ଆମେରିକା ଠାରୁ ଶିକ୍ଷାର ବେଳ!

ଡା.ସୁରେନ୍ଦ୍ରନାଥ ଦାଶ
ବିଶ୍ୱ ଇତିହାସରେ ଆମେରିକାର ଗୃହଯୁଦ୍ଧ ଏକ ପ୍ରମୁଖ ଘଟଣା । ଏହି ମହାଦେଶ ପ୍ରଥମେ ଆଦିମ ଅଧିବାସୀ ମାନଙ୍କର ବାସସ୍ଥଳୀ ଥିଲା । ଏ ଭୁଖଣ୍ଡ ସମ୍ବନ୍ଧରେ ବାହାର ଦୁନିଆର ଲୋକେ ଜାଣି ମଧ୍ୟ ଜାଣି ନଥିଲେ । ୧୪୯୨ ମସିହାରେ ପର୍ତୂଗାଲ ନାବିକ କଲମ୍ବସ ଏହାକୁ ଆବିଷ୍କାର କଲାପରେ ଅନେକ ୟୁରୋପିୟ ଅଧିବାସି ସେଠାକୁ ଯାଇ ସ୍ଥାୟୀଭାବରେ ବସତିସ୍ଥାପନ କଲେ, ଅନେକ କଲୋନି ବା ବସତି(ଟେରିଟୋରି)ସ୍ଥାପିତ ହେଲା । ଏଗୁଡିକ ବ୍ରିଟିଶ ସରକାରଙ୍କ ଅଧିନରେ ଥିଲା ।୧୭୭୬ ମସିହାରେ ସବୁ କଲୋନି ଷ୍ଟେଟ ଓ ଏକାଠି ହୋଇ ଆମେରିକା ଯୁକ୍ତରାଷ୍ଟ(ୟୁଏସ୍ଏ)ଗଠନ କଲେ ଓ ସ୍ୱାଧିନତା ଘୋଷଣା କଲେ । ଯୁଦ୍ଧରେ ଇଂରେଜ ମାନେ ହାରିଗଲେ ଓ ଆମେରିକା ଏକ ଶକ୍ତିଶାଳୀ ସ୍ୱାଧୀନ ଦେଶରେ ପରିଣତ ହେଲା । ଏହି ବିଶାଳ ଦେଶ ପ୍ରାକୃତିକ ସଂପଦରେ ଭରପୁର ଥିଲା । ଦକ୍ଷିଣାଂଚଳର ରାଜ୍ୟ ମାନେ ଆଖୁ ଓ କପା ର ବିରାଟ କ୍ଷେତ ର ମାଲିକ ଥିଲେ । କୃଷିକାର୍ଯ୍ୟପାଇଁ ଅନେକନିଗ୍ରୋ ଙ୍କୁ ଆଫ୍ରିକା ରୁ ଆଣି କୃଷି କ୍ଷେତ୍ରରେ କାମ କରାଉଥିଲେ । ସେମାନଙ୍କୁ ପଶୁଭଳି ଖଟାଉଥିଲେ । ସେମାନଙ୍କ ପରିଶ୍ରମ ରେ ମାଲିକ ମାନେପ୍ରଭୂତ ଧନି ହୋଇଥିଲେ । ସେହି ହତଭାଗା ନିଗୋ ମାନଙ୍କୁ ସାମାନ୍ୟ ଦୋଷ ପାଇଁ ଗୁଳିକରି ମାରିଦେବାର କ୍ଷମତା ମାଲିକଙ୍କର ଥିଲା ଉରାଚଂଳରେ କଳକାରଖାନା ମାନଥିଲା । ସେମାନେ କ୍ରୀତଦାସ ମାନଙ୍କ ଉପରେ ନିର୍ଭର କରୁ ନଥିଲୋଏହି ସମୟ ରେ ୟୁରୋପରେ ପରିବର୍ତନର ଯୁଗ ଆରମ୍ଭ ହେଲା । ଶ୍ରୀମତୀ ଷ୍ଟୋ କ୍ରୀତଦାସଙ୍କ ଦୁଖ ଭରା କାହାଣି ନେଇ ଅଙ୍କଲ ଟମ କ୍ୟାବିନ ବହି ଲେଖିଲେ । ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହେଲା । ଫଳରେ ସାରା ୟୁରୋପରେ ନିଜ,ନିଜ ଦେଶରେ ଲୋକମାନେ କ୍ରୀତଦାସ ପ୍ରଥାକୁ ଉଠାଇ ଦେଲେ ।ଆମେରିକା ରେ ମଧ୍ୟ ଏହି ବର୍ବର ପ୍ରଥାକୁ ଉଠାଇଦେବା ପାଇଁ ଦାବି ହେଲା ।
୧୮୬୧ ମସିହା ରେ ଆମେରିକାର ପ୍ରେସିଡେଂଟ ନିର୍ବାଚନ ରେ ପ୍ରଥମ ଥର ପାଇଁ ଜଣେ ରିପ୍ଲବିକାନ ପ୍ରାର୍ଥୀ ଆବ୍ରାହମ ଲିଂକନ ଜୟଜୁକ୍ତ ହେଲୋ ସେ କ୍ରୀତଦାସ ପ୍ରଥା ର ଘୋର ବିରୋଧି ଥିଲୋଓ କ୍ଷମତାଗ୍ରହଣ କରୁ କରୁ ସମ୍ବିଧାନ ର ୧୩ତମ ସଂଶୋଧନ ଦ୍ୱାରା କ୍ରୀତଦାସ ପ୍ରଥା ଲୋପ ହେବାପାଇଁ ଘୋଷଣା କଲେ (୪.୩.୧୮୬୧)ା ଏହାକୁ ଉତରାଂଚଳ ରେ ସ୍ୱାଗତ କରାଗଲା । ମାତ୍ର ଦକ୍ଷୀଣ ର ରାଜ୍ୟ ମାନେ ଏହାକୁ ଘୋର ବିରୋଧ କଲେ । ସେମାନେ କହିଲେ କ୍ରୀତ ଦାସ ନରହିଲେ ଦକ୍ଷିଣ ର ଅର୍ଥନୀତି ଧ୍ୱଂସ ହୋଇଯିବ । ଏହା ରହିବ କି ନରହିବ ତାହା ରାଜ୍ୟ ମାନେ ସ୍ଥିର କରିବେ । ସେମାନେ ୟୁନିୟନରୁ ବାହାରିଯାଇ କନଫେଡରେଟ ଅଫ୍ ଆମେରି କାନାମରେ ଏକ ନୂତନ ରାଷ୍ଟ୍ର ଗଠନର ଘୋଷଣା କଲେ (୪.୨,୧୮୬୧)ା ସାଉଥ କାରୋଲିନା, ମିସିସିପି, ଫ୍ଲୋରିଡା, ଆଲବାମା, ଜର୍ଜିଆ, ଲୁଇସାନ, ଟେକ୍ସାସ, ଟେନେସିସ,ମେରିଲାଣ୍ଡ, ଆଦି ନ ରାଜ୍ୟ ମାନେ ଏଥିରେ ଯୋଗ ଦେଲେ । ମଂଟେଗୋମରି ଓ ପରେ ରିଚମଣ୍ଡ୍ ଏହାର ରାଜଧାନୀ ହେଲା । ଡାଭି ଜାଫରସନ ଙ୍କୁ ପ୍ରେସିଡେଂଟ କରାଗଲା । ରବର୍ଟ.ଇ .ଲି ଏହାର ମୁଖ୍ୟ ସେନାପତି ହେଲେ । ଏହି ଘୋଷଣା ପରେ ଦକ୍ଷିଣ ର ଅନେକ ସୈନ୍ୟ ଓ ପଦସ୍ଥ ଅଫିସର ମାନେୟୁନିୟନ ରୁ ଇସ୍ତଫା ଦେଇ ଫେଡେରସନ ରେ ଯୋଗଦେବା ପାଇଁ ଦକ୍ଷିଣକୁ ଚାଲିଗଲେ । ଆମେରିକାର ୪୨ ଟି ରାଜ୍ୟ ମଧିରୁ ୧୩ ଟି ରାଜ୍ୟ ଫେଡେରେସନରେ ଯୋଗ ଦେଇଥିଲେ । ଜନସଂଖ୍ୟାଦୃଷ୍ଟିରୁ ସେମାନେ ୟୁନିୟନର ମାତ୍ର ଏକତୃତିୟାଂଶ ଥିଲେ(୯୦ ଲକ୍ଷ)ା ମାତ୍ର ସେମାନେ ଦୁର୍ଦ୍ଧଶ ଅଶ୍ୱଚାଳକ ଥିଲେ ଓ ୟୁନିୟନ ବାଲାଙ୍କୁ କାଓବୟ କହି ଉପହାସ କରୁଥିଲେ । ଉଭୟ ପକ୍ଷ ସୈନ୍ୟ ସଂଗ୍ରହରେ ଲାଗି ପଡିଲେ । ଦେଶର ସମସ୍ତ ସାବାଳକ ପୁରୁଷ ଲୋକ ସୈନ୍ୟ ବାହିନି ରେ ଯୋଗ ଦେବା ପାଇଁ ଆଇନ କରାଗଲା । ଲକ୍ଷ, ଲକ୍ଷ ସ୍ୱେଛାସେବି ରଣକ୍ଷେତ୍ରକୁ ଚାଲିଲେ । ଲିଙ୍କନ ଶାନ୍ତି ଓ ଏକତା ପାଇଁ ଅନେକ ପ୍ରୟାସ କଲୋ । ସେ କହିଲେ ଯେ ସେ କ୍ରୀତଦାସ ପ୍ରଥା ଜବରଦସ୍ତ ଉଠାଇବାକୁ ଚାହୁଁନାହାନ୍ତିି, ମାତ୍ର ଏହାର ଅନ୍ୟ ଅଂଚଳକୁ ପ୍ର୍ରସାର ପାଇଁ ରୋକ ଲଗାଇବା ଚାହାଁନ୍ତି । ମାତ୍ର ଫେଡେରେସନ ସୈନ୍ୟ ପ୍ରଥମେ ଫୋର୍ଟ ସୁମଟର ଆକ୍ରମଣ କଲେ ଓଏହାପରେ ଲିଙ୍କନ ସୈନ୍ୟ ଚାଲନା ଆଦେଶ ଦେଲେ । ଏହି ଯୁଦ୍ଧ ଅତି ଭÿୟଙ୍କର ଥିଲା ପ୍ରାୟ ୪୯ ଲକ୍ଷ ସୈନ୍ୟ ଏଥିରେ ଯୋଗ ଦେଇଥିଲେ ।(ସମୁଦାୟ ଲୋକସଂଖ୍ୟାର ୨୫ ଶତାଂଶ) ଯୁଦ୍ଧରେ ପ୍ରାୟ ୮ଲକ୍ଷ ସୈନ୍ୟ ନିହତ ବହେଲୋ ଲକ୍ଷଲକ୍ଷ ବିକଳାଙ୍ଗ ହେଲେ । ଦକ୍ଷିଣର ଶତକଡା୧୮ ଓ ଉତରର ଶତକଡା ୧୦ ଭାଗ ଲୋକ ମଲେ । କଳ କାରଖାନା, ବନ୍ଦର, ରେଳଲାଇନ ଓ କୃଷିକ୍ଷେତ୍ର ଧ୍ୱଂସ ହୋଇଗଲା ।
ଏହି ସମୟ ମଧ୍ୟରେ୨୩୮ ଟି ମୁଖ୍ୟ ଯୁଦ୍ଧ ହୋଇଥିଲା । ସେଗୁଡିକ ମଧ୍ୟରେ ବାଟଲ ଅଫ ପିଟସବର୍ଗ, ବାଟଲ ଅପ ଚାନସଲେର ଭିଲା, ବାଟଲ ଅପଫ୍ରେଡିବର୍ଗ, ବାଟଲ ଅଫ ଫାଇପଫୋର୍ଟ ଉଲ୍ଲେଖନୀୟ । ଯୁଦ୍ଧରେ ଲି ଙ୍କୁ ପ୍ରଥମେ ବେଶ ସଫଳତା ମିଳିଥିଲା । ବାଧ୍ୟ ।ହୋଇ ୟୁନିଅନ ପକ୍ଷ ବାରମ୍ବାର ସେନାପତି ପରିବର୍ତନ କରିଥିଲୋ ଶେଷକୁ ୁଅଲସେସ.ଏସ.ଗ୍ରାଂଟ ଙ୍କୁ ମୁଖ୍ୟ ସେନାପତି କଲେ । ଏମ.ଜି.ସେରମାନ ଙ୍କୁ ପଶ୍ଚିମାଂଳର ଦାୟିତ୍ୱ ଦେଲେ । ୟୁନିୟନ ପକ୍ଷ ନୌସେନା ଦ୍ୱାରା ଦକ୍ଷୀଣ ର ବନ୍ଦର ମାନଙ୍କୁ ଅବରୋଧ କଲେ (ଅପରେସନ ଆନାକୋଣ୍ଡା) । ଦକ୍ଷିଣରୁ କପା ଓଆଖୁ ୟୁରୋପ କୁ ଯାଇ ପାରିଲା ନାହିିଁ । ଇଂଲଣ୍ଡ ଓଫ୍ରାନ୍ସ ଚାହିଁଲେ ମଧ୍ୟ ନିଜ ଦେଶ ରେ କ୍ରୀତଦାସ ବେଆଇନ ଥିବାରୁ ସେମାନେ ଦକ୍ଷିଣକୁ ସମର୍ଥନ ଦେଇପାରିଲେନାହିଁ । ଅସ୍ତ୍ରଶସ୍ତ୍ର ଆସିପାରିଲା ନାହିାଁ ମିସିସିପି ନଦୀ ଦେଇ ୟୁନିୟନ ସେନା ଦକ୍ଷିଣାଂଚଳ ଆକ୍ରମଣ କଲେ । ଦକ୍ଷିଣ ର ନିୟୁଓରିଲେନଓ କେଂଟୁକି ଓ ମେଫେସିସ ଅଧିକାର କଲେ । ୨.୯.୧୯୬୪ ରେ ଆଟଲାଂଟାର ପତନ ଘଟିଲା । ୯.୪ ୧୯୬୫ ରେ ମାକଲିନ ହାଉସରେ ଲି ଆତ୍ମ ସମର୍ପଣ କଲେ । ୧୪ ଏପ୍ରିଲ ୧୮୬୫ ଦିନ ଲିଙ୍କନ ଜନ ଉଇଲିସ ବୁଥ ନାମକ ଜଣେ ଦକ୍ଷିଣପନ୍ଥି ଆତତିୟୀର ଗୁଳିମାଡରେ ନିହତ ହେଲେ । ଆଣ୍ଡୃ ଜନସନ ରାଷ୍ଟ୍ରପତିି ହେଲେ । ୯.୫.୧୮୬୫ ଦିନ ୧୩ତମ ସମ୍ବିଧାନ ସଂଶୋଧନ ଘୋଷଣା ହୋଇ ସାରା ଆମେରିକାରୁ କ୍ରିତଦାସ ପ୍ରଥା ଉଠିଗଲା ବୋଲିଘୋଷଣା କରାଗଲା । ଜୁଲାଇ ୨୩ ଦିନ ଜେଫରସନ ଆତ୍ମସମର୍ପଣ କଲେ । ଏହି ଗୃହ ଯୁଦ୍ଧର ସମାପ୍ତି ପରେ ଆମେରିକା ଅଧିବାସି ମାନେ ମନପ୍ରାଣ ଦେଇ ଦେଶ ପୁକର୍ଗଠନରେ ଲାଗିପଡିଲେ ଓ ଖୁବ ଶିଘ୍ର ପୃଥିବିର ସର୍ବଶ୍ରେଷ୍ଠ ଦେଶରେ ପରିଣତ ହେଲେ ।
ବର୍ତମାନ ଭାରତବର୍ଷ ରେ ସମାନ ଅବସ୍ଥା ଉପସ୍ଥିତ ହୋଇଛି । ଜାତୀୟ ନାଗରୀକ ଆଇନକୁ ନେଇ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । କେତେକ ରାଜ୍ୟ ମାନେ ପାର୍ଲିଆମେଂଟରେ ପାସ ହେଲେ ମଧ୍ୟ ନିଜ ରାଜ୍ୟରେ କାର୍ଯକାରି ନକରିବାକୁ ଘୋଷଣା କରିଛନ୍ତି । ଲୋକମାନଙ୍କୁ ରାସ୍ତାକୁ ଆଣି ହିଂସାକାଣ୍ଡ ଘଟାଉଛନ୍ତି ।
ସେଦିନ ଦଳିତ କ୍ରୀତଦାସ ଙ୍କ ପାଇଁ ଗୋରା ଆମେରିକାନ ମାନେ ନିଜର ରକ୍ତ ଢାଳି ଦେଇଥିଲେ । ଉଭୟ ପକ୍ଷ ନିଜ ନିଜର ଆଦର୍ଶ ପାଇଁ ଲଢୁଥିଲେ । ସେଥିରେ ସ୍ୱାର୍ଥର ସ୍ଥାନ ନଥିଲା । ଥରେ ଲକ୍ଷ୍ୟ ସ୍ଥିର ହେଲେ ବିଚ୍ୟୁତ ହେବାର ପ୍ରଶ୍ନ ନଥିଲା । ଆମ ଦେଶରେ ଯେଉଁଁ ଜାତିୟ ନାଗରିକ ଆଇନ ହୋଇଛି ନିର୍ଯାତିତ ହିନ୍ଦୁ ମାନଙ୍କୁ ଭାରତର ନାଗରିକତା ଦେବା ପ୍ରଧାନ ଲକ୍ଷ୍ୟ । ତାହା ଫଳରେ ହିନ୍ଦୁ ମାନେ ଏକ ଆଶ୍ରୟ ପାଇପାରିବୋ ମାତ୍ର ସେଦିନ ନିଜର ସ୍ୱଜାତି ନହୋଇ ମଧ୍ୟ ଆମେରିକାନ ମାନେ ନିଗୋ୍ର ମାନଙ୍କ ପାଇଁ ଯାହାକଲେ, ଆଜି ନିଜ ଲୋକମାନଜଙ୍କ ପାଇଁ ଆମେମାନେ ତାହାର ଓଲଟା କରୁଛୁ । ସେମାନେ ଭଲ ଭାବରେ ଜାଣନ୍ତି ଏହି ଆଇନ କାହାର କ୍ଷତି କରିବ ନାହିଁ । ମାତ୍ର ମିଛରେଏକ ଭୟର ବାତାବରଣ ସୃୃଷ୍ଟି କରି ଗୃହ ଯୁଦ୍ଧ ଅବସ୍ଥାକୁ ଦେଶକୁ ଟାଣି ନେଲେଣ ିା
