ସାହିତି୍ୟକଙ୍କ ସମାଜିକ ବୋଧତା ଉଜ୍ଜିବୀତ ରହୁ

ସ୍ୱପ୍ନାଳୀ ପରିବାର ପକ୍ଷରୁ ସାରସ୍ୱତ ସମାରୋହ
ଭୁବନେଶ୍ୱର, (ଆଇଏନ୍ଏସ୍): “ସ୍ୱପ୍ନାଳୀ” ସାରସ୍ୱତ ପରିବାର ତରଫରୁ ୟୁନିଟ୍-୯ ସ୍ଥିତ ଲୋହିଆ ଏକାଡେମୀ ପରିସରରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରେଣ୍ୟ ଅତିଥି ରୂପେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଉଦଘାଟକ ଭାବରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିଦେ୍ର୍ଦଶକ କୃପାସିନ୍ଧୁ ମିଶ୍ର ଯୋଗଦେଇ ସାହିତି୍ୟକ ମାନଙ୍କର ସାମାଜିକ ବୋଧତା ଉଜ୍ଜିବୀତ ରହିଲେ ଦେଶ, ରାଜ୍ୟ ଓ ସମାଜର ଉନ୍ନତି ଘଟିବ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଅତିରିକ୍ତ ଶାସନ ସଚିବ ପ୍ରଦୀପ ବିଶ୍ୱାଳ, ମୁଖ୍ୟବକ୍ତା ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଡଃ. ରଜନୀ ରଂଜନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ମଞ୍ଚାସୀନ ଅତିଥି “ସାଂପ୍ରତିକ ସମାଜ ଓ ସାହିତ୍ୟ” ଆଲୋଚନା ଚକ୍ର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ବିଶିଷ୍ଟ ଲେଖକ ଆର୍ତତ୍ରାଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ସଂପାଦିକା ସୁଶ୍ରୀ ସଂନରିତା ଶୁଭଦର୍ଶିନୀ ବିବରଣୀ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିଭା ସମ୍ମାନ ଓ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି, କବୟିତ୍ରୀମାନେ ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ନାୟକ, ସୁବାସିନୀ ମହାନ୍ତି, ଭକ୍ତଚରଣ ବିଶ୍ୱାଳ ପ୍ରମୁଖ ଆୟୋଜକଙ୍କର ଭୂମିକାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । କବିଭୂଷଣ ଡଃ ମିନକେତନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ ସୁମିତା ବେହେରା, ସୁଶ୍ରୀ ମଞ୍ଜୁଳା ଇନ୍ଦ୍ରଜିତ୍, ସ୍ମୃତିରଞ୍ଜନ ତ୍ରିପାଠୀ, ସବିତା ମହାରା, ସସ୍ମିତା ମହାପାତ୍ର, ଶୁଭବ୍ରତ ମହାପାତ୍ର, ଜଗନ ପାଳ, ପ୍ରୀତିରଞ୍ଜନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ସଂପାଦିକା ସୁଶ୍ରୀ ସଂନରିତା ଶୁଭଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.