ଉପକୂଳବାସୀଙ୍କର ସୁରକ୍ଷା ପାଇଁ ବିଶାଳ ପଥର ବନ୍ଧ ନିର୍ମାଣ ହେଉ

ମହାକାଳପଡ଼ା/ରାଜନଗର, (ଆଇଏନ୍ଏସ୍): ୧୯୬୭ ଓ ୧୯୭୨ ସାମୁଦ୍ରିକ ମହାପ୍ଲାବନରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇର ଓ ମହାକାଳପଡ଼ାର ଅନେକ ଧନ-ଜୀବନ ନଷ୍ଟ ହୋଇ ଥିବାବେଳେ ୧୯୮୨ ସାମୁଦ୍ରିକ ଜୁଆରରେ ଉପକୂଳବାସୀଙ୍କର ପ୍ରଭୃତ କ୍ଷୟକ୍ଷତି ହୋଇଥିଲା । ୧୯୯୯ ର ପ୍ରଳୟଙ୍କରୀ ବାତ୍ୟା ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ଆହୁରି ଭାଙ୍ଗି ଦେଇଥିଲା । ସମୁଦ୍ର ତଟ୍ଟବର୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ । ଅନେକ ଗାଁ ବଙ୍ଗୋପସାଗର ଓ ହଂସୁଆ ନଦୀର ମହାପ୍ଲାବନରେ ମିଳେଇ ଯାଇଛି । ସାତଭାୟା ଭଳି କେତେକ ଗାଁ କେଉଁ ମୁହୂର୍ତରେ ତାର ମହାପ୍ଲାବନରେ ଲୀନ ହୋଇଯିବ, ଭଗବାନଙ୍କୁ ଜଣା । ଏଣୁ ଉପକୂଳବାସୀଙ୍କର ସୁରକ୍ଷା ପାଇଁ ଧାମରା ମୁହାଣ ଠାରୁ ମହାନଦୀ ତି୍ରକୋଣଭୂମି (ପାରାଦୀପ) ପର୍ଯ୍ୟନ୍ତ ବରୁଣେଇ ଦେଇ ବିଶାଳ ପଥର ପନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *