ରାଉରକେଲା ରେଳ ଡ଼ିଭିଜନ୍ ର ବରିଷ୍ଠ ଯନ୍ତ୍ରୀ ଅକ୍ଷୟ କୁମାର ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର, (ଆଇଏନ୍ଏସ୍): ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଦୋଶିଆ ଗ୍ରାମ ପଂଚାୟତର ଚଢେୟା ଗ୍ରମାର ଇଂ. ଅକ୍ଷୟ କୁମାର ରାଉତ (୫୯ ବର୍ଷ) ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ରାଉତ ରାଉରକେଲା ସ୍ଥିତ ଦକ୍ଷିଣ-ପୂର୍ବ ରେଲୱେ ର ରାଉରକେଲା ଡ଼ିଭିଜନ୍ ରେ ବରିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ କର୍ତବ୍ୟପରାୟଣ, ବନ୍ଧୁ ବତ୍ସଳ, ମେଳାପି ଓ ଗଭୀର ଈଶ୍ୱର ପ୍ରେମୀ ଥିଲେ । ସେ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ତାଙ୍କ ପରଲୋକରେ ସ୍ୱର୍ଗତ ରାଉତଙ୍କର ପତ୍ନୀ କଳ୍ପନା, ଏକମାତ୍ର ପୁତ୍ର ଆଶୀଷ ଓ ସାରା ପରିବାର ଶୋକାଭିଭୂତ ହୋଇ ପଡ଼ିଛନ୍ତି ।

Leave a Reply

Your email address will not be published.