ଜାତୀୟ ନାଗରୀକ ସଂଶୋଧାନ ଆଇନର ଭବିଷ୍ୟତ ନେଇ ପ୍ରଶ୍ନବାଚୀ

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ଜାତୀୟ ନାଗରୀକ ସଂଶୋଧାନ ଆଇନ-୨୦୧୯ ଭାରତର ପ୍ରେସିଡେଂଟ ରାମନାଥ କୋବିନ୍ଦଙ୍କ ଦ୍ୱାରା ଡିସେମ୍ବର ୧୨/୨୦୧୯ ମସିହାରେ ସ୍ୱିକୃତି ଲାଭ କରିଛି ଓ ଦେଶ ସାରା କାର୍ଯ୍ୟକ୍ଷମ ହୋଇଛି । ଏହି ଆଇନଟିକୁ ବିଲ ନଂ ୩୭୦ ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହା ଡିସେମ୍ବର ୯ ତାରିଖ ଦିନ ଲୋକସଭାରେ ଆଗତ କରିଥିଲେ । ଡିସେମ୍ବର ୧୦ ତାରିଖ ଦିନ ଭୋଟ ହୋଇ ୩୧୧ ଜଣ ସପକ୍ଷରେ ଓ ମାତ୍ର ୮୦ ଜଣ ବିପକ୍ଷରେ ଭୋଟ ଦେଇଥିଲେ । ତା ପରଦିନ ଡିସେମ୍ବର ୧୧ ତାରିଖ ଏହା ରାଜ୍ୟ ସଭାରେ ଆନୀତ ହେଲା ଓ ସେହିଦିନ ଭୋଟ ହୋଇ ୧୨୫ ଜଣ ସପକ୍ଷରେ ଓ ୧୦୫ ଜଣ ବିପକ୍ଷ ଭୋଟ ପାଇ ଗୃହିତ ହୋଇଗଲା । ଏହି ଆଇନ ଟି ୧୯୫୫ ମସିହାରୁ କାର୍ଯ୍ୟକାରୀ ହୋଇଆସୁଥିବା ଭାରତୀୟ ନାଗରୀକ ଆଇନରେ କିଛି ସଂଶୋଧନ କରାଯାଇଛି ।ଏହି ଆଇନ ବଳରେ ୧୯୫୦ ମସିହା କିମ୍ବା ତା ଆଗରୁ ଯେଉଁମାନେ ଏଠାରେ ଜନ୍ମ ନେଇଛନ୍ତି(ଅବିଭକ୍ତ ଭାରତ ର ଯେକୌଣସି ସ୍ଥାନରେ) ସେମାନେ ଭାରତର ନାଗରିକ ଅଟନ୍ତି ।ସମ୍ବିଧାନର ଭାଗ୨ ତଥାଧାରା୪ ଠାରୁ ୧୧ ରେ ଏହା ବର୍ଣିତ ହୋଇଛି । ନାଗରିକ ଙ୍କ ଛଡା ଅନ୍ୟ ମାନଙ୍କୁ ବେଆଇନ ଅନୁପ୍ରବେଶକାରି ବୋଲି ଧରାଯିବ । ଭାରତ ୧୯୫୧ ମସିହା ଜାତିସଂଘ ର ଶରଣାର୍ଥି ଚୁକ୍ତି ର ଏକ ସଭ୍ୟ ନୁହେଁ । ଏହି ୧୯୫୫ ନାଗରିକ ଆଇନ ୧୯୮୬,୧୯୯୨,୨୦୦୩ ଓ୨୦୦୫ ମସିହାରେ ସଂଶୋଧିତ ହୋଇଛିା ଆମ ଦେଶରର ଜାତୀୟ ଶରଣାର୍ଥି ନୀତି ନାହିାଁ ନୁଆ ଆଇନ ବଳରେ, ଯେଉଁ ସଂଖ୍ୟାଲଘୁ ମାନେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆ‘୍ଗାନିସ୍ଥାନରୁ ନିର୍ଯାତିତ ହୋଇ ଡିସେମ୍ବର ୧/୨୦୧୪ ମସିହା ପୁର୍ବରୁ ଭାରତକୁ ଶରଣାର୍ଥୀ ହୋଇଆସିଛନ୍ତି, ସେମାନଙ୍କୁ ଭାରତ ସରକାର ନାଗରୀକତ୍ୱ ପ୍ରଦାନ କରିବେ । ନାଗରିକତ୍ୱ ପାଇଁ ରହଣି କାଳ ୧୧ ବର୍ଷରୁ ୫ ବର୍ଷ କୁ କମାଇଦିଆଯାଇଛି । ଏହି ସଂଖ୍ୟାଲଘୁ ମାନଙ୍କ ମଧ୍ୟରେ ହିନ୍ଦୁ, ବୈାଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍ ଏହିଭଳି ୫ ଟି ଧର୍ମର ଲୋକଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି । ଏହି ସଂଖ୍ୟାଲଘୁ ଲୋକମାନଙ୍କ ପାଖରେ ଭାରତରେ ପ୍ରବେଶ ପାଇଁ ଆବଶ୍ୟକିୟ କାଗଜପତ୍ର ନଥିଲେ ମଧ୍ୟ ସେମାନଙ୍କୁ ନାଗରିକତ୍ୱ ମିଳି ପାରିବ । ଏହାର ଅର୍ଥ ୧୯୨୦ ମସିହା ପାସ୍ପୋର୍ଟ ଆଇନ୍ ଓ ୧୯୪୬ ମସିହା ବିଦେଶି ଆଇନ ଏମାନଙ୍କୁ ଲାଗୁ ହେବନାହିଁ ।
ଆଇନର ପୃଷ୍ଠ ଭୂମି:-
ବିଜେପି ଦଳ ହିନ୍ଦୁତ୍ୱରେ ବିଶ୍ୱାସ କରେ । ସେମାନଙ୍କର ଶେଷ ଲକ୍ଷ୍ୟ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା । କାଶ୍ମିରରୁ ୩୭୦ ଧାରା ଉଚ୍ଚେଦ ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶୃତି ତାଙ୍କୁ ଏହି ଦିଗରେ କିଛିଟା ଅଗ୍ରଗତୀ ଦେଇଛି । ବିଭାଜନ ବେଳେ ଭାରତକୁ ପ୍ରାୟ ୨ କୋଟି ହିନ୍ଦୁ ଶରଣାର୍ଥୀ ପାକିସ୍ଥାନରୁ ଆସିଥିଲେ । ସେମାନଙ୍କୁ ୧୯୫୫ ମସିହା ନାଗରୀକ ଆଇନ ଅନୁସାରେ ନାଗରୀକତ୍ୱ ପ୍ରଦାନ କରାଗଲା । ବିଭାଜନ ପରେ ମଧ୍ୟ ପାକିସ୍ଥାନ ଓ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଲାଗିରହିଲା । ବିଶେଷତଃ ଭାରତରେ ଘଟୁଥିବା ବାବରୀ ମସଜିଦ୍ ଭଙ୍ଗା, ଗୁଜୁରାଟ ଦଙ୍ଗା ଭଳି ଘଟଣାରେ ପାକିସ୍ଥାନ ଓ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ସିମା ଟପିଯାଏ ହିନ୍ଦୁ ମାନଙ୍କର ସଂଖ୍ୟା ୩୦/୪୦ ଶତକଡାରୁ କମି ପାକିସ୍ଥାନରେ ୫ ଓ ବଂଗଳାଦେଶ ରେ୧୦ କୁ କମିଆସିଲାଣି । ୧୯୭୧ ମସିହା ବଙ୍ଗଳାଦେଶ ଯୁଦ୍ଧ ବେଳେ ଅନେକ ଶରଣାର୍ଥୀ ଯୁଦ୍ଧ ପରେ ଆଉ ନଫେରି ଭାରତରେ ରହିଗଲେ । ବଙ୍ଗଳାଦେଶର ଅସ୍ଥିର ରାଜନ÷÷ତିକ ପରିସ୍ଥିତି ଜୀବିକା ପାଇଁ ସୂଯୋଗର ଅଭାବ ଯୋଗୁଁ ଖାଲି ହିନ୍ଦୁ ନୁହନ୍ତି ଲକ୍ଷ ଲକ୍ଷ ମୁସଲିମ୍ ମଧ୍ୟ ଆସାମ ଓ ଆନ୍ୟାନ୍ୟ ଉତରପୂର୍ବ ରାଜ୍ୟ ମାନଙ୍କୁ ପ୍ରବେଶକରି ଜନସଂଖ୍ୟାର ଭାରସାମ୍ୟ ଓଲଟପାଲଟ କରିଦେଲେଣି । ଆମ ଓଡିଶା ରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ର ସମୁଦ୍ର କୂଳ ରେ ସେମାନେ ହଜାର ହଜାର ସଂଖ୍ୟାରେ ସ୍ଥାୟି ଭାବରେ ରହିସାରିଲେଣି । ଏଥିପାଇଁ ଆସାମରେ ଏହି ଅନୁପ୍ରବେଶକାରୀ ମାନଙ୍କୁ ହଟେଇବା ପାଇଁ ଅନେକ ଆନେ୍ଦାଳନ ହିଂସାକାଣ୍ଡ ମାନ ଘଟିଯାଇଛି । କେତେକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହି ଅନୁପ୍ରବେଶକାରୀ ମାନଙ୍କୁ ଭୋଟବ୍ୟାଙ୍କ ରୁପେ ବ୍ୟବହାର କରି ସେମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ୧୯୮୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ରାଜିବ ଗାନ୍ଧିଙ୍କ ସମୟରେ ଆସାମ ଚୁକ୍ତିନାମା ଅନୁଯାୟୀ ଏହି ଅନୁପ୍ରବେଶକାରୀ ମାନେ ଦେଶ ଛାଡି ଯିବାକଥା ।୧୯୬୬ ମସିହା ଜାନୁଆରୀ ୧ ତାରିଖ ପରେ ଯାଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରୁ ବାଦଦେବା ପାଇଁ ସ୍ଥିର କରାହେଲା ମାତ୍ର ପରବର୍ତି କାଳରେ ସରକାର କୌଣସି ପଦକ୍ଷେପ ନେଲେନାହିଁ ।
୨୦୧୪ ମସିହା ନିର୍ବାଚନ ବେଳେ ବିଜେପି ଦଳ ପ୍ରତିଶୃତି ଦେଇଥିଲା ଯେ, କ୍ଷମତାକୁ ଆସିଲେ ଭାରତରେ ଥିବା ହିନ୍ଦୁ ଶରଣାର୍ଥୀ ମାନଙ୍କୁ ନାଗରୀକତ୍ୱ ପ୍ରଦାନ କରିବ । ସେହି ଅନୁଯାୟୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରିବାପାଇଁ ନେସନାଲ ସିଟିଜେନ୍ ରେଜିଷ୍ଟ୍ରେସନ୍ ନାମରେ ଏକ ପରିସଂଖ୍ୟାନ ଆରମ୍ଭ ହେଲା ଓ ଜଣା ପଡିଲା ଯେ, ଆସାମରେ ପ୍ରାୟ ୧୯ ଲକ୍ଷ ଅନୁପ୍ରବେଶକାରୀ ଅଛନ୍ତି ।