ଝିଲ୍ଳୀ ଦଳବେହେରା ୨୭ତମ ଏକଲବ୍ୟ ପୁରସ୍କାର ବିଜେତା

ଯବାମଣୀ ଟୁଡୁ ଓ ନମିତା ଟୋପ୍ପୋ ଉପବିଜେତା
ଭୂବନେଶ୍ୱର, (ଆଇଏନ୍ଏସ୍): ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯
ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ
ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର
ବିଜେତା ଘୋଷଣା କରାଇଛି ।
ଝିଲ୍ଳୀ ଦଳବେହେରା, ୦୧.୦୪.୨୦୧୭ ରୁ ୩୧.୦୩.୨୦୧୯ ମଧ୍ୟରେ ଆର୍ନ୍ତଜାତୀୟ
ପ୍ରତିଯୋଗିତାରେ ୨ ସ୍ୱର୍ଣ୍ଣ, ୩ ରୋପ୍ୟ ଓ ୧ ବ୍ରୋଞ୍ଜ୍ ପଦକ ଜିଣି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର
ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ ଉସôବରେ ସେ ୫
ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ । ତାଙ୍କ ସହ ଦୁଇ ଉପବିଜେତା; ଫୁଟ୍ବଲ୍ ଖେଳାଳୀ
ଯବାମଣୀ ଟୁଡୁ ଓ ପ୍ରସିଦ୍ଧ ହକି ଖେଳାଳୀ ନମିତା ଟୋପ୍ପୋ, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ
ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ।

Leave a Reply

Your email address will not be published.