ଲୋକପ୍ରତିନିଧିଙ୍କୁ ଫେରାଇ ଆଣିବାର ଅଧିକାର!

ଶରତ କୁମାର ରାଉତ
ଆମ ଦେଶର ସଂସଦ ଓ ବିଭିନ୍ନ ରାଜ୍ୟ ବିଧାନସଭାରେ ସଦସ୍ୟ ମାନଙ୍କର ଅଶୋଭନୀୟ ଆଚରଣ, ଧସ୍ତାଧସ୍ତି ଆଦି ଘଟଣା ଭାରତ ବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବିଶେଷତଃ କିଛି ବର୍ଷ ତଳୁ ଆମ ସଂସଦ ଓ ବିଧାନସଭା ଗୁଡ଼ିକରେ ଯେଭଳି ଘଟଣା ଘଟି ·ଲିଛି ଓ ସଂସଦୀୟ ମର୍ଯ୍ୟାଦାର ହ୍ରାସ ବା କ୍ଷରଣ ହେଉଛି, ସେଥିରୁ ଲାଗୁଛି, ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ସଂସଦ ବା ବିଧାନସଭା ଗୁଡ଼ିକ “ହାସ୍ୟ ସଂସଦ” ବା “ହାସ୍ୟ ବିଧାନସଭା”ରେ ପରିଣତ ହୋଇଯିବ! ଗଣତନ୍ତ୍ରର ଏହି ମନ୍ଦିର ଗୁଡ଼ିକୁ ଆମେ ଯେଉଁ ଭଦ୍ର ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଉଛୁ, ସେମାନେ ଆମର ପ୍ରତିନିଧି ଓ ପ୍ରବକ୍ତା ମଧ୍ୟ । ଯଦିଓ ସେମାନଙ୍କ ଭିତରେ ଗଣତାନ୍ତ୍ରିକ ସଂସ୍କାର ରହିବ, ତେବେ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ ହୋଇପାରିବ । ତେଣୁ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ, ସଚ୍ଚୋଟ, ପ୍ରଖର ବକ୍ତାଙ୍କୁ ନିଜର ପ୍ରତିନିଧି ଭାବେ ନିର୍ବାଚିତ କରିବା ମତଦାତା ମାନଙ୍କର ଗୁରୁ ଦାୟିତ୍ୱ । ତେବେ ସଂବିଧାନ ପ୍ରଦତ ଅଧିକାର ଅନୁସାରେ ଲୋକେ ମତଦାନ ଦ୍ୱାରା ନିଜ ପ୍ରତିନିଧି ନିର୍ବାଚିତ କରିବାର ଅଧିକାର ଥିଲାବେଳେ ସେହି ପ୍ରତିନିଧିମାନେ ଅଦକ୍ଷ, ଅକର୍ମଣ୍ୟ ବା ଅବାଂଛିତ ପ୍ରମାଣିତ ହେବା ପରେ ସେମାନଙ୍କୁ ସଂସଦ ବା ବିଧାନ ସଭାରୁ ଫେରାଇ ଆଣିବାର ଅଧିକାର (ପାୱାର୍ ଅଫ୍ ରି-କଲ୍) ମତଦାତାଙ୍କର ନାହିଁ । ମାତ୍ର ବିଶ୍ୱର କେତେକ ଦେଶରେ ମତଦାତା ମାନଙ୍କର ଏଭଳି ଅଧିକାର ରହିଛି । ଏଇ ଅଧିକାର ନଥିବାରୁ ହିଁ ଆମ ଦେଶରେ ପ୍ରତିନିଧିମାନେ ନିଜ ମତଦାତା ମାନଙ୍କୁ ପ୍ରତାରଣା କରୁଛନ୍ତି ଓ ନିଜ ମର୍ଜ୍ଜିରେ କାମ କରୁଛନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ମନ ନଦେଇ ଲୋକଙ୍କ ସ୍ୱାର୍ଥ ଅପହରଣରେ ବ୍ୟସ୍ତ ରହୁଛନ୍ତି । ଅନ୍ୟ ପକ୍ଷରେ ବାହୁବଳ, ଅର୍ଥବଳ, ମାଫିଆବଳ ଓ କେତେକ କ୍ଷେତ୍ରରେ ମିଡ଼ିଆ ବଳର ବ୍ୟବହାର କରି ଜଣେ ଅତି ସହଜରେ ପ୍ରତିନିଧିତ୍ୱ ହାସଲ କରିପାରୁଛନ୍ତି । ଅତଏବ ସେହି ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାରବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ସହ ସମାନ । ଏଥିରେ ମତଦାତା ମାନଙ୍କର ମଧ୍ୟ କିଛି ଭୁଲ୍ ରହିଛି । କାରଣ ଭାରତୀୟ ମତଦାତା ଥରେ ନିଜ ମତଦାନ ଅଧିକାର ବ୍ୟବହାର କରିବା ପରେ ପୁଣି ନିର୍ବାଚନ ପାଖେଇ ଆସିଲେ ସଚେତନ ହୋଇଥାଏ । ଅର୍ଥାତ୍ ନିଜ ପ୍ରତିନିଧି ସେହି ସମୟ ମଧ୍ୟରେ ତାଙ୍କର ସଂସଦୀୟ କର୍ତବ୍ୟ ଠିକ୍ ଭାବେ ସମ୍ପାଦନା କରିଛନ୍ତି କି ନାହିଁ, ସେଥିପ୍ରତି ମତଦାତା ଦୃଷ୍ଟି ଦିଅନ୍ତି ନାହିଁ । ଏହାଛଡ଼ା ମତଦାତାମାନେ ନିର୍ବାଚନ ସମୟରେ ସହଜରେ ମଧ୍ୟ ପ୍ରଭାବିତ ହୋଇ ଯାଉଥିବା ଦେଖା ଯାଉଛି । ଯଦ୍ୱାରା ଅଯୋଗ୍ୟ, ଅପରାଧୀ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମଧ୍ୟ ପ୍ରତିନିଧିଭାବେ ନିର୍ବାଚିତ ହେଉଛନ୍ତି ।
ତେବେ ସଂସଦ ବା ବିଧାନସଭା ଅଧିବେଶନରେ ସଦସ୍ୟ ମାନଙ୍କ ଭିତରେ ଧସ୍ତାଧସ୍ତି ହେଉ କି ଅଶୋଭନୀୟ ଆଚରଣ ହେଉ କି ପ୍ରତିନିଧିଙ୍କ ଅନିୟନ୍ତ୍ରିତ ଆକ୍ରୋସ ଯୋଗୁ ଗୃହ ଭିତରେ ଅଚଳାବସ୍ଥା ସୃଷ୍ଟି ହେଉ, ଏସବୁ ଆମ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଲଜ୍ଜା ଓ ଅପମାନର କଥା । ସଂପ୍ରତି ସଂସଦ ବା ବିଧାନସଭା ଗୃହରେ ଯେଭଳି ଅସ୍ୱାଭାବିକ ଘଟଣା ଘଟୁଛି ଓ ଅଧିବେଶନ ବନ୍ଦ୍ ରହୁଛି, ସେଥିରୁ ଲାଗୁଛି, ଦେଶର ଧନ ଓ ସମୟ ଅକାରଣେ ବରବାଦ୍ ହେଉଛି! କିଛି ବର୍ଷ ତଳୁ ଓଡ଼ିଶା ଭଳି ଅନ୍ୟାନ୍ୟ ରାଜ୍ୟ ବିଧାନ ସଭା ଗୃହରେ ଯେଭଳି ବିଭିନ୍ନ ମୂଲ୍ୟବାନ୍ ସାମଗ୍ରୀ ଭଙ୍ଗାରୁଜା ହେଉଛି, ମଲ୍ଲଯୁ୍ଦ୍ଧ ହେଉଛି, ମାଇକ୍ ଷ୍ଟାଣ୍ଡ୍ ଭଙ୍ଗାଯାଇ ଫିଙ୍ଗା ହେଉଛି, ତାହା ମତଦାତା ମାନଙ୍କ ପାଇଁ ଘୋର ଚିନ୍ତାର ବିଷୟ ହୋଇଛି । ଏହା ଉପରେ ତୁରନ୍ତ ଉଚିତ ପଦକ୍ଷେପ ନିଆଯିବା ଉଚିତ । ସାମାଜିକ ଜୀବନରେ ମୂଲ୍ୟବୋଧର ଅଭାବ ଯୋଗୁ ଭାରତୀ ୟମାନେ ଯେଭଳି ବଂଚୁଛନ୍ତି ଓ ଆମ ଦେଶର ଭାଗ୍ୟ ବିଧାତା-କର୍ଣ୍ଣଧାରଙ୍କ ଭିତରେ କର୍ତବ୍ୟ-ଚେତନାର ଦାରିଦ୍ର୍ୟ ଥିବା ଦେଖା ଯାଉଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆମକୁ ଶାଳୀନତା ଓ ସଂସଦୀୟ ଆଚରଣର ସାଧନା କରିବାକୁ ପଡ଼ିବ । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଖ୍ୟାତ ଦାର୍ଶନିକ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏଇ ନୈତିକ ଦୂରବସ୍ଥା ଉପେର କଟାକ୍ଷ କରି କହିଥିଲେ “ଆମେ କର୍ତବ୍ୟ ବୋଧର ଦୁର୍ଭିକ୍ଷ ଓ ବିବେକହୀନ ଯୁଗରେ ବଂଚୁଛେ ତଥା ଚରିତ୍ର ଓ ଅନ୍ତରାତ୍ମାର ସଙ୍କଟରେ ପୀଡ଼ିତ!” ସଂସଦ, ବିଧାନସଭା, ରାଜନୀତିକ ମଂଚ ତଥା ସାମାଜିକ ଜୀବନରେ ଆଜି ମଧ୍ୟ ସିଦ୍ଧାନ୍ତ ନିଷ୍ଠ ଓ ମୂଲ୍ୟବୋଧ ବଂଚଛି, ଏମାନଙ୍କ ଉପରେ ଆଜି ମଧ୍ୟ ଲୋକଙ୍କର ଆସ୍ଥା ରହିଛି । ମାତ୍ର ଏହାର ବିପରୀତ ରାଜନୀତିରେ ଅପରାଧୀ କରଣର ପ୍ରବୃତି ବଢ଼ି ·ଲିଛି । ଏବେ ଅପରାଧ ଓ ଅପରାଧିକ ପ୍ରବୃତିର ହିଁ ରାଜନୀତି କରଣ ହୋଇ ·ଲିଛି । ଯଦ୍ୱାରା ଅଭଦ୍ର ଓ ଅପରାଧୀ ମାନଙ୍କୁ ପ୍ରୋସôାହନ ମିଳୁଛି । ଏଇ ଅବସ୍ଥାରେ ସବୁ ବର୍ଗର ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବ । ସଂସଦୀୟ ଆଚରଣର ଗରିମା ବଜାୟ ରଖିବା ପାଇଁ ବେଳେ ବେଳେ ଉପଯୁକ୍ତ ବ୍ୟବସ୍ଥା ହେଉଛି ସତ, ମାତ୍ର ଏଥିପ୍ରତି ଲୋକ ପ୍ରତିନିଧିମାନେ ସଚେତନ ହେଉ ନାହାନ୍ତି । ସାଂପ୍ରତିକ ଅବସ୍ଥାରୁ ସ୍ପଷ୍ଟ ହେଉଛି ଯେ, ଆମ ସଂସଦ ବା ବିଧାନସଭା ମାନଙ୍କରେ ଅଶୋଭନୀୟ ଆଚରଣକୁ ଆଉ ନିୟନ୍ତ୍ରଣ କରାଯିବା ସମ୍ଭବ ନୁହେଁ । କାରଣ ବେଳେବେଳେ ମଣିଷ ଜାଣିଶୁଣି ଭୁଲ କରେ । ଅର୍ଥାତ୍ ଭୁଲ୍ କରୁଛି ବୋଲି ସେ ଜାଣେ । ଜାଣିଶୁଣି ଭୁଲ୍ କରିବା କେବଳ ଅପରାଧ ପ୍ରବୃତିର ଲୋକଙ୍କ ଦ୍ୱାରା ସମ୍ଭବ । ତେଣୁ ଆମ ରାଜନୀତିରେ ଅପରାଧ ପ୍ରବେଶ କରିଥିବାରୁ ସଂସଦ ବା ବିଧାନସଭାରେ ଅଶୋଭନୀୟ କାର୍ଯ୍ୟକୁ ରୋକିବା ସମ୍ଭବ ନୁହେଁ ।
ଏଇ ଅବସ୍ଥାରେ ପ୍ରତିନିଧିମାନଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ କେବଳ ମତଦାତା ମାନେ ଉପଯୁକ୍ତ । ସେମାନଙ୍କୁ ପର୍ଯ୍ୟାପ୍ତ ଅଧିକାର ଦେବାର ଆବଶ୍ୟକତା ରହିଛି । ମୁଖ୍ୟତଃ ନିଜ ପ୍ରତିନିଧିମାନଙ୍କୁ ସଂସଦ ବା ବିଧାନ ସଭାରୁ ଫେରେଇ ଆଣିବାର ଅଧିକାର ଅର୍ଥାତ୍ “ପାୱାର ଅଫ୍ ରି-କଲ୍” ମତଦାତାମାନଙ୍କୁ ଦେବାକୁ ହେବ! ଏହା ଦ୍ୱାରା ପ୍ରତିନିଧିମାନଙ୍କର ପ୍ରତିନିଧିତ୍ୱ ·ଲିଯିବାର ଭୟ ରହିବ । ସେମାନେ ଗଣତାନ୍ତ୍ରିକ ଧାରାରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଲୋକଙ୍କ ସେବାରେ ସମୟ ବିତାଇବେ । ଲୋକଙ୍କ ସ୍ୱାର୍ଥ ଅପହରଣ କରିବାକୁ ଭୟ କରିବେ । ଆଉ ସଂସଦ ଓ ବିଧାନସଭାରେ ଧସ୍ତାଧସ୍ତି ବା ଅଶୋଭନୀୟ ଆଚରଣ କରିବାକୁ ଭାବି ପାରିବେ ନାହିଁ । ତେବେ ଖୁବ୍ ଶୀଘ୍ର ମିଳିବ ବୋଲି ମତଦାତା ମାନଙ୍କର ଆଶା ଦୃଢୀଭୁତ ହେଉଛି । ସାଧାରଣ ଲୋକଙ୍କୁ ଏଇ ଅଧିକାର ଦେବା ପାଇଁ ସମାଜସେବୀ ଆନ୍ନା ହଜାରେଙ୍କ ଭଳି ଅନେକ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ଆନେ୍ଦାଳନ ଓ ଅନଶନ କରିଛନ୍ତି । ବାସ୍ତବତା ଦେଖାଗଲେ, ଆମ ନିର୍ବାଚନ ବ୍ୟବସ୍ଥାରେ ସଂଶୋଧନର ଆବଶ୍ୟକତା ଅନୁଭୂତ ହେଉଛି । ତେବେ ଆନ୍ନାଙ୍କ ଦାବି ଅନୁଯାୟୀ କିଛିବର୍ଷ ତଳୁ ବାଲାଟ୍ ପେପର୍ ରେ ପ୍ରାର୍ଥୀଙ୍କ ନାମ ରହିବା ସହ ନାକଚ ପାଇଁ ମଧ୍ୟ ଉଲ୍ଲେଖ ରହୁଛି । ଅର୍ଥାତ୍ ଜଣେ ଭୋଟର ଚାହିଁଲେ ସମସ୍ତ ପ୍ରାର୍ଥୀଙ୍କୁ ନାକଚ କରି ପାରୁଛି । ଯେଉଁ ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ମତଦାତା ସବୁ ପ୍ରାର୍ଥୀଙ୍କୁ ନାକଚ କରିବେ, ସେଠାରେ ସାନି ନିର୍ବାଚନ ହେବ! ଏହାଦ୍ୱାରା ଦୁର୍ନୀତିଗ୍ରସ୍ତ, ଖଳ ପ୍ରକୃତିର ପ୍ରାର୍ଥୀ ପୁନଶ୍ଚ ପ୍ରାର୍ଥୀ ହେବାକୁ ମନ କରିବେ ନାହିଁ । ଫଳତଃ ଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହେବେ! ପ୍ରକାଶନୀୟ ଯେ, ବହୁ ବର୍ଷ ତଳୁ ଜନଲୋକପାଳ ବିଲ୍ ସଂସଦରେ ଗୃହୀତ ହୋଇ ପାରୁ ନଥିବାବେଳେ ଆନ୍ନାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଛି । ମାତ୍ର ଏପର୍ଯ୍ୟନ୍ତ ଏହା ସାରା ଦେଶରେ କାର୍ଯ୍ୟକାରୀ ହୋଇ ନାହିଁ । ସେହିପରି ଆମ ନିର୍ବାଚନ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କୁ ଫେରାଇ ଆଣିବାର ଅଧିକାର ଲୋକଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ । ଖୁବ୍ ଶୀଘ୍ର ଏହି ଅଧିକାର ମିଳିଯିବ ବୋଲି ମତଦାତା ମାନେ ଦୃଢ ନିଶ୍ଚିତ ଅଛନ୍ତି । ବର୍ତମାନ କେବଳ ସେହି ସ୍ମରଣୀୟ ଦିନକୁ ଅପେକ୍ଷାର ବେଳ!

Leave a Reply

Your email address will not be published. Required fields are marked *