ଭିକ୍ଷା ନୁହେଁ, ସ୍ୱାସ୍ଥ୍ୟ ଆମ ଅଧିକାର

ସୁବାସ ଷଡଙ୍ଗୀ
ପୂର୍ବତନ ସୋଭିଏତ ୟୁନିୟନର ଆଲମା ଆଟାଠାରେ ୧୯୭୮ ମସିହାରେ ,କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେଥିରେ କୁହାଯାଇଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟର କଥା । ଦୁଇ ହଜାର ମସିହା ସୁଧା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଥିଲା । ଏହା ଭିତରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦାବି ଯେ ହୋଇନି ତାହା ନୁହେଁ, କିନ୍ତୁ ଏହି ଦାବି ପୂରଣ ହୋଇପାରିନି ।
୧୯୭୮ ମସିହାରେ ଯେଉଁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରିବାକୁ କୁହାଯାଇଥିଲା, ସେଥିରେ ଏ କଥା ମଧ୍ୟ କୁହାଯାଇଥିଲା ଯେ ସ୍ୱାସ୍ଥ୍ୟ ହେଉଛି ମଣିଷର ଅଧିକାର । ଏଣୁ ଏହାକୁ ହାସଲ କରିବା ପାଇଁ ଉଭୟେ ସାମାଜିକ ଓ ରାଜନୈତିକ ସମର୍ଥନ ଦରକାର । ଏ ନେଇ ସେଭଳି କୌଣସି ଆକ୍ଷିଦୃଶିଆ ପଦକ୍ଷେପ ଗ୍ରହଣ କାଯାଇନଥିଲା । ଦୁଇ ହଜାର ମସିହାରେ ଆନ୍ତର୍ଜାତିକସ୍ତରରେ ‘ ଜନସ୍ୱାସ୍ଥ୍ୟ ଆନେ୍ଦାଳନ’ ଆରମ୍ଭ ହେଲା । ସେଇ ବର୍ଷ ଡୀସେମ୍ବର ମାସରେ ବଙ୍ଗଳାଦେଶରେ ‘ଜନସ୍ୱାସ୍ଥ୍ୟ’ର ଆୟୋଜନ କରାଗଲା । ବିଶ୍ୱର ପ୍ରାୟ ୯୨ଟି ଦେଶର ୧୪୫୩ ଜଣ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ । ଏଥବରେ ସିଦ୍ଧାନ୍ତ ଗ୍ରହଣ କରାଗଲା ଯେ ପ୍ରତି ୫ ବର୍ଷରେ ଥରେ ଏଭଳି ସମ୍ମିଳନୀର ଆୟାଜନ କରାଯିବ । ଏହାକୁ ଆଧାର କରି ଭାରତରେ ୨୦୦୧ ମସିହାରେ ଆରମ୍ଭ ହେଲା ‘ ଜନସ୍ୱାସ୍ଥ୍ୟ ଅଭିଯାନ’ ।
ଉପରେ ଏ ସବୁକଥା କହିବାର ଆବଶ୍ୟକତା ହେଲା, ଏସବୁ ଯେଉଁ ହଙ୍ଗର ଇଣ୍ଡେକ୍ସ ପ୍ରକାଶିତ ହୋଇଛି, ସେଥିରେ ଭାରତର ସ୍ଥାନ ବହୁ ତଳେ । ଏପରିକି ପାକିସ୍ଥାନ ବା ଶ୍ରୀଲଙ୍କା ଠାରୁ ଆମ ଅବସ୍ଥା ଖରାପ । ପରିସଂଖ୍ୟାନ ନେଇ ଅନେକ ଚର୍ଚ୍ଚ ୋଂଇଥିବାରୁ ସେସବୁକୁ ଆଉ ଥରେ ଉଲ୍ଲେଖ କରିବାକୁ ଚାହୁନାହିଁ । ତେବେ ଭାରତ ୨୦୨୫ ମସିହା ସୁଧା