ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ଆବିର୍ଭାବ!

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ସାରା ପୃଥିବୀର ଖ୍ରୀଷ୍ଟୀଆନ ସଂପ୍ରଦାୟ ଲୋକ ମାନେ ଜାନୁୟାରୀ ୨୫ ତାରିଖ କୁ ବଡ ଦିନ ବା ଏକ୍ସ ମାସ ରୁପେ ପାଳନ କରିଥାଆନ୍ତି । ଏହି ଦିନ ବାଇବେଲ ରେ ଇଶ୍ୱର ଙ୍କ ପୁତ୍ର ର ମାନ୍ୟତା ପାଇଥିବା ଯୀଶୁ ଧରାବତରଣ ବା ଜନ୍ମ ନେଇଥିଲେ । ପ୍ରତି ବର୍ଷ ବଡ ଦିନରେ ସେ ଶାନ୍ତି ଓ ମୁକ୍ତି ବାର୍ତା ନେଇ ଧରା କୁ ଆସିଥାଆନ୍ତି । ସେହିଦିନ ଠାରୁ ପ୍ରଚଳିତ ଖ୍ରୀଷ୍ଟିଆନ ମସିହାର ଗଣନା ଆରମ୍ଭ ହୋଇଛି ।ଯୀଶୁ ପ୍ରାଚୀନ ଜୁଡାଇ ବା ପାଲେଷ୍ଟାଇନ ତଥା ବର୍ତମାନର ଇସ୍ରାଏଲ ଦେଶର ବେଥେଲହେମ ଗ୍ରାମରେ ଜନ୍ମ ନେଇ ଥିଲେ । ତାଙ୍କର ମା ମେରୀ ଓ ପିତା ଥିଲେ ଜୋଶେଫ୍ । ଗସପେଲ୍ ଟେଷ୍ଟାମେଂଟ ରେ ବର୍ଣ୍ଣନା ଅଛି ମେରୀ କୁମାରୀ ଅବସ୍ଥା ରେ ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ । ସ୍ୱର୍ଗଦୂତ ବା ଏଞ୍ଜେଲ ଗ୍ରାବିଏଲ ସ୍ୱପ୍ନରେ ଜୋସେଫ୍ କୁ ନିଦେ୍ର୍ଦଶ ଦେଲେ ଯେ, ଏକ ହୋଲି ସ୍ପିରିଟ ମେରୀ ଙ୍କ ଗର୍ଭରେ ଅବସ୍ଥାନ କରିଛି । ସେ ତାଙ୍କୁ ସ୍ତ୍ରୀ ରୁପେ ଗ୍ରହଣ କରିନିଅନ୍ତୁ । ପରେ ମେରୀ ମଧ୍ୟରାତ୍ରୀ ରେ ଏକ ଶିଶୁପୁତ୍ର ଜନ୍ମ ଦେଲେ । କୈାଣସି ଘର ନଥିବାରୁ ପାଳ କୁଡିଆରେ ଏନ୍ତୁଡିଶାଳ ହେଲା । ପାଖରେ ଥିବା କେତେକ ମେଷପାଳକ ମାନେ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିଲେ । ଯୀଶୁଙ୍କ ଜନ୍ମ ସଙ୍କେତ ପାଇ ପୂର୍ବ ଦିଗରୁ କେତେକ ସାଧୁ ତାଙ୍କ ଦର୍ଶନ ପାଇଁ ଆସିଥିଲେ ଓ ସୁରକ୍ଷା ଦୃଷ୍ଟିରୁ ଯୀଶୁଙ୍କୁ ନାଜାରତକୁ ନେଇ ଯିବାକୁ ପରାମର୍ଶ ଦେଲେ । ଠିକ ପରେ ପରେ ଜୁଡାଇର ଶାସକ ଦୁଇ ବର୍ଷ ତଳର ସବୁ ଶିଶୁ ଙ୍କୁ ମାରିଦେବାକୁ ଆଦେଶ ଦେଇଥିଲେ । ସେଥିପାଇଁ ଯୀଶୁଙ୍କୁ, “ଦି ନାଜାରାତ” ବୋଲି କୁହାଯାଏ । ବାଇବେଲ ଅନୁସାରେ ଡାଭିଡଙ୍କର୨୮ତମ ବଂଶ ଧର ବୋଲି ଯୀଶୁ ଙ୍କୁ ଧରାଯାଏ । ସେମାନେ ପେଶା ରେ ବଢେଇ ଥିଲେ । ଯୀଶୁଙ୍କର ଜେମସ, ସାଇମନ, ଜୁଡାସ, ଓ ଜୋସେସ ନାମରେ ଚାରି ଭାଇ ଥିଲେ ।
ଯୀଶୁ ପରେ ଗାଲିଲି ହ୍ରଦ କୂଳର ବେଥେଲହେମ କୁ ଆସି, ଜନ୍ ଦି ବାପ୍ଟିଷ୍ଟ୍ଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ । ସେ ଜୋର୍ଡାନ ନଦୀରେ ଗାଧୋଇ ଦୀକ୍ଷା ନେଲେ । ପରେ ଜନ୍ ଙ୍କୁ ଗିରଫ୍ କରାଗଲା । ଯୀଶୁ ଡରି ନଯାଇ ଗାଲିଲି ହ୍ରଦ କୁଳେ କୁଳେ ଧର୍ମ ପ୍ରଚାର କଲେ । ନିଜକୁ ଈଶ୍ୱର ଙ୍କ ପ୍ରିୟ ପୁତ୍ର ବୋଲି ଘୋଷଣା କଲେ । ଈଶ୍ୱର ଙ୍କୁ ଭଲ ପାଅ, ପାପ ପାଇଁ ଅନୁତାପ କର (ଆଟୋନମେଂଟ) ଓ ଶତ୍ରୁ କୁ ପ୍ରେମ କର, ଗୋଟିଏ ଗାଲ ରେ ଚାପଡା ମାରିଲେ ଆର ଗାଲ ଦେଖାଅ । ଅନେକ ଲୋକ ତାଙ୍କ ଶିଷ୍ୟ ହେଲେ । ସବୁଆଡୁ ଶୁଭିଲା ମୁକ୍ତିର ଦୂତ ଆସିଛନ୍ତି, ସ୍ୱର୍ଗ ରାଜ୍ୟ ଆସୁଛି । ପ୍ରଥମେ ୩ ଜଣ ଧୀବର ତାଙ୍କ ଶିଷ୍ୟ ହେଲେ । ଯିଶୁ ଅନେକ ଆଶ୍ଚର୍ଯର୍୍ୟ କାର୍ଯ୍ୟ ସଂପାଦନ କଲେ । ପାଣି ଉପରେ ଚାଲିଲେ, ତାଙ୍କ ହାତ ବାଜି ମଲା ଲୋକ ବଂଚିଲା(ଲାଜାରସ୍), ଛୋଟା ଚାଲିଲା । ଏହାପରେ ଯିଶୁୁ ଏକ ଗଧ ପିଠିରେ ବସି ଜେରୁଜାଲେମ ରେ ଶିଷ୍ୟ ମାନଙ୍କ ସହ ପ୍ରବେଶ କଲେ । ବାଟରେ ମେରୀ ନାମରେ ଜଣେ ସ୍ତ୍ରୀ ତାଙ୍କ ୁ ମଲମ ଲଗାଇଲେ (ଆନଏଂଟ) । ଜେରୁଜାଲେମ ରେ ପହଂଚି ଇହୁଦୀ ମାନଙ୍କର ମନ୍ଦିରରେ ପଶିବା ପାଇଁ ଥିବା ପାରା ମାନଙ୍କୁ ଉଡାଇ ଦେଲେ, ଟଙ୍କା ନେଣ, ଦେଣ କରୁଥିବା ଲୋକମାନଙ୍କ ୁ ଘଉଡାଇ ଦେଲେ । ପୂଜକ ମାନଙ୍କୁ ତିରସ୍କାର କଲେ । ଲୋକ ମାନେ ଯୀଶୁ ଙ୍କ କଥା ଶୁଣିଲେ । ପୂଜକ ମାନେ ଆତଙ୍କିତ ହୋଇ ଜେରୁଜାଲେମର ଶାସକ(ପାଲେଟ) ଙ୍କୁ ଯିଶୁଙ୍କ ବିରୁଦ୍ଧରେ ଆପତି କଲେ ।
ଏହା ମଧ୍ୟରେ ଯୀଶୁ ତାଙ୍କର ଶେଷ ସମୟ ଆସିଗଲା ବୋଲି ନିଜର ପ୍ରୀୟ ୧୨ଜଣ ଶିଷ୍ୟ ଙ୍କୁ କହିଲେ । ସେମାନଙ୍କୁ ନିଜର ଦୈବି ଶକ୍ତି ପ୍ରଦାନ କଲେ ।ଏମାନେ ପରବର୍ତୀ ସମୟରେ ୧୨ ଆପୋଷ୍ଟଲ ନାମରେ ବାଇବଲେ ରେ ଲିଖିତ ହେଲେ । ସେମାନଙ୍କ ସହିତ ପାଖରେ ଥିବା ଏକ ଘରକୁ ଗଲେ । ସମସ୍ତ ଙ୍କ ସହିତ ରାତ୍ରୀ ଭୋଜନ କଲେ ।ଏହା ଲାଷ୍ଟ ସପର ନାମରେ ବାଇବେଲରେ ଲିଖିତ ଅଛି । କହିଲେ, “ଆଜି ଶେଷ ରାତିରେ ତୁମ ମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁଙ୍କ ହାତରେ ଟେକି ଦେବ । ପିଟର କାଲି ସକାଳୁ କୁକୁଡା ଡାକିବା ଆଗରୁ ୩ ଥର ମୋତେ ଅସ୍ୱୀକାର କରିବ । ବିପଦବେଳେ ସମସ୍ତେ ମୋତେ ପରିତ୍ୟାଗ କରିବେ” । ଏକଥା ଶୁଣି ସମସ୍ତେ କାନ୍ଦିଲେ । ନିୟତି ତା ବାଟରେ ଚାଲିଥିଲା । ଜୁଦାସ ଇଟ୍ରିକାସ ନାମରେ ଜଣେ ଶିଷ୍ୟ ପୂଜକ ମାନଙ୍କ ସହିତ ୩୦ ରୌପ୍ୟ ମୁଦ୍ରା ବଦଳରେ ଯୀଶୁଙ୍କ ୁ ଧରାଇଦେବ ବୋଲି ଚୁକ୍ତି କରିଥିଲା । ଏଣେ ଯୀଶୁ ରୁଟି ଟିଏ ୧୨ ଖଣ୍ଡ କରି ବାର ଜଣଙ୍କ ମଧ୍ୟରେ ବାଂଟି ଦେଲେ, କହିଲେ ମୋ ମାଂସ ବାଂଟିଲି, ବାର ଜଣଙ୍କୁ ପାନୀୟ ଦେଲେ । କହିଲେ ଏହା ମୋର ରକ୍ତ, ଯୁଦାଶ ଭୟ ରେ ଯୀଶୁ ଙ୍କ ମୁହଁ କୁ ଚାହିଁ ପାରୁ ନଥାଏ ।
ରାତ୍ର ଶେଷ ପ୍ରହର କୁ ପୂଜକ ମାନେ ପ୍ରହରୀ ମାନଙ୍କ ସହ ଆସିଲେ । ଯୁଦାସ ଧାଇଁଯାଇ ଯିଶୁ ଙ୍କୁ ଚୁମ୍ବନ ଦେଲା ଓ ଏହା ସଙ୍କେତ ଥିଲା । ସେମାନେ ଯୀଶୁ ଙ୍କୁ ବାନ୍ଧି ନେଇ ସହରର ଶାସନ କର୍ତା(ପାଲେଟ) ଙ୍କ ପାଖକୁ ନେଇଗଲେ । ଯିଶୁ ଜୁଦାଇ ର ଅଧିବାସୀ (ରୋମାନ) ହେଇଥିବାରୁ ତାଙ୍କୁ ରୋମାନ ଶାସକ ହିରୋଡ ଙ୍କ ପାଖକୁ ପଠାଗଲା । ବିଚାର ବେଳେ ଯିଶୁଙ୍କୁ ନା ନା କୁଭାଷାରେ ଗାଳି ଦିଆଗଲା । ଇହୁଦିଙ୍କ ରାଜା ବୋଲି ଥଟ୍ଟା କରାଗଲା । ପ୍ର୍ରଚଳିତ ଧର୍ମର ବିରୁଦ୍ଧ କରୁଛନ୍ତି ବୋଲି ଅଭିଯୋଗ ଅଣାଗଲା । ଶାସକ ହିରୋଡ ନିରୀହ ଯୀଶୁଙ୍କୁ ଦଣ୍ଡ ସପକ୍ଷରେ ନଥିଲେ ମାତ୍ର, ପୂଜକ ମାନେ ଦାବି କରିବାରୁ ସେ ପ୍ରଚଳିତ ପ୍ରଥା ଅନୂଯାୟୀ ଯୀଶୁ ଓ ଜଣେ ଅପରାଧି ବାରବାସ ମଧ୍ୟରୁ ଲୋକେ କାହାର ମୁକ୍ତି ଚାହାନ୍ତି ବୋଲି ପଚାରିଲେ । ଲୋକମାନେ ଦୁଷ୍ଟ ବାରବାସ କୁ ମୁକ୍ତିଦେଇ ଯୀଶୁୁ ଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କଲେ । ଶାସକ ଯୀଶୁ ଙ୍କୁ ପୂଜକ ମାନଙ୍କ ହାତରେ ଟେକିଦେଲେ । ଲୋକ ମାନେ ଯୀଶୁଙ୍କ ପାଇଁ କ୍ରଶ ତିଆରି କଲେ । ତାଙ୍କ ମୁଣ୍ଡରେ ଏକ କଂଟାର ମୁକୁଟ ପିନ୍ଧାଇଲେ, ନା ନା କୁ କଥା ମାନ କହିଲେ, କ୍ରଶ କୁ ବୋହିନେବାକୁ ଯିଶୁଙ୍କୁ ଆଦେଶ ଦିଆଗଲା । ଅନ୍ୟାନ୍ୟ ଅପରାଧୀଙ୍କ ସହ ଯୀଶୁ ବଧଭୂମି ରେ ପହଂଚିଲେ । ଯୀଶୁ ଙ୍କ ସହ ଅନ୍ୟ ତିନିଜଣ ଅପରାଧୀଙ୍କୁ କ୍ରଶ ରେ କଂଟା ପିଟାଯାଇ ଲଟକା ଗଲା । ଅଳ୍ପ ସମୟ ମଧ୍ୟରେ ଶିର୍ଣ୍ଣ ଦେହି ଯୀଶୁଙ୍କ ପ୍ରାଣବାୟୁ ଉଡିଗଲା,“ପାପି ମାନଙ୍କୁୁ କ୍ଷମାକର ହେ ପରମ ପିତା” କହି ସେ ପରମ ପିତା ପାଖକୁ ଚାଲିଗଲେ । ଏଣେ ଏକ ଭୟଙ୍କର ଭୂମିକମ୍ପ ହୋଇ ଇହୁଦି ମାନଙ୍କର ମନ୍ଦିର ଖଣ୍ଡଖଣ୍ଡ ହୋଇ ଭାଙ୍ଗି ପଡିଲା । ପରଦିନ ଯିଶୁଙ୍କ କବର ସ୍ଥାନକୁ ମା ମେରୀ ଙ୍କ ସହ ଅନ୍ୟ ମହିଳା ମାନେଯାଇ ଦେଖିଲେ କବର ସ୍ଥଳୀ ଖାଲି ପଡିଛି । ଜଣେ ସ୍ୱର୍ଗ ଦୁତ ସେଠାରେ ବସିଛି । ଯିଶୁ ତା ପର ଦିନ ରାତିରେ ଗାଲିଲି ପାହାଡ ଉପରେ ଶିଷ୍ୟ ମାନଙ୍କୁ ଦେଖା ଦେବେ ବୋଲି ସେ କହିଲେ । ତାପର ଦିନ ଅଧରାତିରେ ଶିଷ୍ୟ ମାନେ ଗାଲିଲି ହ୍ରଦ କୂଳରେ ଆକାଶରେ ଯୀଶୁ ଙ୍କୁ ଦେଖିବାକୁ ପାଇଲେ । ସେ ଇଶ୍ୱରଙ୍କ ଡାହାଣ କଡରେ ମୋଷେ, ଆବ୍ରାହମ ଆଦି ମହାପୁରୁଷଙ୍କ ସହ ଏକ ନିରୀହ ମେଣ୍ଢା ଛୁଆ ଭଳି ବସିଥିଲେ । ତାଙ୍କଠାରୁ ନିର୍ଗତ ଜ୍ୟୋତି ରେ ଶିଷ୍ୟ ମାନେ ବୁଡିଗଲେ । ଯୀଶୁ କହିଲେ, “ତୁମେ ମାନେ ନିଆଁ ରେ ଶୁଦ୍ଧ ହେଲ, ଯାଅ ଧର୍ମ ପ୍ରଚାରରେ ଲାଗି ପଡ । ପ୍ରଳୟ କାଳରେ ମୁଁ ଆସି ତୁମ ମାନଙ୍କୁ ଉଦ୍ଧାର କରିବି” । ସେହି ଦିନ ଠାରୁ ସାରା ବିଶ୍ୱ ରେ ଶ୍ରଦ୍ଧା ଓ ଭକ୍ତି ରେ ଯୀଶୁ ଙ୍କର ଜନ୍ମ ଦିନ କୁ ଗୁଡ ଫ୍ରାଇଡେ, ମୃତ୍ୟ ୁ ଦିନ କୁ ଏକ୍ସ-ମାସ, ଓ ପୁନାର୍ବିଭାବ କୁ ଇଷ୍ଟର ପର୍ବ ରୁପେ ପାଳନ କରାଯାଉଛି । ଯିଶୁ ଙ୍କ କରୁଣାରେ ସାରା ପୃଥିବୀ ରେ ଶାନ୍ତି ବିରାଜମାନ କରୁ ଏହା ହିଁ ପ୍ରାର୍ଥନା ।

Leave a Reply

Your email address will not be published.