଅବିଭକ୍ତ କୋରାଫୁଟ ଜିଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟସେବାର ହାଲ ଜାଣିବା ପାଇଁ ପାଂଚ-ଟିର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଂଡିଆନ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଯାଇଥିଲେ । ରୋଗୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଠିକ ଆଉ ଏକ ସମ୍ବାଦ ପ୍ରକାଶିତ ହୋଇଥିଲା, ତାହା ହେଲା, କ୍ୱାକ ଚିକିସ୍ôାରେ ରୋଗୀ ମୃତ । ତାହା ମଧ୍ୟ ସେଇ ଅବିଭକ୍ତ କୋରାଫୁଟ ଜିଲ୍ଲାରେ । ଏମିତିତ ଆମ୍ବୁଲାନ୍ସ ଠିକ ସମୟରେ ନ ଆସିବାରୁ ରୋଗୀ ମୃତ୍ୟ ଘଟଣା ଏକ ସାଧାରଣ ସମ୍ବାଦରେ ପରିଣତ ।
ସହର କଥା ଆଲୋଚନା କରିବା । ସହରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାକଥା ଖବରକାଗଜରେ ବାହାରୁଛି । ବିଶେଷ କରି ଗରିବ ଲୋକଙ୍କ କଥା ଆଖି ଆଗରେ ରଖି ଓପିଡି ରାତି ପର୍ଯ୍ୟନ୍ତ ଖୋଲୁଥିବା କଥା ସରକାର କହୁଛନ୍ତି । ପ୍ରକୃତ ସତ କିନ୍ତୁ ତାହା ନୁହେଁ । କିଛି ହୋମିଓ ଓ ଆୟୁର୍ବେଦ ଡାକ୍ତରଙ୍କ ହାତରେ ଆମ ଜୀବନ । ଅଥଚ ସରକାର କହୁଛନ୍ତି ସବୁ କରିଦେଲୁ । ଏବେବି ଅନେକ ଡାକ୍ତରଖାନାରେ ହୋମିଓପ୍ୟାଥିକ ଡାକ୍ତର ରୋଗୀ ଦେଖୁଛନ୍ତି ଆଉ ଏଲୋପାଥିକ ଔଷଧ ଲେଖୁଛନ୍ତି । ଆମ ପାଖରେ ଅନ୍ୟ କୌଣସି ଚାରା ନାହିଁ । କିଛି ନ ମିଳିବା ଠାରୁ ଯାହା ମିଳିଲା ସେଇଥିରେ ଖୁସି, ଏ ଅଭ୍ୟାସ ଆମର ବହୁଦିନର ।
ରାଜଧାନୀ ଭଳି ବଡ ବଡ ସହରମାନଙ୍କରେ ଏବେ ବରିଷ୍ଠ ନାଗରିକମାନେ ସବୁଠାରୁ ବଡ ବୋଝ ସରକାରଙ୍କ ପାଇଁ । କାରଣ ଘରେ ଏମାନଙ୍କ ଦେଖାଶୁଣା କରିବା ପାଇଁ କେହି ନାହାନ୍ତି । ପିଲାମାନେ ବାହାରେ । ସେମାନଙ୍କ ପାଖରେ ସମୟ ନାହିଁ । ବୁଢା ବାପା ମା’ କର୍ମକୁ ଆଦରି ପଡି ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଉଚରକ୍ତଚାପ ବା ଡାଏବେଟିଜ ର ଶିକାର ।ହଠାତ ଦରକାର ପଡିଲେ କାହାକୁ ଡାକିବେ? ପାଖରେ ଟଙ୍କା ଥିଲେ ବି ଏମାନେ ଡାକ୍ତରଖାନା ଯାଇପାରିବେ ନାହିଁ । ଏମାନଙ୍କୁ ନେବ କିଏ?
ଷାଠିଏ ଦଶକର ଓଡିଆ ସିନେମାରେ ଆମେ ଦେଖୁଥିଲୁ ଫୋନ କରିଦେଲେ ଘରକୁ ଡାକ୍ତର ଆସି ଦେଖୁଥିଲେ । ଔଷଧ ଲେଖିଦେଉଥିଲେ । ନିହାତି ଦରକାର ହେଉଥିଲେ ରୋଗୀକୁ ଡାକ୍ତରଖାନ ନେବାକୁ କହୁଥଲେ । ତାଙ୍କ ଫିସ ନେଉଥିଲେ । ମାତ୍ର ତାହା ଆଜି ଆଉ ସମ୍ଭବ ନୁହେଁ । ଡାକ୍ତରଖାନାରେ ତ ଡାକ୍ତର ନାହାନ୍ତି, ଘରକୁ ଆସିବ କିଏ?
