ଗାନ୍ଧି ଓ ନକ୍ଷି ଭଣ୍ଡାରୁଣୀର କାହାଣୀ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଜାତିର ଜନକ ମହାତ୍ମାଗନ୍ଧି ଙ୍କର କୋଟି କୋଟି ଅଶିକ୍ଷିତ ଭାରତୀୟ ମାନଙ୍କ ଉପରେ ଯେଭଳି ପ୍ରଭାବ ଥିଲା ତାହା ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଲୋକମାନେ ତାଙ୍କୁ ଇଶ୍ୱରଙ୍କ ଅବତାର ବୋଲି ଧରୁଥିଲେ । ଗାନ୍ଧି ଆସୁଛନ୍ତି ଜାଣିଲେ ହଜାର ହଜାର ସାଧାରଣ ଲୋକ ତାଙ୍କ ଦର୍ଶନ ପାଇଁ ରାସ୍ତା କୁ ବାହାରି ଆସୁଥିଲେ । ଖୋଳ କର୍ତାଳ ଧରି କିର୍ତନ କରୁଥିଲେ । ସବୁଆଡୁ ହରିବୋଲ ଡାକ ଶୁଭୁଥିଲା । ତାଙ୍କ ପାଦ ଛୁଇଁବାକୁ ଲୋକମାନେ ଠେଲା ପେଲା ହେଉଥିଲେ । ଅନେକ ଲୋକ ସେ ଯାଉଥିବା ରାସ୍ତାର ଧୁଳି କୁ ନେଇ ମୁଣ୍ଡରେ ମାରୁଥିଲେ । ସାନ ପିଲା ମାନଙ୍କୁ ତାଙ୍କ ଚଲା ପଥରେ ଗଡେଇ ଦେଉଥିଲେ । ସତେ ଯେପରି ସେ ଥିଲେ ଭାରତର ମୁକ୍ତି ଦାତା । ଗାନ୍ଧି ତାଙ୍କ ଜୀବ ଦଶାରେ ସାତ ଥର ଓଡ଼ିଶା ଆସିଥିଲେ । ୧୯୨୧ ମସିହାରେ ପ୍ରଥମ ଥର ଆସି ଗୋପବନ୍ଧୁଙ୍କ ସହ କଟକର କାଠଯୋଡି ନଈ ବାଲିରେ ଦୋଳ ପୂର୍ଣ୍ଣିମା ଦିନ ସଭା କରିଥିଲେ । ୧୯୩୪ ମସିହାରେ ହରୀଜନ ପଦ ଯାତ୍ରାରେ ଓ ଡ଼ିଶା ଆସି ପୁରୀ ଠାରୁ ପଦ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ସାଙ୍ଗରେ ମହାଦେବ ଦେଶାଇ, ମିରାବେନ୍ ଓ ମାଲକାନୀ ଯୋଗ ଦେଇଥିଲେ । ଓଡ଼ିଶାର ଗୋପବନ୍ଧୁ ଚୈାଧୁରୀ, ନବ କୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ରାଜକୃଷ୍ଣ ବୋଷ ଓ ରମାଦେବୀ ଇତ୍ୟାଦି ତାଙ୍କ ସାଥିରେ ଚାଲି ଚାଲି ଯାଇଥିଲେ ।
୧୯୩୪ ମସିହା ମେ ୨୧ ତାରିଖ ଦିନ ଗାନ୍ଧିଜୀ ବଇରି ଷ୍ଟେସନରେ ଓହ୍ଲାଇ ଚମ୍ପାପୁର ଯାଇଥିଲେ । ସେଠାରୁ ଗୋବିନ୍ଦ ମିଶ୍ର ଙ୍କ ଦ୍ୱାରା ପ୍ରତିଷ୍ଠିତ ଗାନ୍ଧି ସେବାଶ୍ରମ ରେ ରାତ୍ରୀ ଜାପନ କରି ତା ପର ଦିନ ମଧୁବାବୁଙ୍କ ଗାଁ ଗୋପିନାଥ ପୁର- ସତ୍ୟଭାମା