ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଚାଲିଛି କିପରି

ଭୁବନେଶ୍ୱର: ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଆସୁଥିଲେ ହେଁ କ୍ରମେ ଏଠରେ ସ୍ୱାସ୍ଥ୍ୟ ସେବାର ଅବନତି ହୋଇ·ଲିଛି । ଓଏନ୍ଏସ୍/ଆଇଏନ୍ଏସ୍ ଦ୍ୱାରା ଅନୁସନ୍ଧାନରୁ ଜଣାପଡିଛି ଯେ, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଗୁଡ଼ିକର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବିଫଳ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ), ଡ଼ିପିଏମ୍, ମେଡିକାଲ ଅଫିସର୍ ଇନ୍·ର୍ଜ, ବିପିଓ ଏବଂ ବିଇଇ(ପିଏଚ୍ଇଓ) ମିଳିତ ଭାବେ ଆଇଇସି, ଆଇପିଡିପି, ଏଡ୍ସ, ପଲ୍ସ ପୋଲିଓ, ଆରସିଏଚ୍, ଫାଇଲେରିଆ, କୁଷ୍ଠ, ଜନନୀ ଶିଶୁ ସୁରକ୍ଷା ଯୋଜନା, ମମତା ଯୋଜନା, ମେଲେରିଆ ସର୍ବୋପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ ଆଦି ଯୋଜନା କାର୍ଯ୍ୟ ଖାତା ପତ୍ରରେ ସୀମିତ ରଖି ପର୍ଯ୍ୟାପ୍ତ ଅର୍ଥ ବାଟମାରଣା କରି·ଲିଛନ୍ତି ଓ ଏଥିଯୋଗୁଁ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହୁଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ମାତ୍ର ରାଜ୍ୟରେ ସଂକ୍ରାମକ ରୋଗରେ ମରିବା ଲଜ୍ଜାଜନକ । ମିସନ୍ କାର୍ଯ୍ୟ ସଂପର୍କରେ ବ୍ୟାପକ ସମୀକ୍ଷା ହେଉନାହିଁ କି ବିପିଓ ଏବଂ ଡ଼ିପିଏମ୍ଙ୍କ କାର୍ଯ୍ୟ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେଉନାହିଁ । ବିଭିନ୍ନ ଯୋଜନା ଯଦି ସଠିକ୍ ଭାବେ କାର୍ଯ୍ୟକାରୀ ହେଉଥାନ୍ତା, କେବେଠୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିକଶିତ ହୋଇ ସାରନ୍ତାଣି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ସରକାରୀ ଆଇନ ଆଦୌ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ଅଂଚଳରେ ଡ଼ାକ୍ତର ଓ କର୍ମଚାରୀମାନେ ନିଜ କର୍ମସ୍ଥଳରେ ରହୁନାହାଁନ୍ତି କି ନିୟମିତ କର୍ତବ୍ୟ କରୁନାହାଁନ୍ତି । ଅସ୍ପଷ୍ଟ ବଦଳି ନୀତି ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ଏହାର ମୁଖ୍ୟ କାରଣ । କେତେକଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଯାଉଥିବା ବେଳେ ଆଉ କେତେକଙ୍କ ପ୍ରତି ଉଦେ୍ଦଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯଦିଓ ସେମାନେ ମାନସିକ ଯନ୍ତ୍ରଣା ଭିିତରେ ରହିବେ, ତେବେ କାମ କରିବେ କେମିତି? ମନମୁଖୀ ଶାସନ ଚାଲୁଛି ଏହି ବିଭାଗରେ । ଦୁର୍ନୀତି ଓ ବେଆଇନ କାର୍ଯ୍ୟ କରିବାକୁ ଯେମିତି ଅଫିସର ମାନେ ଏଠାରେ ସ୍ୱାଧୀନତା ପାଇ ଯାଇଛନ୍ତି । ସ୍ୱାସ୍ଥ୍ୟ ସେବା ଯୋଗାଣକୁ ତ୍ୱରାନ୍ୱିତ ବଦଳରେ କେତେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତୀବ୍ର ମାନସିକ ଯନ୍ତ୍ରଣା ଦିଆଯାଉଥିବା ବେଳେ ବଦଳି ଋତୁରେ ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଉଛି । ବଦଳି ଭୟ ଦେଖାଇ ରାଜ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ କର୍ମଚାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ପ୍ରତ୍ୟେକ ବର୍ଷ ବଦଳି ଋତୁ ଆରମ୍ଭର ୨/୩ ମାସ ତଳୁ କର୍ମଚାରୀ ମାନେ ଆତଙ୍କ ଘେରରେ ରହିବା ଭଳି ଅବସ୍ଥାରେ ରହୁଛନ୍ତି । ସେମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ଯୋଗାଣ କିପରି ହେଉଥିବ, ଅନୁମାନ ଲଗା ଯାଇପାରେ । ଦୀର୍ଘବର୍ଷ ତଳୁ ଦେଖାଯାଇ ଆସିଛି, ପ୍ରତିବର୍ଷ ରାଜ୍ୟରେ କାର୍ଯ୍ୟରତ ଶହଶହ କର୍ମଚାରୀଙ୍କୁ ବଦଳି ଭୟ ଦେଖା ଯାଉଥିଲେ ହେଁ ହାତଗଣତି ଅଳ୍ପ କେତେଜଣଙ୍କର ବଦଳି ହୋଇଥାଏ । ତାହା ପୁଣି କୌଣସି କାରଣରେ ଅଭିଯୁକ୍ତ ଓ ବଦଳି ପାଇଁ ଚାହୁଁଥିବା କର୍ମଚାରୀଙ୍କର । ଏହାର ଅର୍ଥ ବଦଳି ଆଇନ ଏହି ବିଭାଗରେ ଆଦୌ କାର୍ଯ୍ୟକାରୀ ହେଉନାହିଁ । ବରଂ ବଦଳି ଭୟ ଦେଖାଇ କର୍ମଚାରୀ ମାନଙ୍କୁ ଶୋଷଣ କରାଯିବା ସହ ସେମାନଙ୍କୁ ମାନସିକ ଚାପ ଭିତରେ ରଖାଯାଉଛି । ଏହି ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗରେ ବଦଳି ଆଇନ ଲାଗୁ କରାନଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଏହାଦ୍ୱାରା ମୁକ୍ତ ମସ୍ତିଷ୍କରେ କର୍ମଚାରୀ ମାନେ ନିଜ କର୍ତବ୍ୟ ସୂଚାରୁ ରୂପେ ସଂପାଦନ କରି ପାରନ୍ତେ ବୋଲି କୁହାଯାଉଛି । ଅଭିଯୋଗରୁ ଜଣାପଡିଛି ଯେ, ରାଜ୍ୟର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ନିଜ ହେଡ୍ କ୍ୱାର୍ଟରରେ ରହୁ ନଥିବା ବେଳେ ବିଭିନ୍ନ ଭତା ସୁପାରିଶ ପାଇଁ ଡିଡିଓ ନିର୍ଦ୍ଦିଷ୍ଟ ପରିମାଣର ଲାଂଚ ନେଉଛନ୍ତି । ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ଅସାମ୍ବିଧାନିକ କାର୍ଯ୍ୟ ସଂପର୍କରେ ସାଧାରଣ ଅଭିଯୋଗ ସତ୍ୱେ ସ୍ୱାସ୍ଥ୍ୟ ପ୍ରଶାସନର ନିରବତାର କାରଣ ସନେ୍ଦହ ଘେରକୁ ଆସୁଛି । ଏଭଳି କାର୍ଯ୍ୟ ଯୋଗୁ ଆଦିବାସୀ ଅଂଚଳ ସମେତ ସାରା ରାଜ୍ୟରେ ସର୍ବଦା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହୁଛି । ଏଥିପ୍ରତି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published.