ଏମାନେ ୧୯୭୧ ମସିହା ୨୪ ମାର୍ଚ୍ଚ ମଧ୍ୟ ରାତ୍ର ପରେ ଆସିଛନ୍ତି । ସେମାନଙ୍କ ମ୍ମରୁ ଅଧିକାଂଶ ହିନ୍ଦୁ । ପରବର୍ତି କାଳରେ ୨୦୧୬ ମସିହାରେ ସେମାନଙ୍କୁ ନାଗରୀକତ୍ୱ ପ୍ରଦାନ କରିବାପାଇଁ ଏକ ବିଲ ଅଣାଗଲା । ତାହା ଲୋକସଭାରେ ଗୃହିତ ହେଲେ ମଧ୍ୟ ଆବଶ୍ୟକ ସଂଖ୍ୟା ଅଭାବରୁ ରାଜ୍ୟସଭାରେ ପାସ୍ ହେଲାନାହିଁ । ଏହାପରେ ବିଲଟିକୁ ଏକ ପାର୍ଲାମେଂଟାରି କମିଟିକୁ ପଠାଗଲା(୧୯.୭,୨୦୧୬) ଓ ତାହା ୩ .୧. ୨୦୧୯ ମସିହାରେ ତାର ରିପୋର୍ଟ ଦେଲା ପରେ ଡିସେମ୍ବର ୪ ରେ କେନ୍ଦ୍ରକ୍ୟାବିନେଟ୍ ଏକ ବିଲ ଆଣିବାକୁ ପ୍ରସ୍ତାବ ନେଲେ ।
ବର୍ତମାନ ଏହି ବିଲକୁ ନେଇ ସାରା ଭାରତରେ ଏକ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଆସାମ୍ ଠାରୁ ଦିଲି, କାଶ୍ମିର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହାର ପ୍ରତିବାଦକରି ଲୋକମାନେ ରାସ୍ତାକୁ ବାହାରି ହିଂସାକାଣ୍ଡରେ ମାତି ଅଛନ୍ତି । ଆସାମରେ ହେଉଥିବା ରଣଜିତ୍ ଟ୍ରଫି କି୍ରକେଟ୍ମ୍ୟାଚ୍ ବନ୍ଦ ହୋଇଯାଇଛି । ଗୌହଟ୍ଟୀରେ ହେବାକୁ ଥିବା ଭାରତ ଜାପାନ୍ ସମ୍ମିଳନୀ ମଧ୍ୟ ବାତିଲ ହୋଇଛି । ରେଳ ଓ ଆକାଶ ସେବା ଥପ୍ ହୋଇଯାଇଛି । ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ହିଂସାମୁଖୀ ଛାତ୍ରଙ୍କୁ ଘଉଡେଇବା ପାଇଁ ପୋଲିସ୍ ପଶି ଲାଠି ମାଡ କରିଛି ଓ ଆଲିଗଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଧର୍ମଘଟ ଚାଲିଛି ।
ଏହି ଆଇନରେ ମୁସଲମାନ୍ ଧର୍ମାବଲମ୍ବୀ ମାନଙ୍କୁ ସ୍ଥାନ ଦିଆଯାଇନଥିବାରୁ କଂଗ୍ରେସ ଏହାକୁ ସମ୍ବିଧାନର ୧୪ ଧାରା ବା ସମାନତା କୁ ବିରୁଦ୍ଧ କରୁଛି ବୋଲି ଘୋଷଣା କରିଛି । ଅନ୍ୟ ପଡୋଶୀ ଦେଶ ସିଂହଳର ତାମିଲ, ନେପାଳ ଓ ଭୂଟାନ୍ ର ହିନ୍ଦୁ ଓ ତିଦ୍ଦତର ବୌଦ୍ଧ ଶରଣାର୍ଥୀ ମାନଙ୍କୁ ସ୍ଥାନ ଦିଆଯାଇନାହିଁ । ପାକିସ୍ଥାନ ଓ ଆଫଗାନିସ୍ଥାନରେ ଅହମଦିଆ ଓ ହାଜିରା ସମ୍ପ୍ରଦାୟ ମାନଙ୍କୁ ନିର୍ଯାତନା ଦିଆଗଲେ ମଧ୍ୟ ତାଙ୍କ ପାଇଁ କୈାଣସି ସୁବିଧା କରାଯାଇନାହିଁ ।
ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ମାନଙ୍କର ଅଭିଯୋଗକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି । ତାଙ୍କ ମତରେ ବିଭାଜନ ହେଲାପରେ ମୁସଲମାନ୍ ମାନେ ତାଙ୍କର ପବିତ୍ର ଭୂମିକୁ ଚାଲିଗଲେ । ତେଣୁ ସେମାନଙ୍କୁ ଡାକିଆଣି ନାଗରୀକତ୍ୱ ଦେବାର କିଛି ମାନେ ନାହିଁ । ଭାରତ ହେଉଛି ହିନ୍ଦୁ ମାନଙ୍କର ଏକମାତ୍ର ଆଶ୍ରୟ ସ୍ଥଳ । ଅନ୍ୟଏକ ହିନ୍ଦୁ ରାଜ୍ୟ ନେପାଳ ତାହାର ହିନ୍ଦୁତ୍ୱ ପରିହାର କରିଛି । ସାରା ପୃଥିବୀର ନିର୍ଯାତିତ ଇହୁଦି ମାନେ ଯେଭଳି ଇସରାଏଲକୁ ନିଜର ଆଶ୍ରୟ ସ୍ଥଳ ରୁପେ ଗ୍ରହଣ କରିଛନ୍ତି । ଯୁଗ ଯୁଗର ନିର୍ଯାତୀତ ହିନ୍ଦୁ ମାନେ ଭାରତକୁ ନିଜର ପବିତ୍ର ଭୂମି ବୋଲି ଗ୍ରହଣ କରିଛନ୍ତି । ଏହି ଭୂମିରେ ସେମାନେ ନିଜର ସଂସ୍କୃତି ଓ ଧର୍ମକୁ ରକ୍ଷା କରିବେ । ବିରୋଧୀ ମାନଙ୍କର ଯେଉଁ ସେକୁଲାର ଶଦ୍ଦ ଏକ ଛଳନା ମାତ୍ର । ସେମାନେ ଏହାକୁ ୬୦ ବର୍ଷ ଧରି କେବଳ ଭୋଟ ପାଇଁ ବ୍ୟବହାର କରିଛନ୍ତି । ବାସ୍ତବରେ ସେମାନଙ୍କର କୌଣସି ମୁସଲମାନ୍ ପ୍ରିତି ନାହିଁ, କେବଳ ଭୋଟ ପ୍ରିତି ଅଛି । ନିର୍ଯାତୀତ ହିନ୍ଦୁ ମାନଙ୍କୁ ନାଗରୀକତ୍ୱ ପ୍ରଦାନ କରି ଆଜି ବିଜେପି ଏକ ଐତିହାସୀକ କର୍ତବ୍ୟ ସମ୍ପାଦନ କରିଛି ।
ଏହି ଘଟଣା ବାହାର ଦେଶରେ ମଧ୍ୟ ପ୍ରତିଧ୍ୱନିତ ହୋଇଛି । ମୋଦି ଓ ଶାହାଙ୍କୁ ସମାଲୋଚନା କରି ବିଶ୍ୱଧାର୍ମିକ ସହନଶୀଳ ସଙ୍ଗଠନ ସେମାନଙ୍କୁ ବାସନ୍ଦ କରିବା ପାଇଁ ଦାବି କରିଛି । ଏହି ବିଲର ଭବିଷ୍ୟତ କଣ ହେବ ତାହା କହିବା ସମ୍ଭବ ନୂହେଁ । ଅନେକ ରାଜ୍ୟ ଏହାକୁ କାର୍ଯକାରି କରିବେ ନାହିଁ ବୋଲି ଘୋଷଣା କରିଲେଣି । ଭବିଷ୍ୟତ ହିଁ କହିବ ଏହି ବିଲ ଯୋଗୁଁ ଆମ ଦେଶର ଉପକାର କି ଅପକାର ହେବାକୁ ଯାଉଛି । ତେବେ ଏହା ଯେ ଭାରତକୁ ଏକନିର୍ଣ୍ଣୟାତ୍ମକ ଦିଗକୁ ନେଇଯିବ ସେଥିରେ ସନେ୍ଦହ ନାହିଁ ।

Leave a Reply

Your email address will not be published. Required fields are marked *