ଏପରି ଅବସ୍ଥାରେ ଆପଣ ହସପିଟାଲ ଯିବା ପାଇଁ ଆମ୍ବୁଲାନ୍ସର ସହାୟତା ନେଇ ପାରନ୍ତି । ମାତ୍ର ଓ! ତାହା ପୁଣି ଆଉ ଏକ ଦୁର୍ଭାଗ୍ୟ । ଜରୁରି ସମୟରେ ଆମ୍ବୁଲାନ୍ସ ଫୋନ କଲେ ଅତି କମରେ ଦୁଇ ଘଂଟା ଲାଗିବ ଘରକୁ ଆସିବା ପାଇଁ । ସେତେବେଳକୁ ରୋଗୀ ବଂଚିଥିଲେ ହେଲା । ଆପଣଙ୍କ ଭାଗ୍ୟ ।
ଦଃୁଖର ସହିତ କହିବାକୁ ହେଉଛି, ଆମ ସହରରେ ପିଜା ପାଇଁ ଅର୍ଡର ଦେଲେ ଅଧ ଘଂଟାରେ ଘରେ ଆଣି ଦେଇ ଯାଉଛି । ମାତ୍ର ଜରୁରି ସମୟରେ ଆମ୍ବୁଲାନ୍ସକୁ ଫୋନ କଲେ ଦୁଇ ଘଂଟା ପରେ ପହଂଚୁଛି ।
ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ କିଛି କରିଛନ୍ତି ବୋଲି କହୁଛନ୍ତି । ମାତ୍ର ଆମ୍ବୁଲାନ୍ସ ଠିକ ସମୟରେ ନ ପହଂଚିବାରୁ ପ୍ରସୁତୀ ମହିଳାର ମୃତ୍ୟ ଖବର ମଧ୍ୟ ଆମକୁ ଆନେ୍ଦାଳିତ କରୁଛି । ଯେଉଁଠି ଗର୍ଭବତୀ ମହିଳାକୁ ସରକାର ସେବା ଦେଇ ପାରୁ ନାହାନ୍ତି, ସେଠାରେ ବୁଢାବୁଢୀଙ୍କ କଥା ପଚାରେ କିଏ?
ସରକାର ଦୁର୍ଗମ ଅଂଚଳର ଗର୍ଭବତୀ ମହିଳାଙ୍କୁ ମାସକ ଆଗରୁ ଆଣି ଡାକ୍ତରଖାନାରେ ରଖିବାର ବନେ୍ଦାବସ୍ତ କରୁ ନାହାନ୍ତି କାହିଁକି? ଯଦି ବାତ୍ୟା ସମୟରେ ଲୋକଙ୍କୁ ନିରାପଦ ଜାଗାକୁ ଆଣି ୭/୮ଦିନ ରଖାଯାଇ ପାରୁଛି, ତେବେ ଗର୍ଭବତୀ ମହିଳାଙ୍କୁ ମାସକ ଆଗରୁ ଡାକ୍ତରଖାନାରେ ରଖି ନିରାପଦ ଡେଲିଭରି କରିବାର ବ୍ୟବସ୍ଥା କରି ପାରିଲେ ମା’ ଓ ପିଲାକୁ ସୁରକ୍ଷିତ ରଖାଯାଇ ପାରିବ ।
ହଁ, ସରକାର ବାହାଦୂର ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଲାଗି ପ୍ରତି ୫ ହଜାର ଲୋକରେ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ଜଣେ ମହିଳା କର୍ମୀଙ୍କ ନିଯୁକ୍ତି ଦେଇଛନ୍ତି । ମହିଳା କର୍ମୀ ଗର୍ଭବତୀ ଓ ପିଲାଙ୍କ ସ୍ୱାସ୍ଥ୍ୟ ଦେଖୁଥିବା ବେଳେ ପୁରୁଷ କର୍ମୀ ପୁରୁଷଙ୍କ ସ୍ୱାସ୍ଥ୍ୟ କଥା ଦେଖୁଛନ୍ତି । ସହରରେ ବୁଢାବୁଢୀଙ୍କ ଜରୁରି ଦରକାର ସମୟରେ ଏମାନଙ୍କୁ ଉପଯୋଗ କରାଗଲେ କେମିତି ହୁଅନ୍ତା?ଆଶା ଯେପରି ଗର୍ଭବତୀ ମହିଳାଙ୍କୁ ଧରି ଡାକ୍ତରଖାନ ଯାଉଛି, ଠିକ ଏମାନେ ବରିଷ୍ଠ ନାଗରିକଙ୍କ ପାଖରେ ତୁରନ୍ତ ପହଂଚି, ସେମାନଙ୍କ ରକ୍ତଚାପ, ଡାଏବେଟିଜ ଟେଷ୍ଟ କରିବା ସହିତ ଦରକାର ସମୟରେ ଡାକ୍ତରଖାନାରେ ଭର୍ତି କରିବାର ବ୍ୟବସ୍ଥା କରିପାରିବେ । ସେମାନେ ଆମ୍ବୁଲାନ୍ସ ମାଗାଇ ପାରିବେ ।
ସମୟ ବଦଳିବା ସହିତ ଟେକନିକ ମଧ୍ୟ ବଦଳୁଛି । ସରକାରୀ ଆମ୍ବୁଲାନ୍ସରୁ କେତେବେଳେ ତେଲ ସରିଯାଉଛି ତ ଆଉ କେତେବେଳେ ଗାଡ ବ୍ରେକ ଡାଉନ ହୋଇ ରାସ୍ତାରେ ପଡି ରହୁଛି । ଯାହାର ପରିଣାମ ହେଉଛି ଚିକିସ୍ôା ସୁବିଧା ନ ପାଇ ରୋଗୀଟି ଅଧା ବାଟରେ ମରିଯାଉଛି । ସରକାରୀ ଅବହେଳାରୁ ଏପରି ମୃତ୍ୟୁ ହେଉଛି । ସବୁ ଆମ୍ବୁଳାନ୍ସକୁ ଯଦି ଜିପିଏସ ସହିତ ଯୋଡି ଦିଆଯାଆନ୍ତା ତେବେ ଜିଲାସ୍ତରରେ ଆମ୍ବୁଲାନ୍ସ ପରିଚାଳନାକୁ ତଦାରଖ କରାଯାଇପାରନ୍ତା । ଗାଡି ବାଟରେ ଖରାପ ହେଲେ ତୁରନ୍ତ ଅନ୍ୟ ଗାଡି ଯାଇ ରୋଗୀକୁ ଆଣି ପାରନ୍ତା । ଯଦି ଓଲା ଉବେର ଏ କାମ କରିପାରୁଛନ୍ତି, ତେବେ ସ୍ୱାସ୍ଥ୍ୟ ବିଭାଗ ନ କରିପାରିବ କାହିଁକି? ଇଛା ଶକ୍ତିର ଅଭାବ ।
ସହରରେ ଏହାକୁ ପରୀକ୍ଷା ମୂଳକ ଭାବେ କାମରେ ଲଗାଯାଉ । ଅଧଘଠଟାରେ ଯେପରି ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଂଚି ପାରିବ ତାର ବ୍ୟବସ୍ଥା କରାଯାଉ । ଯଦି ପିଜା କମ୍ପାନୀ ବା ଜୋମାଟୋ ଅଧ ଘଂଟା ଭିତରେ ଘରେ ନେଇ ଖାଦ୍ୟ ଦେଇ ପାରୁଛି, ତେବେ ଆମ୍ବୁଲାନ୍ସ ବା ସ୍ୱାସ୍ଥ୍ୟ କର୍ମଚାରୀ ଘରେ ପହଂଚି ନପାରିବେ କାହିଁକି?
ଦୁର୍ଗମ ଅଂଚଳର ଗର୍ଭବତୀ ମହିଳାଙ୍କୁ ସେମାନଙ୍କ ପ୍ରସବ ସମୟର ମାସକ ଆଗରୁ ଡାକ୍ତରଖାନାରେ ରଖି ନିରାପଦ ଡେଲିଭରି କରିବାର ବ୍ୟବସ୍ଥା କରାଯାଉ । ତାହାହେଲେ ଡାକ୍ତରମାନଙ୍କର ଅବହେଳା ଧରାପଡିଯିବ । ସବୁ ହସପିଟାଲକୁ ଜିପିଏସ ଅଧୀନକୁ ଅଣାଯାଇ ନୀରିକ୍ଷଣର ବ୍ୟବସ୍ଥା କରାଯାଉ । ସହରରେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଅଧଘଂଟାରେ ଆମ୍ବୁଲାନ୍ସ ବା ସ୍ୱାସ୍ଥ୍ୟ କର୍ମଚାରୀ ପଠାଇବାର ବ୍ୟବସ୍ଥା କରନ୍ତୁ । ଏହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.