ଜଲାରପୁରରେ ପ୍ରେମାଚାର୍ଯ୍ୟଙ୍କ ପୂଜା ଉତ୍ସବ

କଟକ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ମତବାଦର ପ୍ରଚାରକ ତଥା ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ପୂଜା ଉସôବ ଜଲାରପୁର ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଯାହାଙ୍କର ଉଦେ୍ଦଶ୍ୟ ଓ ସର୍ବଦା କହୁଥିଲେ ସମସ୍ତଙ୍କର ଗୁରୁ ଏକ, ସମସ୍ତଙ୍କର ଧର୍ମ ଏକ । ସେହି ମହାପୁରୁଷଙ୍କ ସ୍ମରଣ ପାଇଁ ଉକ୍ତ ଅଂଚଳରେ ପୂଜା ଉତ୍ସବ ସର୍ବେଶ୍ୱର ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୁରୀ ଜିଲ୍ଲା ମୁଖ୍ୟ ଆଶ୍ରମ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରୁ ଶ୍ରୀ ଗୁରୁଦେବଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଶହ ଶହ ଭକ୍ତମାନଙ୍କ ଗହଣରେ ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନ ଓ ହୁଳହୁଳି, ଶଙ୍ଖ ଧ୍ୱନୀ, କୀର୍ତନ ଭାଇମାନଙ୍କ ଦ୍ୱାରା ସଂକୀର୍ତନ ଇତ୍ୟାଦି କରାଯାଇ ଅଂଚଳକୁ ପାଛୋଟି ନିଆଯାଇଥିଲା । ଏହି ଧାର୍ମିକ ସଭାରେ ମୁଖ୍ୟ ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ସଭାପତିତ୍ୱରେ ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ମା’ମାନଙ୍କ ଦ୍ୱାରା ବନ୍ଦାପନା ଆଦି କରାଯାଇଥିଲା । ଏଥିରେ ବାବାଜୀ ନେତ୍ରାନନ୍ଦ ଦାସ, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ଦିବ୍ୟକୃଷ୍ଣ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଗୁରୁବାଦ ଉପରେ ଆଲୋକପାତ କରିଥିଲେ । ସେବିକା ସବିତା ଦାସ ଶ୍ରୀ ଗୁରୁଦେବଙ୍କ ଭଜନ ଗାନ କରିଥିଲେ । ଉକ୍ତ ଉତ୍ସବକୁ ପ୍ରୀତିରଞ୍ଜନ ଦାସ, ରବୀନ୍ଦ୍ର ବିଶ୍ୱାଳ, ଶଶୀକାନ୍ତ ଖୁଂଟିଆ ପରିଚାଳନା କରିଥିଲେ । ଏହି ଉତ୍ସବରେ ଅଂଚଳର ଶ୍ରଦ୍ଧାଳୁ, ଭକ୍ତ ଗୁରୁଦେବଙ୍କ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ ।

Leave a Reply

Your email address will not be published.