ଦେଶ ସ୍ୱାଧିନ ହେଲାବେଳେ କଂଗ୍ରେସ ଦଳର ଆଭିମୁଖ୍ୟ ଥିଲା ଦେଶର ଅଖଣ୍ଡତା ରକ୍ଷା କରିବା । ମାତ୍ର ଶିଘ୍ର କିପରି କ୍ଷମତା ପାଇବେ, ସେଥିପାଇଁ ଜଣେ କ୍ଷମତା ପାଗଳ ହିଂସ୍ର ଜିନ୍ନାକୁ ଡରି ଏମାନେ ବିଭାଜନ କୁ ସ୍ୱୀକୃତି ଦେଇଦେଲେ । ହୁଏତ ଅଧିକ ରକ୍ତପାତ ହୋଇଥଆନ୍ତା । ନହେଲେ ଇଂରେଜ ମାନେ ଆଉ କିଛିଦିନ ଶାସନ କରିଥାଆନ୍ତେ । ମାତ୍ର ଆମ ଦେଶ ଏକ ହୋଇ ଥାଆନ୍ତା । ଗାନ୍ଧୀଙ୍କ ଭାଷାରେ ହିଂସାର ନିଆଁ ରୁ ଶୁଦ୍ଧ ସୁବର୍ଣ ଭଳି ଦେଶ ଓ ନେତା ବାହାରିଥାଆନ୍ତେ । ମାତ୍ର କଣ ହେଲା? ନୀତି ଭ୍ରଷ୍ଟ ହେବାରୁ ଦଳେ କ୍ଷମତା ଦଲାଲ ନେତା ହୋଇ ବାହାରିଲେ, ଯେଉଁମାନେ ତିନି ପୁରୁଷ ପରେ ମଧ୍ୟ ଦେଶକୁ ସେମାନଙ୍କ ସେବାର ମୂଲ୍ୟ ମାଗୁଛନ୍ତି, ଆଉ ଆମେ ରୁଣ ସୁଝିଚାଲିଛୁ । ଯଦି ବିଭାଜନ ହେଲା, ତାହାଲେ ଧର୍ମକୁ ନେଇ ସଂପୁର୍ଣ ଲୋକମାନଙ୍କୁ ଅଦଳ ବଦଳ କରାହେବା ଉଚିତ ଥିଲା । ମାତ୍ର ସେକୁଲାରର ଏକ ମିଛ ପୋଷାକ ପିନ୍ଧି ସେମାନେ ତାହା ମଧ୍ୟ କଲେ ନାହିଁ । ଲକ୍ଷ,ଲକ୍ଷ ହିନ୍ଦୁଙ୍କୁ କଂସେଇ ମୁହଁକୁ ଠେଲି ନିଜେ ସେକୁଲାର ସଂଗୀତ ଗାଇ ଶାସନ କଲେ । ବର୍ତମାନର ଜାତିୟ ନାଗରିକ ଆଇନ ସେହି ଐତିହାସିକ ଭୂଲର ସଂଶୋଧନ ମାତ୍ର । ଦେଶହରା, ନିର୍ଯାତିତ ହିନ୍ଦୁ ମାନଙ୍କୁ ଏକ ନାଗରିକତା ପ୍ରଦାନ, ଧର୍ମ ଭିତିରେ ଦେଶ ଗଠନ ହେଲାପରେ ଆମରଐତିହାସିକ କର୍ତବ୍ୟ. । ମାତ୍ର ସଂକିର୍ଣ ଭୋଟ ସ୍ୱାର୍ଥ ପାଇଁ ଯେଉଁମାନେ ଦେଶରେ ଆଜିଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛନ୍ତି ଇତହାସ ସେମାନଙ୍କୁ କେଭେ କ୍ଷମା ଦେବନାହିଁ । (Photo from: wsj.com)

Leave a Reply

Your email address will not be published.