ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା’ ଶ୍ୟାମାକାଳୀଙ୍କ ଜନ୍ମୋତ୍ସବ

ନୟହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ଶ୍ୟାମାକାଳୀଙ୍କ ଜନ୍ମ ଉସôବ ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଭୋର ୪ଟ ୩୦ ମିନିଟରେ ମଙ୍ଗଳ ଆଳତୀ, ବିଶ୍ୱର ମଙ୍ଗଳ ନିମିତ ସମୂହ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ମା’ଙ୍କର ମହାସ୍ନାନ ଉତ୍ସବ ଆରମ୍ଭ ହୋଇଥିଲା । ବ୍ରାହ୍ମଣଦେବତାମାନଙ୍କ ଦ୍ୱାରା ସପ୍ତସତୀ ଚଣ୍ଡୀପାଠ, ହୋମଯଜ୍ଞ, ବେଦପାଠ ଇତ୍ୟାଦି ହୋଇଥିଲା । ଏହି ଉପଲକ୍ଷେ ଦିବା ୧୨ଘଟିକାରେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଧର୍ମସଭାରେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ଶିଷ୍ୟ ବାବାଜୀ ଦିବାକର ଦାସ, ପ୍ରାର୍ଥନା ଚାନେଲର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଶପଥ କୁମାର ମହାପାତ୍ର, ଡ.ରନôାକର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ କଟକ ଜିଲ୍ଲା ବାଙ୍କିର ଚର୍ଚ୍ଚିକା ମା’ଙ୍କ କୃପାଲାଭ ନିମନ୍ତେ ୧୯୩୬ ମସିହାରେ କିପରି ସେହି ପୀଠରେ ୨୧ ଦିନ ଏକଗୋଡିଆ ଠିଆ ହୋଇ ନିମ୍ବପତ୍ର ଓ ଉସୁନା ଚାଉଳ ବଟା ହୋଇ ଖାଲି ପାଣିରେ ଛଣା ବରା ଦିନକୁ ୩ଟି ଖାଇ ସାଧନା କରିଥିଲେ । ଏହି ସାଧନାରେ ମା’ ଚର୍ଚ୍ଚିକା ପ୍ରୀତ ହୋଇ ଆଶୀର୍ବାଦ କରି ଆଦେଶ ଦେଇଥିଲେ ଯେ, ସମଗ୍ର ନାରୀଜାତିକୁ ମାତୃଶକ୍ତି ଭାବି ପୂଜା କରିବୁ ଓ ଜଗତର ମଙ୍ଗଳ କରିବୁ । ମା’ଙ୍କୁ ସ୍ମରଣ କରି ଏହି ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମହା ଶ୍ମଶାନ କୂଳରେ ସ୍ଥାପନ କରିଥିଲେ ଶ୍ୟାମାକାଳୀ ପୀଠ । ଏହି ଉକ୍ତିକୁ ସେମାନେ ମନେପକାଇ ଭକ୍ତମାନଙ୍କୁ ଶୁଣାଇଥିଲେ । ଏହି ଜନ୍ମ ଉତ୍ସବ ଉପଲକ୍ଷେ ଶପଥ କୁମାର ମହାପାତ୍ରଙ୍କ ରଚିତ ‘କେତେ ଗାଁରେ କେତେ ନାଁରେ ପୂଜା ପାଉଛି ମୋର ମା’ରେ’ କବିତାଟିକୁ ବାବାଜୀ ଦିବାକର ଦାସ ଆବୃତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ଭକ୍ତ ଶ୍ରଦ୍ଧାଳୁ ତଥା ଶଙ୍କର ସାହୁ, ମନମୋହନ ସାହୁ, ଧନେଶ୍ୱର ସାହୁ ପରିଚାଳନା କରିଥିଲେ । ଏହି ଉସôବ ୧୯୪୪ ମସିହାଠାରୁ ପାଳନ ହୋଇଆସୁଛି । ଗୋଟିଏ ଛାତତଳେ ମା’ ଶ୍ୟାମାକାଳୀ ଓ ଦକ୍ଷିଣକାଳୀ ଏଠାରେ ପୂଜା ପାଉଥିବା ଦେଖିବାକୁ ମିଳିଥାଏ । ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଯୋଗଦେଇଥିଲେ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *