କେନ୍ଦ୍ରାପଡ଼ାରେ ଅଧିକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦାବି

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, (ଆଇଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ଡ଼ାକ୍ତର, ଷ୍ଟାଫ୍ ନର୍ସ, ମହିଳା ସ୍ୱାସ୍ଥ୍ୟକର୍ମୀ/ଏଏନ୍ଏମ୍, ପୁରୁଷ ସ୍ୱାସ୍ଥ୍ୟକର୍ମୀ,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ଓ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ଅଧିକାଂଶ ଖାଲି ପଡ଼ିଥିବାରୁ ସାରା ଜିଲ୍ଲାରେ ସ୍ୱାସ୍ଥ୍ୟେସେବା ପ୍ରଭାବିତ ହେଉଛି । ରୋଗୀ ଓ ଲୋକ ସଂଖ୍ୟା ଅନୁଯାୟୀ ଏଠାରେ ଅଧିକ ଡ଼ାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତିର ଆବଶ୍ୟକତା ଥିବାବେଳେ କେତେକ ମଂଜୁରୀ ପ୍ରାପ୍ତ ଡ଼ାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡ଼ିଛି । ଅନ୍ୟପକ୍ଷରେ ଏହି ଜିଲ୍ଲାରେ ନିଯୁକ୍ତିପାଇ ଥିବା କେତେକ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଅନ୍ୟ ସ୍ଥାନରେ ଡ଼େପୁଟେସନ୍ରେ ରହିଥିବା କୁହାଯାଉଛି । ସେମାନୀଙ୍କୁ ତୁରନ୍ତ ଫେରାଇ ଆଣିବା ସହ ଅଧିକ ଡ଼ାକ୍ତର ଓ କର୍ମଚରାରୀଙ୍କୁ ଏଠାରେ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *