ସିନ୍ଧିଆ ରାଜବଂଶର ରାଜନୀତି

ଡାକ୍ତର ସୁରେନ୍ଦ୍ରନାଥ ଦାଶ
ସିନ୍ଧିଆ ମାନେ ଅଷ୍ଟାଦଶ ଶତାଦ୍ଧୀର ପ୍ରଥମ ଭାଗରେ ଲୋକଲୋଚନକୁ ଆସିଥିଲେ । ମହାରାଷ୍ଟ୍ରର ସାତାରା ଜିଲ୍ଲାରେ କାହ୍ନେରଖେଡର ଜମିଦାର ଥିଲେ ଜାଙ୍କୋଜିରାଓ ସିନ୍ଧିଆ । ସେମାନେ କୁନବି ସଂପ୍ରଦାୟର ଅଟନ୍ତି । ବାହାମାନୀ ସୁଲତାନଙ୍କ ଅଧିନରେ ସେ ଜଣେ ସିଲେଦାର ବା ଅଶ୍ୱାରୋହୀ ରୂପେ ଚାକିରୀ କରୁଥିଲେ । ମହାରାଷ୍ଟ୍ରରେ ମହାବୀର ଶିବାଜୀଙ୍କର ଆବିର୍ଭାବ ଦାକ୍ଷିଣାତ୍ୟର ରାଜନୀତିକୁ ଓଲଟାଇ ଦେଲା । ସେ ଏକ ସ୍ୱାଧିନ ମରାଠା ରାଜ୍ୟ ସ୍ଥାପନ କଲେ । ଡେକାନ ସୁଲତାନ ମାନଙ୍କ ପାଖରେ କାମ କରୁଥିବା ଅନେକ ମରାଠା ତାଙ୍କ ସୈନ୍ୟ ବାହିନୀ ରେ ଯୋଗ ଦେଲେ ।
ଏତକି ବେଳେ ମରାଠା ଛତ୍ରପତି ସାହୁ ଜଣେ ୨୨ବର୍ଷର ଯୁବକ ବାଜି ରାଓଙ୍କୁ ପେଶବା ରୂପେ ନିଯୁକ୍ତ କଲେ ଓ ତାଙ୍କୁ ସମସ୍ତ କ୍ଷମତା ଅର୍ପଣ କଲେ । ପୁରୁଣା ସେନାପତି ମାନେ ଏହି ତରୁଣ ପେଶବାଙ୍କ ଅଧିନରେ କାମ କରିବାକୁ ଅନିଛୁକ ହେଲେ । ଏଥିରେ ଡରି ନଯାଇ ବାଜିରାଓ ନିଜେ ସାଧାରଣ ପରିବାରର କିଛ ିଯୁବକ ଙ୍କୁ ନୁତନ ସେନାପତି ରୂପେ ବାଛିଥିଲେ । ସେହି ନବିନ ଯୁବକ ମାନେ ପରେ ଜଣେ ଜଣେ ଅସାଧାରଣ ସେନାପତିରେ ପରିଣତ ହୋଇ, ମରହଟ୍ଟା ସାମ୍ରାଜ୍ୟକୁ ସାରା ଭାରତରେ ବିସ୍ତାର କରିଥିଲେ ଓ ପ୍ରସିଦ୍ଧ ସିନ୍ଧିଆ, ହୋଲକାର, ଭୋନସଲେ, ପାୱାର, ପଣ୍ଡିତ, ଧରବଂଶ ପ୍ରତିଷ୍ଠା କରି ଭାରତର ରାଜନୀତିକୁ ନିୟନ୍ତ୍ରଣ କରିଥିଲେ ।
ସିନ୍ଧିଆ ରାଜବଂଶର ପ୍ରତିଷ୍ଠାତା ଥିଲେ ରାନୋଜି ସିନେ୍ଧ (୧୭୩୨)ା ଉଜ୍ଜୟନୀ ଠାରେ ତାଙ୍କର ରାଜଧାନୀ ଥିଲା । ଏମାନେ ରାଜସ୍ଥାନ ଓ ଦିଲ୍ଲୀ ସମେତ ପଞାବ ଅଧିକାର କରିଥିଲେ । ତୃତୀୟ ପାନିପଥ ଯୁଦ୍ଧ(୧୭୬୧)ରେଏହି ବଂଶର ରାଜା ଦୌଲତରାଓ ଆପଗାନ ମାନଙ୍କ ଦ୍ୱାରା ବନ୍ଦୀ ହୋଇ ମୃତ୍ୟୁ ଦଣ୍ଡ ପାଇଥିଲେ । ତାଙ୍କ ସାନ ଭାଇ ମହାଦଜୀ ଜଣେ ଶ୍ରେଷ୍ଠ ସେନାପତି ଥିଲେ । ତୃତୀୟ ପାନିପଥରେ ବିଧ୍ୱସ୍ତ ସାମ୍ରାଜ୍ୟକୁ ସେ ଆଉଥରେ ଠିଆ କରାଇଲେ । ସେ ଦିଲ୍ଲୀର ମୋଗଲ ବାଦଶାଙ୍କୁ ଗୁଲାମ କାଦେର ନାମକ ଜଣେ ରୋହିଲା ସରଦାର ର ବନ୍ଦୀଶାଳାରୁ ମୁକ୍ତ କରିଥିଲେ ।
୧୮୧୮ ମସିହାରେ ତୃତୀୟ ମରହଟା ଯୁଦ୍ଧରେ ଇଂରେଜ ମାନେ ସିନ୍ଧିଆଙ୍କୁ ପରାସ୍ତ କଲେ । ସେଜଣେ କରଦ ରାଜା ହେଲେ । ଆଜମିର, ରାଜପୁତନା ଓ ଦିଲ୍ଲୀ ତାଙ୍କ ଠାରୁ ଇଂରେଜ ମାନେ ନେଇଗଲେ । ମହାରାଜା ଜିଭାଜି ରାଓ ସିନ୍ଧିଆଙ୍କ ସମୟରେ ଦେଶ ସ୍ୱାଧୀନ ହେଲା । ସିନ୍ଧିଆ ଙ୍କ ରାଜ୍ୟ ଭାରତରେ ମିଶି ମଧ୍ୟ ଭାରତ ୟୁନିଅନ ଗଢାହେଲା । ସିନ୍ଧିଆ ଏହାର ରାଜପ୍ରମୂଖ ହେଲେ । ୧୯୫୬ ମସିହାରେ ଏହା ମଧ୍ୟ ପ୍ରଦେଶ ରାଜ୍ୟରେ ମିଶିଲା ଓ ରାଜ ପ୍ରମୁଖ ପଦ ଲୋପ ପାଇଲା । ତାଙ୍କର ବିଧବାପନôୀ ବିଜାୟାରାଜେ ସିନ୍ଧଆ ୧୯୬୨ ମସିହାରେ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ପାର୍ଲୀଆମେଂଟକୁ ନିର୍ବାଚିତ ହେଲେ । ପରେ ସେ ଭାରତୀୟ ଜନସଂଘରେ ଯୋଗ ଦେଇ ଦଳର ଉପ ସଭାପତି ହୋଇଥିଲେ । ୧୯୭୧ ମସିହାରେ ସମ୍ବିଧାନର୨୬ତମ ସଂଶୋଧନ ଦ୍ୱାରା ରାଜା ମାନଙ୍କର ହାତପାଣ୍ଠି ଓ ପଦବୀ ଲୋପ ପାଇଲା । ବିଜାୟାରାଜେ ବିଜେପି ଦଳରେ ଯୋଗ ଦେଇ ଏହାର ଉପସଭାପତି ଥିଲେ । ଗୁନା ଓ ଗ୍ୱାଲିୟରରୁ ସେ ସବୁବେଳେ ଜିତିଥିଲୋ । ୨୦୦୩ ମସିହାରେ ରାଜମାତାଙ୍କର ମୃତ୍ୟୁ ଘଟିଲା । ତାଙ୍କ ପୁଅ ମାଧବ ରାଓ ସନ୍ଧିଆ ଜନସଂଘରେ ଯୋଗ ଦେଇ ୧୯୭୧ ଓ୧୯୭୭ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ସେ ଇନ୍ଦିରା କଂଗ୍ରେସରେ ମିଶିଲେ ଓ ସମୁଦାୟ ୯ଥର ଜିତି ବହୁବାର ମନ୍ତ୍ରୀ ହୋଇଥିଲେ । ୨୦୦୧ ନଭେମ୍ବର ୩୦ ତାରିଖରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପର୍ଯ୍ୟନ୍ତ ସେ ସବୁବେଳେ ଜିତୁ ଥିଲେ । ଅଟଳ ବିହାରି ବାଜପେୟୀ ତାଙ୍କ ଠାରୁ ନିର୍ବାଚନରେ ହାରି ଯାଇଥିଲେ(୧୯୮୪) ।
ରାଜନୈତିକ ମତ ପାର୍ଥକ୍ୟ ମା ଓ ପୁଅଙ୍କ ସଂପର୍କକୁ ବିଷାକ୍ତ କରିଥିଲା । ଅନେକ ମାଲି ମକଦମାରେ ଉଭୟ ଛନ୍ଦି ହୋଇ ପଡିଥିଲେ । ମାଧବ ରାଓ ଏସବୁ ବିବାଦ ଲାଗି ମାଙ୍କର ସହାୟକ ସର୍ଦାର ଆଂଗ୍ରେ କୁ ଦାୟି କରିଥିଲେ । ରାଜମାତା ପୁଅ କୁ ତେଜ୍ୟ ପୁତ୍ର କରିଥିଲେ ।
ମାଧବ ରାଓଙ୍କ ଭଉଣୀ ବସୁନ୍ଧରା ରାଜେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ରୁ ପଂଚ ଥର ପାର୍ଲିଆମେଂଟକୁ ନିର୍ବାଚିତ ହୋଇ ଥିଲେ । ଅଟଳଜୀ ଙ୍କ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ପରେ ଲାଗ ଲାଗ ଦୁଇଥର ରାଜସ୍ଥାନର ମୁଖ୍ୟ ମନ୍ତ୍ରୀ ପଦ ପାଇଥିଲେ । ତାଙ୍କ ସାନ ଭଉଣୀ ଯଶୋଧାରା ରାଜେ ମଧ୍ୟ ପ୍ରଦେଶ ରାଜନୀତିରେ ସକ୍ରିୟ ଅଛନ୍ତି ଓ ଗତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ । ବସୁନ୍ଧରାଙ୍କ ପୁଅ ଦ୍ୟୁଷନ୍ତ ସିନ୍ଧିଆ ୨୦୦୪ ନିର୍ବାଚନରେ ଲୋକସଭାକୁ ଯାଇଥିଲେ ।
ବର୍ତମାନ ରାଜବଂଶ ର ଯେଉଁ ବ୍ୟକ୍ତି ସାରାଭାରତରେ ଚର୍ଚ୍ଚାର ବସ୍ତୁ ହୋଇଛନ୍ତି,ସେ ହେଇଛନ୍ତି ଏହି ବଂଶ ର ବର୍ତମାନ ର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ହେଉଛନ୍ତି ପରଲୋକଗତ ମହାରାଜା ମାଧବ ରାଓ ଙ୍କର ଏକମାତ୍ର ପୁଅ । ତାଙ୍କର ମା ନେପାଳର ରାଣା ବଂଶର କନ୍ୟା ଅଟନ୍ତି । ତାଙ୍କର ବିଳାସପୂଣ୍ଣ ବିବାହ ଦିନେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଜ୍ୟୋତିବା ୧୯୭୧ ମସିହା ନୂଆବର୍ଷ ଦିନ ଜନ୍ମ ଗ୍ରହଣ କରିଥିଲେ । ଡୁନ ଓ ହାର୍ଭାଡରୁ ସେ ଉଚ୍ଚ ଶିକ୍ଷା ଲାଭକର ିବାପାଙ୍କ ରାଜନୀତିରେ ସାହାଯ୍ୟ କରୁଥିଲାବେଳେ ୨୦୦୧ ମସିହା ନଭେମ୍ବର ୩୦ତାରିଖ ରେ ଏକ ବିମାନ ଦୁର୍ଘଟଣାରେ ମାଧବରାଓ ଙ୍କର ମୃତ୍ୟୁ ଘଟିଲା । ପିତାଙ୍କର ମୃତ୍ୟୁପରେ ଖାଲିପଡିିଥିବା ଗୁନା ଲୋକସଭା ନିର୍ବାଚନ ମଣ୍ଡଳିରେ ମଧ୍ୟବର୍ତି ନିର୍ବାଚନ୨୦୦୨ରେ ଲଢି ବିଜେପି ପ୍ରାର୍ଥ୍ରୀଙ୍କୁ ୪୫୦୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ୨୦୧୪ ମସିହା ପର୍ଯ୍ୟନ୍ତ ସେ ତାଙ୍କ ପରିବାରର ଗୁନା ଲୋକସଭା ଆସନରୁ ଜିତି ଆସୁଥିଲେ । ସେ ୩ଥର କେନ୍ଦ୍ର ମନ୍ତ୍ରୀ ହୋଇ ଶକ୍ତି, ବାଣିଜ୍ୟ ଓ ଶିଲ୍ପ ବିଭାଗ ଦାୟିତ୍ୱରେ ଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସ ବିଜେପି ପ୍ରାର୍ଥୀ କ୍ରୀ୍ଷ୍ଣ ସିଂ ଯାଦବଙ୍କ ଠାରୁ ହାରି ଯାଇଥିଲେ ।
ମଧ୍ୟ ପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ପରିଚାଳନା କମିଟିର ସଭାପତି ଥିଲେ । ନିର୍ବାଚନରେ୨୩୦ ବିଧାନସଭା ସ୍ଥାନରୁ କଂଗ୍ରେସ ଦଳ ୧୧୩ଟି ସ୍ଥାନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ହେଲା ଓ୧୫ ବର୍ଷ ଦରି ଶାସନ କରୁଥିବା ବିଜେପି ୧୦୭ ସ୍ଥାନ ପାଇଲା । ଅନ୍ୟ ଦଳର ସଭ୍ୟ ମାନଙ୍କ ସହାୟତାରେ କଂଘ୍ରେସ ର କମଳନାଥ ମୁଖ୍ୟମନ୍ତ୍ରୀ ହେଲେ । ରାଜସ୍ଥାନ ରେ ମଧ୍ୟ ୧୦ ବର୍ଷର ବିଜେପି ଶାସନ ର ପତନ ଘଟିଲା । ଛତିଶ ଗଡ, ପଞ୍ଜାବ, ମହାରାଷ୍ଟ୍ର ଓ ଝାଡଖଣ୍ଡôରେ ମଧ୍ୟ ବିଜେପିର ପରାଜୟ ହୋଇ ନିଜେ ଏକୁଟିଆ କିମ୍ବା ମିଳିତ ସରକାର କରି କଂଗ୍ରେସ କ୍ଷମତା ପାଇଲା । ମନେ ହେଲା କଂଗ୍ରେସର ସୁଦିନ ଫେରି ଆସୁଛି । ମାତ୍ର କଂଗ୍ରେସର ଅନ୍ତର୍ନିହିତ ଦୁର୍ବଳତା, ତାହାର ବଂଶଗତ ଶାସନ, ଯୋଗ୍ୟତା ନଥିଲେ ମଧ୍ୟ ପୁତ୍ର ସ୍ନେହରେ ଅନ୍ଧ ସୋନିଆ ଗାନ୍ଧି ଅନ୍ୟ କାହାକୁ ବାଟ ଛାଡିବାକୁ ପ୍ରସ୍ତୁତ ନଥିବା ଦଳକୁ ଦିନକୁଦିନ ଦୁର୍ବଳ କରିଦେଲା । ଦିର୍ଘଦିନ ହେଲା ଦଳର ସଭାପତି ପଦ ସେ ଖାଲି ରଖିଛନ୍ତି, କେତେବେଳେ ଅବୁଝା ଅଲିଅଳ ନନ୍ଦନ ପଦଗ୍ରହଣ ପାଇଁ ରାଜି ହୋଇଯିବ । ନାନା ଅପରାଧରେ ସଂପୃକ୍ତ ଜୋଇଁ ରବର୍ଟ ଭଦ୍ରା ଓ କନ୍ୟା ପ୍ରିୟଙ୍କା ମଧ୍ୟ ଦଳରେ ପ୍ରଭାବ ବିସ୍ତାର କରିଛନ୍ତି । ଅନେକ ଲୋକ ଆଗରୁ ପ୍ରତିବାଦ କଲେ ମଧ୍ୟ ସେମାନଙ୍କୁ ଅପମାନିତ କରି ଦଳରୁ ବିଦା କରାଯାଇଛି । ରାଜସ୍ଥାନର ଶଚିନ ପାଇଲଟ ଓ ମଧ୍ୟ ପ୍ରଦେଶର ସିନ୍ଧିଆ ଯୁବକ ଅଟନ୍ତି । ସେମାନେ ଅନୁଭବ କରୁଛନ୍ତି ରାହୁଳ ଗାନ୍ଧୀଙ୍କ ପାଇଁ ଜାଣି ଜାଣି ଯୁବ ନେତୃତ୍ୱ ଙ୍କୁ ସ୍ଥାନ ଛାଡିବାକୁ ସୋନିଆ ଚାହାଁନ୍ତି ନାହିଁ । ଏଣେ ବୟସ ଚାଲି ଯାଉଛି । ବାପାମାନେ ଗୋଡାଣିଆ ହୋଇ ଅକାଳରେ ମଲେ । କଂଗ୍ରେସରେ ରହିଲେ ସବୁଦିନ ପାଇଁ ଗାନ୍ଧି ପରିବାରର ବଚସ୍କର ହେବାକୁ ପଡିବ । ସେଥିପାଇଁ ଏକ ରିସ୍କ ନେଇଛନ୍ତି ସିନ୍ଧିଆ ବା ତାଙ୍କ ଭାଷାରେ, ‘ଲେଟ ଅସ ହାଭ ଏ ନିୟୁ ଷ୍ଟାଟ । ବେଟର ହେଡ ଅଫ ଏଲାୟନ ଦାନ ଟୁ ଟେଲ ଅଫ ଏ ଜାକେଲ ।

Leave a Reply

Your email address will not be published.