ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ପୂଜା ଉତ୍ସବ

କଟକ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ମତବାଦର ପ୍ରଚାରକ ତଥା ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଶହ ଶହ ଭକ୍ତଙ୍କ ଗହଣରେ ନିଆଳି ବ୍ଲକ ଅନ୍ତର୍ଗତ ଲୁଣିଗାଁଠାରେ ଅନଦା ପ୍ରସାଦ ବିଶ୍ୱାଳଙ୍କ ତତ୍ୱାବଧାନରେ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନରେ ପାଦୁକା ଓ ଶ୍ରୀ ବିଗ୍ରହକୁ ଅଣାଯାଇଥିଲା । ସେଠାରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ବାବାଜୀ ଦାମୋଦର ଦାସଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ଧର୍ମ ସଭାରେ ମହନ୍ତ ଚିନ୍ତାମଣି ପର୍ବତ, ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ, ବୃନ୍ଦାବନ ଧାମର କୈଳାସ ଦାସ ମହାରାଜ, ବଦ୍ରୀନାଥର ଗଣେଶ୍ୱର ମହାରାଜ, ବାବାଜୀ ନେତ୍ରାନନ୍ଦ ଦାସ, ବାବାଜୀ ଅକ୍ଷୟ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ପ୍ରବଚକ ନଳିନୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ଗୁରୁଦେବଙ୍କ ଗୁଣଗାନ କରିଥିଲେ । ସ୍ୱର୍ଗତ ନାରାୟଣ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବରେ ସାଧୁ ସୁନ୍ଥ ଯୋଗଦେଇ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାବାଜୀ ବିବେକାନନ୍ଦ ଦାସ, ସେବିକା ସବିତା ଦାସ, ପ୍ରୀତିରଂଜନ ଦାସ, ବିନୋଦ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥଲେ ।

Leave a Reply

Your email address will not be published. Required fields are marked *