ଆର୍ଯ୍ୟନ୍ ମହାବିଦ୍ୟାଳୟରେ ଜାତୀୟ ପାଠ୍ୟଚକ୍ର ଉଦଘାଟିତ

ଭୁୁବନେଶ୍ୱର, (ଆଇଏନ୍ଏସ୍): ଆର୍ଯ୍ୟନ୍ ମହାବିଦ୍ୟାଳୟରେ ବିପୁୟୁଟି ଦ୍ୱାରା ପ୍ରାୟୋଜିତ ଜାତୀୟ ପାଠଚକ୍ର ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଯାନ୍ତ୍ରିକ ଶିକ୍ଷା ବିଭାଗ ଦ୍ୱାରା ଦୁଇଦିନ ବ୍ୟାପି ହେବାକୁ ଥିବା ଏହି ପାଠ୍ୟଚକ୍ରରେ ସାଂପ୍ରତିକ ଯାନ୍ତ୍ରିକ ଜ୍ଞାନ କୌଶଳ ଉନ୍ନତିକରଣ ବିଷୟ ରଖାଯାଇଛି ।
ଆଜି ଅନୁଷ୍ଠିତ ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆଇଆଇଟି, ଖଡଗପୁରର ଅବସରପ୍ରାପ୍ତ ପ୍ରଫେସର ଡ. ଶରତ ଚନ୍ଦ୍ର ପାଣିଗ୍ରାହୀ ପାଠ୍ୟଚକ୍ର ଉଦ୍ଘାଟନ କରି ଯାନ୍ତ୍ରୀକ ଶିକ୍ଷାରେ ନୂତନ ଜ୍ଞାନକୌଶଳ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ରୂପରେ ତାମିଲନାଡୁ ଏସ୍ଆର୍ଏମ୍ର ବିଭାଗୀୟ ମୁଖ୍ୟ ଭୁଲୋକ ସୁନ୍ଦର ମନାନ୍ତି, ମେକାନିକାଲ ଇଂଜିନିୟରିଂର କୌଶଳ ବୃଦ୍ଧିକରଣ ଉପରେ ଗୁରୁତ୍ୱାରୋପ କରି ଅନୁଭାଷୀ ମାନଙ୍କୁ ସାମାଜିକ ସେବାରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରାଉରକେଲା ଏନ୍ଆଇଟିର ପ୍ରଫେସର ଶିବଶଙ୍କର ମହାପାତ୍ର ଯୋଗ ଦେଇଥିଲେ । ଆର୍ଯ୍ୟନ୍ ମହାବିଦ୍ୟାଳୟର ନିଦେ୍ର୍ଦଶିକା ମଧୁମିତା ପରିଡାଙ୍କ ପୃଷ୍ଟପୋଷକତାରେ ଜାତୀୟ ସ୍ତରର ପାଠ୍ୟଚକ୍ର ଆୟୋଜନରେ ସହାୟକ ହୋଇଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ ।
ସର୍ବପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶରତ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ମହାବିଦ୍ୟାଳୟର ଡିନ୍ ଏକାଡେମିକ୍ ପ୍ରଫେସର ଅମୀୟ କୁମାର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ଆର୍ଯ୍ୟନ୍ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅ୍ମାପିକା ବୃନ୍ଦ ଓ ବିଭିନ୍ନ ମହାବିଦ୍ୟାଳୟର ନିମନ୍ତ୍ରିତ ସଭ୍ୟମାନେ ସେମାନଙ୍କର ସୁଚିନ୍ତିତ ସାଂପ୍ରତିକ ଯାନ୍ତ୍ରିକ ଜ୍ଞାନ କୌଶଳ ଉନ୍ନତିକରଣର ଆଲୋଚନା ଚକ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ପ୍ରଫେସର ବିରଂଚି ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋକ ସୁନ୍ଦର ମହାନ୍ତି, ଭାଗ୍ୟଶ୍ରୀ ପଣ୍ଡା, ଚିନ୍ମୟ ପ୍ରସାଦ ନନ୍ଦ, ପ୍ରଭଞ୍ଜନ ମଣ୍ଡଳ, ମାତୃଜିତ୍ ମହାନ୍ତି, ସତ୍ୟଜିତ୍ ମହାନ୍ତି, କବିତା ମେହେର ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ସକ୍ରିୟ ଭାବେ ଅଂଶଗ୍ରହଣ କରି ପାଠ୍ୟଚକ୍ରକୁ ସୁଚାରୁରୂପେ ସଂପାଦିତ କରିଥିଲେ ।

Leave a Reply

Your email address will not be published. Required fields are marked *