ପୁର ଅଭିମୁଖେ ଯାତ୍ରା କଲେ । ସେଠାରେ ରାତ୍ରୀ ଜାପନ କରି ମଧୁବାବୁ ଙ୍କ ବୋହୁ ଉର୍ମିଳା ଦେବୀଙ୍କ ଠାରୁ ତାଙ୍କର ସମସ୍ତ ଅଳଙ୍କାର ଦାନ ଆକାରରେ ଗ୍ରହଣ କଲେ । ମେ ୨୪ ତାରିଖ ଦିନ ଗାନ୍ଧିଜୀ କଟକ ଜିଲ୍ଲାର ଏକ ମୁଖ୍ୟ ଗ୍ରାମ ବହୁଗ୍ରାମରେ ପହଂଚିଲେ । ସେଠାରେ ହରିଜନ ମାନେ ତାଙ୍କୁ କିର୍ତନ କରି ଓ ପତକା ଧରି ବହୁ ଦୂରରୁ ପାଛୋଟି ନେଲେ । ଗାନ୍ଧିଜୀ ଗ୍ରାମର ଦଶହରା ପଡିଆ ମଧ୍ୟରେ ଥିବା ନନ୍ଦ କୁମାର ଦାତବ୍ୟ ଚିକିସôାଳୟ ଠାରେ ରାତ୍ରୀ ଜାପନ କରିଥିଲେ । ତାଙ୍କ ପାଖରେ ହରେକୃଷ୍ଣ ମହତାବ, ସୁରେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ଦିବେଦୀ,ଆକୁଳାନ୍ଦ ବେହେରା ଓ କୃଷ୍ଣ ବଲ୍ଲବ ଘୋଷ ପହଂଚିଥିଲେ । ତା ପରଦିନ ସଭା ହେଲା । ଗା୍ରମର ବଙ୍ଗାଳି ଝିଅ ମାନେ ଜାତୀୟ ସଙ୍ଗିତ ଗାନ କଲେ । ପୂର୍ବକଚ୍ଛ ଗ୍ରାମର ରାଜୁଆ ଭୋଇ ଶଂଙ୍ଖ ବଜାଇ ବଜାଇ ଲୋକ ମାନଙ୍କୁ ଧରି ସଭାରେ ପହଂଚିଲେ ଓ ଗାନ୍ଧିଙ୍କ ପାଦ ତଳେ ଶଂଙ୍ଖଟି ରଖି ସାଷ୍ଟାଙ୍ଗ ପ୍ରଣାମ କଲେ ।
ସଭାକୁ ଯିବା ପୂର୍ବ ରୁ ଗାନ୍ଧିଙ୍କର ଦାଢି କ୍ଷର ପାଇଁ ଇଚ୍ଛା ହେଲା । ସାଙ୍ଗେ ସାଙ୍ଗେ କର୍ମୀମାନେ ଭଣ୍ଡାରି ଖୋଜିବାକୁ ବାହାରିଗଲେ । କୌଣସି ଭଣ୍ଡାରି ଗାନ୍ଧିଙ୍କୁ କ୍ଷୋ÷÷ର କରିବାକୁ ସାହାସ କଲେ ନାହିଁ । ଏ ଖବର ଶୁଣି ଭାଗୁ ବାରିକ ଓ ମାଧବି ବାରିକଙ୍କ ଝିଅ ନଖି ଭଣ୍ଡାରୁଣି ଗୋଟେ ବାଉଁଶ ବେଂଟିଆ ଖୁର ଧରି ଗାନ୍ଧିଙ୍କୁ କ୍ଷୋ÷÷ର କରିବାକୁ ଆଗେଇ ଆସିଲେ । ଆସିବା ବେଳେ ସାଇ ପଡିଶାଙ୍କ ଠାରୁ ଅଳଙ୍କାର ମାନ ମାଗି ପିନ୍ଧିଥିଲା । ଭଲ ଶାଢୀ ଟିଏ ମଧ୍ୟ ପିନ୍ଧିଥିଲା । ଭଣ୍ଡାରୁଣି କୁ ଦେଖି ଗାନ୍ଧି ଖୁସି ହୋଇଗଲେ ଓ ମା ପାଖରେ ପୁଅଟି ଭଳି ମୁଣ୍ଡ ନୂଆଁଇ ଦେଲେ । ନଖି ଭଣ୍ଡାରୁଣୀ ଯତ୍ନ ରେ ଗାନ୍ଧିଙ୍କୁ କ୍ଷୋ÷÷ର କଲା । ଏହା ପରେ ପରେ ଅନେକ ସଂଗ୍ରାମି ନିଜର ଦାଢି କାଟିଲେ ଓ ନକ୍ଷିକୁ ପାରିଶ୍ରମିକ ଦେଲେ ।
ଭଣ୍ଡାରୁଣୀ ବିଦାୟ ନେବାର ବେଳ ଆସିଲା । ଯିବା ଆଗରୁ ସେ ସଂଗ୍ରହ କରୁଥିବା ପାରିଶ୍ରମିକ ଓ ପିନ୍ଧିଥିବା ଅଳଙ୍କାର ବାପୁଜୀଙ୍କ ପାଦ ତଳେ ଥୋଇ ପ୍ରଣାମ ଜଣାଇଥିଲା । ଏହି ଘଟଣା ରାଜ୍ୟ ଓ ଦେଶରେ ପ୍ରଚାରିତ ହୋଇଥିଲା । ଜଣେ ସାଧାରଣ ଭଣ୍ଡାରୁଣି ର ଦେଶପ୍ରେମ ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିଲା । ସ୍ୱାଧିନତା ସଂଗ୍ରାମରେ କୋଟି କୋଟି ସାଧାରଣ ଲୋକ ଗୁଣ୍ଡୁଚୀ ମୂଷା ଭଳି ସେମାନଙ୍କର କର୍ତବ୍ୟ କରିଯାଇଛନ୍ତି । ଦେଶ ଠାରୁ ସେମାନେ କୌଣସି ପ୍ରତିଦାନ ଚାହିଁ ନାହାନ୍ତି । ଇତିହସ ସେମାନଙ୍କୁ ଭୁଲି ଯାଇଛି । ନକ୍ଷି ଭଣ୍ଡାରୁଣି ବାଲ୍ୟ ବିବାହ କରିଥିଲେ ଓ ପରେ ନିଜ ବାପ ଘରକୁ ଚାଲି ଆସିଥିଲେ । ସେଠାରେ ନିଜର ଭାଇର ଅକାଳ ମୃତୁ୍ୟ ପରେ ତାର ପିଲା ମାନଙ୍କୁ ମଣିଷ କରିଥିଲେ । ଦଶହରା ପଡିଆ ପାଖ ଯେଉଁ ବରଗଛ ମୂଳେ ଗାନ୍ଧି କ୍ଷୋ÷÷ର ହୋଇଥିଲେ ମହାବାତ୍ୟାରେ ତାହା ଉପୁଡି ଯାଇଛି । ୨୦୧୮ ମସିହାରେ ୮୫ ବର୍ଷ ବୟସରେ ନକ୍ଷି ର ପୁତୁରା ବାଇଧର ବାରିକଙ୍କ ମୃତୁ୍ୟ ଘଟିଛି । ତା ପୂର୍ବ ରୁ ନକ୍ଷିଙ୍କର ମୃତୁ୍ୟ ଘଟିଥିଲା ।
ଆଜକୁ ୯୦ ବର୍ଷ ତଳେ ଜଣେ ସ୍ତ୍ରୀ ଲୋକ ସାହାସ କରି ଦାଣ୍ଡକୁ ଆସି ଗାନ୍ଧିଙ୍କୁ କ୍ଷୋ÷÷ର କରିବା କିଛି ଛୋଟିଆ କଥା ନଥିଲା । ଏହା ଥିଲା ନାରୀ ଜାଗରଣର ଏକ ଜ୍ୱଳନ୍ତ ଉଦାହରଣ । ମାତ୍ର ଏ ଘଟଣାର ସ୍ମୃତି ରକ୍ଷା ପାଇଁ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି ।
ଯେଉଁ ନେତା ଓ ତାଙ୍କର ଦାୟଦ ମାନେ ଦେଶ ପାଇଁ ସଂଗ୍ରାମ କରୁଛନ୍ତି ବୋଲି କହି କଡାଗଣ୍ଡା ପ୍ରତିଦାନ ଅସୁଲ କରି ଚାଲିଛନ୍ତି ସେମାନଙ୍କ ପାଈଁ ନକ୍ଷି ଭଣ୍ଡାରୁଣୀ ର ତ୍ୟାଗ ଏକ ଶିକ୍ଷା ହେବା ଉଚିତ୍ ।

Leave a Reply

Your email address will not be published. Required fields are marked *