କୋହଳ ପ୍ରଶାସନିକ ବ୍ୟବସ୍ଥା ଓ ଅନୁପ୍ରବେଶ!

ଶରତ କୁମାର ରାଉତ
ନିଜ ଭିଟାମାଟି ଛାଡ଼ି ଅନ୍ୟ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିବା ଲୋକମାନେ ହିଁ ଶରଣାର୍ଥୀ । ନିଜର ଧର୍ମ, ଜାତି ଓ ଜାତୀୟତା ପ୍ରତି ଦେଖାଦେଇଥିବା ଆସନ୍ନ ବିପଦକୁ ମୁକାବିଲା କରିନପାରି ସେମାନେ ଦେଶ ଛାଡ଼ିଥାନ୍ତି । ସେମାନେ କେବେ ମଧ୍ୟ ପୂନର୍ବାର ନିଜ ମାଟିକୁ ଫେରିଯିବା ପାଇଁ ମନ ବଳାନ୍ତି ନାହିଁ । ନିଜ ଦେଶ, ଜାତି ଓ ସଂପ୍ରଦାୟରୁ ବିଚ୍ଛିନ୍ନ ହୋଇ ସେମାନେ ଏକ ଭିନ୍ନ ଜୀବନ ବଂଚନ୍ତି, ଏକ ଅଜଣା-ଅଚିହ୍ନା ଇଲାକାରେ । ବିପଦ ଓ ଆସନ୍ନ ମୃତୁ୍ୟର ବଳୟ ଭିତରୁ ଖସି ଆସିଥିବା ଲୋକଟି ହିଁ ଶରଣାର୍ଥୀ । ଶରଣାର୍ଥୀର ଅନ୍ୟ କୌଣସି ପରିଚୟ ହିଁ ନାହିଁ । ସେ ବାସ କରୁଥିବା ସ୍ଥାନରେ କିଛି ବି ନିଜର ବୋଲି ଦାବି କରି ପାରେ ନାହିଁ । ମାତ୍ର କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ । ଶରଣାର୍ଥୀମାନେ ସରକାରଙ୍କ ଦ୍ୱାରା ପାଉଥିବା ସୁବିଧା ସୁଯୋଗ ଭିତରେ ସୀମିତ ନ ରହି ସ୍ଥାୟୀ ବାସିନ୍ଦାମାନଙ୍କୁ ଶୋଷଣ କରିଥାନ୍ତି ଓ ହଇରାଣ କରିଥାନ୍ତି । ତେବେ ଆମ ଦେଶରେ ଶରଣାର୍ଥୀମାନେ ସ୍ଥାୟୀ ନାଗରିକ ଭାବେ ରହିବାର ଏହି ୪୭ ବର୍ଷ ମଧ୍ୟରେ ଲକ୍ଷଲକ୍ଷ ବଂଗୀୟ ଅନୁପ୍ରବେଶକାରୀ ଏଠାକୁ ଆସିଛନ୍ତି ଓ ଆସିବାରେ ଲାଗିଛନ୍ତି । ଏହାର କେତେକ ନିର୍ଦ୍ଧିଷ୍ଟ କାରଣ ରହିଛି । ପ୍ରଥମତଃ ହିନ୍ଦୁ ବଙ୍ଗାଳୀଙ୍କ ଉପରେ ମୁସଲିମ୍ କଟ୍ଟର ପନ୍ଥୀ ଗୋଷ୍ଠୀ ମାନଙ୍କର ଅକଥନୀୟ ଅତ୍ୟା·ର, ଆକ୍ରମଣ ଯୋଗୁଁ ସେମାନେ ଭାରତ ଭିତରକୁ ପଶି ଆସୁଛନ୍ତି । ଦ୍ୱିତୀୟତଃ, କେତେକ ବଂଗୀୟ ମୁସଲମାନ ଆମ ଦେଶରେ ସାଂପ୍ରଦାୟିକ ଉତେଜନା ସୃଷ୍ଟି ପାଇଁ ଓ ଏଠାରୁ ଗୁପ୍ତ ତଥ୍ୟ ପାକ୍ ଆଇ.ଏସ୍.ଆଇ କୁ ଦେବା ପାଇଁ ଭାରତକୁ ଆସୁଛନ୍ତି । ତୃତୀୟତଃ, ଶରଣାର୍ଥୀ ମାନଙ୍କୁ ଭାରତରେ ବହୁ ଅଧିକ ସରକାରୀ ସୁବିଧା ପ୍ରଦାନ କରାଯାଉଥିବାରୁ ଏଥିପ୍ରତି ଆକର୍ଷିତ ହୋଇ ସେମାନଙ୍କର ବନ୍ଧୁ ଓ ସଂପର୍କୀୟ ମାନେ ଭାରତରେ ଅନୁପ୍ରବେଶ କରୁଛନ୍ତି ।
ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ୪୦୫୩ କି.ମି. ଲମ୍ବ ସୀମାରେଖା ରହିଥିବାବେଳେ ସୀମାରେ ବିଭାଜନ ରେଖାଭାବେ ଛୋଟଛୋଟ ନଦୀ ଓ ନାଳ ରହିଛି । ଏଠାରେ କଟ୍ଟର ପନ୍ଥୀ ସଂଗଠନର ଲୋକେ ରହିଛନ୍ତି । ସେମାନେ ହିଁ ବଂଗୀୟ ମାନଙ୍କୁ ବିଭିନ୍ନ ମନ୍ଦ ଉଦେ୍ଦଶ୍ୟରେ ଭାରତୀୟ ସୀମା ଭିତରକୁ ପଠାଉଛନ୍ତି । ଏଭଳି ଅନୁପ୍ରବେଶ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ବଙ୍ଗୋପସାଗର ସୀମାରେ ହେଉଛି । ଏହି ଘଟଣାହିଁ ପୂର୍ବାଂଚଳ ରାଜ୍ୟ ମାନଙ୍କରେ ଅଶାନ୍ତିର ପ୍ରମୁଖ କାରଣ ହୋଇଛି । ସଂପ୍ରତି ଜୋରଦାର ଅନୁପ୍ରବେଶ ଓ ଅନୁପ୍ରବେଶକାରୀ ମାନଙ୍କ ପ୍ରଭାବ ବିସ୍ତାରକୁ ଦେଖି ମୁଖ୍ୟତଃ ତି୍ରପୁରା, ମେଘାଳୟ ଓ ଓଡ଼ିଶାର ମୂଳ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଇ ସମସ୍ୟାର ସମାଧାନ ପାଇଁ ରାଜନୀତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଆମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ବଂଗୀୟ ଶରଣାର୍ଥୀ ଓ ଅନୁପ୍ରବେଶକାରୀ ସ୍ଥାୟୀ ଭାବେ ଅବସ୍ଥାନ କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଶରଣାର୍ଥୀ ଓ ଅନୁପ୍ରବେଶକାରୀ ମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ ଓ ସୁଯୋଗ ପ୍ରଦାନ ହିଁ ଏହାର ମୁଖ୍ୟ କାରଣ ହୋଇଛି । ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ସମୁଦ୍ର କୂଳବର୍ତୀ ଜମି ଅବାଧରେ ଜବର ଦଖଲ, ·ଷ ଓ ମାଛ ଧରିବାର ଅପୂର୍ବ ସୁଯୋଗ ତଥା ଏଥିପାଇଁ ପ୍ରଚ୍ଛନ୍ନ ରାଜନୀତିକ ଓ ପ୍ରଶାସନିକ ପ୍ରୋତ୍ସାହନ ହିଁ ଅନୁପ୍ରବେଶକାରୀ ମାନଙ୍କୁ ଏଠାକୁ ଆକର୍ଷିତ କରୁଛି । ମୁଖ୍ୟତଃ ଅବିଭକ୍ତ କଟକର କେନ୍ଦ୍ରାପଡ଼ା ଜିଲ୍ଲାରେ ବଂଗୀୟ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପ ଘୋର ଚିନ୍ତାର ବିଷୟ ହୋଇଛି । ଲକ୍ଷ ଲକ୍ଷ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଅତି କୋହଳ ପ୍ରଶାସନିକ ବ୍ୟବସ୍ଥା ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ଦେଇ ଓଡ଼ିଶାରେ ପ୍ରବେଶ କରୁଛନ୍ତି । ମୁଖ୍ୟତଃ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ମହାକାଳପଡ଼ା ବ୍ଲକ୍ ଅଂଚଳରେ ସେମାନଙ୍କର ସଂଖ୍ୟା ବହୁ ଅଧିକ । ସେଠାରେ ସେମାନେ ବେଆଇନ ଚିଙ୍ଗୁଡ଼ି ଘେରୀ କରି ହେନ୍ତାଳ ବଣ ଧ୍ୱଂସ କରି ଚାଲିଛନ୍ତି । ଭିତରକନିକା ଓ ରାଜନଗର ଅଂଚଳରେ ଅନୁପ୍ରବେଶକାରୀ ମାନେ ଅବାଧରେ ବୋଟ୍ ଚଳାଉଥିବାବେଳେ ଜଙ୍ଗଲୀ ପଶୁପକ୍ଷୀଙ୍କୁ ଶିକାର ଯୋଗୁ ସେଠାକାର ଜୈବ ପରିବେଶ ପ୍ରଦୂଷଣ ହେବା ସହ ଜଳଚର ଜୀବ ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ଏପରିକି ଭିତରକନିକା, ରାଜନଗର, ମହାକାଳପଡ଼ା, ରାଇଘର, ମାଲକାନାଗିରି ଓ ଉମରକୋଟ ଅଂଚଳରେ ପ୍ରାୟ ୫୦ ହଜାର ଅନୁପ୍ରବେଶକାରୀ ବଙ୍ଗାଳୀ ଗତ ୧୯ ବର୍ଷ ମଧ୍ୟରେ ସ୍ଥାୟୀ ବାସିନ୍ଦା ପାଲଟି ଯାଇଥିବା କୁହାଯାଉଛି ।୨୦୦୪ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ୱାଲ୍ ଓଡ଼ିଶାରେ ୩୦,୮୫୦ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ରହିଥିବା ନେଇ ରାଜ୍ୟ ସଭାରେ ସ୍ପଷ୍ଟ କରିଥିଲେ । ସେହି ସଂଖ୍ୟା ଏବେ ଲକ୍ଷ ଲକ୍ଷରେ ପରିଣତ ହୋଇଛି । ଏହି ଅବସ୍ଥାରେ କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆରସି) ପ୍ରଚଳନର ଅତି ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲରେ ଅନୁପ୍ରବେଶକାରୀ ସମସ୍ୟା ନେଇ ଓଡ଼ିଶା ହାଇକୋର୍ଟ ଏକ ରିଟ୍ ପିଟିସନ୍ ର ଶୁଣାଣୀ କରି ଏନଆରସି ପ୍ରଚଳନ କରିବାକୁ ୨୦୧୭ରେ ଆଦେଶ ଦେଇଥିଲେ । ତେବେ ଖୁବ ଶୀଘ୍ର ଜିଲ୍ଲାରେ ଏନଆରସି ପ୍ରଚଳନ ହେବା ଆଶା କରାଯାଉଛି ।
ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବଂଗୀୟ ଶରଣାର୍ଥୀ ମାନଙ୍କୁ ଥଇଥାନ କରାଯିବା ବେଳେ ବିସ୍ତୃତ ଜଙ୍ଗଲ ଧ୍ୱଂସ କରାଯାଇ ଜମି ପ୍ରଦାନ ଭଳି ବହୁ ସୁବିଧା-ସୁଯୋଗ ଦିଆଯିବା ହିଁ ଅନୁପ୍ରବେଶକାରୀଙ୍କୁ ଆକର୍ଷିତ କରୁଛି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏଠାରେ ୯୮ଶତକଡ଼ା ବଙ୍ଗାଳୀ ଲୋକେ ସ୍ୱୟଂ ସଂପୁର୍ଣ୍ଣ ହୋଇ ସାରିଛନ୍ତି । ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ପ୍ରାୟ ୫୦ ଭାଗ କର୍ମ·ରୀ ବଂଗୀୟ ହୋଇଥିବା ବେଳେ ପ୍ରାୟ ୨୫ ଭାଗ ଲୋକପ୍ରତିନିଧି ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପ୍ରାୟ ୩୦ ଭାଗ ଅନୁପ୍ରବେଶକାରୀ ହୋଇଥିବା ସନେ୍ଦହ କରାଯାଉଛି । ନିରୀହ ଆଦିବାସୀ ମାନଙ୍କ ଉପରେ ଅତ୍ୟା·ର, ଶୋଷଣ ଓ ସ୍ୱାର୍ଥ ଲୁଟରେ ଏମାନେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏଥିଯୋଗୁଁ ରାଇଘର ଓ ଉମରକୋଟ ଅଂଚଳରେ ବଙ୍ଗାଳୀ-ଆଦିବାସୀ ମଧ୍ୟରେ ଉତେଜନା ଅହରହ ଲାଗି ରହିଛି । ଓଡ଼ିଶାରେ ଆଂଚଳିକ ବାଦ୍ ସୃଷ୍ଟି ପାଇଁ ବଙ୍ଗାଳୀମାନେ ହୀନ ଷଡ଼ଯନ୍ତ୍ର କରୁଛନ୍ତି । ଏହି ଅଂଚଳ ସମେତ ଉପକୂଳବର୍ତୀ ଅଂଚଳରେ ବଙ୍ଗୀୟମାନଙ୍କ ଗୁଣ୍ଡାରାଜ ଓ ଆତଙ୍କରେ ଭୟଭୀତ ହୋଇ କେତେକ ମୂଳ ବାସୀନ୍ଦା ନିଜ ଭିଟାମାଟି ଛାଡ଼ି ନିଜ ଦେଶରେ ଶରଣାର୍ଥୀ ସାଜୁଛନ୍ତି । ବଙ୍ଗୀୟମାନଙ୍କ ଦ୍ୱାରା ଆମ ଦେଶ ଓ ଆମ ରାଜ୍ୟର ବହୁ ଗୁପ୍ତ ତଥ୍ୟ ବାହାରକୁ ପଠା ଯାଉଥିବା ବେଳେ ବ୍ୟାପକ ଜାଲ୍ନୋଟ କାରବାର ହେଉଛି । ବିଶେଷତଃ ଅନୁପ୍ରବେଶକାରୀ ବଙ୍ଗାଳୀମାନେ ସରକାରୀ ଚାକିରି, ଭୋଟ୍ ପରିଚୟ ପତ୍ର, ଭୂମିହୀନ ପଟ୍ଟା, ଇନ୍ଦିରା ଆବାସ, ବିଧବା ଓ ବାର୍ଦ୍ଧକ୍ୟ ଭତା, ବିପିଏଲ ସୁବିଧା ହାସଲ କରିବାକୁ ସକ୍ଷମ ହେଉଛନ୍ତି । ସେମାନଙ୍କୁ ରାଜନୈତିକ ଓ ପ୍ରଶାସନିକ ସହଯୋଗ ଦିଆଯିବାର ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକଥା ସ୍ପଷ୍ଟ ଯେ, ଅନୁପ୍ରବେଶକାରୀ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆମ ରାଜ୍ୟ ରାଜନୀତି ବିଭିନ୍ନ ରଙ୍ଗରେ ରଙ୍ଗାୟୀତ ହୋଇଛି । ଅଧିକାଂଶ ରାଜନୈତିକ ଦଳ ଅନୁପ୍ରବେଶକାରୀ ମାନଙ୍କୁ ନିଜ ଭୋଟ ବ୍ୟାଙ୍କର ଏକ ବୃହତ୍ ଅଂଶ ବୋଲି ଭାବି ବିଭିନ୍ନ ସମୟରେ ଏମାନଙ୍କୁ ପ୍ରଚ୍ଛନ୍ନ ସହଯୋଗ ଦେଇ ଆସିଛନ୍ତି ।
ଅବଶ୍ୟ ମାନବିକତା ଦୃଷ୍ଟିରୁ ଭାରତ ମାଟିକୁ ନିଜ ମାତୃଭୂମି ମାନୁଥିବା ବଙ୍ଗାଳୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବା ଉଚିତ । ହେଲେ ବହୁ ବଙ୍ଗାଳୀ ଅଛନ୍ତି, ଯେଉଁମାନେ ବଙ୍ଗଳାଦେଶ ଓ ଭାରତ ଉଭୟ ଦେଶର ନାଗରିକ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ସେହିମାନେ ହିଁ ଆମ ରାଜ୍ୟରେ ଆତଙ୍କବାଦ୍ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପାକିସ୍ଥାନ ଓ ବଙ୍ଗଳାଦେଶକୁ ପଠାଉଛନ୍ତି । ଆମ ରାଜ୍ୟର ନିରୀହ ଝିଅମାନଙ୍କୁ ପ୍ରଲୋଭିତ କରି ବାହାରକୁ ·ଲାଣ କରୁଛନ୍ତି । ରାଜ୍ୟରେ ଉକ୍ରଟ ନିଶାଦ୍ରବ୍ୟର କାରବାର କରୁଥିବାବେଳେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏହା ଏବେ ଓଡ଼ିଶା ସରକାରଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ଏ ସମ୍ପର୍କରେ ସରକାରୀ ସ୍ତରରେ ବ୍ୟାପକ ସମୀକ୍ଷା ହେବା ଉଚିତ । ବଙ୍ଗାଳୀମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯିବା ଉଚିତ । ଅନ୍ୟଥା ନିକଟ ଭବିଷ୍ୟତରେ ଓଡ଼ିଶା ଅନୁପ୍ରବେଶକାରୀ ବଙ୍ଗୀୟ ମାନଙ୍କ ନିୟନ୍ତ୍ରଣକୁ ·ଲିଯିବା ଅସମ୍ଭବ ନୁହେଁ ।

Leave a Reply

Your email address will not be published. Required fields are marked *