ଶକ୍ତିଶାଳୀ ହିନ୍ଦୁ ସାମ୍ରାଜ୍ୟର ପତନ ହେଲା କାହିଁକି?

ହିନ୍ଦୁତ୍ୱ କୁ ନେଇ ଆକାଶ ପାତାଳ ଏକ କରି ଦେଉଥିବା ସେହି ନେତା ମାନଙ୍କ ମଧ୍ୟରୁ ଅନେକ ଜାଣି ନାହାନ୍ତି ଯେ, ନୁ୍ୟୟର୍କ ର ଟାଇମ ପତ୍ରିକା ୨୦୧୯ ମସିହା ରେ ସାରା ପୃଥିବୀ ର ଯେଉଁ ୫୨ ଟି ଦର୍ଶନୀୟ ସ୍ଥାନ ର ତାଲିକା ପ୍ରସ୍ତୁତ କରିଛି ତାହାର ଦ୍ୱିତୀୟ ସ୍ଥାନ ରେ ଅଛି ହାମ୍ପି, ଯାହାକି ଦିନେ ପ୍ରାଚୀନ ହିନ୍ଦୁ ସାମ୍ରାଜ୍ୟ ବିଜୟନଗରର ରାଜଧାନୀ ଥିଲା । ଦକ୍ଷିଣ ଆମେରିକାର ପୁର୍ଟୋରିକ ପରେ ଓ ଭାରତର ଏକମାତ୍ର ସ୍ଥାନ ରୂପେ ଏହା ମନୋନୀତ ହୋଇଛି । ଏହି ରାଜ୍ୟ ଚର୍ତୁଦଶ ଶତାଦ୍ଧୀର ମଧ୍ୟ ଭାଗରୁ ପ୍ରାୟ ଦୁଇଶ ବର୍ଷ ଧରି ଦାକ୍ଷିଣାତ୍ୟ ରେ ହିନ୍ଦୁ ଧର୍ମର ବିଜାୟ ଧ୍ୱଜା ଉଡାଇ ରଖିଥିଲ । ୧୯୮୬ ମସିହା ରୁ ଏକ ଐତିହାସିକ ସ୍ମାରକୀ ରୁପେ ଏହା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ହୋଇଅଛି ।
ହାମ୍ପୀ ଥିଲା ସେହି ଶକ୍ତିଶାଳୀ ଓ ବିଭବଶାଳୀ ରାଜ୍ୟର ରାଜଧାନୀ । ପୁରାଣର କିସ୍କିନ୍ଧା ଏହି ସ୍ଥାନରେ ଥିଲା ବୋଲି ବିଶ୍ୱାସ କରାଯାଏ । ଏବେ ବି ମାଲ୍ୟବନ୍ତ ଗିରି, ରୁଷ୍ୟମୁକ ପାହାଡ, ମାତଙ୍ଗ ଆଶ୍ରମ, ସୁଗ୍ରୀବ ଲୁଚିଥିବା ଗୁମ୍ଫା ଚିହ୍ନଟ ହୋଇଛି ିା ସେ ସମୟରେ ଆସିଥିବା ଅନେକ ଭ୍ରମଣକାରୀଙ୍କ ମତରେ, ଏହା ସେସମୟର ପୃଥିବୀ ର ସବୁଠାରୁ ବିଭବଶାଳୀ ନଗରୀ ଥିଲା । ଏହି ରାଜ୍ୟ ର ମୁଳୁଦୁଆ ପଡିଥିଲା ୧୩୩୬ ମସିହାରେ । ଦିଲ୍ଲୀ ସୁଲତାନ ଆଲ୍ଲାଉଦିନ ଖିଲିଜ ଓ ମହମଦ ତୋଗଲକ୍ ଙ୍କ ବର୍ବର ଆକ୍ରମଣ ରେ ଦକ୍ଷିଣ ର ଅନେକ ପ୍ରତିଷ୍ଠିତ ରାଜ୍ୟ ୍ୟଥା ଓାରାଙ୍ଗଲ,ଦ୍ୱାରସମୁଦ୍ର,କାକତୀୟ, ହୟଶାଳ,ଯାଦବ , କାମ୍ପିଲ୍ୟ ଆଦି ଧ୍ୱଂସ ହୋଇଗଲେ । ବିଦ୍ୟାରଣ୍ୟ ନାମରେ ଜଣେ ସନ୍ୟାସୀ ହରିହର ଓ ବୁକକ୍ାନାମରେ ଦୁଇ ଭାଇ ଙ୍କୁଏକ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା ପାଇଁ ଉପଦେଶ ଦେଲେ ଓ ନିଜେ ତୁଙ୍ଗଭଦ୍ରା ନଦୀ କୂଳ ରେ ରାଜଧାନୀ ପାଇଁ ଏକ ସ୍ଥାନ ନିରୁପଣ କଲେ । ସନ୍ୟାସୀ ଙ୍କ ନାମ ଅନୁସାରେ ଏହାର ନାମ ରଖାଗଲା ବିଦ୍ୟାନଗର,ଏହା ପରେ ବିଜୟନଗର ରେ ପରିଣତ ହେଲା ।ଏହାକୁ ପମ୍ପା କ୍ଷେତ୍ର ମଧ୍ୟ କୁହାଯାଉଥିଲା । ବର୍ତମାନ ଏହା କର୍ଣ୍ଣାଟକ ରାଜ୍ୟର ବାଲେରି ଜିଲ୍ଲାର ହସପେଟ ସହର ନିକଟରେ ରହିଅଛି ।
ପ୍ରଥମେ ତୁଙ୍ଗଭଦ୍ରା ନଦୀର ବାମ ପାଶ୍ୱର୍ ରେ ରାଜଧାନୀ ଅନଗଣ୍ଡା ଠାରେ ଥିଲା । ପରେ (ହରିରାୟ-୧) ଏହା ଦକ୍ଷିଣ ପାଖ କୁ ସ୍ଥାନାନ୍ତର କଲେ । ଏହି ସାମ୍ରାଜ୍ୟ ଆରବ ସାଗରରୁ ବଙ୍ଗୋପ ସାଗର ଓ କୃଷ୍ଣାନଦୀ ଠାରୁ କନ୍ୟାକୂମାରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ପ୍ରାୟ ୨୦୦ ବର୍ଷ ଧରି ଷାଠିଏ ଜଣ ରାଜା ସଙ୍ଗମ (୧୩୩୬-୧୪୮୫),ସାଲୁଭ(୧୪୮୫-୧୫୦୫) ଓ ତୁଲୁଭ(୧୫୦୫-୧୫୬୫ )ବଂଶର ଏଠାରେ ରାଜୁତି କରିଥିଲେ । ସେମାନଙ୍କ ମଧ୍ୟରେ ହରିହର,ଅଚ୍ୟୁତ ରାୟ, ଦେବ ରାୟ, ବୀର ନରସିଂ, କୃଷ୍ଣଦେବରାୟ ବିଖ୍ୟାତ ଥିଲେ । ବିଜୟ ନଗରର ଶ୍ରେଷ୍ଠ ନରପତି କୃଷ୍ଣଦେବ ରାୟ ୧୫୦୯ ଠାରୁ ୧୫୩୪ ମସିହା ପର୍ଯ୍ୟନ୍ତ ରାଜା ଥିଲେ । ସେ ଦାକ୍ଷିଣାତ୍ୟ ର ମୁସଲମାନ ଶାସକ ମାନଙ୍କୁ ବାରମ୍ବାର ପରାସ୍ତ କରିଥିଲେ । ଉକ୍ତଳର ଗଜପତି ପ୍ରତାପରୁଦ୍ର ଦେବ ଏହାଙ୍କ ଦ୍ୱାରା ପରାସ୍ତ ହୋଇ ଗୋଦାବରୀ ର ଦକ୍ଷିଣ କୁ ସମସ୍ତ ରାଜ୍ୟ ଛାଡି ଦେଇଥିଲେ । କୃଷ୍ଣ ଦେବ ଙ୍କ ପରେ ଅଚୁ୍ୟତରାୟ ରାଜା ହେଲେ । ତାଙ୍କ ପରେ ପୁଅ ସଦାଶିବ କୁ ଗୃହ ବନ୍ଦୀ କରି ଜ୍ୱାଇଁ ଆଲିୟା ରାମାରାୟ ରିଜେଂଟ ରୂପେ ରାଜ୍ୟ ଶାସନ କଲେ ।
ଦକ୍ଷିଣ ରେଏହି ସମୟରେ ବାହାମାନୀ ନାମକ ଶକ୍ତିଶାଳୀ ମୁସଲମାନ ରାଜ୍ୟ ଗୁଲବର୍ଗା ଠାରେ ଗଢି ଉଠିଲା(୧୩୩୭) । ପରେ ଏହା ଅହମଦନଗର,(ନିଜାମ ସାହି)ବିଜାପୁର(ଆଦିଲ ସାହୀ),ଗୋଲକୁଣ୍ଡା(କୁତବ ସାହୀ),ବିଦର,ବେରାର ଇତ୍ୟାଦି ରେ ଖଣ୍ଡ,ଖଣ୍ଡ ହୋଇଗଲା । ସେମାନଙ୍କ ସାଙ୍ଗ ରେ ବିଜୟନଗର ର ସବୁବେଳେ କଳହ ଲାଗି ରହିଲ । ସୁଲତାନ ମାନଙ୍କ ମଧ୍ୟରେ ବିବାଦର ସୁବିଧା ନେଇ ବିଜାୟ ନଗର ସବୁବେଳେ ଜିତୁ ଥିଲା । ମାତ୍ର ହଟାତ ସୁଲତାନ ମାନେ ବିବାଦ ଭୁଲି ଏକଜୁଟହୋଇ ବିଜୟନଗର ଆକ୍ରମଣ କଲେ । ୨୬ ଜାନୁୟାରୀ ୧୫୬୫ ମସିହା ଦିନ ତାଲିକୋଟା(ରାକ୍କାସାଗି ଓ ଟାଙ୍ଗାଡିଗି) ଠାରେ ଏହି ଯୁଦ୍ଧ ହୋଇଥିଲା । ତାଲିକୋଟା ବିଜାପୁର ସହର ଠାରୁ ଅଶି କିଲୋମିଟର ଦୂରରେ ଅବସ୍ଥିତ ।ଏହି ଯୁଦ୍ଧରେ ପୃଥିବୀ ର ସବୁଠାରୁ ବଡ କମାଣ ବିଜାପୁର(ଆଦିଲ ଶାହୀ) ତରଫରୁ ଅଣା ଯାଇଥିଲା । ବିଜୟନଗର ତରଫରେ ଅନେକ ମୁସଲମାନ ସୈନ୍ୟ ଥିଲେ । ହଠାତ ଦୁଇଜଣ ମୁସଳମାନ ସେନାପତି ବିଶ୍ୱାସଘାତକତା କରି ରାମାରାୟଙ୍କର ମୁଣ୍ଡକାଟ କରିଦେଲେ । ଏଭଳି ଭୟଙ୍କର ଘଟଣା ଦେଖି ହିନ୍ଦୁ ସୈନ୍ୟ ମାନେ ପଳାୟନ କଲେ । ମୁସଲମାନ ସୈନ୍ୟ ମାନେ ଗୋଡେଇ ଗୋଡେଇ ହିନ୍ଦୁ ସୈନ୍ୟ ମାନଙ୍କୁ ହତ୍ୟାକଲେ । ରାଜାଧାନୀ କୁ ମାସ ମାସ ଧରି ଭାଙ୍ଗିଲେ । ନିଆଁ ଲଗାଇ ସବୁ ପାଉଁଶ କରିଦେଲେ । ହଜିଗଲା ବିଜୟନଗର ର ଗୌରବମୟ କାହାଣୀ ।
ବିଜୟ ନଗର ର ଭଗ୍ନ ରାଜଧାନୀ କୁ ହାମ୍ପୀ କୁହାଯାଉଛି । ତୁଙ୍ଗଭଦ୍ରା ନଦୀ ର ଦକ୍ଷିଣ ପାଶ୍ୱର୍ରେ ମାଇଲ ମାଇଲ ବ୍ୟାପି ଏହାର ଧ୍ୱଂସାବଶେଷ ଖେଳେଇ ହୋଇ ପଡିଛି ପ୍ରାୟ ୬୦୦ ବର୍ଗମାଇଲ ଅଂଚଳ ରେ । ଚାରୋଟି ଭାଗ ରେ ଏହି ନଗର ନିର୍ମିତ ହୋଇଥିଲା । ନଦୀ କୂଳରେ ଦେବସ୍ଥାନମାନ ସ୍ଥାନ ପାଇଥିଲା । ସେହିମନ୍ଦିର ମାନ ହେଲେ ରାଜ୍ୟର ମୁଖ୍ୟ ଦେବତା ବିରୁପାକ୍ଷ(ଶିବ), ତାଙ୍କ ସ୍ତ୍ରୀ ତଥା ବ୍ରହ୍ମା ଙ୍କ କନ୍ୟା ପମ୍ପା, ବିଠଲ ବା ବିଷ୍ଣୁ ମନ୍ଦିର, କୃଷ୍ଣ ମନ୍ଦିର, ଗରୁଡ, ଗଣେଶ ମନ୍ଦିର ଓ ଭେଙ୍କେଟଶ୍ୱର ମନ୍ଦିର । ସବୁ ମନ୍ଦିରରେ ପ୍ରାଚୀର,ଗୋପୁରମ, ହଜାର ଖମ୍ବ ଥାଇ କଳ୍ୟାଣ ମଣ୍ଡପ ପରିକ୍ରମା,ପୁଷ୍କରିଣୀ ଇତ୍ୟାଦି ସ୍ଥାନ ପାଇଥିଲା । ଏହାପରେ ୪ମାଇଲ ବ୍ୟାପି ଜଳସେଚିତ କୃଷିକ୍ଷେତ୍ର ଥିଲା ।ଏହାପରେ ରାଜା ଓ ସେନାପତି ମାନଙ୍କର ବାସସ୍ଥାନ ଥିଲା । ପ୍ରତି ପ୍ରାସାଦ ଚାରିକଡରେ ଉଚ୍ଚା ପ୍ରାଚୀର ମାନଥିଲା । ରାଣୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାସାଦ, ସ୍ନାନ ଗୃହ ଥିଲା । ରାଜ ପ୍ରାସାଦ ରେ ହଜାର ରାମ ମନ୍ଦିର ତିଆରି ହୋଇଥିଲା । ହାତୀ ଶାଳ, ଅଶ୍ୱଶାଳ, ପରେଡ ପଡିଆ ସ୍ଥାନ ପାଇଥିଲା । ମୁସଲମାନ ସୈନ୍ୟ ମାନଙ୍କ ପାଇଁ ସ୍ୱତନ୍ତ୍ର ସାହି ତିଆରି ହୋଇଥିଲା
ଏହାପରେ ସାଧାରଣ ଲୋକଙ୍କ ବାସସ୍ଥାନ,ବଜାର ମାନ ଥିଲା । ସୁନା, ରୁପା, ରନôରେ ବିପଣୀ ପୁରିଥିଲା । ତାଲିକୋଟା ଯୁଦ୍ଧ ପରେ ରାମାରାୟଙ୍କ ଭାଇ ଚନ୍ଦ୍ରଗିରି ଚାଲିଯାଇ ଅରଭିଡ ବଂଶ ପ୍ରତିଷ୍ଠା କରିଥିଲେ । କାଳକ୍ରମେ କାଲାଡି, ଚିତ୍ରଦୁର୍ଗ, ଭେଲୋର, ମଦୁରାଇ, ତାଞ୍ଜାଭୁର ଆଦି ରାଜ୍ୟ ରେ ବିଭକ୍ତ ହୋଇ ନାୟକ ମାନେ ଶାସନ କରିଥିଲେ । ପରେ ମରହଟ୍ଟା, ମହିଶୁର ଓ ବ୍ରିଟିଶ ମାନେ ସେଗୁଡିକୁ ଅଧିକାର କରିଗଲେ ।
ନିକୋ୍ଲକଂଟି(ଇଟାଲି), ଅବଦାର ରଜାକ(ପର୍ସିଆ), ଡାରେତ ବାରବୋସା,ଦେମିଙ୍ଗୁପ ଏସ, ଫରରାଜୋ -ନାଜ(ପର୍ତୁଗାଲ), ଏହି ରାଜ୍ୟ ଭ୍ରମଣ କରି ଏହା ସେତେବେଳର ପାରିସ, ରୋମ, ଲଣ୍ଡନ, ଲିସବନ୍ ଠାରୁ ବଡ ଥିଲା ବୋଲି ଲେଖିଛନ୍ତି । ଏହାର ଲୋକସଂଖ୍ୟା ଥିଲା ୫ଲକ୍ଷ । ରାଜ୍ୟ ରେଥିଲା ୬୦ଟି ବନ୍ଦର । ରର୍ବଟସିୱେଲ ତାଙ୍କର,ଏକ ପୁସ୍ତକରେ କହିଛନ୍ତି, “With fire and sword,with crowbar and axe,they carried on, day after day the work of destruction ,no where in history of world,perhaps such havoc has been wrought turning the most beautiful city in to ashes.”

ଆଲିଆ ରାମାରାୟ ବି ସେକୁଲାର ଥିଲେ । ରଜା ହେବା ଆଗରୁ ସେ ଗୋଲକୁଣ୍ଡା ସୁଲତାନ ଙ୍କ ପାଖରେ ସେନାପତି ଥିଲେ । ଆସିଲାବେଳେ ଶ୍ରଦ୍ଧାରେ ଅନେକ ମୁସଳମାନ ସୈନ୍ୟ ମାନଙ୍କୁ ଆଣି ନିଜ ସୈନ୍ୟ ବାହିନୀ ରେ ରଖିଥିଲେ ।ସେହିମାନେ ୍ୟୁଦ୍ଧ ଚାଲୁଥିବା ବେଳେ ଚଂଚକତା କରି ତାଙ୍କର ମୁଣ୍ଡ କାଟି ଥିଲେ । କଟାମୁଣ୍ଡ ଏବେବି ମନେ ପକାଏ, “ସେକୁଲାରର ଅର୍ଥ କଣ?” ସେଇଥି ପାଇଁ ଏ କାହାଣୀ ଲୋକ ମାନଙ୍କୁ ଜାଣି ବାକୁ ଦିଆଯାଇ ନାହିଁ । କାରଣ କାଳେ ଆମର ସେକୁଲାରିଜିମ ମଳିନ ପଡିଯିବ । ଏକା ସମୟରେ ଭାରତ ରେ ଦୁଇଟି ଶକ୍ତିଶାଳୀ ହିନ୍ଦୁ ସାମ୍ରାଜ୍ୟ ମୁଣ୍ଡଟେକି ଥିଲେ । ବିଜୟନଗରର ନରପତି ଓ ଓଡିଶାର ଗଜପତି । ଏମାନେ ଏକାଠି ହୋଇଥିଲେ ହିନ୍ଦୁ ୁମାନଙ୍କର ଭାଗ୍ୟ ବଦଳି ଯାଇଥାନ୍ତା । ମାତ୍ର ଏମାନେ ନିଜ,ନିଜ ବିରୁଦ୍ଧରେ ଲଢିଲେ । ଶେଷରେ ୧୫୬୫ ମସିହାରେ ବିଜୟନଗର ଓ୧୫୬୮ ମସିହାରେ ଓଢିଶା ଗଜପତି ସାମ୍ରାଜ୍ୟର ଗୌରବ ରବି ଚିରକାଳ ପାଇଁ ଅସ୍ତମିତ ହୋଇଗଲେ । ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ 

,

Leave a Reply

Your email address will not be published.