ସ୍ୱାସ୍ଥ୍ୟ ବିଭାଗରେ ସୂଚନା ଅଧିକାର ଆଇନ ଉଲଂଘନ

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସୂଚନା ଅଧିକାର ଆଇନ-୨୦୦୫ ଉଲଂଘନ ହୋଇ ଚାଲିଛି । ବିଭାଗୀୟ ଜନ ସୂଚନା ଅଧିକାରୀ ତଥା ପ୍ରଥମ ଅପିଲ୍ କର୍ତୁପକ୍ଷ ସୂଚନା ଆଇନ ସଂପର୍କରେ ବିଜ୍ଞ ନଥିବାରୁ ବିଭାଗରେ ସୂଚନା ଅଧିକାର ଆଇନ ବିଫଳତା ଦିଗରେ ଗତି କରୁଛି । ଏଥିଯୋଗୁ ସୂଚନା ଅଧିକାର କର୍ମୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅଧିକାର ଆଇନ-୨୦୦୫ ର ନିୟମ ଅନୁଯାୟୀ ରାଜ୍ୟ ସରକାର କୌଣସି ବିଭାଗରେ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତୁପକ୍ଷଙ୍କୁ ନିଯୁକ୍ତି ଦେବା ପୂର୍ବରୁ କିମ୍ବା ପରେ ସୂଚନା ଆଇନ ସଂପର୍କରେ ସେମାନଙ୍କୁ ପ୍ରଶିକ୍ଷିତ କରାଇବା ଉଚିତ । ଏଥିପ୍ରତି ବିଭାଗୀୟ ସଚିବ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସୂଚନା ଅଧିକାର କର୍ମୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *