ଏବେ ବି ରହସ୍ୟ ଘେରରେ ନେତାଜୀଙ୍କ ଅନ୍ତର୍ଦ୍ଧାନ ଘଟଣା!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତ ସ୍ୱାଧିନ ହେଲା ପରେ ଯେଉଁ ରହସ୍ୟ ମୟ ଘଟଣା ଭାରତର କୋଟି କୋଟି ଲୋକଙ୍କର ମନକୁ ପ୍ରତି ମୁହୁର୍ତରେ ଆନେ୍ଦାଳିତ କରି ଚାଲିଛି, ତାହା ହେଉଛି ସେମାନଙ୍କର ପି୍ରୟ ନେତାଜୀଙ୍କ ଅର୍ନ୍ତଧାନ ଘଟଣା । ୧୯୪୫ ମସିହା ଅଗଷ୍ଟ ୧୭ ତାରିଖ ଦିନ ଅପରାହ୍ନ ୪.୩୦ ବେଳେ ନେତାଜୀ ତାଙ୍କର ଅନୁଗାମି ମାନଙ୍କ ସହଦୁଇଟି ବିମାନରେ ସାଇଗନ ଠାରୁ ଟୋକିଓ ଅଭିମୁଖେ ଯାତ୍ରା କଲେ । ବିମାନଟି ସଂଧ୍ୟା ସମୟରେ ଉତର ଭିଏତ ନାମର ଟାଉରନା ବା ଡାନପଙ୍ଗ ଠାରେ ପହଂଚିଲା । ସେଠାରେ ରାତ୍ରିରେ ବିଶ୍ରାମ କରି ପରଦିନ ପୁର୍ବାହ୍ନରେ(ଘ.୧୮.୮.୧୯୪୫) ନେତାଜୀ ଟୋକିଓ ଅଭିମୁଖେ ଯାତ୍ରା କଲେ । ସେହି ବିମାନଟି ୧୮ ତାରିଖ ୨ ଟା ବେଳେ ଫର୍ମୋଜା ବିମାନ ବନ୍ଦରରେ ପହଂଚିଥିଲା ଓ ସେଠାରୁ ଟୋକିଓ ଅଭିମୁଖେ ଯାତ୍ରା ଆରମ୍ଭ କରିବାର(ଘ.୨.୩୦ ଅପରାହ୍ନ) ର ଅଳ୍ପ ସମୟ ପରେ ଏକ ବିସ୍ଫୋରଣରେ ବିମାନଟି ଖଣ୍ଡ ଖଣ୍ଡ ହୋଇଗଲା । ଜାପାନି ସରକାରି ସୁତ୍ର ଅନୁସାରେ ଦୁର୍ଘଟଣାରେ ନେତାଜୀ ଗୁରୁତର ଆହତ ହେଲେ । ବିମାନ ରେ ଥିବା ଗ୍ୟାସୋଲିନ ତାଙ୍କ ଦେହରେ ଢାଳି ହୋଇଗଲା ଓ ତାଙ୍କ ଦେହର ଅଧିକାଂଶ ଅଂଶ ପୋଡିଗଲା । ସାଙ୍ଗରେ ଥିବା ଜାପାନର ସାମରିକ ଅଫିସର ଜେନେରାଲ ସିଡେଇ ସାଙ୍ଗେ ସାଙ୍ଗେ ମରିଗଲେ । ଆଜାଦ ହିନ୍ଦ ର ଲେଫ୍ଟନାଂଟ କଲୋନେଲ ଓ ନେତାଜୀଙ୍କ ର ବିଶ୍ୱସ୍ତ ଏ.ଡି.ସି ହବିବୁର ରହମନ ଅଳ୍ପକେ ରକ୍ଷା ପାଇଗଲେ । ଏକ ସାମରିକ ଟ୍ରକ ଦ୍ୱାରା ନେତାଜୀଙ୍କୁ ନିକଟସ୍ଥ ସାମରିକ ହସପିଟାଲକୁ ନିଆଗଲା ଓ ତାଙ୍କୁ ଚିକିସôା କରୁଥିବା ଡ଼ାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା ପ୍ରକାଶ କରିଥିଲେ । ତାଙ୍କ ଦେହରୁ ୨୦୦ ଏମ.ଏଲ ରକ୍ତ କଢା ଗଲା ଓ ୪୦୦ ଏମ.ଏଲ ତାଜା ରକ୍ତ ଦିଆଗଲା । ହ୍ୱାଇଟ ସଲୁ୍ୟସନ ବା କାମ୍ଫର ମଧ୍ୟ ଦିଆଗଲା । ସମସ୍ତ ଚେଷ୍ଟା ସତ୍ୱେ ରାତ୍ର ୮.୦୦ ବେଳେ ନେତାଜୀ ଙ୍କର ମୃତୁ୍ୟ ଘଟିଲା । ଏହି ସମ୍ବାଦ ପାଇ ଜାପାନର ସାମରିକ ଅଫିସର ମାନେ ସେଠାରେ ପହଂଚିଲେ । ହବିବୁର ରହମନଙ୍କ ଉପସ୍ଥିତିରେ ଏକ କଫିନ ପ୍ରସ୍ତୁତ ହେଲା ଓ ନେତାଜୀଙ୍କୁ ନିକଟସ୍ଥ ବିଦ୍ୟୁତ ଚୁଲାରେ ଦାହ କରାଗଲା । ତାଙ୍କର ଚିତାଭସ୍ମକୁ ସଂଗ୍ରହ କରାଯାଇ ଟୋକିଓ ର ବୌଦ୍ଧ ମନ୍ଦିରରେ ସଂରକ୍ଷିତ କରାଗଲା । ସେତେବେଳକୁ ଦ୍ୱିତୀୟ ମହାଯୁଦ୍ଧ ସରିଯାଇଥାଏ । ଅଗଷ୍ଟ ୬ ଓ ୯ରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇ ସାରିଥାଏ । ଏପ୍ରିଲ ୨୦ ଦିନ ଜର୍ମାନ ର ପତନ ଘଟି ସାରିଥାଏ । ହିଟଲର ଆତ୍ମହତ୍ୟା କରିସାରିଥାନ୍ତି । ଅଗଷ୍ଟ ୧୫ ତାରିଖ ଦିନ ଆମେରିକା ନିକଟରେ ଜାପାନ ଆତ୍ମ ସମର୍ପଣ କରି ସାରିଥାଏ । ସବୁଆଡେ ଏକ ପ୍ରକାର ଅବ୍ୟବସ୍ଥା ଓ ଅରାଜକତା ସୃଷ୍ଟି ହୋଇଥାଏ । ଘଟଣା ଘଟିବାର ୭ ଦିନ ପରେ ଜାପାନ ସରକାରଙ୍କ ତରଫରୁ ସୁଭାଷ ଙ୍କ ମୃତୁ୍ୟ ଖବର ସାରା ବିଶ୍ୱକୁ ଜଣାଇ ଦିଆଗଲା । ଭାରତରେ ସେତେବେଳକୁ ରାଜନୈତିକ ଅବସ୍ଥା ଏକ ସନ୍ଧି କ୍ଷଣରେ ଗତି କରୁଥିଲା । ପ୍ରିୟ ନେତାଜୀଙ୍କର ମୃତୁ୍ୟ ଖବର କୋଟି କୋଟି ଭାରତୀୟଙ୍କୁ ଦୁଃଖ ହତାଶ ମ୍ମକୁ ଠେଲିଦେଲା । ସେତିକି ବେଳେ ବିଭିନ୍ନ ଆଡୁ ଉଡା ଖବର ମାନ ଆସି ପହଂଚିଲା । ଆମେରିକାର ଆଲଫ୍ରେଡ ୱେଜ ନାମକ ଜଣେ ସାମ୍ବାଦିକ ଘୋଷଣା କଲେ ଯେ ସେ ନିଜ ଆଖିରେ ସୁଭାଷଙ୍କୁ ସାଇଗନ୍ ଠାରେ ଦେଖିଛନ୍ତି । ସିଙ୍ଗାପୁର, ବ୍ୟାଙ୍ଗକକ୍ ଓ ସାଇଗନରେ ଥିବା ଆଇ.ଏନ.ଏ ର ସଦସ୍ୟ ମାନେ ସୁଭାଷଙ୍କ ମୃତୁ୍ୟକୁ ବିଶ୍ୱାସ କଲେ ନାହିଁ । ସେମାନେ ଜାଣି ଥିଲେ ୧୯୪୧ ମସିହା ଭଳି ଆତ୍ମ ସମର୍ପଣକୁ ଏଡେଇବାପାଇଁ ମିତ୍ର ସେନାକୁ ଫାଙ୍କି ଦେଇ ସୁଭାଷ ଲୁଚି ଯାଇଛନ୍ତି ଓ ଠିକ ସମୟରେ ଆତ୍ମ ପ୍ରକାଶ କରି ଭାରତକୁ ସ୍ୱାଧିନତା ଆଣିଦେବେ । ସେମାନଙ୍କ ମତ ଅନୁସାରେ ଯୁଦ୍ଧର ଗତି ଦେଖି ସୁଭାଷ ବହୁ ପୁର୍ବରୁ ଏଭଳି ଏକ ଯୋଜନା କରିଥିଲେ । ଋଷିଆ ସରକାରଙ୍କ ସହ ଯୋଗାଯୋଗ କରି ସେଠାରେ ଆତ୍ମ ଗୋପନ କରିବାକୁ ନିଷ୍ପତି ନେଇଥିଲେ । ସେ ଜାଣିଥିଲେ ଜଦି ଓ ଆମେରିକା ଓ ଇଂଲଣ୍ଡ ସାଙ୍ଗରେ ମେଂଟ କରି ଋଷିଆ ଜର୍ମାନ ବିରୁଦ୍ଧରେ ଯୁଦ୍ଧ କରୁଛି ସେମାନଙ୍କ ମ୍ମରେ ବନ୍ଧୁତ୍ୱ ନାହିଁ । ଯୁଦ୍ଧ ସରୁ ସରୁ ବିବାଦ ଆରମ୍ଭ ହୋଇଯିବ । ଏଥିପାଇଁ ସାଇଗନ ଠାରୁ ସୁଭାଷ ଉଭାନ ହୋଇ ଯାଇଛନ୍ତି ଓ ତାଙ୍କ ସହିତ ଆଜାଦ୍ ହିନ୍ଦ ସରକାରଙ୍କ ଧନ ରତ୍ନ ମଧ୍ୟ ସେ ନେଇ ଯାଇଛନ୍ତି ।
ବିଶ୍ୱାସ କରାଯାଏ ଜାପାନୀ ମାନଙ୍କ ସହାୟତାରେ ସାଇଗନ ଠାରୁ ବିମାନ ଦ୍ୱାରା ସେ ମାଂଚୁରିଆକୁ ଚାଲିଯାଇଛନ୍ତି ଓ ତା ପରେ ସିମାନ୍ତ ଡେଇଁ ଋଷ ଭିତରକୁ ପଶି ଯାଇଛନ୍ତି । ଜାପାନ ସରକାର ଏକ କପୋଳ କଳ୍ପିତ ବିମାନ ଦୁର୍ଘଟଣା କାହାଣି କହି ୭ ଦିନ ପରେ ତାଙ୍କର ମୃତ୍ୟୁ ଖବର ବିଶ୍ୱକୁ ଜଣାଇଛନ୍ତି । ସୁଭାଷଙ୍କର ଏହି ଗତି ବିଧି ବିଷୟରେ ମିତ୍ର ଶକ୍ତି ଗୋଇନ୍ଦା ମାନେ ଯେ ଜାଣି ନଥିଲେ ତାହା ନୁହେଁ । ଦକ୍ଷିଣ ପୁର୍ବ ଏସିଆରେ ତାଙ୍କର ପରମ ଶତୁ୍ର ସୁଭାଷଙ୍କୁ ସେମାନେ ଛାଇ ଭଳି ଜଗି ରହିଥିଲେ । ସେମାନଙ୍କ ଜାଣତରେ ସୁବାଷ ଫେରାର ହୋଇଥିଲେ । ସେତେବେଳକୁ ଯୁଦ୍ଧରେ ଇଂରେଜର ଜୟ ହୋଇ ସାରିଥିଲା । ସୁଭାଷଙ୍କୁ ଗିରଫ କରିଥିଲେ ଯୁଦ୍ଧ ଅପରାଧି ରୁପେ ତାଙ୍କର ବିଚାର ହୋଇ ମୃତୁ୍ୟ ଦଣ୍ଡ ଦିଆ ହୋଇଥାନ୍ତା । ଜାପାନର ପ୍ରଧାନମନ୍ତ୍ରୀ ଟୋଜାଙ୍କୁ ଯୁଦ୍ଧ ପରେ ସେମାନେ ଫାସି ଦେଇଥିଲେ । ସୁବାଷଙ୍କୁ ସେହି ଦଣ୍ଡ ଦେବାକୁ ସେମାନେ ସ୍ଥିର କଲେ ମଧ୍ୟ ୪୦ କୋଟି ଭାରତୀୟ ଓ ଦକ୍ଷିଣ ପୁର୍ବ ଏସିଆରେ ସୁଭାଷଙ୍କ ଅନୁଗାମିଙ୍କ ସୁଭାଷଙ୍କ ପ୍ରତି ଆନୁଗତ୍ୟ ତାଙ୍କ ପଥରେ ବାଧକ ସାଜିଲେ । ସୁଭାଷଙ୍କ କଥା ଭାରତରେ ପ୍ରଚାରିତ ହେଲା ପରେ ଲୋକମାନେ ଯେପରି ତାଙ୍କ ପାଇଁ ପାଗଳ ହୋଇ ରାସ୍ତାକୁ ଉହ୍ଲାଇ ବିଦ୍ରୋହର ଡାକ ଦେଲେ ସେମାନେ ଜାଣିଲେ ସୁଭାଷଙ୍କୁ ମୃତ୍ୟୁ ଦଣ୍ଡ ଦେବା ଏତେ ସହଜ ନୁହେଁ । ସେମାନେ ଭାରତ ଛାଡିବାକୁ ସେତେବେଳକୁ ନିଷ୍ପତି ନେଇଥିଲେ । ସୁଭାଷଙ୍କୁ ମୃତୁ୍ୟ ଦଣ୍ଡ ଦେଲେ ଗୋଟିଏ ଇଂରେଜ ମଧ୍ୟ ନିଜ ଜୀବନ ନେଇ ଦେଶକୁ ଫେରିବେ ନାହିଁ ବୋଲି ସେମାନେ ଜାଣି ପାରିଲେ । ସ୍ୱାଧିନତା ପରେ ସୁଭାଷଙ୍କ ସମ୍ବଦ୍ଧରେ ସଠିକ୍ ଖବର ନେବାପାଇଁ ବିଭିନ୍ନ ସ୍ତରରୁ ପ୍ରବଳ ଦାବି ହେଲା । ତାଙ୍କର ପୁର୍ବତନ ସାଥୀ, ଏଚ.ବି କାମାଥ, ଏମ.ଥିବର ଓ ତାଙ୍କ ପରିବାରର ସରତ ବୋଷ, ପୁରବି ରାୟ, ସୁରେଶ ବୋଷ, ଅମିୟ ବୋଷ ଓ ସମର ଗୁହ ଇତ୍ୟାଦି ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇବାକୁ ଲାଗିଲେ । ପ୍ରତି ଅଧିବେଶନରେ ପାର୍ଲାମେଂଟରେ ହଟ୍ଟଗୋଳ ହେଲା । ସେମାନେ ଦାବି କଲେ ଯେ, ସୁଭାଷଙ୍କ ମୃତୁ୍ୟ ଖବର ମିଛ ଓ ମନ ଗଢା । ଏହା ଭାରତ ସରକାର ମଧ୍ୟ ଭଲ ଭାବରେ ଜାଣନ୍ତି । ମିତ୍ର ଶକ୍ତିଙ୍କ ଚାପରେ ତାଙ୍କୁ ଋଷିଆର ସାଇବେରିଆରେ ବନ୍ଦି କରା ହୋଇଛି । କାରଣ ଋଷିଆର ଜଣେ କୁଟ ନିତିଜ୍ଞ ଭାରତର ଜଣେ ପଦସ୍ତ ଅଫିସରଙ୍କୁ କହିଥିଲେ, ତୁମର ବୋଷ ଆମ ଦେଶରେ ଅଛି । ଭାରତର ରାଷ୍ଟ୍ର ଦୁତ ଡ.ସର୍ବପଲ୍ଲି ରାଧା କି୍ରଷ୍ଣନ ମଧ୍ୟ ଏହା ଜାଣିଥିଲେ ଓ ଅନେକ ଜାଣନ୍ତି ଋଷ ସରକାର ମଧ୍ୟ ବୋଷଙ୍କ ବିଷୟରେ ପଣ୍ଡିତ ନେହେରୁଙ୍କୁ ଏକ ଚିଠି ଦେଇଥିଲେ । ଯାହାକୁ ସେ ନଷ୍ଟ କରି ଦେଇଛନ୍ତି ।
ସ୍ୱାଧିନତା ପରେ କଂଗ୍ରେସ ସରକାର ଜାଣିଥିଲେ ଯେ,ଯଦି ନେତାଜୀ ଭାରତକୁ ଫେରି ଆସନ୍ତି, ଲୋକ ମାନଙ୍କ ମଧ୍ୟରେ ଏଭଳି ଉନ୍ମାଦନା ସୃଷ୍ଟି ହେବ ଯେ ତାଙ୍କ ସରକାର ଗୋଟିଏ ମୁହୁର୍ତରେ କୁଟା ଖିଅ ଭଳି ଉଡିଯିବ । ତେଣୁ କେବଳ ସୁଭାଷଙ୍କୁ ବନ୍ଦି କରି ରଖିବା ପାଇଁ ନେହେରୁ ସରକାର ଦିର୍ଘ ଦିନ ଧରି ଋଷିଆର ଗୋଡାଣିଆ ହୋଇଥିଲେ । ତା ଠାରୁ ନିକୃଷ୍ଠ ଧରଣର ମିଗ୍ ବିମାନ କିଣିଥିଲେ । ଯାହାକୁ କି ଫ୍ଲାଇଙ୍ଗ କଫିନ୍ ବୋଲି କୁହାଯାଉଥିଲା । ସେଥିପାଇଁ ବୋଷଙ୍କ ବିଷୟରେ ଜାଣିଥିବା ଡ. ରାଧାକି୍ରଷ୍ଣନ କୁ କଂଗ୍ରେସ ଲୋକଙ୍କର ପ୍ରତିବାଦ ସତ୍ୱେ ଉପରାଷ୍ଟ୍ରପତି ପଦ ନେହେର ୁଦେଇଥିଲେ । ଲୋକମାନଙ୍କର ପ୍ରବଳ ଚାପ ତଥା ବିଭିନ୍ନ କୋର୍ଟର ନିର୍ଦେଶ ଯୋଗୁଁ ନେହେରୁ ସରକାର ଓଘଇ ର ଜଣେ ପୁରାତନ ସହଯୋଗି ଏସ.ଏ .ଆୟରଙ୍କୁ ରିପୋର୍ଟ ଦେବାପଇଁ ନିଯୁକ୍ତି ଦେଲେ ଓ ତାଙ୍କର ବିଭିନ୍ନ ସହଯୋଗିଙ୍କୁ ଯଥା-ସାହା ନଓ୍ବାଜ ଖାନ, ଜେକେ ଭୋନ୍ସଲେ ଓ ଏସ ଏ ଆୟରଙ୍କୁ ମନ୍ତ୍ରୀ ଓ ରାଜଦୁତ ପଦବି ମାନ ଦେଇଥିଲେ । ପରବର୍ତି କାଳରେ ୧୯୫୬ ମସିହାରେ ନେତାଜୀଙ୍କ ମୃତୁ୍ୟର ତଦନ୍ତ ପାଇଁ ସାହା ନୱାଜ୍ ଖାଁ ଙ୍କ ଅଧିନରେ ଏକ କମିସନ ବସାଇ ଥିଲେ ଓ ଏହି କମିସନରେ ସୁଭାଷ ବୋଷଙ୍କ ର ସାନ ଭାଇ ସୁରେଶ ବୋଷ ଥିଲେ । ସାହା ନୱାଜ ନେତାଜୀଙ୍କ ମୃତୁ୍ୟ ସ୍ଥଳ କୁ ନଯାଇ ଜାପାନ ଠାରେ କିଛି ସାକ୍ଷି ମାନଙ୍କର ବକ୍ତବ୍ୟ ନେଇ ନେତାଜୀଙ୍କ ର ମୃତୁ୍ୟ ସତ୍ୟ ବୋଲି ପ୍ରକାଶ କଲେ । ମାତ୍ର ଅନ୍ୟତମ ସଭ୍ୟ ସୁରେଶ ବୋଷ ଏଥିରେ ସହମତି ନହୋଇ ଏକ ଭିନ୍ନ ରିପୋର୍ଟ ଦେଲେ । କୁହାଯାଏ ସୁରେଶ ଙ୍କୁ ମନେଇବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟ ମନ୍ତ୍ରି ବିଧାନ ଚନ୍ଦ୍ର ରାୟ ତାଙ୍କୁ ରାଜ୍ୟପାଳ ପଦବି ଜାଚିଥିଲେ ମଜକ୍ର ସେ ଏହାକୁ ପ୍ରତିଖ୍ୟାନ କରିଥିଲେ । ପରବର୍ତି କାଳରେ ସରକାରଙ୍କ ଉପରେ ଚାପ ବଢିବାକୁ ଲାଗିଲା । ଏଭଳି କୌଣସି ଅଧିବେଶନ ନଥିଲା ଯେଉଁ ଅଧିବେଶନ ରେ ସୁଭାଷଙ୍କ ବିଷୟରେ ଝଡ ସୃଷ୍ଟି ହୋଇ ନଥିଲା । ଶେଷରେ ଇନ୍ଦିରା ଗାନ୍ଧି ଦ୍ୱିତୀୟ ତଦନ୍ତ ପାଇଁ ପଞ୍ଜାବ ହାଇକୋର୍ଟର ବିଚାର ପତି ଜି.ଡି ଖୋସଲାଙ୍କ ଅଧିନରେ ଏକ କମିସନ ବସାଇଲେ । ଏଥର ମଧ୍ୟ ସେଇ ଅବସ୍ଥା ହେଲା । କମିସନକୁ କୌଣସି କାଗଜ ପତ୍ର ଦିଆଗଲା ନାହିଁ । ଫର୍ମୁଜା ଦ୍ୱିପକୁ ଯିବାକୁ ଅନୁମତି ଦିଆଗଲା ନାହିଁ । ଏହା ମଧ୍ୟରେ ଜରୁରୀ ଅବସ୍ଥା ଘୋଷଣା ହେବାରୁ କମିସନ ରିପୋର୍ଟ ଅଳିଆ ଗଦାରେ ପଡିଗଲା ।
