ଏଥର ଜ୍ଞାନ ବାପି ମସ୍ଜିଦ!

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ବାବରୀ ମସଜିଦ-ରାମଜନ୍ମ ଭୂମି ଉପରେ ଅଧିକାର ସାବ୍ୟସ୍ତ ହେଲା ପରେ ହିନ୍ଦୁ କଟରପନ୍ଥୀ ମାନଙ୍କର ନଜର ଏବେ ପୂଣ୍ୟ ନଗରୀ କାଶୀ ବା ବାରାଣାସୀର ପ୍ରସିଦ୍ଧ ବିଶ୍ୱନାଥ ଙ୍କ ମନ୍ଦିର ପରିସରରେ ଥିବା ଜ୍ଞାନ ବାପି ମସଜିଦ ଉପରେ ପଡିଛି । ଇଂରେଜ ଐତିହାସିକ ରେଜିନାଲ ହବେର ଓ ଜେମସ ପ୍ରିନସେପଙ୍କ ବର୍ଣ୍ଣନା ଅନୁଯାୟୀ ୧୬୬୯ ମସିହାରେ ପଂଚମ ମୋଗଲ ବାଦଶାହା ଆଉରଙ୍ଗଜଜେବ ଏଠାରେ ଥିବା ହିନ୍ଦୁ ମାନଙ୍କର ବିଶ୍ୱନାଥ ମନ୍ଦିରକୁ ଭାଙ୍ଗି ତା ସ୍ଥାନରେ ଏହି ମସଜିଦଟି ତାଆରି କରାଇଥିଲେ । ଅନେକ କୁହନ୍ତି ଧର୍ମାନ୍ଧତା ଯୋଗୁ ନୁହେଁ ବରଂ ମରହଟ୍ଟାବୀର ଶିବାଜି ଙ୍କର ମୋଗଲ ବନ୍ଦୀଶାଳ ରୁ ପଳାୟନ ପରେ କ୍ରୋଧାନ୍ୱିତ ବାଦଶା ଏହା କରିଥିଲେ । ଶିବାଜୀଙ୍କ ପଳାୟନ ଏକ ସାଧାରଣ ଘଟଣା ନଥିଲା । ପ୍ରବଳ ପରାକ୍ରମଶାଳୀ ନିଷ୍ଠୁର ଆଉରଙ୍ଗଜେବଙ୍କୁ ଫାଙ୍କି ଦେଇ ପଳାୟନରେ ମେବାରର ଶାସକ ଓ ଶିବାଜୀଙ୍କୁ ପରାସ୍ତ କରି ବନ୍ଦୀ କରିଥିବା ମୋଗଲ ସେନାପତି ଜୟସିଂଙ୍କର ପ୍ରଛନ୍ନ ହାତ ଥିଲା ବୋଲି ଆଉରଙ୍ଗଜେବ ସନେ୍ଦହ କରିଥିଲେ ଓ ସେଥିପାଇଁ ଜୟସିଂଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ପଳାୟନ କରି ଶିବାଜୀ କିଛିଦିନ କାଶୀରେ କବିକଳସ ନାମକ ଜଣେ ତାନ୍ତ୍ରିକ ବ୍ରାହ୍ମଣର ଘରେ ଗୋପନରେ ରହିଥିଲେ । ବିଶ୍ୱନାଥ ମନ୍ଦିର ଜୟସିଂଙ୍କ ଅଜା ମାନସିଂ ତିଆରି କରିଥିଲେ । ସେଥିପାଇଁ ବାଦଶା ମନ୍ଦିର ଭାଙ୍ଗି ସେଠାରେ ମସଜିଦଟି ତାଆରି କଲେ ।
୧୯୮୭ ମସିହାରେ ମସଜିଦର ଇମାମ ମୌଲନା ଅବଦୁସ ସଲାମ ଦାବି କରିଥିଲେ ଯେ,ଏ ଜାଗାରେ ବାଦଶା ଆକବର ଏକ ମାଦ୍ରାସା କଳ୍ପନା କରିଥିଲେ । ତାଙ୍କ ନାତି ଶାହାଜାହାନ ଇମାମ-ଇ-ସରିଫ ନାମରେ ମାଦ୍ରସା ନିର୍ମାଣ କରିଥିଲେ । କାଶୀ ମନ୍ଦିର ପରିସରରେ ଜ୍ଞାନବାପି ନାମରେ ଏକ କୂପ ଏବେ ମଧ୍ୟ ଅଛି । ଏହାର ଜଳ ଗଙ୍ଗାର ଜଳ ଠାରୁ ଆହିରି ପବିତ୍ର । ଏହି ନାମରେ ହିନ୍ଦୁ ମାନେ ଜ୍ଞାନବାପି ମସଜିଦ ବୋଲି ଡାକୁଛନ୍ତି । ମସଜିଦର କାନ୍ଥରେ ହିନ୍ଦୁ ,ବୌଦ୍ଧ ଓ ଜୈନ କଳାକାରୁକାର୍ଯ୍ୟ ମାନ ଦେଖାଯାଏ । ଐତିହାସିକ ମାନେ କୂପ ଚାରିକଡରେ ପୋଷା ଷଣ୍ଢ ଓ ରାମନାମ ବୋଲୁଥିବା ସନ୍ୟାସି ମାନେ ଭିଡ ଜମାଉ ଥିବାର ବର୍ଣ୍ଣନା କରିଛନ୍ତି । ହିନ୍ଦୁ ମାନେ ସବୁବେଳେ ଗହଳି କରୁଥିବାରୁ ମୁସଲମାନ ମାନେ ମୁଖ୍ୟ ଦ୍ୱାର ବ୍ୟବହାର ନକରି ଏକ ପାଖ ଦେଇ ମସଜିଦକୁ ଯାଉଛନ୍ତି । ୧୮୬୮ ମସିହାରେଏମ ଏ ସେରିଙ୍ଗଦଗ, ତାଙ୍କ ଲିଖିତ ସାକ୍ରେଡ ସିଟି ଅଫ ଇଣ୍ଡିଆ ପୁସ୍ତକରେ ଜ୍ଞାନବାପିର ପରିସରକୁ ହିନ୍ଦୁ ମାନେ ମୁଖ୍ୟ ମନ୍ଦିର ଅପେକ୍ଷା ଆହୁରି ପବିତ୍ର ବୋଲି ଭାବି ଥାଆନ୍ତ ବୋଲି ଲେଖି ଅଛନ୍ତିି ।୧୬୯୮ ମସିହାରେ ଜୟସିଂ ଙ୍କ ବଂଶଧର ବିଶନସିଂ ମସଜିଦ ଯାଗାରେ ପୁଣି ମନ୍ଦିର କରିବାକୁ ବିଫଳ ପ୍ରୟାସ କରିଥିଲେ ।୧୭୪୨ ମସିହାରେ ମହ୍ଲାର ରାଓ ହୋଲକାର ମସଜିଦକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଏହି ସ୍ଥାନ ଅଯୋଧ୍ୟା ନବାବଙ୍କ ରାଜ୍ୟରେ ଥିବାରୁ ସେ ଆପତି ଉଠାଇଥିଲେ । ୧୭୮୦ ମସିହାରେ ହୋଲକାରଙ୍କର ବୋହୁ ରାଣୀ ଅହଲ୍ୟାବାଇ ହୋଲକାର ଅନ୍ୟଏକ ଯାଗାରେ ୬୦ ଫୁଟ ଉଚ୍ଚ ଆଜିର ବିଶ୍ୱନାଥ ମନ୍ଦିର ତିଆରିକରି ସୁନା ଛାଉଣି ଦେଇଥିଲେ ।୧୮୨୮ ମସିହାରେ ଦୌଲତରାଓ ସିନ୍ଧିଆଙ୍କ ବିଧବା ରାଣୀ ବୈଜ ବାଇ କୁପକୁ ଲଗାଇ ୪୦ ଟି ଖମ୍ବ ବିଶିଷ୍ଟ ମଣ୍ଡପ ନିର୍ମାଣ ଓ ସାତ ଫୁଟ ଉଚ୍ଚର ନନ୍ଦୀମୁର୍ତି ତିଆରି କରି ଥିଲେ । ହିନ୍ଦୁ ମାନେ ସବୁବେଳେ ମୁସଲମାନଙ୍କର ପ୍ରବେଶକୁ ବିରୋଧ କରିଥାଆନ୍ତି । ସେଥିପାଇଁ ସେମାନେ ଏକ ପାଶ୍ୱର୍ବାଟ ଦେଇ ପ୍ରାର୍ଥନା କରିବାକୁ ଯାଉଛନ୍ତି । ୧୮୦୯ ମସିହାରେ ମୁସଲମାନ ମାନେ ଏକ ଗାଈ ମାରି ପବିତ୍ର କୂଅରେ ଫିଙ୍ଗି ଦେଇଥିଲେ । ବଦଳରେ ହିନ୍ଦୁ ମାନେ ଘୁଷୁରି ମାରି ଅନେକ ମସଜିଦରେ ଫିଙ୍ଗିଥିଲେ । ହଣାମରା ରେ ଅନେକ ମଲେ । ଇଂରେଜ ମାନେ ସୈନ୍ୟ ପଠେଇ ଶାନ୍ତି ଫେରେଇ ଆଣିଲେ ।୧୯୯୦ ମସିହା ରେ ବିଶ୍ୱ ହିନ୍ଦୁ ପରିଷଦ ମସଜିଦ ଭାଙ୍ଗି ସେଠାରେ ମନ୍ଦିର ନିର୍ମାଣ ପାଇଁ ଦାବି କରିଥିଲେ । ମାତ୍ର ଏଠାରେ ଏବେ ମଧ୍ୟ ପ୍ରାର୍ଥନା ହେଉଥିବାରୁ ତତକାଳିନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାହା ପ୍ରତ୍ୟାଖ୍ୟାନ କଲେ ଓ ୧୯୯୧ ମସିହାରେ ପୁଜାପିଠର ସୁରକ୍ଷା ପାଇଁ ଆଇନ ଲଗାଇଲେ ।
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.