ଅମ୍ଳାନ ସଂଗ୍ରାମୀ ଅଶୋକ ଦାସ

ପ୍ରଦୀପ ସେନାପତି
ସଂଗ୍ରାମର ରୂପ ଯେପରି ବିଭିନ୍ନ ସଂଗ୍ରାମୀଙ୍କ ପନ୍ଥା ସେହିପରି ହୋଇଥାଏ ଭିନ୍ନ ଭିନ୍ନ । ଏଇ ପନ୍ଥା ଭିତରେ ଲକ୍ଷ ଏକ ହୋଇ ରହିଥିବା, ସଂଗ୍ରାମୀଙ୍କ ବୈଶିଷ୍ଟ୍ୟ । ସେହି ବୈଶିଷ୍ଟ୍ୟ ହିଁ ସଂଗ୍ରାମର ଅଭିଯାତ୍ରୀଙ୍କୁ ପରିଚିତ କରାଏ, କାଳ ବକ୍ଷରେ ସ୍ମରଣୀୟ କରି ରଖେ । ରାଜ୍ୟ ରାଜନୈତିକ ସଂଗ୍ରାମର ଇତିହାସରେ ସଂଗ୍ରାମୀ ଅନେକ; ସଂଗ୍ରାମର ପନ୍ଥା ବି ଭିନ୍ନ ଭିନ୍ନ । ଏହି ପରି ଜଣେ ଭିନ୍ନ ସଂଗ୍ରାମ ପନ୍ଥାର ଉପାସକ ହେଉଛନ୍ତି ଅମରଆତ୍ମା ଅଶୋକ ଦାସ ।
ଯାଜପୁର ଜିଲ୍ଲାର ଅପ୍ରତିଦ୍ୱନ୍ଦି ସମ୍ରାଟ ଭାବରେ ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟରେ ଜଣେ କଠୋର ପନ୍ଥୀ ରାଜନେତା ଏବଂ ଓଡ଼ିଶା ରାଜନ÷ତିକ ଇତିହାସରେ ଜଣେ ଟାଇଗର ଭାବରେ ସବୁ ଦଳର ସମସ୍ତ ନେତୃବୃନ୍ଦ ହୃଦୟଙ୍ଗମ କରନ୍ତି ଏବଂ ମାନନ୍ତ୍ରୀ ମଧ୍ୟ । ପ୍ରବାଦ ପୁରୁଷ ‘ବିଜୁ ବାବୁ’ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ତାଙ୍କର ରାଜନୈତିକ ଆଦର୍ଶ । ଘାତ ସଂଘାତମୟ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ତାଙ୍କର ରାଜନୈତିକ ସଂଗ୍ରାମର ପଦକ୍ଷେପ ଥିଲା ଅଗ୍ରଜ ଓ ଅପ୍ରତିରୋଧ୍ୟ । ରାଜନୈତିକ ସଂଗ୍ରାମର ମଇଦାନରେ ସେ ଯେପରି ଜଣେ ସମର୍ଥ ସୈନିକ । ସେପରି ସମାଜ ସେବା କ୍ଷେତ୍ରରେ ସେହିପରି ଥିଲେ ଜଣେ ପ୍ରଣମ୍ୟ ପୁରୁଷ । ତାଙ୍କର ଆଶିର୍ବାଦରୁ ବହୁ ସାଥି, ସହଯୋଗୀ, ଚେଲାମାନେ ନେତା, ମନ୍ତ୍ରୀ ଏବଂ ସାଂସଦ ହୋଇଥିବା ବେଳେ, ବିଜୁବାବୁଙ୍କର ସରକାରରେ ମନ୍ତ୍ରୀ ହେବାର ସୁଯୋଗ, ତାଙ୍କର ହୃଦୟକୁ ସ୍ପର୍ଶ କରିପାରିନଥିଲା । ଏହି ବିଡ଼ମ୍ବନା ସଂପର୍କରେ କେହି ତାଙ୍କୁ କିଛି ଜିଜ୍ଞାସା କଲେ, ସେ ବିରକ୍ତି ଭାବ ପ୍ରକାଶ କରୁଥିଲେ । ନୀରବ ରହୁଥିଲେ ଏବଂ ହସି ହସି ଆଡ଼େଇ ଦେଉଥିଲେ ପ୍ରଶ୍ନ ସବୁକୁ ।