କ୍ଷୁଧାହୀନ, ପୁଷ୍ଟିହୀନତା ଦୂର କରିବାକୁ ସକ୍ଷମ ହେବ ବୋଲି ଅଙ୍ଗୀକାର କରିଛି । କିନ୍ତୁ ଚଳିତ ବଷ ପ୍ରକାଶିତ ଏକ ରିପୋର୍ଟରେ ଭାରତର ପୁଷ୍ଟିହୀନତା ନେଇ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି, ତାହା ଦୁଃଖଦାୟକ । ଏକ ବିଶ୍ଲଷଣ କହେ ପ୍ରତିଦିନ ଭାରତରେ ୪୮ ହଜାର ଶିଶୁ ପୁଷ୍ଟିହୀନତା କବଳରୁ ରକ୍ଷା ପାଇଳେ ଯାଇ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ । କିନ୍ତୁ ଭାରତର ପରିସଂଖ୍ୟାନ ଦେଖିଲେ ଜଣାଯାଏ ଏବେ ଭାରତରେ ମାତ୍ର ପ୍ରତିଦିନ ଦଶ ହଜାରରୁ ଅଧିକ ଶିଶୁ ପୁଷ୍ଟିହୀନତାର କବଳରୁ ମୁକ୍ତ ପାଉଛନ୍ତି । ଏଣୁ ଲକ୍ଷ୍ୟ ସାଧନ ସମ୍ଭବ ନୁହେଁ ।
ଭାରତ ବିଶ୍ୱର ବୃହତ ଅଥନୀତିର ଅଂଶବିଶେଷ । କିନ୍ତୁ ଦୁଃଖର ବିଷୟ ହେଉଛଇ, ବିଶ୍ୱର ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଭାରତରେ ବାସ କରନ୍ତି । ଖାଦ୍ୟ ନିରାପତା ଆଇନ ମଧ୍ୟ ଚାଲୁ ରହିଛି । କିନ୍ତ ଏହା ଯଥେଷ୍ଟ ନୁହେଁ ।ଖାଦ୍ୟକୁ ଶିଶୁର ଅଧିକାର ହିସାବରେ ଆମେ ଗ୍ରହଣ କରିନାହୁଁ । ପରିବାରକୁ ଚାଉଳ ଯୋଗାଇ ଦେଲେ ଶିଶୁମାନଙ୍କର ପୁଷ୍ଟିହୀନତା ଦୂର ହେବ ଏପରି ଭାବିବା ଭୁଲ । କେବଳ ଖାଦ୍ୟର ଯୋଗାଣ ନୁହେଁ, ଖାଦ୍ୟାଭ୍ୟାସ ବଦଳାଇବାକୁ ହେବ । ସ୍କୁଲ ବା ଅଙ୍ଗନବାଡି କେନ୍ଦ୍ରରେ ଯେଉଁ ଖାଦ୍ୟ ଦିଆଯାଉଛି ତାହା ପୁଷ୍ଟିକର କି ନୁହେଁ ତାହା ଦେଖିବା ଦରକାର ।
ଏଇଠି ଆସିବା ଅସଲ କଥାକୁ । ଓଡିଶା ସରକାର ବିଶେଷତଃ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବେ କେତୋଟି ନୂଆ ଘୋଷଣା କରିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଦେଖାଦେଇଛି । ପ୍ରଥମ କଥା ହେଲା ୫ଟି । ଏହାର ସଚିବ ଦାଇତ୍ୱରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସେ ଏବେ ହସପିଟାଲଗୁଡିକ ଅଚାନକ ପରିଦର୍ଶନ କରୁଛନ୍ତି । ସୁବିଧା ଅସୁବିଧା ଦେଖିବା ସହିତ ହସପିଟାଲ ଗୁଡିକର ୁନ୍ନତି ପାଇଁ ବିବିଧ ଘୋଷଣା କରୁଛନ୍ତି । କିନ୍ତୁ ଗୋଟାଏ ସାଧାରଣ ସମସ୍ୟା ଏବେ ସବୁଠାରୁ ମୌାଳିକ ସ୍ୱାସ୍ଥ୍ୟସେବାକୁ କବଳିତ କରିଛି । ଡାକ୍ତର ଅଭାବ ତ ରହିଛି । କିନ୍ତୁ ପାରାମେଡିକୋ ମାନଙ୍କର ସମସ୍ୟା ତ ନାହିଁ । କିନ୍ତୁ ବିଭିନ୍ନ ପରୀକ୍ଷା ନୀରିକ୍ଷା ପାଇଁ ହସପିଟାଲଗୁଡିକରେ ପେରି ମାସେ ଅପେକ୍ଷା କରିବାକୁ ପଡୁଛି, ତାହା ସରକାରି ସ୍ୱାସ୍ଥ୍ୟସେବାର ଗଫଳତିକୁ ପଦାରେ ପକାଇଦେଉଛି । ଏଣୁ ଏକାଧିକ ବ୍ୟବସ୍ଥା ନକଲେ, ତାହାପୁଣି ବେସରକାରୀ ସଂସ୍ଥା କବଳକୁ ଚାଲିଯାଉଛି ।
ସରକାର ହସପିଟାଲର ଉନ୍ନତି ଚାହାନ୍ତି । କିନ୍ତୁ ହସପିଟାଲର ଉନ୍ନତି ହେଲେ ରୋଗୀଙ୍କ ସଂଖ୍ୟା କମିବନି । ରୋଗ ଯେପରି ନ ହେବ ତାର ବ୍ୟବସ୍ଥା କରିବାକୁ ହେବ । ତୃଣମୂଳ ସ୍ତରରୁ ଲୋକଙ୍କୁ ସଚେତନ କରିବାକୁ ହେବ । ଗାଁ ଗହଳରେ ସରକାରଙ୍କ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ଏଗୁଡିକୁ ଆକ୍ଟିଭ କରିବାକୁ ହେବ । ତୃଣମୂଳସ୍ତରରୁ ରୋଗୀ ଚିହ୍ନଟ ହେଲେ ହସପିଟାଲ ଉପରୁ ଚାପ କମନ୍ତା । ପୁଷ୍ଟିହୀନତା ଦୂର ହୁଅନ୍ତା ।
ମୁଖ୍ୟମନ୍ତ୍ରୀ ଏଇ ଲକ୍ଷ୍ୟରେ ଯେଉଁ ମନ୍ତ୍ରୀ ବା ଅଫିସର ଗସ୍ତରେ ଯିବେ ସେମାନେ ଅଙ୍ଗନବାଡି, ସ୍କୁଲ ବା ଆହାର କେନ୍ଦ୍ରରେ ଖାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାଦ୍ୱାରା ଖାଦ୍ୟର ମାନ ପରୀକ୍ଷା ହୋଇ ପାରିବ । ମାତ୍ର ଏହା ଯଥେଷ୍ଟ ନୁହେଁ । ପଂଚାୟତସ୍ତରରେ ଏକ ଲିଷ୍ଟ କରାଯାଉ ଯେଉଁ ସବୁଦିନ ଦିଆଯାଉଥିବା ଖାଦ୍ୟର ମାନ ଯାଂଚ କରିପାରିବେ । ଏଥିରେ ପଂଚାୟତସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀ, ରାଜନୈତିକନେତା, ଜନପ୍ରତିନିଧି, ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଉ । ଏମାନେ ପ୍ରଥମେ ଖାଇ ଖାଦ୍ୟରମାନ ଠିକ ଅଛି ବୋଲି ପ୍ରମାଣପତ୍ର ଦେବା ପରେ ପିଲାମାନଙ୍କୁ ଖାଇବାକୁ ଦିଆଯାଉ । ଗାଁ ଗହଳରେ ଥିବା ଅଙ୍ଗନବାଡି, ସ୍କୁଲ ବା ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡିକ ଠିକଭାବେ କାମ କରୁଛି କି ନାହିଁ ତାହାର ଅଚାନକ ପରିଦର୍ଶନ କରିବାର ଦାଇତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଉ । ଏମାନଙ୍କ ସୁପାରିସ ଭିତିରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
ସରକାରୀ ଯୋଜନା ସବୁବେଳେ ବାଟମାରଣା ହୁଏ । ଏହା ଆମର ଧାରଣା । ଏହାକୁ ଏତେ ସହଜରେ ବନ୍ଦ କରିହେବନାହିଁ । କିନ୍ତୁ କମାଯାଇ ପାରିବ । ଅଙ୍ଗନବାଡି କେନ୍ଦ୍ରରେ ପୋକା ଛତୁଆ, ମିଡ-ଡେ ମିଲରେ ଭାତ ଲୁଣ ବା ଖାଲି ଭାତ ବା ଅଖାଦ୍ୟ ଦିଆଯିବାର ସମ୍ଭାବନାକୁ ତ ବନ୍ଦ କରାଯାଇପାରିବ । ପିଲାମାନେ ଯେପରି ପୁଷ୍ଟିକର ଖାଦ୍ୟ ପାଇପାରିବେ ତାହା ଏହି ଖାଦ୍ୟ ବିଚାରକ କମିଟି ସ୍ଥିର କରିବ । କାରଣ, ଆମ ଓଡିଶାରେ ଏଭଳି ଅନେକ ଜାଗା ରହିଛି ଯାହା ଭଲ ପରିବାପତ୍ରରେ ତରକାରି କରି ନିୟମିତ ପିଲାଙ୍କୁ ଦେଇ ପାରିବ । ମାତ୍ର ସରକାରୀ ପ୍ରତିବନ୍ଧକ ଥିବାରୁ ତାହା ସମ୍ଭବ ହୋଇପାରୁ ନାହିଁ । ତେଣୁ ଗାଁ ବିଚାରକ କମିଟି ହାତରେ ଏବ୍ୟବସ୍ଥାକୁ ଛାଡି ଦିଆଯିବା ଉଚିତ । ସେଇପରି ତୃଣମୂଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବା ଦରକାର । ରୋଗୀ ପ୍ରଥମେ ଉପକେନ୍ଦରୂ ଚିହ୍ନଟ ହେଉ । ରୋଗୀକୁ ଏକ ଆଇଡି ନମ୍ବର ଦିଆଯାଉ । ତାହାକୁ ଭିତିକରି ସେ ବିଭିନ୍ନ ହସପିଟାଲ ଯାଇ ପାରିବ । ତା ଛଡା ପ୍ରଥମରୁ ଜଣାପଡିଯିବ ରୋଗୀଟି ନିମ୍ନଆୟକାରୀ କି ନୁହେଁ । ତାର ମାଗଣା ଚିକିସ୍ôା କରାଯିବ କି ନାହିଁ । ଏହାଦ୍ୱାରା ହସପିଟାଲରେ ପହଂଚିବା ପରେ ରୋଗୀକୁ ଆଉ ହଇରାଣ ହେବାକୁ ପଡିବ ନାହିଁ । ଥାନା, ଡାକ୍ତରଖାନା,ତହସିଲ ଓ ବ୍ଲକ ଏଗୁଡିକ ହେଉଛି ଦୁନୀତିର ପେଣ୍ଠସ୍ଥଳି । ଏଗୁଡିକ ୁପରେ ତୀକ୍ଷଣ ନଜର ନ ଦିଆଗଲେ ଦୁନୀତି ଦୂର ହେବ କେମିତି? ଖାଲି କଥାରେ ନୁହେଁ କାମରେ କରିଦେଖାଇବାକୁ ହେବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ:୯୪୩୯୬୫୨୩୨୨

Leave a Reply

Your email address will not be published. Required fields are marked *