ଶେଷକୁ କଂଗ୍ରେସ ସରକାର ବିଦାୟ ନେଲା । ୧୪/୦୪/୧୯୯୯ ଦିନ ପୁର୍ବତନ ସୁପ୍ରିମକୋର୍ଟର ବିଚାର ପତି ମନୋଜ କୁମାର ମୁଖାର୍ଜିଙ୍କୁ ସାନି ତଦନ୍ତ ପାଇଁ ବାଜପେୟି ସରକାର ନିଯୁକ୍ତି ଦେଲେ । ବି.ଜେ.ପି ସରକାର କଂଗ୍ରେସ ସରକାର ଠାରୁ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ମଧ୍ୟ ସୁଭାଷଙ୍କ ଭୂତକୁ ଡର ଥିଲା । ମୁଖାର୍ଜି କମିସନ ନିଜ ଉଦ୍ୟମରେ ଫର୍ମୋଜା ଦ୍ୱିପ କୁ ଯାଇଥିଲେ । ସେଠାରେ ଅନେକ ଅପ୍ରତ୍ୟାଶିତ ଘଟଣା ଜାଣିବାକୁ ପାଇଲେ । ତାପେଇ ବିମାନ ଘାଟିରେ ପହଂଚି ବୁଝିଲେ ଯେ ୧୯୪୫ ମସିହା ଅଗଷ୍ଟ ମାସରେ ସେଠାରେ କୌଣସି ବିମାନ ଦୁର୍ଘଟଣା ହୋଇନଥିଲା । ସେପ୍ଟେମ୍ବର ମାସରେ ତାପେୟି ଠାରୁ ୨୦୦ କିମି ଦୁରରେ ଏକ ଆମେରିକା ବିମାନ ନଷ୍ଟ ହୋଇଥିଲା । ମୁନିସିପାଲ୍ଟିର ମୃତୁ୍ୟ ରେଜିଷ୍ଟର ଦେଖିଲା ପରେ ସେ ଜାଣିଲେ ଯେ ଅଗଷ୍ଟ ୧୧ ଠାରୁ ଅଗଷ୍ଟ ୨୭ ମଧ୍ୟରେ ୨୭୩ ଟି ମୃତୁ୍ୟ ଘଟଣା ପଞ୍ଜିକୃତ ହୋଇଛି । ସମସ୍ତଙ୍କ ନାଁ ଠିକଣା ଓ ମୃତୁ୍ୟର କାରଣ ପରିଷ୍କାର ଲେଖା ହୋଇଛି । ମାତ୍ର ସେଥିରେ ସୁଭାଷଙ୍କ ନାମ ଲେଖା ନାହିଁ । ମିଲିଟାରି ହସ୍ପିଟାଲରେ ମଧ୍ୟ ସେହିଦିନ ସୁଭାଷ ବୋଷ ବୋଲି କୌଣସି ବ୍ୟକ୍ତି ଭର୍ତି ହୋଇନଥିଲେ । ସୁଭାଷଙ୍କ ଶେଷ କୃତ୍ୟ ହୋଇଥିବା ଶସ୍ମାନରେ ମଧ୍ୟ ତାଙ୍କ ନା ନଥିଲ । ଯେଉଁ ଡ଼ାକ୍ତର ମୃତୁ୍ୟ ସାର୍ଟିଫିକେଟ ଦେଇଥିଲେ ତାହାର ମୂଳ କପି ମଧ୍ୟ ମିଳିଳା ନାହିଁ । ଜାପାନ ସରକାର ସଫେଇ ଦେଲେ ଯେ, ତାଙ୍କ ନାମ କୁ ଗୁୁପ୍ତ ରଖିବା ପାଇଁ ତାଙ୍କ ନାମ ଇଚିର ଓ କୁରା ବୋଲି ରେଜିଷ୍ଟ୍ରାରରେ ଲେଖା ଯାଇଥିଲା । ମାତ୍ର ସେ ବ୍ୟକ୍ତି ପୋଡି ଯାଇନଥିଲେ । ତାଙ୍କର ହୃଦ ଘାତରେ ମୃତୁ୍ୟ ଘଟିଥିଲା । ଅବଶ୍ୟ ସାକ୍ଷି ମାନେ ଯେଉଁ ମାନେ ବଂଚିଥିଲେ ସେମାନେ ତାଙ୍କର ପୁର୍ବ ବକ୍ତବ୍ୟକୁ ଦୋହରାଇ ଥିଲେ । କମିଶନ ଏହାପରେ ରୁଷିଆ ଦେଶ କୁ ଯାଇ ବୋଷଂକ ସଂଧାନ କଲେ ମଧ୍ୟ କିଛି ଫଳ ମିଳିଲା ନାଁହି
୨୦୦୫ ମସିହାରେ ମୁଖାର୍ଜିି କମିସନ ରିପୋର୍ଟ ଦେଲା ବେଳକୁ କଂଗ୍ରେସ ଶାସନ ଚାଲୁଥିଲା । ଶିବରାଜ ପଟେଲ ଗୃହ ମନ୍ତ୍ରୀ ଥାଆନ୍ତି । ରିପୋର୍ଟକୁ ସରକାର ଗ୍ରହଣ କଲେ ନାହିଁ । ଗୋଟିଏ ପୃଷ୍ଠା ରିପୋର୍ଟ ପେସ କରି ଜଣାଇ ଦେଲେ ଯେ, ମହା ଯୁଦ୍ଧ ବେଳେ କାଗଜ ପତ୍ର ଠିକ୍ ରହିବା ସମ୍ଭବ ନୁହେଁ । ସାକ୍ଷି ମାନଙ୍କର କଥାକୁ ଅବିଶ୍ୱାସ କରିବାର କିଛି ନାହିଁ । ତେଣୁ ନେତାଜୀଙ୍କ ଯେ ମୃତୁ୍ୟ ହୋଇଛି ଏଥିରେ ସନେ୍ଦହ ନାହିଁ । ଶୁଣାଯାଏ ତକ୍ରାଳିନ ଅର୍ଥ ମନ୍ତ୍ରୀ ବର୍ଲିନ ଯାଇ ସେଠାରେ ରହୁଥିବା ସୁବାଷଙ୍କ ର ବିଧବା ପତ୍ନି ଓ ଝିଅ ଅନିତାକୁଂ ସାକ୍ଷାତ କରିଥିଲେ । ନେତାଜୀଙ୍କର ଏହି ପରିବାର ବିଷୟରେ ଲୋକମାନଙ୍କୁ ଅଂଧାରରେ ରଖା ହୋଇଥିଲା । ଅତି ଦୁସ୍ଥ ଅବସ୍ଥାରେ ତାଙ୍କ ପତ୍ନି ଏକ ଟେଲିଫୋନ ଏକ୍ସଚେଞ୍ଜ ରେ କାମ କରି ବଂଚୁଥିଲେ । ପ୍ରଣବ ମୁଖାର୍ଜି ତାଙ୍କୁ ଏକ ବ୍ଲାଙ୍କ ଚେକ୍ ଦେଇ ନେତାଜୀଙ୍କର ମୃତୁ୍ୟ କୁ ସ୍ୱିକାର କରି ଏକ ମନ୍ତବ୍ୟ ଦେବାକୁ ଅନୁରୋଧ କଲେ ଓ ସେହି ଚେକରେ ଯେତେ ଇଚ୍ଛା ଟଙ୍କା ସେ ଲେଖି ପାରନ୍ତି ବୋଲି କହିଥିଲେ । ଭାରତୀୟ ନେତା ମାନଙ୍କର ସ୍ୱାର୍ଥ ପରତା ଦେଖି ସେ କାନ୍ଦି କାନ୍ଦି ଚେକ ଟିକୁ ଚିରି ଦେଇଥିଲେ ।
ନେତାଜୀ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ବଂଚିଥିଲେ ତାଙ୍କୁ ବର୍ତମାନ ୧୧୬ ବର୍ଷ ହୋଇଥାନ୍ତା । ଯାହାକି ଏକ ପ୍ରକାର ଅସମ୍ଭବ ଅଟେ । ବିମାନ ଦୁର୍ଘଟଣାରେ ନ ମଲେ ମଧ୍ୟ ଋଷିଆର କେଉଁ ଏକ ବନ୍ଦି ଶାଳାରେ ତାଙ୍କର ଜୀବନ ଦ୍ୱିପ ଲିଭି ଯାଇଥିବ । ପରିତାପ ର ବିଷୟ ଯେ ତାଙ୍କର ସନ୍ଧାନରେ ଭାରତ ସରକାର ଯେତିକି ତପ୍ତରତା ଦେଖାଇବା କଥା ତାହା ଦେଖାଇ ନାହାନ୍ତି । ବାରମ୍ବାର ମିଥ୍ୟା ଖବର ପରିବେଷଣ କରିଛନ୍ତି । ସତ୍ୟକୁ ଚାପି ଦିଆ ଯାଇଛି । ନେତାଜୀଙ୍କର ଭୟ ତାଙ୍କୁ ଏପରି ଘାରିଛି ଯେ, ତାଙ୍କର ସ୍ମୃତିକୁ ମଧ୍ୟ ସାମନା କରି ବାକୁ କୈାଣସି ସରକାର ସାହସ କରୁ ନାହାନ୍ତି । ଦ୍ୱିତୀୟ ମହାଯୁଦ୍ଧ ସମୟରେ ସ୍ୱେଡେନର ଜଣେ ସମାଜ ସେବି ୱେଲନର ବର୍ଗ ନିଜର ସାଥୀ ମାନଙ୍କ ସହ ଅନେକ ଇହୁଦିଙ୍କୁ ନାଜି ମାନଙ୍କ କବଳରୁ ରକ୍ଷା କରିଥିଲେ । ପରବର୍ତି କାଳରେ ନାଜି ମାନେ ତାଙ୍କୁ ବନ୍ଦି କଲେ ଓ ତାଙ୍କ ଠାରୁ ଋଷିଆର ସୈନ୍ୟ ମାନେ ତାଙ୍କୁ ନେଇଗଲେ । ତାଙ୍କ ଖବର ଆଉ ମିଳିଳା ନାହିଁ । ଯୁଦ୍ଧ ପରେ ତାଙ୍କ ବିଷୟରେ ଅନୁସନ୍ଧାନ ପାଇଁ ସ୍ୱିଡେନରେ ପ୍ରବଳ ଜନମତ ସୃଷ୍ଟି ହେଲା । ଋଷିଆ ସହ ସ୍ୱିଡେନ ର ଆଦୋ÷ ବନ୍ଧୁତା ନଥିଲା, ତା ସତ୍ୱେ ସେମାନେ ବାରମ୍ବାର ଋଷିଆ ଉପରେ ଚାପ ପକାଇଲେ । ପ୍ରତିଥର ଋଷିଆ ପ୍ରକାଶ କଲା ଯେ ସେହି ନାମରେ କୌଣସି ବ୍ୟକ୍ତି ଋଷିଆରେ ନାହାନ୍ତି । ନିଜେ ସ୍ୱିଡେନର ପ୍ରଧାନ ମନ୍ତ୍ରୀ ମଧ୍ୟ ଋଷିଆ ଆସି ଆଲୋଚନା କଲେ । ତଥାପି ଫଳ କିଛି ହେଲା ନାହିଁ ।
ଘଟଣା କ୍ରମେ କେତେକ ଯୁଦ୍ଧ ବନ୍ଦି ଋଷିଆରୁ ଫେରିଲା ପରେ ପ୍ରକାଶ କଲେ ଯେ ସେମାନେ ସାଇବେରିଆରେ ଏକ ବନ୍ଦି ଶାଳାରେ ରାଓଲ ୱେଲନର ବର୍ଗ ତାଙ୍କୁ ଦେଖିଥିଲେ । ସେଠାରେ ତାଙ୍କର ମୃତୁ୍ୟ ଘଟିଛି । ସେହି ସାକ୍ଷି ମାନଙ୍କୁ ନେଇ ସ୍ୱୁଡେନ ଋଷିଆର ରାଜଦୁତଙ୍କ ଆଗରେ ସ୍ୱିକାରୁକ୍ତି ଶୁଣାଇ ଦେଲେ । ସବୁଆଡୁ ଚାପ ପଡିଲା । ଋଷିଆ ଦେଖିଲା ଯେ ତାର ଭାବ ମୁର୍ତି ବିଗିଡି ଯାଉଛି । ତେଣୁ ବାଧ୍ୟ ହୋଇ ସତ କଥା ପ୍ରକାଶ କଲା ଓ ତାଙ୍କର ଦେହା ବଶେଷକୁ ସ୍ୱୁଡେନକୁ ହସ୍ତାନ୍ତର କଲା ।
ଜଣେ ପି୍ରୟ ରାଷ୍ଟ୍ର ନାୟକଙ୍କ ପ୍ରତି ଆମ ସରକାରଙ୍କ ବ୍ୟବହାର ଦେଖିଲେ ଲାଜରେ ମୁଣ୍ଡ ନଇଁ ଯାଏ । ତାଙ୍କ ବିଧବା ସ୍ତ୍ରୀ ଙ୍କୁ ମଧ୍ୟ ଭାରତକୁ ଅଣା ହେଲା ନାହିଁ । ସ୍ୱାଧିନତା ପରେ ଭାରତ ଯେପରି ଋଷର ଗୋଡାଣିଆ ହେଲା ସେଥିରୁ ସ୍ପଷ୍ଟ ପ୍ରତୀୟ ମାନ ହୁଏ ଯେ ଏକ ଅଦୃଶ୍ୟ ଚାପ କାମ କରୁଥିଲା । ଏବେ ପ୍ରଶ୍ନ ଉଠୁଛି ସେହି ଅଦୃଶ୍ୟ ଚାପ ଟି ଋଷ ବନ୍ଦି ଶାଳାରେ ଥିବା ସୁଭାଷ ବୋଷ ନୁହନ୍ତି ତ? ଏ ପ୍ରଶ୍ନର ଉତର କେବେ ମିଳିବ ତାହା ଇତିହାସ ହିଁ କହିବ ।

Leave a Reply

Your email address will not be published. Required fields are marked *