ଅଭିଭକ୍ତ କଟକ ଜିଲ୍ଲାର ପ୍ରଖ୍ୟାତ ସଂଗ୍ରାମୀ, ସେବା, ତ୍ୟାଗ ଓ “ବିଜୁବାଦ”ର ମୂର୍ତ୍ତିମନ୍ତ୍ର ପ୍ରତୀକ , ଏକନିଷ୍ଠ ରାଜ୍ୟବାସୀଙ୍କର ଆଦରଣୀୟ ନେତା, ଦେଶପ୍ରେମୀ, ସରଳ, ନିଷ୍କପଟ ଓ ଅମାୟିକ ଜୀବନର ବରିଷ୍ଠ ଦୃଷ୍ଟାନ୍ତ ଓ ସର୍ବୋପରି ଜାଜପୁର ମାଟିର ଲଢ଼ୁଆ ପୁଅ, ଭୁମିପୁତ୍ର ନାମରେ ସୁବିଦିତ “ଅଶୋକ ଦାସ”ଙ୍କର ଆଜି ୭୮ତମ ଜୟନ୍ତୀଅବସରରେ ହଜାର ହଜାର ନେତା, କର୍ମୀ ତାଙ୍କୁ ଭକ୍ତିଭୂତ ପ୍ରଣାମ ଜଣାଇ ଅଶୋକ ଦାସ ଅମର ରହେ ଦ୍ୱନିରେ ପ୍ରକମ୍ପିତ ରାଜ୍ୟ ରାଜନିତୀ ଆଜି ଚଳଚଞ୍ଚଳ ହୋଇ ଉଠିଛି । ଘାତ, ପ୍ରତିଘାତ, ସଂଘର୍ଷ ଓ ସଂଘାତପୂର୍ଣ୍ଣ ତାଙ୍କର ଜୀବନୀ ଥିଲା ଯେପରି ଆବେଗମୟ , ରାଜ୍ୟ ରାଜନିତୀରେ ସଂଗ୍ରାମ କରିବା ପାଇଁ ତାଙ୍କର ଅବଦାନ ଥିଲା ସେହିପରି ମହତପୂର୍ଣ୍ଣ, ଆଜିର ଦିବସରେ ତାଙ୍କର ସ୍ମୃତି·ରଣ କରିବା ପାଇଁ ଏହି ପ୍ରବନ୍ଧର ଅବତାରଣା ।
ଅଶୋକ ଦାସଙ୍କର ଜନ୍ମ ଅଧୁନା ଯାଜପୁର ଜିଲ୍ଲାର ମହାବଳପୁର ଗ୍ରାମର ଏକ ଜମିଦାର ପରିବାରରେ ମାର୍ଚ୍ଚ ୧୫ ତାରିଖ, ୧୯୪୨ ମସିହାରେ । ପିତା ଅଦୈତ ପ୍ରସାଦ ଦାସ ଓ ମାତା ମୋହିନୀ ମଞ୍ଜୁରୀଙ୍କର ସେ ଥିଲେ ତୃତୀୟ ସନ୍ତାନ । ବାଲ୍ୟ କାଳରୁ ଅଶୋକ ଦାସଙ୍କ ହୃଦୟ କେଦାରରେ ଜାତୀୟତା ଭାବ ଅଙ୍କୁରିତ ହୋଇଥିଲା ଓଡ଼ିଶାର ତତ୍କାଳୀନ ରାଜନୈତିକ ନେତାଙ୍କ ଗହଣରେ ଆସି । ଏ ଦିଗରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଅବଦାନ ମଧ୍ୟ ରହିଥିଲା । ରାଜ୍ୟବାସୀଙ୍କର ସେବା କରିବା ପାଇଁ ସ୍ୱପ୍ନ ଦେଖିଥିବା ଏହି ମହାନ ଅଗ୍ନିଦ୍ୱତ ନିଜ ଜୀବନକୁ ଉସôର୍ଗୀକୃତ କରିଥିଲେ । କେବଳ ସେତିକି ନୁହେଁ, ବିଜୁ ପଟ୍ଟନାୟକଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସାମାଜିକ କ୍ଷେତ୍ରରେ ଦେଇଛନ୍ତି ବହୁ ମୂଲ୍ୟ ଜୀବନ, ଯୋଗଦାନ । ସବୁଥିରେ ଗ୍ରହଣ କରିଛନ୍ତି ମୁଖ୍ୟ ଭୂମିକା । ତାଙ୍କର ନାମ ହିଁ କେବଳ ଏକ ପରିଚୟ । ତାଙ୍କର ବ୍ୟକ୍ତିତ୍ୱ ଥିଲା ସବୁଠାରୁ ଭିନ୍ନ । ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା ଗରିବ କାହିଁକି, ଦରିଦ୍ର୍ୟ କାହିଁକି ବୋଲି ତାଙ୍କର ହୃଦୟ ଭିତରେ ପ୍ରଭାବିତ ହୋଇ ସମାଜ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ । ଅମଳାତନ୍ତ୍ରୀମାନେ ତାଙ୍କୁ ଦେଖିଲେ ବାଘ ଭଳି ଭୟଭୀତ ହୋଇ ପାଖ ମାଡ଼ନ୍ତି ନାହିଁ । କୌଣସି କାରଣ ବଶତଃ ଜନସାଧାରଣ ମାନଙ୍କ ପାଇଁ କୌଣସି ପୋଲିସ ପ୍ରଶାସକ, ଜିଲ୍ଲାପାଳଙ୍କ ଠାରେ କାର୍ଯ୍ୟ ଥିଲେ ମାତ୍ର ଗୋଟିଏ ଫୋନ୍ କରନ୍ତି, ଦ୍ୱିତୀୟ ଫୋନ୍ କଲେ ଅଭାସାଭାଷାରେ ଗାଳି ଦେଇ ସେହି ସ୍ଥାନରୁ ଯଥାଶିଘ୍ର ବିଦାୟ କରିଦେଉଥିବା ନେତା ହେଉଛନ୍ତି “ଅଶୋକ ଦାସ” । ନିର୍ଭିକ, ଅଦମ୍ୟ ସାହାସୀ, ୧୯୬୪ କାନ୍ତିକାରୀ ଛାତ୍ର ଆନେ୍ଦାଳନରେ ସେ ଥିଲେ ଜ୍ୱଳନ୍ତ ବହ୍ନିଶିକ୍ଷା । ସେ ନେଇଥିଲେ ଆନେ୍ଦାଳନର ନେତୃତ୍ୱ । ଜାଜପୁରରେ ଗଢ଼ିଥିଲେ ବିରଜା ସେନା, ରାଜନିତୀ କ୍ଷେତ୍ରରେ ସେ ଜଣେ ସାଲିସ ବିହୀନ ସମ୍ରାଟ । ନଥିଲା ତାଙ୍କର କ୍ଷମତାର ଲୋକ, ମୋହ । ୧୯୭୪ ମସିହାରେ ପ୍ରଥମ ଥର ପାଇଁ ପ୍ରଗତି ଦଳରୁ ପ୍ରାର୍ଥୀ ହୋଇ କୋରେଇ ବିଧାନ ସଭା ଆସନରୁ ବିଜୟ ହୋଇ ବିଧାନସଭାରେ କରିଥିଲେ ହଙ୍ଗାମା । ହୋଇଯାଇଥିଲା ଓଡ଼ିଶା ବିଧାନସଭା ଚଳଚଞ୍ଚଳ । ମୁଖ୍ୟ ମନ୍ତ୍ରୀ ନନ୍ଦନୀ ଦେବୀଙ୍କୁ ରାଜ୍ୟପାଳଙ୍କ ସମ୍ମୁଖରେ ବିଧାନସଭାରେ କରିଥିଲେ ବସ୍ତ୍ର ହରଣ । ସମସ୍ତଙ୍କ ମନରେ ସୃଷ୍ଟି ହୋଇଥିଲା ·ଞ୍ଚଲ୍ୟ । ପରେ ୧୯୭୭ରେ ଜନତା ପାର୍ଟି, ୧୯୮୦ରେ ଲୋକଦଳ, ୧୯୯୦ ଓ ୧୯୯୫ରେ ଜନତା ଦଳର ପ୍ରାର୍ଥୀ ଭାବେ ହେଲେ ସେ ବିଜୟୀ । ଏହା ପୂର୍ବରୁ ୧୯୮୫ରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଖୁଣ୍ଟିଆ ଓ ୨୦୦୪ରେ ବିଜେପି ପ୍ରାର୍ଥିନୀ ସଞ୍ଚôତା ମହାନ୍ତିଙ୍କ ଠାରୁ ସେ ହୋଇଥିଲେ ପରାସ୍ତ । ୧୯୯୧ରେ ସେ ହୋଇଥିଲେ ଜନତା ଦଳର ରାଜ୍ୟ ସଭାପତି । ୧୯୯୬ ମେ ମାସରୁ ୧୯୯୭ ଡ଼ିସେମ୍ବର ପର୍ଯ୍ୟନ୍ତ ସେ ହୋଇଥିଲେ ବିଧାନସଭାର ବିରୋଧି ଦଳର ନେତା । ପ୍ରବାଦ ପୁରୁଷ “ ବିଜୁବାବୁଙ୍କ” ଅନୁପସ୍ଥିତିରେ ପରେ ଜନତା ଦଳ ଭାଙ୍ଗି ଚୁରମାର ହୋଇଘଲା । ହେଲେ ସ୍ୱାଭିମାନୀ ଅଶୋକ ଦାସ ବିଜୁ ବାବୁଙ୍କ ନିତିକୁ ଅନୁସରଣ, ଅନୁକରଣ କରି ପୂର୍ବତନ ପ୍ରଧାନମନ୍ତୀ ଏଚ୍.ଡ଼ି.ଦେବେଗୌଡ଼ାଙ୍କ ନବନିର୍ମିତ ଧର୍ମନିରପେକ୍ଷ ଜନତା ଦଳର ଅଶୋକ ଦାସ ହେଲେ ଓଡ଼ିଶା ରାଜ୍ୟ ସଭାପତି । ପୂର୍ବ ଜନତା ଦଳରେ ଥିବା ନେତା, ମନ୍ତ୍ରୀମାନେ ଛାଡ଼ି ପଳାଇଲେ ନୂତନ ବିଜୁ ଜନତା ଦଳକୁ । କେହି ନଥିବା ବେଳେ କେବଳ ଅଶୋକ ଦାସ, କୃଷ୍ଣ ପାତ୍ର, ନରି ସ୍ୱାଇଁ ଜନତା ଦଳରେ କେହି ନାହିଁ ବୋଲି ଛାଡ଼ି ଚାଲି ଯାଇଥିବା ନେତା ମାନେ ଟୁପୁରୁ ଟାପୁରୁ ହେଲେ । ତେବେ, ଅଶୋକ ଦାସ ଦୃଢ଼ କଣ୍ଠରେ ଆହ୍ୱାନ ଦେଲେ ଯେ, ଆହୁରି ଯିଏ ଯିବା କଥା ଦଳ ଛାଡ଼ି ଚାଲି ଯାଆ ମୁଁ ଏକୁଟିଆ ହିଁ ରହିବି । ଓ ୟକ୍ଟ ଦ୍ଭକ୍ଟଗ୍ଧ ମବକ୍ସର ବଦ୍ଭୟ ଓ ୟକ୍ଟ ଦ୍ଭକ୍ଟଗ୍ଧ ୟବକ୍ସର । ବିନା ଫାଣ୍ଡି ଜମାଦାର ଭଳି, ସେନା ବାହିନୀ ନଥାଇ ସେ ହେଲେ କମାଣ୍ଡର । ତଥାପି ନିର୍ଭୀକ ସୈନିକ ଭାବେ ବିଧାନ ସଭାରେ ନୂତନ ଭାବେ ପ୍ରବେଶ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରି ସରକାରକୁ ହରଡ଼ଘଣାରେ ପକାଇବା ସାମର୍ଥ୍ୟ ତାଙ୍କ ପାଖରେ ଥିଲା । ଯଦି କେହି ଓଡ଼ିଶା ରାଜନୈତିକ ମଇଦାନରେ ଏଭଳି ଦୃଢ଼ ନିଷ୍ପତ୍ତି, ପ୍ରତିଜ୍ଞାବଦ୍ଧ, ଦୁଃସାହାସିକ ନିଷ୍ପତ୍ତି ନେଉଥିଲେ, ତେବେ କେବଳ ଦ୍ୱିତୀୟ ପ୍ରାବାଦ ପୁରୁଷ “ ଅଶୋକ ଦାସ” ଙ୍କ ଭଳି ସ୍ୱାଭିମାନୀ ସମ୍ରାଟଙ୍କ ଛଡ଼ା ବୋଧେ ଆଜିର ଦିନରେ କେହି ନାହାଁନ୍ତି । ଆଜି ଯେପରି ଅମଲାତାନ୍ତ୍ରୀକ ଶାସନ ବ୍ୟବସ୍ଥା ପାରମ୍ପରିକ ନିତୀରେ ବିଦ୍ୟମାନ ତାହା, ବିଧାନ ସଭାରେ ଅଶୋକ ଦାସ ଥିଲେ ଏପରି କୁଶାସନକୁ ବରଦାସ୍ତ କରିପାରିନଥାନ୍ତେ ବୋଲି ମୋର ଚିନ୍ତାଧାରା । ସେଥିପାଇଁ ଆମ୍ଭେମାନେ କହୁ ତାଙ୍କୁ ପକୃତରେ ଜଣେ ସାଲିସ ବିହୀନ ସମ୍ରାଟ ଏବଂ ଆଦରଣୀୟ ଜନନେତା । ନ୍ୟାୟ, ନିସ୍ୱାର୍ଥପର, ଆଦର୍ଶବାଦର ବ୍ରତୀ । ତାଙ୍କର ନିଷ୍ପତ୍ତି ଥିଲା ଅଟଳ । କଥାରେ ଏବଂ କାର୍ଯ୍ୟରେ ସେଥିଲେ ଯେମିତି କଠୋର, ଅନ୍ତରଆତ୍ମାରେ ଭରି ରହିଥିଲା ଠିକ୍ ସେତିକି ଉଦାର । ସେଥିଲାଗି ତାଙ୍କର ଆଦର୍ଶକୁ ଆମ୍ଭେ ପାଳନ କରୁଥିଲୁ ଅକ୍ଷରେ ଅକ୍ଷରେ ।
ଦିନକର ଏକ ଘଟଣା, ମୁଁ ଯୁବ ଜନତା ଦଳ (ଏସ୍)ର ଭଦ୍ରକ ଜିଲ୍ଲ ସଭାପତି ଭାବରେ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥାଏ । ଅଶୋକ ଦାସ ମୋ ଉପରେ ଭରଷା ରଖିଥାନ୍ତି । ଭଦ୍ରକରେ ମଧ୍ୟ ଆମ ଦଳକୁ ଆସିବା ପାଇଁ କର୍ମୀମାନେ କୁଣ୍ଡାବୋଧ କରୁଥାନ୍ତି । ମୁଁ ମଧ୍ୟ ଦଳକୁ ମଜବୁତ କରିବା ପାଇଁ ନିଷ୍ପତ୍ତି ନେଇଥାଏ । ହେଲେ, ଏକ ଘଟଣା କ୍ରମରେ ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଦେଇ ବାଲେଶ୍ୱର ଯିବାର କାର୍ଯ୍ୟକ୍ରମ ଥାଏ । ଦିନ ୧୧ ଘଟିକା ସମୟରେ ଭଦ୍ରକ ସାଳନ୍ଦୀ ବ୍ରିଜ୍ ନିକଟରେ ବିଜେଡ଼ିର ନେତା, କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଠୁଳ ହୋଇଥାନ୍ତି । ମୁଁ ପୂର୍ବ ରାତ୍ରୀରୁ ପ୍ରସ୍ତୁତ କରିଥାଏ ଖଣ୍ଡିଏ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ହାତକୁ ଦେବା ପାଇଁ । ମୁଁ ନିଷ୍ପତ୍ତି ନେଇଥିଲି ଯେ, ଯଦି ମୋ ଠାରୁ ଏହି ଦାବି ପତ୍ର ଗ୍ରହଣ କରିବାର ସୁଯୋଗ ନପାଏ, ତେବେ କଳା ପତାକା ଦେଖାଇବା ସହିତ ନବୀନ ପଟ୍ଟନାୟକ ଏକ୍ଟ ଈବମଳ, ଏକ୍ଟ ଈବମଳ । ନବୀନ ପଟ୍ଟନାୟକ ଡ଼ାଉନ୍, ଡ଼ାଉନ୍ ସ୍ଲୋଗାନ ଦେଇ ଦରକାର ପଡ଼ିଲେ ଗିରଫ ହେବି । ଘଟଣାଟି ସେଇଆ ହିଁ ଘଟିଲା ।
ଦାବିଟି ଥିଲା, ପ୍ରବାଦ ପୁରୁଷ “ବିଜୁ ବାବୁ”ଙ୍କୁ ଭାରତ ରତ୍ନ ପ୍ରଦାନର ଅଂଶ ବିଶେଷ । ଭଦ୍ରକ ଜିଲ୍ଲାପାଳ ଶ୍ରୀକାନ୍ତ ପାଇକରାୟ ଏବଂ ଏସ୍.ପି ବି.ବି.ମିଶ୍ର ସହଯୋଗ କଲେନାହିଁ, ଫଳରେ ଏକଲା ଚାଲରେ ଏକଲା ଚାଲ ନିତୀରେ କଳାପତାକା ଦେଖାଇ ସାଳନ୍ଦୀ ଫାଣ୍ଡିରେ ଅଟକ ରହିଲି । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଅଶୋକ ଦାସ ଗର୍ବର ସହିତ କହିଲେ , ଞଷବଦ୍ଭଳ ଚ୍ଚକ୍ଟଙ୍କ କ୍ଟ୍ରକ୍ସବୟରରକ୍ଟ୍ର ବହୁତ, ବହୁତ ଧନ୍ୟବାଦ । ମୋର ନାମକୁ ରଖି ପାରିଲ । ପରେ ଯୁଗଳ ନାୟକ ଦଳ ଛାଡ଼ି ବିଜେଡ଼ିକୁ ଗଲାପରେ ମୋତେ ରାଜ୍ୟ ଯୁବ -ଶାଖାର ସଭାପତି ଦାୟିତ୍ୱ ଦିଆଯାଇଥିଲା ।
କଥାଟି ହେଲା, ସେହି ସ୍ୱପ୍ନ ଏବେ ବି ଆମ୍ଭମାନଙ୍କ ମନରେ ଗୁଞ୍ଜରିତ ହେଉଛି । ଅଶୋକ ଦାସ ଥିଲେ ଆଜି ପର୍ଯ୍ୟନ୍ତ “ ବିଜୁ ବାବୁ” ଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇନଥାନ୍ତା ବୋଲି ମୋର ଦୃଢ଼ ବିଶ୍ୱାସ । ଶେଷରେ, ରାଜ୍ୟ ସରକାରଙ୍କୁ ମୋର ନିବେଦନ, ରାଜ୍ୟର ହୃଦ୍ଗୌରବର ଅଧିକାରୀ ଭାବରେ “କଳିଙ୍ଗବୀର” ନାମକ ଏକ ଉପାଧି ନୂତନ ଭାବେ ଘୋଷଣା କରି ଅଶୋକ ଦାସଙ୍କ ଭଳି ଜଣେ ପ୍ରଜ୍ଞାଦୀପ୍ତ ଦୁଃସାହସିକ ରାଜନେତାଙ୍କୁ ପ୍ରଥମ ଉପାଧି ଭାବରେ ନବୀନ ପଟ୍ଟନାୟକ ପ୍ରଦାନ କରି, ବିଜୁ ବାବୁଙ୍କର ହୃଦୟ ଭିତରେ ଭରି ରହିଥିବା, ସ୍ନେହ , ସହାନୁଭୂତି, ଆଶିର୍ବାଦ ଏବଂ ସମସ୍ତଙ୍କ ଠାରୁ ଉଦ୍ଧ୍ୱର୍ରେ ଭଲ ପାଉଥିବା ଏହି ବ୍ୟକ୍ତିତ୍ୱଙ୍କ ପାଇଁ ଯେତେ ଶିଘ୍ର ଘୋଷଣା କରିବେ ପ୍ରକୃତ ପକ୍ଷେ ବିଜୁ ବାବୁଙ୍କର ଅମର ଆତ୍ମା ଶାନ୍ତି ପାଇ ପାରିବ । ଆଜି “ଅଶୋକ ଦାସ” ଆମ୍ଭ ଗହଣରେ ଅଛନ୍ତି ବୋଲି ମୁଁ ଦୃଢ଼ ବିଶ୍ୱାସ କରୁଛି । ଆମ୍ଭ ହୃଦୟ ଭିତରେ ସେ ଅମର ଚଳନ୍ତି ପ୍ରତିମା । ସେ ଆମ୍ଭଙ୍କୁ ଦିଗ୍ଦର୍ଶନ ଦେଇଛନ୍ତି । ଦଳ ଡ଼ିଆଁ ନେତା କେତେ ଯେ ବ୍ୟାକୁଳ, କେତେ ଯେ ଆକୁଳ ବୁଝାଇଛନ୍ତି । ସ୍ୱାଭିମାନୀ ନେତା ଭାବରେ ଲୋକଙ୍କ ପାଖରେ ପରିଚିତ ହୁଅ ଏହି ଆଦର୍ଶ ଦେଇ ଯାଇଛନ୍ତି । ମୁଁ ତାଙ୍କୁ ଶତ ଶତ ହୃଦୟ ଭିତରେ ଥିବା ପ୍ରଣାମ ଜଣାଇ ମୋର ଆତ୍ମା ତୃପ୍ତି ଲାଭ କରୁଛି ।
ପୂର୍ବତନ ରାଜ୍ୟ ସଭାପତି, ଯୁବ ଜନତା ଦଳ (ଏସ୍)
ପୁରୁଣା ଭୁବନେଶ୍ୱର-୨/ମୋ:୯୪୩୮୪୪୬୫୭୫

Leave a Reply

Your email address will not be published. Required fields are marked *